ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ବ୍ରଜନାଥ ରଥ
ତରୁଣକାନ୍ତି ମିଶ୍ର
ମନୋରଞ୍ଜନ ପାଣିଗ୍ରାହୀ
ଦୟାନିଧି ମିଶ୍ର
ଶକ୍ତି ମହାନ୍ତି
କୃଷ୍ଣଚନ୍ଦ୍ର ତ୍ରିପାଠୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସଦାନନ୍ଦ ତ୍ରିପାଠୀ
ସଦାନନ୍ଦ ତ୍ରିପାଠୀ ଗଞ୍ଜାମ ଜିଲ୍ଲାର ଶେରଗଡ଼ ନିକଟସ୍ଥ କୃପାସିନ୍ଧୁପୁରଶାସନଠାରେ, ୧୯୫୬ରେ ଜନ୍ମିତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ ନିଜର ଯୁକ୍ତିସିଦ୍ଧ ଓ ବ୍ୟଙ୍ଗାତ୍ମକ ଶୈଳୀର ଗଳ୍ପ ରଚନା ପାଇଁ ଜଣାଶୁଣା୤ ତାଙ୍କର ଗଳ୍ପରେ କଳାତ୍ମକ ସୃଜନୀଶକ୍ତି ସାଙ୍ଗକୁ ସୂକ୍ଷ୍ମ ଅବବୋଧ ପାଇଁ ହିଁ ସେ ପାଠକମାନଙ୍କର ପ୍ରିୟ୤ ତାଙ୍କର କୃତିଗୁଡ଼ିକ ମଧ୍ୟରେ, ଅନ୍ୟଜଣେ ସଦାନନ୍ଦ ତ୍ରିପାଠୀଙ୍କ ମୃତ୍ୟୁ ପରେ, ରଙ୍ଗନାଥ ଘଡ଼େଇ, ଯେଝା ବାଟରେ ଯିଏ, ବନ୍ୟା ଓ ଅନ୍ୟାନ୍ୟ, ନିଜ ନିଜ ନିୟମ, ଅପ୍ରିୟ ମଣିଷ ଓ ଅନ୍ୟାନ୍ୟ ଚରିତ୍ର, ସବୁ କିଛି ପୂର୍ବ ନିର୍ଦ୍ଧାରିତ, କାବେରୀ ଦେବୀଙ୍କ ସ୍ବାମୀ ଓ ଅନ୍ୟମାନେ, ସତୀ, ପ୍ରେମଶୀଳାର ମୀନ ରାଶି, ଅର୍ଦ୍ଧାଙ୍ଗିନୀ, କବିର ସମୟ, ନାଚାର ଷୋଡ଼ଶୀ ଆଦି ଉଲ୍ଲେଖନୀୟ୤ ୨ଟି ଉପନ୍ୟାସ ମଧ୍ୟ ରଚନା କରିଥିବା ଶ୍ରୀ ତ୍ରିପାଠୀଙ୍କର ରଚନା ହିନ୍ଦୀ, ଇଂଲିଶ୍, ତେଲୁଗୁ ଓ ସିନ୍ଧି ଭାଷାରେ ଅନୁଦିତ ଓ ପ୍ରକାଶିତ୤ ୨ଟି ପ୍ରବନ୍ଧ ସଂକଳନ ଏବଂ 'ଶ୍ରେଷ୍ଠ ଗଳ୍ପ' ସଂକଳନର ସମ୍ପାଦନା କରିବା ସହିତ ହାସ୍ୟବ୍ୟଙ୍ଗ ପତ୍ରିକା 'ହରିବୋଲ'ର ସମ୍ପାଦନା ସହ ସେ ଜଡ଼ିତ୤ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଭୁବନେଶ୍ବର ପୁସ୍ତକ ମେଳା ପୁରସ୍କାର, ଚନ୍ଦ୍ରଭାଗା ଗଳ୍ପ ସମ୍ମାନ, ପ୍ରଜାତନ୍ତ୍ର ଓ ଝଙ୍କାର ଗଳ୍ପ ପୁରସ୍କାର, ଅଖିଳ ମୋହନ କଥା ସମ୍ମାନ, ସୁରେନ୍ଦ୍ର ମହାନ୍ତି ସ୍ମୃତି ପୁରସ୍କାର, ଉତ୍କଳ ଯୁବଲେଖକ ପରିଷଦ ସମ୍ମାନ, ତୀରତରଙ୍ଗ ଗଳ୍ପ ପୁରସ୍କାର, ଗୋକର୍ଣ୍ଣିକା ଗଳ୍ପ ପୁରସ୍କାର, ସୁବ୍ରତ ସ୍ମାରକୀ ପୁରସ୍କାର, ଧ୍ବନିପ୍ରତିଧ୍ବନି ଗଳ୍ପ ପୁରସ୍କାର ଆଦି ଅନେକ ସମ୍ମାନରେ ସମ୍ବର୍ଦ୍ଧିତ ଏହି ଗାଳ୍ପିକ୤ ଛାତ୍ର ଜୀବନରେ ଜଣେ ଅଗ୍ରଣୀ ଛାତ୍ରନେତା ତଥା ସୁବକ୍ତା ଭାବେ ଚର୍ଚ୍ଚିତ ଶ୍ରୀ ତ୍ରିପାଠୀ ଓଡ଼ିଆ ଭାଷାରେ ସ୍ନାତକୋତ୍ତର ସହିତ ଆଇନରେ ଡିଗ୍ରୀ ହାସଲ ପରେ କିଛି ଦିନ ଶିକ୍ଷକତା ଏବଂ ପରେ ୧୯୮୨ଠାରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌ରେ କାର୍ଯ୍ୟରତ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )