ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମନୋଜ ଦାସ
ମନୋଜ ଦାସ ପଦ୍ମଶ୍ରୀ ମନୋଜ ଦାସ, ଓଡ଼ିଆ କଥା ସାହିତ୍ୟର ଅନନ୍ୟ ବିନ୍ଧାଣି୤ ତାଙ୍କ ଲେଖାର ନିଆରା ଶୈଳୀ ପାଇଁ ଆଧୁନିକ ଓଡ଼ିଆ ସାହିତ୍ୟରେ ତାଙ୍କୁ ବିଷ୍ଣୁ ଶର୍ମାଙ୍କ ସହ ତୁଳନା କରାଯାଏ ୤ ୧୯୩୪ ରେ ବାଲେଶ୍ବର ଜିଲ୍ଲାର ଏକ କ୍ଷୁଦ୍ର ଉପକୂଳ ଗ୍ରାମ ଶଙ୍ଖାରୀରେ ଜନ୍ମ ନେଇଥିବା ଦାସ ଉଭୟ ଓଡ଼ିଆ ଓ ଇଂରାଜୀରେ ଅନେକ ସାହିତ୍ୟ ସୃଷ୍ଟି କରିଛନ୍ତି୤ ୧୯୬୩ ମସିହାରୁ ସେ ପଣ୍ଡିଚେରୀର ଶ୍ରୀଅରବିନ୍ଦ ଆଶ୍ରମକୁ ସାଧାନାର କ୍ଷେତ୍ର ଭାବେ ବାଛି ନେଇଛନ୍ତି୤ ଶ୍ରୀ ଦାସଙ୍କ କଲମରୁ ସୃଷ୍ଟି ହୋଇଛି ଅନେକ ଗଳ୍ପ, କବିତା, ଭ୍ରମଣ କାହାଣୀ ଓ ଉପନ୍ୟାସ୤ ଏକାଧିକ ପୁସ୍ତକର ରଚୟିତା ଏହି ସ୍ରଷ୍ଟାଙ୍କୁ ସାହିତ୍ୟ ସାଧନା ପାଇଁ ମିଳିଛି କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାର, ସରସ୍ବତୀ ସମ୍ମାନ, ବିଷୁବ ସମ୍ମାନ, ସାରଳା ସମ୍ମାନ ସମେତ ଅନେକ ପୁରସ୍କାର୤ ଦାସଙ୍କ ଚର୍ଚ୍ଚିତ ରଚନା ମଧ୍ୟରେ ରହିଛି ‘ଅମୃତ ଫଳ’, ‘ତନ୍ଦ୍ରାଲୋକର ପ୍ରହରୀ’, ‘ଗୋଧୂଳିର ବାଘ’ ଆଦି ଉପନ୍ୟାସ ସହିତ ‘ଶେଷ ବସନ୍ତର ଚିଠି’, ‘ଧୂମାର ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ’, ‘ମନୋଜ ଦାସଙ୍କ କଥା ଓ କାହାଣୀ’ ଆଦି ଗଳ୍ପ ସଙ୍କଳନ, ‘ଶତାବ୍ଦୀର ଆର୍ତ୍ତନାଦ’, ‘ତୁମ ଗାଁ ଓ ଅନ୍ୟାନ୍ୟ କବିତା’ ଆଦି କବିତା ସଙ୍କଳନ ସହିତ ଅନେକ ଭ୍ରମଣ କାହାଣୀ, ଶିଶୁ ସାହିତ୍ୟ, ପ୍ରବନ୍ଧ ଓ ରମ୍ୟରଚନା ଇତ୍ୟାଦି୤ ସମ୍ପ୍ରତି ଆଧ୍ୟାତ୍ମିକ ସାଧନାରେ ଅଧିକ ସମୟ କାଟୁଥିବା ଶ୍ରୀ ଦାସ ସାହିତ୍ୟ ସାଧନାରୁ ବିରତି ନେଇସାରିଛନ୍ତି୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ର ମାତୃଭୂମି କାବ୍ୟ ଅନନ୍ୟ।ଆଜିର ଓଡ଼ିଆମାନଙ୍କ ମନରେ ଭାଷା ପ୍ରତି ମମତା ଜାଗ୍ରତ କରିବା ର ଉଦାହରଣ।କିଭଳି ନିଷ୍ଠାର ସହ…
    ( ଅଶୋକ ପରିଡା )
  • ହାଇସ୍କୁଲ ରେ ପଢ଼ିଥିଲି l କର୍ମରତ ଜୀବନରେ ସବୁ ଭୁଲି ଯାଉଥିଲି କିନ୍ତୁ ପଡ଼ିଲେଖା ମୋର ସବୁବେଳେ ମନେ ରହୁଥିଲା "ବରଜୀବ ରସେ ଦେଇ......... ହୋଇବ ଗାଈ…
    ( Saidev patel )
  • ଭଲ ଲାଗିଲା । ମନେ ମନେ ଖୋଜୁଥିଲି ଅନେକ ପ୍ରିୟ କବିଙ୍କ କବିତା । ଆଜି ଆପଣଙ୍କ ମାଧ୍ୟମରେ ପ୍ରିୟ କବି ମାୟାଧର ମାନସିଂହଙ୍କ କବିତା ତରୁଣ…
    ( ମହେନ୍ଦ୍ର କୁମାର ପ୍ରଧାନ )