ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅଶୋକ ଚନ୍ଦ୍ର ମହାପାତ୍ର
ଅଶୋକ ଚନ୍ଦ୍ର ମହାପାତ୍ର କବି ଅଶୋକ ଚନ୍ଦ୍ର ମହାପାତ୍ର ସାମ୍ପ୍ରତିକ ସମୟର ଜଣେ ସୁପରିଚିତ କବି୤ ଭାବପୂର୍ଣ୍ଣ ଅଥଚ ସଂକ୍ଷିପ୍ତ ବକ୍ତବ୍ୟ ଏବଂ ଶବ୍ଦ ଚୟନର ନିଆରାପଣ ଯୋଗୁଁ ଓଡ଼ିଆ କବିତାରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି୤ ବହୁତ ଦିନ ଧରି ବିହ୍ବଳ କରି ରଖିଥିବା ତାଙ୍କର ନିରୋଳା ଅନୁଭବକୁ ବିନା ସଜବାଜରେ ପାଠକ ଆଗରେ ମେଲି ଧରିବାର କ୍ଷମତା ହିଁ ତାଙ୍କର ବିଶେଷତ୍ବ୤ ଓଡ଼ିଶାରେ ପ୍ରମୁଖ ପତ୍ର ପତ୍ରିକାରେ ତାଙ୍କର ଚାରିଶହରୁ ଅଧିକ କବିତା, ୨୫ଟି ଗଳ୍ପ ଆଦି ପ୍ରକାଶିତ ହୋଇଥିବା ବେଳେ ତାଙ୍କର ବହୁ ଲେଖା ବିଭିନ୍ନ ଭାଷାରେ ଅନୁବାଦ ମଧ୍ୟ ହୋଇଛି୤ ଖୋର୍ଦ୍ଧା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା କବି ଶ୍ରୀ ମହାପାତ୍ର ସମ୍ପ୍ରତି ରାଉରକେଲା ଇସ୍ପାତ କାରଖାନାରେ ଯନ୍ତ୍ରୀ ଭାବେ କାର୍ଯ୍ୟରତ୤ ତାଙ୍କର କବିତା ସଙ୍କଳନ ପୁସ୍ତକ ‘ଗୋଟିଏ ନିଃସଙ୍ଗ ଦିନ’ ପାଠକମାନଙ୍କ ବେଶ୍‌ ଆଦୃତ ଲାଭ କରିଛି୤ ତାଙ୍କର ସୃଜନଶୀଳତାର ସ୍ବୀକୃତି ଭାବେ ସେ ସ୍ବସ୍ତି ସମ୍ମାନ, ଗଙ୍ଗାଧର ମେହେର ସମ୍ମାନ, ଚନ୍ଦ୍ରଭାଗା ସମ୍ମାନ ଆଦି ଅନେକ ସମ୍ମାନ ଓ ପୁରସ୍କାର ପାଇଛନ୍ତି୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • ମୁଁ ଗୋଟିଏ ଓଡ଼ିଆ କବିତା ଲେଖିଛି। ଆପଣଙ୍କ ପାଖକୁ ପଠେଇବାକୁ ଇଛା କରୁଛି। ଦୟାକରି ଆପଣଙ୍କ ଇ-ମେଲ ଦିଅନ୍ତୁ। ଆଶା ଆପଣଙ୍କୁ ମୋ କବିତା ଭଲ ଲାଗିବ।…
    ( Rajesh Kumar Sahu )
  • Bahut bhala heichi sir.... Great peom. Khub mana chhuan kabita lekhichhanti....
    ( Santosh Barik )
  • Nice Poetry
    ( ମନ୍ମଥ କୁମାର ଦଳେଇ )