ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କାଳିନ୍ଦି ଚରଣ ପାଣିଗ୍ରାହୀ
କାଳିନ୍ଦି ଚରଣ ପାଣିଗ୍ରାହୀ ଓଡ଼ିଆ ସାହିତ୍ୟର ସବୁଜଗୋଷ୍ଠୀର ଲେଖକ ଭାବେ ପରିଚିତ କାଳିନ୍ଦୀ ଚରଣ ପାଣିଗ୍ରାହୀ(୧୯୦୧-୧୯୯୧) ଏକାଧାରରେ ଜଣେ ଗାଳ୍ପିକ, କବି, ଔପନ୍ୟାସିକ, ପ୍ରାବନ୍ଧିକ ଓ ନାଟ୍ୟକାର ଭାବେ ପ୍ରସିଦ୍ଧି ଲାଭ କରିଥିଲେ୤ ପଦ୍ମ ଭୂଷଣ ସମ୍ମାନ ସହିତ ସାହିତ୍ୟ ଏକାଡ଼େମୀର ଫେଲୋ ଭାବେ ଶ୍ରୀ ପାଣିଗ୍ରାହୀ ସମ୍ମାନିତ ହୋଇଥିଲାବେଳେ ତାଙ୍କର ରଚିତ ‘ମାଟିର ମଣିଷ’ ଉପନ୍ୟାସ ଏକ କାଳଜୟୀ କୃତି୤ ଏହା ଉପରେ ଏକ ଓଡିଆ ଚଳଚ୍ଚିତ୍ର ନିର୍ମାଣ ହୋଇ ପ୍ରଶଂସିତ ହୋଇଥିଲା୤ ଏହା ବ୍ୟତୀତ ତାଙ୍କ ରଚିତ ‘ ଲୁହାର ମଣିଷ’, ‘ମୁକ୍ତାଗଡ଼ର କ୍ଷୁଧା’ ଆଦି ବହୁ ଚର୍ଚ୍ଚିତ ସାମାଜିକ ଉପନ୍ୟାସ ଯେଉଁଥିରେ ସେହି ସମୟର ସାମାଜିକ ବ୍ୟବସ୍ଥା ଏବଂ ଲୋକମାନଙ୍କର ଚଳଣୀ ଉପରେ ନିଛକ ଚିତ୍ର ବିଷୟରେ ଜାଣିବାକୁ ମିଳିଥାଏ୤ ସେହିପରି ପ୍ରବନ୍ଧ ସଙ୍କଳନ ‘ସାହିତ୍ୟ ସମାଚାର ଓ ସାହିତ୍ୟିକ’, ‘ଯାଦୁଘର’, ‘ମହାଦୀପ’ ଆଦି କବିତା ସଙ୍କଳନ, ‘ଦ୍ବାଦଶୀ’, ‘ରାଶିଫଳ’ ଆଦି ଗଳ୍ପ ସଙ୍କଳନ ସହିତ ତାଙ୍କର ଆତ୍ମଜୀବନୀ ‘ଯାହା ଅଙ୍ଗେ ନିଭାଇଛି’ ଇତ୍ୟାଦି ହେଉଛି ଶ୍ରୀ ପାଣିଗ୍ରାହୀଙ୍କ ସାହିତ୍ୟ କୃତି ମଧ୍ୟରେ ଅନ୍ୟତମ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • 'ମାଗୁଣିର ଶଗଡ଼' ଗଳ୍ପର ଶୀର୍ଷକ ଯେପରି ଆକର୍ଷଣୀୟ....ତାର ବିଷୟ ବସ୍ତୁ ସେହିପରି ହୃଦୟସ୍ପର୍ଶୀ। ପ୍ରାଚୀନ କାଳର ହାତ ଗଢା ଯାନବାହାନ ଏବଂ ଆଧୁନିକ କାଳର ଯନ୍ତ୍ର…
    ( ଝରଣା ମହାରଣା )
  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )