ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କିଶୋରୀ ଚରଣ ଦାସ
ଅମିୟବାଳା ପଟ୍ଟନାୟକ
କେ.ଶ୍ୟାମବାବୁ ଦୋରା
ସନ୍ୟାସୀ ନାୟକ
କୃଷ୍ଣପ୍ରସାଦ ମିଶ୍ର
ସଦାନନ୍ଦ ତ୍ରିପାଠୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସୌଭାଗ୍ୟ ମିଶ୍ର
ସୌଭାଗ୍ୟ ମିଶ୍ର ୧୯୪୧ ମସିହାରେ ଜନ୍ମ ଗ୍ରହଣ କରିଥିବା କବି ଡ. ସୌଭାଗ୍ୟ କୁମାର ମିଶ୍ର ଆଧୁନିକ ଓଡ଼ିଆ କବିତାର ଜଣେ ଯୁଗପ୍ରବର୍ତ୍ତକ କବି ଭାବେ ସ୍ବୀକାର୍ଯ୍ୟ୤ ଆଧୁନିକ ଓଡ଼ିଆ କାବ୍ୟସାହିତ୍ୟକୁ କ୍ଲୀଷ୍ଟତାରୁ ମୁକୁଳେଇ ଲୌକିକ ଓ କଥୋପକଥନ ସ୍ତରକୁ ଆଣିବାରେ କବି ଡ.ମିଶ୍ରଙ୍କର ଭୂମିକା ଅନବଦ୍ୟ୤ ତାଙ୍କ କବିତାରେ ଭାଷାର ଅଭୁତପୂର୍ବ ବ୍ୟଞ୍ଜନା, ନାଟକୀୟ କଥନଭଙ୍ଗୀ, ବୁଦ୍ଧିଦୀପ୍ତ ପରିହାସ, ଆବେଗର ସଂଯତ ଓ ସଂକ୍ଷିପ୍ତ ଉଚ୍ଚାରଣ ତଥା ଚିତ୍ରମୟତା ଅଦ୍ବିତୀୟ୤ ସ୍ନାତକୋତ୍ତର ଇଂରାଜୀରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା କବି ରେଭେନ୍‌ଶା ଓ ବିଜେବି ଭଳି ମର୍ଯ୍ୟାଦାଜନକ ମହାବିଦ୍ୟାଳୟରେ ଅଧ୍ୟାପନା ପରେ ୧୯୭୮ରୁ ୨୦୦୧ ଯାଏଁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ବରିଷ୍ଠ ପ୍ରଫେସର ଭାବେ ଶିକ୍ଷାଦାନ କରି ଅବସରପ୍ରାପ୍ତ୤ ୨୫ରୁ ଊର୍ଦ୍ଧ୍ବ ପୁସ୍ତକର ରଚୟିତା କବି ଡ. ମିଶ୍ରଙ୍କର ଉଲ୍ଲେଖନୀୟ କାବ୍ୟଗ୍ରନ୍ଥଗୁଡ଼ିକ ମଧ୍ୟରେ 'ଆତ୍ମନେପଦୀ', 'ମଧ୍ୟପଦଲୋପୀ', 'ନଈ ପହଁରା', 'ଅନ୍ଧ ମହୁମାଛି', 'ବଜ୍ରଯାନ', 'ମଣିକର୍ଣ୍ଣିକା', 'ଦ୍ବାସୁପର୍ଣ୍ଣା', 'ଅନ୍ୟତ୍ର' ଓ 'ଚରାଚର' ଆଦି ଅନ୍ୟତମ୤ ଓଡ଼ିଶା ସାହିତ୍ୟ ଏକାଡ଼େମୀ, କେନ୍ଦ୍ର ସାହିତ୍ୟ ଏକାଡ଼େମୀ, ଶାରଳା ପୁରସ୍କାର ଆଦି ଅନେକ ମର୍ଯ୍ୟାଦାଜନକ ପୁରସ୍କାରରେ ସମ୍ବର୍ଦ୍ଧିତ କବି ଡ. ମିଶ୍ର ଏକମାତ୍ର ଓଡ଼ିଆ ଲେଖକ ଭାବେ ଆମେରିକା ସରକାରଙ୍କ ଆମନ୍ତ୍ରଣ କ୍ରମେ ୧୯୮୩ରେ ଆଇଓୱା ବିଶ୍ବବିଦ୍ୟାଳୟରେ ଆନ୍ତର୍ଜାତିକ ଲେଖକ ଭାବେ ଯୋଗଦେଇ ସମ୍ମାନିତ ହୋଇଥିଲେ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )