ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଭୁବନେଶ୍ବର ବେହେରା
ଭୁବନେଶ୍ବର ବେହେରା ଏକାଧାରରେ ଜଣେ ଖ୍ୟାତନାମା ଇଞ୍ଜିନିୟର୍‌, ସାହିତ୍ୟିକ, ଶିକ୍ଷାବିତ୍‌ ଓ ପ୍ରଶାସକ ଭାବେ ଭୁବନେଶ୍ବର ବେହେରା (୧୯୧୬-୨୦୦୧) ଏକ ପ୍ରତିଷ୍ଠିତ ନାମ୤ ରାଉରକେଲା ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ, ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ସହିତ ଏକାଧିକ କାର୍ଯ୍ୟରେ ଶ୍ରୀ ବେହେରା ପ୍ରଥମ ବ୍ୟକ୍ତି ଭାବେ ପରିଗଣିତ ହୋଇଥିଲେ୤ ସେହିପରି ହିରାକୁଦ ବନ୍ଧ ନିର୍ମାଣରେ ଜଣେ ପ୍ରମୁଖ ଇଞ୍ଜିନିୟର୍‌ ସହିତ ଓଡ଼ିଶାର ପ୍ରଥମ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟଭାବେ ବୁର୍ଲାଠାରେ ୟୁନିଭର୍‌ସିଟି କଲେଜ୍‌ ଅଫ୍‌ ଇଞ୍ଜିନିୟରିଂ ସ୍ଥାପନା କରିବାରେ ସେ ଥିଲେ ପ୍ରମୁଖ ବ୍ୟକ୍ତି୤ ବିଶେଷ କରି ଜଣେ ରମ୍ୟ ରଚନା ଲେଖକ ଭାବେ ଶ୍ରୀ ବେହେରାଙ୍କ ‘ଶୁଣ ପରୀକ୍ଷ’, ‘କଥା ଓ ଲଥା’, ‘ଫରଫର ଉଡ଼େ କାନି’ ଓ ‘କହି ନ ଜାଣେ’ ଆଦି ସଙ୍କଳନ ସହିତ ‘ସହାବସ୍ଥାନ’ ନାମକ ଗଳ୍ପଗ୍ରନ୍ଥ, ‘ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି’ ନାମକ ଭ୍ରମଣ କାହାଣୀ ଓ ‘ଗାଁର ଡାକ’ ଆତ୍ମଜୀବନୀ ହେଉଛି ତାଙ୍କର ପ୍ରକାଶିତ ଲେଖା ମଧ୍ୟରେ ଅନ୍ୟତମ୤ ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାର ସହିତ ସାରଳା ପୁରସ୍କାର ଆଦି ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନୀତ ଶ୍ରୀ ବେହେରା ତାଙ୍କ ଲେଖା ମାଧ୍ୟମରେ ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • କବିତା ସଙ୍କଳନ ପାଠ ପଢିବା ସମୟରେ ମନରେ ଗଭୀର ଭାବରେ ପ୍ରଭାବିତ କରିଥିଲା। ପ୍ରକୃତରେ ଏହା ଏକ ପ୍ରେରଣା ଯୁକ୍ତ କବିତା।
    ( ଭୋଳାନାଥ ବଗର୍ତ୍ତି )
  • ଅଭୁତପୂର୍ବ, ଭାବାବେଶ, ଜୀବନ ଦର୍ଶନ ରେ ରୁଦ୍ଧିମନ୍ତ କବିତା ଗଭୀର ପ୍ରଶାନ୍ତି ପ୍ରଦାନ କରିବା ସଙ୍ଗେ ସଙ୍ଗେ କଲେଜ ଦିନର ସ୍ମୃତି ଉଜ୍ଜୀବିତ କରିଥାଏ l
    ( ଫକିର ମୋହନ ବାରିକ )
  • ମୁଁ ଗୋଟିଏ ଓଡ଼ିଆ କବିତା ଲେଖିଛି। ଆପଣଙ୍କ ପାଖକୁ ପଠେଇବାକୁ ଇଛା କରୁଛି। ଦୟାକରି ଆପଣଙ୍କ ଇ-ମେଲ ଦିଅନ୍ତୁ। ଆଶା ଆପଣଙ୍କୁ ମୋ କବିତା ଭଲ ଲାଗିବ।…
    ( Rajesh Kumar Sahu )