ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଗୋପୀନାଥ ମହାନ୍ତି
ଗୋପୀନାଥ ମହାନ୍ତି ଚଳିତ ଶତାବ୍ଦୀର ଭାରତୀୟ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଗୋପୀନାଥ ମହାନ୍ତି (୧୯୧୪-୯୧) ଉଲ୍ଲେଖନୀୟ ଗୁରୁତ୍ବର ଅଧିକାରୀ୤ ଆଦିବାସୀ ଜନଜୀବନ, ସୁଖ-ଦୁଃଖ, ସଂଘାତ-ସଂଘର୍ଷ, ସ୍ବପ୍ନ ଓ ସମ୍ଭାବନାର ଚିତ୍ର ତାଙ୍କ ଲେଖନୀରେ ବାସ୍ତବରୂପ ଧାରଣ କରିଥିଲା୤ ମୁଖ୍ୟତଃ ଜଣେ ଔପନ୍ୟାସିକ ଭାବେ ପ୍ରତିଷ୍ଠା ଲାଭ କରିଥିଲେ ମଧ୍ୟ ତାଙ୍କ ରଚିତ କ୍ଷୁଦ୍ରଗଳ୍ପଗୁଡ଼ିକ ବେଶ୍ ମାର୍ମିକ ଥିଲା୤ ଏହା ସହିତ ସେ ଜଣେ ଅନୁବାଦକ ସହିତ ଦୁଇଟି ଜୀବନୀ ଓ ନିଜର ଆତ୍ମଜୀବନୀ ମଧ୍ୟ ଲେଖିଥିଲେ୤ ମଣିଷର ବିଭିନ୍ନ ଅବସ୍ଥା ସହିତ ପରିବେଶ ଓ ପ୍ରକୃତିର ଭିନ୍ନ ଭିନ୍ନ ଚିତ୍ର ତାଙ୍କ ରଚନାରେ ଜୀବନ୍ତ ହୋଇଉଠିଥିଲା୤ ଓଡ଼ିଆ ଭାଷାର ସାହିତ୍ୟିକଭାବେ ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ପ୍ରଥମ ଜ୍ଞାନପୀଠ ପୁରସ୍କାର ସହିତ ଅନେକ ସମ୍ମାନ ଓ ପୁରସ୍କାର ପାଇଥିବା ଗୋପୀନାଥଙ୍କ ବିଭିନ୍ନ ଲେଖା ମଧ୍ୟରୁ ‘ମାଟିମଟାଳ’, ‘ଅମୃତର ସନ୍ତାନ’, ‘ପରଜା’, ‘ଦାଦିବୁଢ଼ା’ ଆଦି ବହୁ ଚର୍ଚ୍ଚିତ ଉପନ୍ୟାସ୤ ତାଙ୍କ ରଚିତ ଗଳ୍ପ ସଙ୍କଳନ ମଧ୍ୟରେ ‘ଘାସଫୁଲ’, ‘ଉଡ଼ନ୍ତାଖଇ’, ‘ଗୁପ୍ତଗଙ୍ଗା’ ଓ ‘ଛାଇଆଲୁଅ’ ଆଦି ଅନ୍ୟତମ୤ ସେହିପରି ବିଶ୍ବପ୍ରସିଦ୍ଧ ସାହିତ୍ୟିକ ଲିଓ ଟଲ୍‌ଷ୍ଟୟଙ୍କ ପ୍ରସିଦ୍ଧ ଉପନ୍ୟାସର ଓଡିଆ ଅନୁବାଦ ‘ଯୁଦ୍ଧ ଓ ଶାନ୍ତି’ ସହିତ ‘ଉତ୍କଳମଣି’ ଓ ‘ଧୂଳିମାଟିର ସନ୍ଥ’ ତାଙ୍କ ଲିଖିତ ଦୁଇଟି ଜୀବନୀ ଗ୍ରନ୍ଥ୤ ଏହା ସହିତ ଗୋପିନାଥଙ୍କ ନିଜ ଆତ୍ମଜୀବନୀ ଗ୍ରନ୍ଥ ହେଉଛି ‘ସ୍ରୋତସ୍ବତୀ’୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • 'ମାଗୁଣିର ଶଗଡ଼' ଗଳ୍ପର ଶୀର୍ଷକ ଯେପରି ଆକର୍ଷଣୀୟ....ତାର ବିଷୟ ବସ୍ତୁ ସେହିପରି ହୃଦୟସ୍ପର୍ଶୀ। ପ୍ରାଚୀନ କାଳର ହାତ ଗଢା ଯାନବାହାନ ଏବଂ ଆଧୁନିକ କାଳର ଯନ୍ତ୍ର…
    ( ଝରଣା ମହାରଣା )
  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )