ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ରମାକାନ୍ତ ରଥ
ରମାକାନ୍ତ ରଥ ୧୯୩୪ ମସିହାରେ ଜନ୍ମଗ୍ରହଣ କରିଥିବା କବି ରମାକାନ୍ତ ରଥ ଆଧୁନିକ ଓଡ଼ିଆ କବିତାର ଜଣେ ଦିଗନିର୍ଣ୍ଣାୟକ କବି ଭାବରେ ପ୍ରସିଦ୍ଧ୤ ଆଧ୍ୟାତ୍ମିକତା ଏବଂ ମାନବବାଦୀ ଚେତନାରେ ଉଦ୍‌ବୁଦ୍ଧ କବି ଶ୍ରୀ ରଥ ତାଙ୍କର କବିତା ଶୈଳୀର ନୂତନତ୍ବ ଓ କାବ୍ୟଭାବନାର ମୌଳିକତା ପାଇଁ ଆଧୁନିକ ଭାରତୀୟ କବିତାର ଅନ୍ୟତମ ବିଶିଷ୍ଟ କବି ଭାବରେ ସମ୍ମାନିତ୤ ଏକାଧାରରେ ଜଣେ ବରିଷ୍ଠ ପ୍ରଶାସକ ସହିତ ପ୍ରତିଷ୍ଠିତ କବି ଭାବେ ଶ୍ରୀ ରଥ ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଏକ ପ୍ରତିଷ୍ଠିତ ବ୍ୟକ୍ତିତ୍ବ୤ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ସରସ୍ବତି ସମ୍ମାନ, ସାହିତ୍ୟ ଏକାଡ଼େମୀର ଫେଲୋ ଓ ପଦ୍ମଭୂଷଣ ଭଳି ରାଷ୍ଟ୍ରୀୟ ସମ୍ମାନରେ ରାଜ୍ୟର ଗୌରବ ବୃଦ୍ଧି କରିଥିବା କବି ଶ୍ରୀ ରଥ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ଉପ-ସଭାପତି ଓ ସଭାପତି ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି୤ ତାଙ୍କ ରଚିତ ଏବଂ ପ୍ରକାଶିତ କାବ୍ୟ ଗ୍ରନ୍ଥ ମଧ୍ୟରେ ‘କେତେ ଦିନର’, ‘ ସପ୍ତମ ଋତୁ’, ‘ ସଚିତ୍ର ଅନ୍ଧାର’, ‘ ଶ୍ରୀରାଧା’, ‘ ଶ୍ରୀପଳାତକ’ ଆଦି ଅନ୍ୟତମ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • 'ମାଗୁଣିର ଶଗଡ଼' ଗଳ୍ପର ଶୀର୍ଷକ ଯେପରି ଆକର୍ଷଣୀୟ....ତାର ବିଷୟ ବସ୍ତୁ ସେହିପରି ହୃଦୟସ୍ପର୍ଶୀ। ପ୍ରାଚୀନ କାଳର ହାତ ଗଢା ଯାନବାହାନ ଏବଂ ଆଧୁନିକ କାଳର ଯନ୍ତ୍ର…
    ( ଝରଣା ମହାରଣା )
  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )