ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସନତ୍‌ ରାୟ
ସନତ୍‌ ରାୟ ସାମ୍ପ୍ରତିକ ଓଡ଼ିଆ କବିତା କ୍ଷେତ୍ରରେ ଜଣେ ପ୍ରଗତିଶୀଳ କବି ଭାବରେ ସନତ୍‌ ରାୟ(୧୯୫୫-୨୦୧୦) ଏକ ସ୍ବତନ୍ତ୍ର ନାମ୤ ତାଙ୍କର ପ୍ରତ୍ୟେକ କବିତା କେବଳ ହୃଦୟକୁ ସ୍ପନ୍ଦିତ କରେନାହିଁ, ମସ୍ତିଷ୍କକୁ ଆନ୍ଦୋଳିତ କରି ଦେବାର ସାମର୍ଥ୍ୟ ମଧ୍ୟ ରଖେ୤ ଇସ୍ପାତ ସହର ରାଉରକେଲାରେ ଅଧ୍ୟାପନା ବୃତ୍ତିରେ କାର୍ଯ୍ୟ କରୁଥିଲାବେଳେ ଅସମୟରେ ତାଙ୍କର ମୃତ୍ୟୁ ହୋଇଥିଲା୤ ଶ୍ରୀ ରାୟ ଗଳ୍ପ ଓ ପ୍ରବନ୍ଧ ସହିତ ବିଭିନ୍ନ ସାହିତ୍ୟ ଆଲୋଚନାମୂଳକ ରଚନା ଲେଖିଥିଲେ ସୁଦ୍ଧା ଜଣେ କବି ଭାବେ ଅଧିକ ପ୍ରତିଷ୍ଠା ଲାଭ କରିଥିଲେ୤ ତାଙ୍କର ଜୀବଦ୍ଦଶା ମଧ୍ୟରେ ଶ୍ରୀ ରାୟ ରାଉରକେଲା ସହରର ଅନେକ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ପ୍ରତ୍ୟକ୍ଷ ଜଡ଼ିତ ରହି ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ଅନେକ କାର୍ଯ୍ୟ କରିଯାଇଛନ୍ତି୤ ତାଙ୍କର କବିତା ସଙ୍କଳନ ମଧ୍ୟରେ ‘ଜଟାୟୁର ଡେଣା’, ‘ଆରକୂଳ’, ‘ଅଭିମନ୍ତ୍ର’ର, ‘ମାଣିକରୁ ମାରିୟମ୍‌ ଓ ଅନ୍ୟମାନେ’ ଆଦି ଅନ୍ୟତମ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • 'ମାଗୁଣିର ଶଗଡ଼' ଗଳ୍ପର ଶୀର୍ଷକ ଯେପରି ଆକର୍ଷଣୀୟ....ତାର ବିଷୟ ବସ୍ତୁ ସେହିପରି ହୃଦୟସ୍ପର୍ଶୀ। ପ୍ରାଚୀନ କାଳର ହାତ ଗଢା ଯାନବାହାନ ଏବଂ ଆଧୁନିକ କାଳର ଯନ୍ତ୍ର…
    ( ଝରଣା ମହାରଣା )
  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )