ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଅମିୟବାଳା ପଟ୍ଟନାୟକ
ଗଣେଶ୍ୱର ମିଶ୍ର
ବିଷ୍ଣୁପ୍ରିୟା ମହାପାତ୍ର
ଜୟନ୍ତ ମହାପାତ୍ର
କାହ୍ନୁଚରଣ ମହାନ୍ତି
ନୀଳକଣ୍ଠ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆଦିକବି ଶୂଦ୍ରମୂନୀ ସାରଳା ଦାସ
ଆଦିକବି ଶୂଦ୍ରମୂନୀ ସାରଳା ଦାସ ଓଡିଆ ସାହିତ୍ୟ ସୌଧକୁ ବଳିଷ୍ଠ ଭିତ୍ତିଭୂମି ପ୍ରଦାନ କରି ନୂତନ ସ୍ବାକ୍ଷର ଦେଇଥିବା ବରେଣ୍ୟ କବି ହେଉଛନ୍ତି ଶୂଦ୍ରମୂନୀ ସାରଳା ଦାସ୤ ଯିଏକି ଓଡିଆ ଭାଷା ତଥା ଓଡିଶାର ସ୍ବତନ୍ତ୍ର ପରିଚୟକୁ ପ୍ରାନ୍ତୀୟ ସାହିତ୍ୟ ସମାଜରେ ସମ୍ମାନୀୟ ସ୍ଥାନରେ ଅଧିତିଷ୍ଠ କରି ପାରିଥିଲେ୤ ଓଡିଆ ସାହିତ୍ୟକୁ ଚିରାଚରିତ ସଂସ୍କୃତ କାବ୍ୟାଦର୍ଶରୁ ମୁକ୍ତିକରି ସାଧାରଣ ଜନତାର ଭାବବୋଧରେ ବିନ୍ୟସ୍ତ କରବାରେ ସାରଳା ପ୍ରଥମ ସ୍ରଷ୍ଟା୤ ସେଥିପାଇଁ ଏ ଜାତି ତାଙ୍କ ସାଧନାକୁ ସ୍ବୀକୃତି ଦେଇ ଆଦି କବିର ମାନ୍ୟତା ପ୍ରଦାନ କରେ୤
ସାରଳାଙ୍କ କାଳ :
ସାରଳା ନିଜ ସାହିତ୍ୟରେ ସୂର୍ଯ୍ୟବଂଶର ପ୍ରତିଷ୍ଠାତା ଓ ଶ୍ରେଷ୍ଠ ଗୌରବ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ପ୍ରଶସ୍ତି ଗାନ କରିଥିବାରୁ ତାଙ୍କୁ ଗଜପତିଙ୍କ ସମସାମୟିକ (୧୪୩୫ ଖ୍ରୀ. ଅ ରୁ ୧୪୬୬ ଖ୍ରୀ. ଅ ମଧ୍ୟରେ)ହୋଇଥିବା ଅନୁମାନ କରାଯାଏ୤
ବାଲ୍ୟ ଜୀବନ :
ସାରଳା ଦାସ 'ଶୂଦ୍ର' କୁଳରେ ଜନ୍ମ ଗ୍ରହଣ କରିଥିଲେ୤ ତାଙ୍କର ପୈତୃକ ନାମ ଥିଲା 'ସିଦ୍ଧେଶ୍ବର'୤ ତାଙ୍କ ଜନ୍ମସ୍ଥାନ ହେଉଛି ଜଗତସିଂପୁର ଜିଲ୍ଲାର 'ଯଙ୍ଖେରପୁର ପାଟଣା' (ସାଂପ୍ରତିକ 'ଝଙ୍କଡ')୤ ପିଲାଟି ଦିନରୁ ପିତୃମାତୃହୀନ ୤ ନିଜ ଅଗ୍ରଜଙ୍କ ଦ୍ବାରା ସେ ଲାଳିତ ପାଳିତ ହେଉଥିଲେ୤ଏଣୁ ବାଲ୍ୟଜୀବନ ଦୁଃଖ ଓ ଯନ୍ତ୍ରଣା ମଧ୍ୟରେ ଅତିବାହିତ ହୋଇଥିବ୤
ପରିବାର ଓ ବ୍ୟକ୍ତିଗତ ଜୀବନ:
ସାରଳା ତାଙ୍କ ରଚନାରେ କେବଳ ମାତ୍ର ପିତା 'ଯଶୋବନ୍ତ' ଏବଂ ଅଗ୍ରଜ 'ପର୍ଶୁରାମ' ବୋଲି ଜଣାଯାଏ୤ ପରିବାରର ଅନ୍ୟ କୌଣସି ବ୍ୟକ୍ତି ସମ୍ପର୍କରେ ଉଲ୍ଲେଖ କରିନାହାଁନ୍ତି୤ ସେ ପରିଡା କୂଳରେ ଜନ୍ମ ଏବଂ କୃଷିକାରୀ ଥିଲେ୤ ସେ ଦେବୀ ସାରଳାଙ୍କର ଶ୍ରେଷ୍ଠ ଉପାସକ ଥିଲେ୤ ତାଙ୍କରି ଅପାର କରୁଣାରୁ ସେ ସାହିତ୍ୟ ସୃଷ୍ଟି କରିବା କଥା ଉଲ୍ଲେଖ କରିଛନ୍ତି ଏବଂ ନିଜକୁ 'ସାରଳା' ନାମରେ ପରିଚିତ କରିଛନ୍ତି୤
ଶିକ୍ଷା:
କବି ସାରଳା ଶିକ୍ଷା କିମ୍ବା ବ୍ୟକ୍ତିଗତ ଜୀବନ ସମ୍ପର୍କରେ ନୀରବ ହେଲେହେଁ ସେ ଯେ ଅସାଧାରଣ ଜ୍ଞାନୀ ଓ ପଣ୍ଡିତ ବ୍ୟକ୍ତି ଥିଲେ ସନ୍ଦେହ ନାହିଁ୤ ସଂସ୍କୃତ ଭାଷା ଶାସ୍ତ୍ରମାନଙ୍କ ସମ୍ବନ୍ଧରେ ଅବିହିତ ଥିବାର ସୂଚନା ମିଳେ୤ କାବ୍ୟଶାସ୍ତ୍ର, ଦର୍ଶନଶାସ୍ତ୍ର, ଜ୍ୟୋତିଷଶାସ୍ତ୍ର, ବାସ୍ତୁଶାସ୍ତ୍ର, ବୈଦ୍ୟଶାସ୍ତ୍ର, ଅସ୍ତ୍ରଶାସ୍ତ୍ର ପ୍ରଭୃତି ଅନୁଶୀଳନ କରିଥିଲେ ନୁହେଁ ଅନନ୍ତ ସମୁଦ୍ର ମୁହୁନ କରି ସେ ଯେଉଁ ଅମୃତ ସଂଗ୍ରହ କରିଥିଲେ ତାହା ଓଡିଆ ପାଠକ ନିମନ୍ତେ ପରିବେଷଣ କରିଥିଲେ୤ ପ୍ରତିଭାର ଅର୍ନ୍ତଦୃଷ୍ଟି ଓ ପ୍ରତ୍ୟକ୍ଷ ବାସ୍ତବ ଅଭିଜ୍ଞତା ଯୋଗୁଁ ଜୀବନକୁ ତନ୍ନତନ୍ନ କରି ଯେପରି ଜାଣିଥିଲେ ସେପରି ଚିତ୍ରଣ କରିଛନ୍ତି୤
ସାରସ୍ବତ ଜୀବନର ଆରମ୍ଭ:
ସାରଳା ସଂସ୍କୃତି 'ଅଦ୍ଭୂତ ରାମାୟଣ' ଅବଲମ୍ବନରେ 'ବିଲଙ୍କା ରାମାୟଣ' ରଚନା କରି ସାରସ୍ବତ ଜୀବନର ଆରମ୍ଭ କରିଥିଲେ୤ ଅନ୍ତତଃ ଛଅଜଣ ତେଲଗୁ କବିଙ୍କଦ୍ବାରା ଏହା ଅନୁବାଦିତ୤ ଦେବୀ ସାରଳାଙ୍କ ପ୍ରତ୍ୟକ୍ଷରେ ସେ 'ବିଲଙ୍କା ରାମାୟଣ' ରଚନା କରି ସାରସ୍ବତ ଜୀବନ ଆରମ୍ଭ କରିଥିଲେ୤ ମହାଭାରତରେ ସେ ବାସ୍ତବ ଯୁଦ୍ଧ ବର୍ଣ୍ଣନାରେ ଯେଉଁ କଳା ନିପୁଣ୍ୟର ପରିଚୟ ପ୍ରଦାନ କରିଛନ୍ତି ସେଥିରୁ ଅନୁମାନ କରାଯାଏ ସେ ସେନା ବାହିନୀରେ କାର୍ଯ୍ୟ କରୁଛନ୍ତି୤
ସାଧନା ଓ କୃତି:
ସାରଳାଙ୍କ କାଳଜୟୀ ସୃଷ୍ଟି 'ମହାଭାରତ' ଓଡିଆ ଭାଷା ଓ ସାହିତ୍ୟର ସର୍ବୋତ୍ତମ ସାରସ୍ବତ ସମ୍ପଦ୤ ପଞ୍ଚଦଶ ଶତାଦ୍ଦୀର ରଚିତ ଏହି ମହାକାବ୍ୟ ଉତ୍କଳୀୟ ଜନମାନସରେ ସମାହୃତ୤ ବ୍ୟାସଦେବଙ୍କ 'ମହାଭାରତ' ଅନୁସରଣରେ ସାରଳା ମହାଭାରତ ସୃଷ୍ଟି କଲେ ହେଁ ମୌଳିକତା ପ୍ରଦର୍ଶିତ୤ ମୂଳଗ୍ରନ୍ଥର କେବଳ କଙ୍କାଳଟି ମାତ୍ର ସଂଗ୍ରହ କରି ସ୍ବକଳ୍ପନା ଶକ୍ତି ବଳରେ ରକ୍ତମାଂସ ସଂଯୋଗ କରିଛନ୍ତି