ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଦୀପକ ମିଶ୍ର
ଦୀପକ ମିଶ୍ର ଜଣେ ମାନବବାଦୀ କବି ଭାବେ ଦୀପକ ମିଶ୍ର (୧୯୩୮-୨୦୦୮)ଙ୍କ କବିତାଗୁଡ଼ିକ ଓଡ଼ିଆ କବିତା ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ। ସାମ୍ବାଦିକଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ଶ୍ରୀ ମିଶ୍ର ପରବର୍ତ୍ତୀ ସମୟରେ ଇତିହାସର ଅଧ୍ୟାପକଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତିଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ବିଶେଷତଃ ଜଣେ କବିଭାବେ ପରିଚିତ ଶ୍ରୀ ମିଶ୍ର ଜଣେ ଅନୁବାଦକ ଏବଂ ସମୀକ୍ଷକ ତଥା ପ୍ରାବନ୍ଧିକଭାବେ ପରିଚିତ। ତାଙ୍କ ରଚିତ କବିତା ଗ୍ରନ୍ଥଗୁଡ଼ିକ ମଧ୍ୟରେ ‘ଅସମାପିକା’, ‘ଅନୁଷ୍ଟୁପ୍‌’, ‘ନିଷିଦ୍ଧ ହ୍ରଦ’, ‘ନିର୍ଜନ ନକ୍ଷତ୍ର’, ‘ବୃତ୍ତ’ , ‘ଅରଣା ମଇଁଷି’ , ‘ନିଦାଘ ଯାତ୍ରା’, ‘ଶୂନ୍ୟତାର ଶୋଷ’, ‘ସୁଖ ସଂହିତା’ ଆଦି ଅନ୍ୟତମ। ଏହା ସହିତ ତାଙ୍କର ପ୍ରବନ୍ଧ ସଙ୍କଳନ ମଧ୍ୟରେ ‘କବି କବିତା ଓ ତା’ର ପୃଷ୍ଠଭୂମି’, ‘କବି କବିତା କାବ୍ୟଭୂମି’ ଓ ‘ମହାଭାରତ ଏକ ତୁଳନାତ୍ମକ ସମୀକ୍ଷା’ ଆଦି ଅନ୍ୟତମ। ସେ ଉଭୟ ଓଡ଼ିଶା ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ସହିତ ବିଷୁବ ପୁରସ୍କାର ଓ ଅନ୍ୟ ପୁରସ୍କାର ଏବଂ ସମ୍ମାନ ଆଦି ପାଇଥିଲେ।
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • କବିତା ସଙ୍କଳନ ପାଠ ପଢିବା ସମୟରେ ମନରେ ଗଭୀର ଭାବରେ ପ୍ରଭାବିତ କରିଥିଲା। ପ୍ରକୃତରେ ଏହା ଏକ ପ୍ରେରଣା ଯୁକ୍ତ କବିତା।
    ( ଭୋଳାନାଥ ବଗର୍ତ୍ତି )
  • ଅଭୁତପୂର୍ବ, ଭାବାବେଶ, ଜୀବନ ଦର୍ଶନ ରେ ରୁଦ୍ଧିମନ୍ତ କବିତା ଗଭୀର ପ୍ରଶାନ୍ତି ପ୍ରଦାନ କରିବା ସଙ୍ଗେ ସଙ୍ଗେ କଲେଜ ଦିନର ସ୍ମୃତି ଉଜ୍ଜୀବିତ କରିଥାଏ l
    ( ଫକିର ମୋହନ ବାରିକ )
  • ମୁଁ ଗୋଟିଏ ଓଡ଼ିଆ କବିତା ଲେଖିଛି। ଆପଣଙ୍କ ପାଖକୁ ପଠେଇବାକୁ ଇଛା କରୁଛି। ଦୟାକରି ଆପଣଙ୍କ ଇ-ମେଲ ଦିଅନ୍ତୁ। ଆଶା ଆପଣଙ୍କୁ ମୋ କବିତା ଭଲ ଲାଗିବ।…
    ( Rajesh Kumar Sahu )