ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କୃଷ୍ଣଚନ୍ଦ୍ର ତ୍ରିପାଠୀ
କୃଷ୍ଣଚନ୍ଦ୍ର ତ୍ରିପାଠୀ ପାଇକ କବି ଭାବେ ପରିଚିତ କୃଷ୍ଣଚନ୍ଦ୍ର ତ୍ରିପାଠୀ( ୧୯୧୧ – ୧୯୯୮) ମୁଖ୍ୟତଃ ଜଣେ କବି ଭାବେ ଅନେକ କବିତା ରଚନା କରିଛନ୍ତି। ତାଙ୍କର କବିତାଗୁଡ଼ିକର ଭାଷା ସରଳ ହୋଇଥିବାରୁ ଏହାକୁ ପଢ଼ି ବୁଝିବା ପାଇଁ ପାଠକକୁ କୌଣସି ଅସୁବିଧା ହୁଏନାହିଁ। ତାଙ୍କ କବିତାଗୁଡ଼ିକ ମୁଖ୍ୟତଃ ଏତିହାସିକ ଓ ସାମାଜିକ ପୃଷ୍ଠଭୂମି ଉପରେ ଆଧାରିତ। ଖୋରଧାର ପାଇକମାନଙ୍କ ଉପରେ ଏକାଧିକ କବିତା ଲେଖିଥିବାରୁ ସେ ପାଇକକବି ଭାବେ ପରିଚିତ ହୋଇଥିଲେ। ତାଙ୍କର କବିତା ଗ୍ରନ୍ଥଗୁଡ଼ିକ ମଧ୍ୟରେ ‘ଦିଗ୍‌ବଳୟ’, ‘ଆତ୍ମଲିପି’, ‘ରୂପାୟନ’, ‘ଆହୂତି’, ‘ସଙ୍କେତ’ ‘ସାଧକର ସ୍ୱପ୍ନ’ ଆଦି ଅନ୍ୟତମ। ଏହା ବ୍ୟତୀତ କବିଙ୍କର ଆତ୍ମଜୀବନୀ ‘ନୀରବ କବିଟିଏ’ ମାଧ୍ୟମରେ ସେ ତାଙ୍କ ଜୀବନକାଳର ଅନେକ ଗାଥା ବାବଦରେ ଲେଖିଛନ୍ତି।
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