ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସାର୍‌ ବାସୁଦେବ ସୁଢ଼ଳଦେବ
ସାର୍‌ ବାସୁଦେବ ସୁଢ଼ଳଦେବ ସାର୍‌ ବାସୁଦେବ ସୁଢ଼ଳଦେବ (୧୮୫୧-୧୯୦୩) ଓଡ଼ିଆ ସାହିତ୍ୟର ଅନ୍ୟତମ ବିଶିଷ୍ଟ ସ୍ଥପତି୤ ଓଡ଼ିଆ ଭାଷା ସାହିତ୍ୟକୁ ପରିଚ୍ଛନ୍ନ ଦିଗନ୍ତରୁ ସନ୍ଧାନ ଦେବା ତାଙ୍କର ଆଭିମୁଖ୍ୟ ଥିଲା୤ ତାଙ୍କ ଦ୍ବାରା ଓଡ଼ିଆ ସାରସ୍ବତ ପରମ୍ପରାରେ ପ୍ରାଚୀନ ଓ ଆଧୁନିକ ଧାରାର ସମନ୍ବୟ ସଂସାଧିତ ହୋଇଥିଲା୤ ଭଞ୍ଜ-ସାହିତ୍ୟ ଓ ରାଧାନାଥ ସାହିତ୍ୟ ଭାବଧାରାର ଊର୍ଦ୍ଧ୍ବରେ ଆଧୁନିକ ସାହିତ୍ୟ ନିର୍ମାଣର ଅଭିନବ ପଦକ୍ଷେପ ସେ ଗ୍ରହଣ କରିଥିଲେ୤ ପରମ୍ପରାର ଦୀର୍ଘ ପଦଯାତ୍ରା ମଧ୍ୟରେ ସମକାଳୀନ ନବୀନତ୍ବକୁ ଚିରନ୍ତନ ବ୍ୟାପ୍ତି ପ୍ରଦାନ କରିବା ଥିଲା ତାଙ୍କର ଲକ୍ଷ୍ୟ୤ ଓଡ଼ିଆ ଭାଷା ସୁରକ୍ଷାଠାରୁ ଶୁଦ୍ଧ ଓଡ଼ିଆ ଭାଷା ସାହିତ୍ୟ ନିର୍ମାଣରେ ତାଙ୍କର ଯୋଗଦାନ ସ୍ମରଣୀୟ୤ ଓଡ଼ିଆରେ ଅଳଙ୍କାରକୁ ଅର୍ଥବତ୍ତାର ସ୍ମାରକୀରୂପେ ଗ୍ରହଣ କରିବା ସହିତ ପ୍ରକୃତିର ଅନବଦ୍ୟ ରୂପଚର୍ଯ୍ୟାକୁ କାବ୍ୟଶୈଳୀରେ ପରିବେଷଣ କରିବା ଚିରଞ୍ଜିବୀ ବୀରବନ୍ଦନାରେ ଜାତୀୟବାଦୀ ବୀଜବପନ କରିବା ଏବଂ ବୈଦିକ ସାହିତ୍ୟ ଅନ୍ତରାଳରେ ଓଡ଼ିଆ ସାହିତ୍ୟର ଜୀବନୀଶକ୍ତି ଅନ୍ବେଷଣ କରିବାହିଁ ସୁଢ଼ଳଦେବଙ୍କ ସାରସ୍ବତ ଦ୍ୟୋତନା୤ ଓଡ଼ିଆ ସାହିତ୍ୟରେ ସାମଗ୍ରିକଭାବେ ପ୍ରାଣଶକ୍ତି ସଞ୍ଚାର କରି ଏକ ନୂତନ ସଂଜ୍ଞା ପ୍ରଦାନ କରିବାରେ ସୁଢ଼ଳ ସାହିତ୍ୟ ସିଦ୍ଧିପ୍ରାପ୍ତ୤ ସୁଢ଼ଳଦେବଙ୍କ ଜୀବନ ଓ ସାହିତ୍ୟ ଓଡ଼ିଆ କବି ଓ ଲେଖକଙ୍କୁ ପ୍ରବୋଧିତ କରିଛି୤ ସ୍ବାଧୀନତା ପୂର୍ବ ଓ ସେତେବେଳର ଓଡ଼ିଆ ଭାଷାର ପରିଚୟ ସଙ୍କଟ ସମୟରେ ବାମଣ୍ଡା ଭଳି ଉପାନ୍ତ ରାଜ୍ୟର ଶାସକ ଥାଇ ମଧ୍ୟ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରଚାର ପାଇଁ ତାଙ୍କ ଉଦ୍ୟମ ଅନସ୍ବୀକାର୍ଯ୍ୟ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • ମୁଦ୍ରଣ ଜନିତ ତ୍ରୁଟି ବହୁତ ପରିଲକ୍ଷିତ ହେଉଛି ଦୟାକରି ଧ୍ୟାନ ଦେବାକୁ ଅନୁରୋଧ
    ( ତପନ ଦୀକ୍ଷିତ(ବେଳାଭୂମି) )
  • ପିଲା ଦିନେ ବାପା ଙ୍କ ପାଖରୁ ଶୁଣିଥିଲି କବିତା ପ୍ରେମୀ ଓ ଏକ ଛୋଟ କବି ହିସାବରେ କବିତାରେ ରୁଚି ଥିବାରୁ ମୁଁ ଏ କବିତା ଖୋଜି…
    ( ଦୁର୍ଲ୍ଲଭ କୁମାର ରାଉତ )
  • ଜର୍ମାନୀରେ ରହୁଥିବା ବାବୁଜଣଙ୍କ ଓଡ଼ିଆଣୀ ବୋଉ ସାଥିରେ ବିଦେଶିନୀ ମମିକୁ ସମାନ ଭାବରେ ତଉଲିଦେଲେ । ବୋଧହୁଏ ଲେଖକଙ୍କର ଆନ୍ତରିକତାକୁ ସେ ପରଖିପାରି ନାହାନ୍ତି । ମମତାର…
    ( ରଙ୍ଗନାଥ ରଥ )