ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କାମାକ୍ଷୀ ପ୍ରସାଦ ଦାଶ
କାମାକ୍ଷୀ ପ୍ରସାଦ ଦାଶ

କୈଶୋରରେ ଆରମ୍ଭ ହୋଇଥିବା ଅନ୍ଧତ୍ବଦ୍ବାରା ଜୀବନ ଅନ୍ଧକାର ହେଲେ ମଧ୍ୟ ଅବିଚଳ ବୀର ଶ୍ରୀଯୁକ୍ତ ଦାଶ ଅନେକ ଯୋଗ୍ୟତାର ଅଧିକାରୀ ହୋଇ ତା’ପରେ ସମ୍ମାନଜନକ ଅଧ୍ୟାପନା ବୃତ୍ତିରେ ଅବସ୍ଥାପିତ୤ ଶିକ୍ଷାଦାନ ବ୍ୟତୀତ କବିତା ଲେଖା ଓ ପ୍ରବନ୍ଧ ଆଲୋଚନାମାନଙ୍କରେ ଯୋଗ ଦେବା ତାଙ୍କର ନିଶା୤ ପ୍ରତିକୂଳ ପରିସ୍ଥିତି ମଧ୍ୟ ଜୀବନସଂଗ୍ରାମରେ ହାରି ନଯାଇ ନିଜର ଅଧ୍ୟବସାୟ ଜାରି ରଖିଛନ୍ତି ଶ୍ରୀ ଦାଶ୤ ସାମାଜିକ ବ୍ୟବସ୍ଥା ସହିତ ସର୍ବଦା ଜଡ଼ିତ ରହିବାକୁ ପସନ୍ଦ କରୁଥିବା ଶ୍ରୀ ଦାଶ ଅଦ୍ୟାବଧି ବ୍ରେଲ୍ ଲିପିରେ ହଜାରେରୁ ଅଧିକ କବିତା ସାଇତି ରଖିଛନ୍ତି୤ ଭାରତୀୟ ଦର୍ଶନରେ ରୁଚି ରଖିଥିବା ଶ୍ରୀଯୁକ୍ତ ଦାଶ ଇଂରାଜୀ ଓ ଓଡ଼ିଆ ଭାଷାରେ ସାମାଜିକ ସମସ୍ୟା ଉପରେ ବହୁ ନିବନ୍ଧ ରଚନା କରିଛନ୍ତି୤ ତାଙ୍କ ଦ୍ବାରା ରଚିତ ଇତିହାସ ସମ୍ପର୍କିତ ପାଞ୍ଚ ଖଣ୍ଡ ପାଣ୍ଡୁଲିପି ପ୍ରକାଶ ଅପେକ୍ଷାରେ ରହିଛି୤ ବିଭିନ୍ନ ସମୟରେ ରେଡ଼ିଓ ତଥା ସାଧାରଣ ସଭାରେ ନିଜର ଓଜସ୍ବିନୀ ବକ୍ତୃତା ମାଧ୍ୟମରେ ନସାଧାରଣଙ୍କୁ ଅନୁପ୍ରେରିତ କରିପାରିଛନ୍ତି ଶ୍ରୀ ଦାଶ୤ ରାୟଗଡ଼ା ପରି ଅନୁନ୍ନତ ଜିଲ୍ଲାରେ ଦୃଷ୍ଟିହୀନମାନଙ୍କ ପାଇଁ ଏକ ବିଦ୍ୟାଳୟ ସ୍ଥାପନ କରିବାରେ ତାଙ୍କର ଅବଦାନ ଅନସ୍ବୀକାର୍ଯ୍ୟ୤

ଶ୍ରୀଯୁକ୍ତ ଦାଶଙ୍କର “ମୋ ଇଲାକା” କବିତା ସଙ୍କଳନ , “ଭାରତ ଇତିହାସର ସଂକ୍ଷିପ୍ତ ପରିଚୟ” , “ଆହ୍ବାନ” ପୁସ୍ତକସମୂହ ବହୁ ପାଠକୀୟ ଆଦୃତି ଲାଭ କରିଅଛି ୤

ଶ୍ରୀଯୁକ୍ତ ଦାଶଙ୍କ ଜୀବନ ଗାଥା ସମସ୍ତ ଦୃଷ୍ଟିହୀନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ଅଟେ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • ମୁଦ୍ରଣ ଜନିତ ତ୍ରୁଟି ବହୁତ ପରିଲକ୍ଷିତ ହେଉଛି ଦୟାକରି ଧ୍ୟାନ ଦେବାକୁ ଅନୁରୋଧ
    ( ତପନ ଦୀକ୍ଷିତ(ବେଳାଭୂମି) )
  • ପିଲା ଦିନେ ବାପା ଙ୍କ ପାଖରୁ ଶୁଣିଥିଲି କବିତା ପ୍ରେମୀ ଓ ଏକ ଛୋଟ କବି ହିସାବରେ କବିତାରେ ରୁଚି ଥିବାରୁ ମୁଁ ଏ କବିତା ଖୋଜି…
    ( ଦୁର୍ଲ୍ଲଭ କୁମାର ରାଉତ )
  • ଜର୍ମାନୀରେ ରହୁଥିବା ବାବୁଜଣଙ୍କ ଓଡ଼ିଆଣୀ ବୋଉ ସାଥିରେ ବିଦେଶିନୀ ମମିକୁ ସମାନ ଭାବରେ ତଉଲିଦେଲେ । ବୋଧହୁଏ ଲେଖକଙ୍କର ଆନ୍ତରିକତାକୁ ସେ ପରଖିପାରି ନାହାନ୍ତି । ମମତାର…
    ( ରଙ୍ଗନାଥ ରଥ )