ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆମ ପାଇଁ ଝୁରୁଥିବା ମନ
  କ୍ଷେତ୍ରମୋହନ ସାହୁ, ବେଙ୍ଗାଲୁରୁ
 
 
ତା: ଏପ୍ରିଲ୍ ୨୫, ୨୦୧୨  
ମୂଳ ପୃଷ୍ଠାନବ ପ୍ରତିଭାକାବ୍ୟ ଓ କବିତା
 

ପ୍ରାତଃ ରୁ ସାୟାହ୍ନ ଯାଏଁ ଲକ୍ଷ୍ୟ ପଥରେ ଧାଇଁ ଧାଇଁ ଜୀବନକୁ ଉପଭୋଗ କରୁ କରୁ,
ସମୟ ସୁଖର ପସରା ଭରିଦେଲାବେଳେ
କେବେ କେବେ ମନକୁ ଆସେ,
କଅଣ ଭାବୁଥିବ ବୋଉ ଏକା ଏକା ଘରେ ବସି,
ମନେ ପକାଉଥିବ ଆମର ସେଇ ମୁଗ୍ଧ ଅତୀତକୁ୤

ଅନେକ ସମୟରେ ଗପ ଚାଲିଥିବ, ବାପା ବୋଉଙ୍କର
ପିଲାମାନଙ୍କର ଜୀବନଚର୍ଯ୍ୟା ଓ ସମସ୍ୟାକୁ ନେଇ ;
ସତରେ, ସବୁଥିବା ଭିତରେ ଆମର ଅନୁପସ୍ଥିତି
କେତେ ଘାରୁଥିବ ସେମାନଙ୍କ ମନକୁ୤

ବେଳେ ବେଳେ ଆଖିରେ ନାଚି ଉଠେ,
ଷ୍ଟେସନ୍ ରୁ ହାତ ହଲାଇ ବିଦା କଲାବେଳେ ବାପାଙ୍କ ସ୍ତବ୍ଧ ମୁହଁ,
ଆଉ ବର୍ଷିଯିବାକୁ ଅପେକ୍ଷମାଣ ବୋଉର ଏକ ମୁହଁ, ଆଖି ଦିଓଟି୤
ପ୍ରତିଦିନ ଫୋନ୍ ରୁ କଥା କେଇ ପଦ ଶୁଣିବାକୁ ବୋଉର ଅପେକ୍ଷା
ପିଲାମାନେ କେମିତି ଅଛନ୍ତି ଜାଣିବାକୁ, ବାପାଙ୍କ ଉତ୍ସୁକତା୤

ସମୟର ଅମୃତ ସ୍ରୋତରେ ଭାସି ଯାଉଯାଉ,
ଗୋଟିଏ ଅନୁଚିନ୍ତା
ସାଧନା ଓ ସିଦ୍ଧିର କୁହେଳି ଏବଂ ଦେହଳୀରେ ଥାଇ,
ଆମେ, ସେଇ ପ୍ରିୟ ମଣିଷମାନଙ୍କ ପ୍ରତି
କେତେ ନ୍ୟାୟ କରିଛନ୍ତି ?
ସ୍ଥାନର ଦୂରତା ଯଦିଓ ଅନେକାଂଶରେ ଅନିବାର୍ଯ୍ୟ
ମନର କେତେ ନିକଟରେ ରଖି ପାରିଛନ୍ତି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କ୍ଷେତ୍ରମୋହନ ସାହୁ, ବେଙ୍ଗାଲୁରୁ
author photo
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ସନତ୍ କୁମାର କର |  ମେ ୧୯, ୨୦୧୨ - ୧୦:୫୪ ପୂର୍ବାହ୍ନ

    ବହୁତ୍ ଭଲ ହେଇଛି ଭାଇ.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ କ୍ଷମା ଓ ଖଦ୍ୱେତର ଖେଦ କବିତାଗୁଡିକୁ ସ୍ଥାନିତ କରନ୍ତୁ। ଏହି କବିତା ଦ୍ବୟ ବହୁତ ସୁନ୍ଦର।
    ( ରାଜେଶ କୁମାର ସାହୁ )
  • Maguni ra Sagada and all writings of my respected Godabarish Mohapatra are always heart touching. As a habit, while browsing…
    ( Dilip Kumar Misra )
  • I am now nearing 80 years. I have seen Sri Godabarish Mohapatra in my childhood. He was know to my…
    ( Dilip Kumar Misra )