ଶତାଧିକ ଉପାଖ୍ୟାନ ମହାଭାରତରେ ସ୍ଥାନ ପାଇଛି୤ ଏହା ଲୋକ ସାହିତ୍ୟର ଗନ୍ତାଘର୤ କୌରବ ଶତଭ୍ରାତାଙ୍କ ନାମ କରଣରେ 'ଦ' ଶଦ୍ଦର ପ୍ରୟୋଗ କରି ସ୍ବତନ୍ତ୍ରତା ପ୍ରଦର୍ଶନ କରିଛନ୍ତି୤ ବ୍ୟାସଦେବ ଲକ୍ଷେ ଶ୍ଳୋକରେ ଅଷ୍ଟାଦଶ ପର୍ବରେ ମହାଭାରତ ରଚନା କରିଥିଲାବେଳେ ସାରଳା ଏକଲକ୍ଷ ଚାଳିଶିହଜାର ପଦରେ 'ମହାଭାରତ' ରଚନା କରି ସ୍ବକଳ୍ପନା ବିଳାସିତାର ସ୍ପଷ୍ଟ ଚିତ୍ର ପ୍ରଦାନ କରିଛନ୍ତି୤ ସାରଳା ମଧ୍ୟପର୍ବ, ଗଦାପର୍ବ, କାହିଁଷିକା ପର୍ବ ତିନୋଟି ନୂତନ ପର୍ବର ଅବତାରଣ କରି ନିଜର ମୌଳିକତା ପ୍ରଦର୍ଶନ କରିଛନ୍ତି୤ ଏହି ମହାନସୃଷ୍ଟି ସମ୍ଭାର ମଧ୍ୟରେ ଓଡିଆ ଜାତିର ପ୍ରାଣର ଭାଷା ତତ୍କାଳୀନ ଓଡିଆ ସମାଜ ଓ ଓଡିଶାର ପ୍ରାକୃତିକ ଚିତ୍ରର ଜ୍ବଳନ୍ତ ପ୍ରତିଛବି ପ୍ରକଟିତା୤ ସର୍ବୋପରି ସାରଳାମହାଭାରତକୁ ଓଡିଆ ଜାତିର ପ୍ରତିନିଧିରୂପେ ଗ୍ରହଣ କଲେ ଅତ୍ୟୁକ୍ତି ହେବନାହିଁ୤ ଓଡିଆଭାଷାର ଚିର ଅନ୍ଧକାର କାବ୍ୟ ରାଜ୍ୟରେ ସାରଳା ଦାସଙ୍କ ମହାଭାରତ ହେଉଛି ଦୀପ୍ତିମନ୍ତ୍ର ଏକ ଆଲୋକ ସ୍ତମ୍ଭ୤ ଯଥାର୍ଥରେ ସାରଳାମହାଭାରତ ଏ ଦେଶର ଜାତୀୟ ମହାକାବ୍ୟ୤ ଅନ୍ୟାନ୍ୟ ସୃଷ୍ଟି ମଧ୍ୟରେ 'ସପ୍ତକାଣ୍ଡ ରାମାୟଣ', 'ଆଧ୍ୟାତ୍ମ ରାମାୟଣ', 'ଚଣ୍ଡୀପୁରାଣ' ଓ ଲକ୍ଷ୍ମୀନାରାୟଣୀ ବଚନିକା୤
ସମ୍ମାନ:
ସାରଳାଙ୍କୁ କେଉଁ ସମ୍ମାନରେ ସେ ଯୁଗ ସମ୍ମାନିତ କରିଥିବ ତାର ବିବରଣୀ ଉପଲବ୍ଧ ନହେଲେହେଁ ଏ ବସୁଧା ଥିବା ପର୍ଯ୍ୟନ୍ତ ସେ ଯେ ପୂଜିତ ହେଉଥିବେ ଏଥିରେ ସନ୍ଦେହ ନାହିଁ୤ ୧୯୮୭ ମସିହାରେ ଆଦିକବି ସାରଳାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସାରଳା ସାହିତ୍ୟ ସଂସଦ ସୃଷ୍ଟି ୤ ଓଡିଶାର ଏହି ମହାନ ସାରସ୍ବତ ସଂଗଠନ ବିଭିନ୍ନ ପ୍ରକାଶନ କରି ସାରଳା ସାହିତ୍ୟର ଗବେଷଣାକୁ ଅବ୍ୟାହତ ରଖିଛନ୍ତି୤ ଆଦିକବି ସାରଳା ଦାସ ଜଣେ ମହାକବି ମାତ୍ର ନୁହଁନ୍ତି ପ୍ରାଚୀନ ଓଡିଆ ସାହିତ୍ୟର ଆଧୁନିକ କବି୤ ସମଗ୍ର ଭାରତୀୟ ସାହିତ୍ୟରେ ଅନନ୍ୟା ସାଧାରଣ ବୋଲି ଗୃହିତ୤

 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )