ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଡକ୍ଟର ମାୟାଧର ମାନସିଂହ
ଗଣେଶ୍ୱର ମିଶ୍ର
ଜଗଦୀଶ ମହାନ୍ତି
ସାର୍‌ ବାସୁଦେବ ସୁଢ଼ଳଦେବ
ଅକ୍ଷୟ ମହାନ୍ତି
କାଳିନ୍ଦି ଚରଣ ପାଣିଗ୍ରାହୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଜୁନ୍ ୨୧, ୨୦୧୧  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ଶାଶୂଙ୍କ ଅଭ୍ୟାସ ଓ ନଣନ୍ଦର ପ୍ରକୃତି, ଟିକେ ଟିକେ କଥାରେ ଖୁଣ୍ଟା ଦେବା, ଲତାଅପାର ବାପାମା’ଙ୍କୁ ଦୋଷ ଦେବା୤ ତା’ ସ୍ବାମୀ କଲେଜକୁ ଚାଲିଯାଆନ୍ତି୤ ଶନିବାର ଦିନ ସଂଜକୁ ଗାଁକୁ ଆସନ୍ତି, ପୁଣି ସୋମବାର ଦିନ ସକାଳୁ ବାହାରିଯାଆନ୍ତି୤ ଲତାଅପା ତା ସ୍ବାମୀକୁ ଏ କଥା କହିଲେ, ତା’ ସ୍ବାମୀ କହନ୍ତି, ଟିକେ ଚଳେଇନିଅ୤ ସେ କହିଲା, କଲେଜ ପାଖରେ ବଡ଼ ଘରଟିଏ ଭଡ଼ା ନିଅ, ମତେ ସେଠାକୁ ନେଇଯାଅ୤ ତା’ ସ୍ବାମୀ ରାଜି ହେଲେନାହିଁ୤ କହିଲେ ବାପା ମା, ବନ୍ଧୁବାନ୍ଧବ କେହି ପସନ୍ଦ କରିବେନାହିଁ୤ ତାଙ୍କ ସାନଭାଇ ବାହାହେବା ପରେ ସେ ତାକୁ ନେଇ ସହରରେ ରହିବେ୤ କିଛି ନ ହେଲେ ବର୍ଷେ ଦୁଇବର୍ଷ ଯାଉ ଦେଖାଯିବ୤

ଲତାଅପାର ସ୍ବାମୀ ବାପାମା’ଙ୍କର ଆଜ୍ଞାଧୀନ ପୁତ୍ର, ଭାଇଭଉଣୀଙ୍କର ଆଦର୍ଶ ଭାଇ ଓ ସବାଶେଷରେ ତା’ର ସ୍ବାମୀ୤

ସେଦିନ ଥିଲା ଛୁଟିଦିନ୤ ସ୍ବାମୀ ଘରେ ଥିଲେ୤ ଖାଇସାରି ଖରାବେଳେ ଖଟରେ ଗଡୁଥିଲେ୤ ନିଜ କାମ ସାରି ଲତାଅପା ସେହି ଘରକୁ ଯାଉଥିଲା୤ ପଦ୍ମା କହିଲା, କ’ଣ ନୂଆବୋଉ, ଦିନୁଟାରେ ଭାଇଙ୍କ ପାଖକୁ ଚାଲିଯାଉଛ, ସମ୍ଭାଳି ପାରୁନ ?

ଲତାଅପା ଚିଡ଼ିଗଲା୤ କହିଲା, ଭାଇଙ୍କ ପାଖକୁ ମୁଁ ଗଲେ ଯଦି ସହିପାରୁନ, ତମେ ଚାଲିଯାଅ, ମୁଁ ରହିଯାଉଛି୤

ପଦ୍ମାକୁ ବାଧିଲା୤ ସେ ଶାଶୂଙ୍କୁ କ’ଣ କହିଲା, ଶାଶୂ ନଣନ୍ଦ ମିଶିଗଲେ୤ ଶାଶୂ ଶୁଣେଇଶୁଣେଇ କହିଲେ, ହଁ, ବୋହୂ ଆମର କଟକୀ, ସହରୀ ଝିଅ୤ ସେୟାଡ଼େ ସେମିତିକା ଚଳଣି ଥିବ, ଭାଇଭଉଣୀ ଶୋଉଥିବେ୤ ସେଇ ପାଠ ଏଠି ପଢଉଛି….୤

ଲତାଅପା ରାଗିଲା, ସେ ବି ଉଚିତ୍‌ ଜବାବ ଦେଲା୤ ତା’ ସ୍ବାମୀ ଚିଡ଼ିଗଲେ୤ ନିଜ ମା’ଭଉଣୀକୁ କିଛି ନ କହି, ଭଲମନ୍ଦ ନ ବୁଝି ସମସ୍ତଙ୍କ ସାମ୍‌ନାରେ ଲତାଅପାକୁ ଥାପଡ଼ଟିଏ ପକେଇଲେ୤ ଲତାଅପା ରାଗି ତା’ ଶାଶୂଘରୁ ପଳେଇଆସିଲା୤ ସେହି ଖରାବେଳେ ଚାଲିଚାଲି ବସ୍‌ଷ୍ଟାଣ୍ଡକୁ ଆସିଲା, ସେଇଠୁ ବସ୍‌ ଧରି ରାତି ଆଠଟାରେ କଟକରେ ପହଞ୍ଚିଲା୤

ଘରେ ସମସ୍ତେ ଚିନ୍ତିତ ହୋଇପଡ଼ିଲେ୤ ତା’ ବାପା ଗୁମ୍‌ ମାରି ବସିଲେ- କିଛି କହିଲେ ନାହିଁ୤ ତାଙ୍କ ନିରବତାରେ ଜଣେଇଦେଲେ, ଲତା ଯାହା କଲା, ସେଥିରେ ସେ ସନ୍ତୁଷ୍ଟ ନୁହଁନ୍ତି୤ ତା’ ମା ବିରକ୍ତ ହେଲେ୤ କହିଲେ, ତୁ କିଛି ଠିକ୍‌ କଲୁନି୤ ଯାହା ହେଲେ ବି ଶାଶୂଘର୤ ସବୁଘରେ ଭଲମନ୍ଦ ଥାଏ୤ ଜୋଇଁ ଯଦି ରାଗିକରି କ’ଣ ଟିକେ କହିଦେଲେ, ତୁ ଶାଶୂଘର ଛାଡ଼ି ଗାଁ ଦାଣ୍ଡରେ ଚାଲିଚାଲି ବାପଘରକୁ ଚାଲିଆସିବାଟା ଉଚିତ ହେଲାନି୤

ଲତାଅପା କହିଲା, ସେମାନେ ତ ଛଅମାସ ହେଲା ଯାହା ନାହିଁ ତାହା କହୁଥିଲେ, ସେ ସବୁ ଜାଣୁଥିଲେ, କିନ୍ତୁ କିଛି କହୁ ନ ଥିଲେ୤ ମୁଁ ସହିଆସୁଥିଲି୤ ତା’ ବୋଲି ସେ ମତେ ହାତ ଉଠେଇ ମାରିବେ, ସମସ୍ତଙ୍କ ସାମ୍‌ନାରେ ?

ଲତାଅପାର ବଡ଼ଭାଇ ଇଞ୍ଜିନିୟର୤ ମିଲିଟାରୀରେ ଚାକିରି କରେ, ଦିଲ୍ଲୀରେ ରୁହେ୤ ସେ ଘରକୁ ଛୁଟି ନେଇ ଆସିଥିଲା, ସବୁ ଶୁଣିଲା୤ କହିଲା, ମୁଁ ମନା କରୁଥିଲି୤ ଏମିତି ଘରେ ବାହାଘର କରନା୤ ବାପା କହିଲେ, ସେଇଠି ବାହାଘର କରିବା, କଣ ନା ବର ଶିକ୍ଷିତ, ଅଧ୍ୟାପକ! ଖାଲି ପାଠପଢି ଅଧ୍ୟାପକ ହୋଇଗଲେ କ’ଣ ହେବ, କୋଉ ଗାଉଁଲି, ମଫସଲ ଅଞ୍ଚଳରେ ଘର୤ ସଭ୍ୟତା କୋଉଠୁ ଆସିବ!

ସେଦିନ ଚାଲିଗଲା୤ ତିନି ଚାରିଦିନ ପରେ ଲତାଅପାର ବାପା କହିଲେ, ସଂସାର କରିଥିଲେ ପଥର ପଡ଼ିଲେ ସହି୤ ସବୁଘରେ ଭଲମନ୍ଦ କିଛି ନା କିଛି ଥାଏ, ରାଗରୁଷା ହୁଏ୤ ତୁ ବୋହୂ, ସହିବା ତୋର ଧର୍ମ୤ କଥାକୁ ଏମିତି ଧରିବସିଲେ ଚଳିବ ? ମୁଁ ତୋ ଶାଶୂଘରକୁ ଯାଉଛି, କ’ଣ ହୋଇଛି, ବୁଝାବୁଝି କରିଆସୁଛି୤

ଲତାଅପା କହିଲା, ନଣନ୍ଦ ଶାଶୂ ମତେ କାହିଁକି ସବୁବେଳେ ଖେଞ୍ଚିକରି କହୁଥିବେ, କାହିଁକି ସବୁବେଳେ କହିବେ, ତୋ ବାପା ମା’ ଏମିତି, ତୋ ମା’ ତତେ କିଛି ସଣ୍ଠଣା ଶିଖେଇନି? ସେ କିଛି ବୁଝିବେନି, ଓଲଟା ମୋ’ ଉପରକୁ ହାତ ଉଠେଇବେ, କଣ ନା ମରଦପୁଅ ! ମା’ ଭଉଣୀ ଯାହା କହିବେ ସେୟା, ନ୍ୟାୟ ଅନ୍ୟାୟ କିଛି ବିଚାର ନାହିଁ୤

ଲତାଅପାର ମା’ ବୁଝେଇଲା, ବୋହୂମାନଙ୍କୁ ଶୁଣିବାକୁ ପଡ଼େ୤ ମୋ’ ଶାଶୂଶଶୁର ଅବଶ୍ୟ ଏମିତିକା ନ ଥିଲେ୤ ମୋ ନାନୀ କୁହେ, ତାକୁ ତା ଶାଶୂ, ସେ ନୂଆନୂଆ ବୋହୂ ହେଇଯାଇଥିଲା ବେଳେ, ହାତ ଉଠାଇ ମାରୁଥିଲେ୤ ଗାଁଗହଳି କଥା୤ ଗାଁରେ ତ କୁହନ୍ତି, ଶୁଆକୁ ପଢେଇବ ଛୁଆବେଳେ, ବୋହୂକୁ ମାରିବ ନୂଆବେଳେ୤ ତୋ ବାହାଘର ହେବା ଛଅମାସ ପୂରିନି, ଗାଁ ଦାଣ୍ଡରେ ଘରୁ ଗୋଡ଼କାଢି ଚାଲିଆସିଲୁ, ଠିକ୍‌ ହେଲାନି୤

ଲତାଅପା କହିଲା, ବାପା କାହିଁକି ଯିବେ, ସେ କାହିଁକି ଆସିବେନି?
ଲତାଅପାର ମା’ କହିଲା, ଆମେ ଝିଅ ପକ୍ଷ, ନରମ ହେବା ଆମର କର୍ତ୍ତବ୍ୟ୤ ଯେତେହେଲେ ବି ତୁ ଘରୁ ଗୋଡ଼ କାଢି ଦାଣ୍ଡରେ ଚାଲିଆସିଲୁ, ତୋର ଭୁଲ୍‌୤

ଲତାଅପାର ବଡ଼ଭାଇ ଶୁଣୁଥିଲା୤ କହିଲା, ସେ ଘରୁ ଗୋଡ଼ କାଢି ଚାଲିଆସିଲା, ତାର ଭୁଲ ହୋଇଗଲା୤ ତା’ ସ୍ବାମୀ କିଛି ନ ବୁଝି ନ ଶୁଝି ହାତ ଉଠାଇମାରିଲା, ତା’ର ଭୁଲ୍‌ ନୁହେଁ ? ଅଭଦ୍ର କୋଉଠିକାର୤ ଲତା ଏଇଠି ଥାଉ୤ ତା’ ବର କଲେଜ ପାଖରେ ଘରଭଡ଼ା ନେଇ, ଯଦି ଆମ ଘରକୁ ଆସିବ, ତେବେ ଲତା ଯିବ୤

ସମସ୍ତେ ଚୁପ୍‌ ହୋଇଗଲେ୤ ଲତାଅପା ବଡ଼ଭାଇର ସିଧା କଥା୤ ତା’ର ଛୁଟି ପୂରିଗଲା, ସେ ଦିଲ୍ଲୀ ଚାଲିଗଲା୤

ଦାଦାଙ୍କ ଘରେ ଓ ନିଜ ଘରେ ଯାହା ସବୁ ଆଲୋଚନା ହେଉଥିଲା, ଟୁକୁନା ଶୁଣୁଥିଲା୤ ସେ ବୁଝିପାରୁ ନ ଥିଲା, ଲତାଅପାର ଭୁଲ୍‌ କୋଉଠି ହେଲା୤ ଲତାଅପା ଠିକ୍‌ କରିଛି୤ ତା ଶାଶୂଘର ଲୋକେ ସବୁ ଖରାପ, ତା’ ବର ଗୋଟାଏ ଦୁଷ୍ଟଲୋକ୤ କିନ୍ତୁ ଲତାଅପାର ବାପା, ମା ଏବଂ ତା’ ନିଜ ବାପା ମା ଲତାଅପାର ଏମିତି ଚାଲିଆସିବାଟାକୁ ପସନ୍ଦ କରୁ ନ ଥିଲେ୤

ଟୁକୁନା ଲତାଅପାର ବଡ଼ଭାଇକୁ ଡରେ, ମନେ ମନେ ତା ଉପରେ ଚିଡ଼େ୤ ସେ ଯୋଉଠି ଦେଖିଲେ ତାକୁ ପାଠ ପଚାରେ୤ ବାହାରେ ଖେଳୁଥିଲେ, କାନ ମୋଡ଼ି ଚାପୁଡ଼ା ମାରେ୤ କିନ୍ତୁ ଏବେ ଦେଖିଲା, କେବଳ ସେ ହିଁ ଠିକ୍‌ କଥା କହୁଛି୤ ଭାବିଲା, ସେ ପ୍ରକୃତରେ ଭଲ୤ ତା’ ଭଲ ପାଇଁ ସେ ପାଠ ପଚାରନ୍ତି, ଖରାପ ପିଲାଙ୍କ ସହ ଖେଳିବାକୁ ବାରଣ କରନ୍ତି୤ ଟୁକୁନା ଲତାଅପା ପାଖକୁ ଗଲା, କହିଲା, ଅପା ତୁ ଠିକ୍‌ କରିଛୁ୤ ସେମାନେ ଖରାପ ଲୋକ, ତୋ’ ବର ଗୋଟାଏ ଦୁଷ୍ଟଲୋକ୤ ଲତାଅପା ଟୁକୁନାକୁ ଚାହିଁଲା, ତା’ ଗାଲକୁ ଚିମୁଟିଦେଇ ଟିକେ ହସିଦେଲା୤ ଟୁକୁନାର ମନ ପୂରିଗଲା୤ ଟୁକୁନାକୁ ଲାଗିଲା, ଲତାଅପା ସିନା ହସିଲା, କିନ୍ତୁ ମନ ଭିତରେ ଖୁସି ଥିଲା ପରି ଜଣାପଡ଼ୁନି୤ ସେ ତଥାପି କାହାକୁ ଡରିଲା ପରି ଲାଗୁଛି୤

ଟୁକୁନା ଲତାଅପା ପାଖକୁ ଯାଏ ଓ କହେ, ଗପ କହ୤ ଲତାଅପା କହେ, କି ଗପ କହିବି? ମନେ ପଡ଼ୁନି୤ ପରେ କହିବି୤ ତା’ ମନରେ ସରାଗ ନ ଥାଏ୤ କହେ, ଚାଲ୍‌ ଲୁଡୁ ଖେଳିବା୤ ଦୁହେଁ ବସି ଲୁଡୁ ଖେଳନ୍ତି୤

ଖରାଦିନ, ସକାଳ ସ୍କୁଲ୤ ଲତାଅପାର ବାପା ସ୍କୁଲକୁ ସକାଳୁ ଚାଲିଯାଆନ୍ତି, ଖରାବେଳଟା ସ୍କୁଲରେ କଟାଇ, ଖରା ନରମିଲେ ଘରକୁ ଫେରନ୍ତି୤ ତାଙ୍କ ମା’ ଖାଇସାରି ଶୋଇପଡ଼ିଥାନ୍ତି୤ ଅନ୍ୟ ଘରେ ଲତାଅପା, ଟୁକୁନା ଲୁଡୁ ଖେଳୁଥାନ୍ତି୤ ଲତାଅପା ହାରିଗଲା, କହିଲା, ଆଉ ଖେଳିବାନି, ଶୋଇପଡ଼ିବା୤ ଟୁକୁନା କହିଲା, ଗୋଟିଏ ଗପ କହ୤

କି ଗପ କହିବି ? ସବୁ ଗପ ତ କହିସାରିଛି୤ ତୁ ଯାଆ, କବାଟ ବନ୍ଦ କରିଦେ, ଅନ୍ଧାର ହେବ୤ ଶୋଇବାକୁ ଭଲ ଲାଗିବ୤ ମୁଁ ଗପ ମନେପକଉଛି୤

ଟୁକୁନା କବାଟ ବନ୍ଦ କରିଦେଇଆସିଲା୤ ଲତାଅପା ପାଖରେ ଶୋଇଲା୤ ଲତାଅପା ଆଗରୁ କହିଥିଲା, ପୁଣିଥରେ କହିଲା, ବୁଢୀ ଅସୁରୁଣୀ କଥା:

ବୁଢୀ ଅସୁରୁଣୀ ରାଜା ଝିଅକୁ ବନ୍ଦୀ କରି ରଖିଥାଏ୤ ସେ ମଣିଷ ମାଉଁସ ଖାଏ, କିନ୍ତୁ ରାଜାଝିଅକୁ ନିଜ ଝିଅ ପରି ରଖିଥାଏ୤ ରାଜାଝିଅର ଖସିଆସିବାର ବାଟ ନ ଥାଏ୤ ଅଗନାଅଗନି ବନସ୍ତରେ ଶିକାର ଖୋଜୁଖୋଜୁ ବାଟ ଭୁଲି ଗୋଟିଏ ରାଜାପୁଅ ପହଞ୍ଚିଗଲା ସେଇଠି୤ ବୁଢୀ ଅସୁରୁଣୀ ଖାଦ୍ୟ ସନ୍ଧାନରେ ଯାଇଥିଲା୤ ରାଜାଝିଅ ଏକା ଥିଲା୤ ଦୁହେଁ କଥାଭାଷା ହେଲେ୤ ରାଜାଝିଅଠାରୁ ତା’ କାହାଣୀ ରାଜାପୁଅ ଶୁଣିଲା୤ ରାଜାପୁଅ ବିଚାର କଲା, କେମିତି ବୁଢୀ ଅସୁରୁଣୀ କବଳରୁ ରାଜାଝିଅକୁ ଉଦ୍ଧାରିବ୤ ବୁଢୀ ଅସୁରୁଣୀର ଫେରିବା ସମୟ ହେଲା୤ ରାଜାଝିଅ ରାଜାପୁଅକୁ ଲୁଚେଇଦେଲା୤ ବୁଢୀ ଅସୁରୁଣୀ କହିଲା, କଣ ମଣିଷ ଗନ୍ଧ ଆସୁଛି ? ରାଜାଝିଅ କହିଲା, ଏଠି ମଣିଷ କୋଉଠୁ ଆସିବ ! ମୋର ଗନ୍ଧ ତମକୁ ଲାଗୁଥିବ୤ ଅସୁରୁଣୀ ରାଜାଝିଅକୁ ବିଶ୍ବାସ କରିଗଲା ଏବଂ ଶୋଇପଡିଲା୤ ପରଦିନ ସକାଳୁ ପୁଣି ବୁଢୀ ଅସୁରୁଣୀ ଖାଦ୍ୟ ସନ୍ଧାନରେ ଚାଲିଗଲା୤ ରାଜାଝିଅ, ରାଜାପୁଅ ଦୁହେଁ ବସି ବିଚାର କଲେ, କେମିତି ସେଠାରୁ ମୁକୁଳିବେ, ଉପାୟ ପାଞ୍ଚିଲେ….୤

ଟୁକୁନା ରାଜାଝିଅ ଦେଖିନି୤ ଟି.ଭି.ରେ, ସିନେମାରେ ଦେଖିଛି୤ ରାଜା ଝିଅ ଖୁବ୍‌ ସୁନ୍ଦର୤ ଲତାଅପା ଦିଶୁଥିଲା ଦୁଃଖିନୀ ରାଜାଝିଅ ପରି୤ ଲତାଅପା କେଶ ମୁକୁଳା କରିଦେଇଥିଲା୤ ଶାଶୂଘରକୁ ଗଲାବେଳେ ଯୋଉ ଗହଣା ପିନ୍ଧିଥିଲା, ସେସବୁ ତା ଦେହରେ ନ ଥିଲା୤ ସେ କେମିତି ଉଦାସ ଦିଶୁଥିଲା୤ ଟୁକୁନା ଭାବୁଥିଲା, ସେ ହୋଇଯିବ ରାଜାପୁଅ୤ ମୁଣ୍ଡରେ ମୁକୁଟ, ହାତରେ ତରବାରି୤ ଘୋଡାରେ ବସି ସେ ଯିବ…..୤

ଟୁକୁନା ଲତାଅପା ପାଖରେ ଶୋଇ ତା ମୁହଁକୁ ଚାହିଁ ଗପ ଶୁଣୁଥିଲା ଏବଂ ଭାବୁଥିଲା୤ ଲତାଅପା ତାକୁ ପାଖକୁ ଟାଣିନେଲା, ତା ମୁହଁରେ ଚୁମା ଦେଲା, ନିଜ ଛାତିରେ ଭିଡିଧରିଲା୤ ଲତାଅପା ତା ଛାତିରୁ ଲୁଗା ଖସେଇଦେଲା୤ କହିଲା, ଗରମ ହେଉଛି ଏବଂ ଟୁକୁନାର ମୁହଁକୁ ତା ଛାତିରେ ଚାପିଧରିଲା୤ ଟୁକୁନାକୁ ମୁଲାୟମ ଲାଗୁଥିଲା, ସେ ଆଖି ବୁଜିଦେଲା୤ ଲତାଅପା ଦେହରୁ କେମିତି ଗୋଟେ ବାସ୍ନା ଆସୁଥିଲା, ସେ ବାସ୍ନା ଆଘ୍ରାଣରେ ତାକୁ ଅପୁର୍ବ ଆନନ୍ଦ ମିଳୁଥିଲା୤ ସେ ଲତାଅପା ଛାତିରେ ମୁହଁ ଘଷିଲା ଏବଂ ତାକୁ ଭିଡିଧରିଲା୤

କିଛି ସମୟ କଟିଗଲା, ଟୁକୁନାକୁ ଲାଗିଲା ଏସବୁ ଖରାପ କାମ୤ ସେ ଲତାଅପା ପାଖରୁ ଘୁଞ୍ଚିଆସିଲା୤ ତାକୁ ଭୟ ଲାଗିଲା୤ ଲତାଅପା ଶୋଇପଡିଥିଲା୤ ସେ ତାକୁ ଉଠେଇଲାନାହିଁ, କବାଟ ଖୋଲି ପଳେଇଆସିଲା୤ କିନ୍ତୁ ଲତାଅପା ଦେହର ବାସ୍ନା ତା ନାକ ଭିତରେ ରହିଯାଇଥିଲା୤ ସଞ୍ଜବେଳକୁ ଟୁକୁନାକୁ ଲତାଅପା ଡକେଇପଠେଇଲା ଏବଂ କହିଲା, ତୁ କୁଆଡେ ଚାଲିଗଲୁ, ମୁଁ ତତେ ଖୋଜୁଛି୤ ଟୁକୁନା କିଛି କହିଲାନାହିଁ୤ ଲତାଅପା କହିଲା, ହଉ ଶୁଣ୍‌, ତୁ ମୋ ପାଖରେ ରାତିରେ ଶୋଇବୁ୤ ମତେ ଏକା ଏକା ଭଲ ଲାଗୁନି୤ ରାତିରେ ମୁଁ ଗପ କହିବି୤ ତୁ ଘରେ କହିବୁ, ଲତାଅପା ପାଠ ବତେଇଦେଉଛି୤ ଟୁକୁନା ନାକରେ ତଥାପି ଥିଲା ଲତାଅପା ଦେହର ବାସ୍ନା୤ ସେ କହିଲା, ହଁ୤
ସେଦିନ ରାତିରେ ସେ ଖାଇସାରି ମା’କୁ କହିଲା, ମୁଁ ଯାଉଛି, ଲତାଅପା ପାଖରେ ଶୋଇବି୤

ମା କହିଲେ, କାହିଁକି ଆମ ଘରେ କଣ ଜାଗା ନାହିଁ?

ଟୁକୁନା କହିଲା, ଲତାଅପା ମତେ ପାଠ ବତେଇଦେଉଛି୤

ମା କହିଲେ, ଭାରି ପାଠରେ ତ ମନ! ଦିନସାରା ତ ଯାହା ପଢୁଛୁ, ପୁଣି ରାତିରେ ପଢିବୁ?

କହିବୁ ତ, ଲତାଠାରୁ ଗପ ଶୁଣିବୁ୤ ହଉ ଯାଆ୤

ସେହିଦିନୁ ଲତାଅପାପାଖରେ ଟୁକୁନା ସବୁଦିନ ଶୋଇଲା୤

ଲତାଅପା ଭାଇର ବାହାଘର ଠିକ୍‌ ହୋଇଗଲା୤ ଝିଅ ଦେଖାଦେଖି କରି ସେ ଦିଲ୍ଲୀ ଯାଇଥିଲେ୤ ବାହାଘର ପାଇଁ ତିଥିବାର ଠିକ୍‌ ହେଲା ପରେ, ଦିଲ୍ଲୀରୁ ଆସିଲେ୤ ଲତାଅପାଘର ତା ଶାଶୂଘରକୁ ଗୁଆ ପଠେଇଥିଲେ, ତାଙ୍କର ବାପା ଯାଇ ବୁଝାସୁଝା କରି, ଜୋଇଁଙ୍କୁ କହିଆସିଥିଲେ ବାହାଘରକୁ ଆସିବାକୁ୤ ବାହାଘରକୁ ଲତାଅପାର ସ୍ବାମୀ ଆସି ପହଞ୍ଚିଲେ୤ ଟୁକୁନା ଦେଖୁଥିଲା୤ ରାଗିଲାରାଗିଲା ମୁହଁ, ଟାଏଁଟାଏଁ କଥା୤ ଦୁଷ୍ଟଲୋକ୤ ତାକୁ ଦେଖି ଚିଡିମାଡୁଥିଲା ଟୁକୁନାକୁ୤ ଲତାଅପାର ସାଙ୍ଗ ନବଜ କରି ତାଙ୍କୁ କହିଲା, କଲେଜରେ ସୁନ୍ଦରୀ ଝିଅ ଓ ଅଧ୍ୟାପିକାଙ୍କୁ ଦେଖିଦେଖି ଆମ ଲତାକୁ କଣ ଭୁଲିଗଲ?
ସେ କହିଲେ, ଆମେ ତ ଗାଉଁଲି, ମଫସଲି, ଅସଭ୍ୟ୤ ଆମେ ମନେରଖିବା କିମ୍ବା ଭୁଲିବାରେ କାହାର କଣ ଯାଏଆସେ? କେମିତି ଫୋପାଡିଲା ପରି କଥା, କଥା ନୁହେଁ ତ ପଥରଖଣ୍ଡ !

ବର ଯାଉଥିଲା ବରହମପୁର୤ ମାର୍କୁଣ୍ଡି ହୋଇଥିଲା ଟୁକୁନା୤ ଲତାଅପା ବି ବରଯାତ୍ରୀଙ୍କ ସହିତ ଯାଉଥିଲା୤ ଲତାଅପା ସହ ଟୁକୁନା ବର ଯାଉଥିବା କାର୍‌ରେ ବସିଲା୤ ଲତାଅପାଙ୍କ ବାପା ଓ ପୁରୋହିତ ମଧ୍ୟ ସେହି କାର୍‌ରେ ବସିଲେ୤ ବରଯାତ୍ରୀମାନଙ୍କ ପାଇଁ ଗୋଟିଏ ବସ୍‌ ଭଡ଼ା କରାଯାଇଥିଲା୤ କାର୍‌ ପାଖରେ ବସ୍‌ ଛିଡା ହୋଇଥିଲା୤ ଲତାଅପାର ଭାଇଙ୍କ ସାଙ୍ଗ ସବୁ ଓ ସାହିଲୋକେ ସେ ବସ୍‌ରେ ଯାଉଥିଲେ୤ ଲତାଅପାଙ୍କ ସ୍ବାମୀ ମଧ୍ୟ୤ କେହି ଜଣେ ସାହିଲୋକ ଟାପରା କରି କହିଲା, ଜୋଇଁପୁଅଙ୍କ ପାଇଁ କଣ କାର୍‌ କରିନାହାନ୍ତି?

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସହଦେବ ସାହୁ, କଟକ
ସହଦେବ ସାହୁ
ଓଡ଼ିଶା ଅର୍ଥ ସେବା ଅଧୀନରେ ଜଣେ ଅଧିକାରୀ ଭାବେ କାର୍ଯ୍ୟରତ ସହଦେବ ସାହୁ ଜଣେ ଗାଳ୍ପିକ ଓ ଔପନ୍ୟାସିକ ଭାବେ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ଜଣେ ମୁଖ୍ୟସ୍ରୋତର ଲେଖକ୤ ଚାରିପାଖରେ ଚଳପ୍ରଚଳ ହେଉଥିବା ସାଧାରଣ ଲୋକ ହିଁ ତାଙ୍କ ଗଳ୍ପର ଚରିତ୍ର୤ ତାଙ୍କର ପ୍ରତ୍ୟେକ ଗଳ୍ପ ପରିବର୍ତ୍ତନଶୀଳ ସମାଜର ଗୋଟିଏ ଗୋଟିଏ ପ୍ରତିଛବି୤ ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ ‘ଅପରାହ୍ନର ଭୂତ’, ‘ଚକ୍ରବ୍ୟୁହ’, ‘ଲତା’ ଆଦି ଗଳ୍ପ ସଙ୍କଳନ ଓ ‘କାଶତଣ୍ଡୀର ସ୍ବପ୍ନ’ ଆଦି ଉପନ୍ୟାସ ଅନ୍ୟତମ୤ ବିଷୁବ ଝଙ୍କାର ଗଳ୍ପ... [ କ୍ରମେ ସବିଶେଷ ]
ସହଦେବ ସାହୁଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧୬ ଆପଣଙ୍କ ମତାମତ ?

  • ୧. ସୁଦର୍ଶନ ସାହୁ |  ଜୁନ୍ ୩୦, ୨୦୧୧ - ୨:୩୪ ପୂର୍ବାହ୍ନ

    ଭଲ ଲାଗିଲା… କିନ୍ତୁ incest feeling ଟିକେ ଅଡୁଆ ଲାଗିଲା ୤

  • ୨. Pravat Patra |  ଜୁଲାଇ ୨୨, ୨୦୧୧ - ୮:୩୬ ପୂର୍ବାହ୍ନ

    I am not sure what is the messageyou are trying convey here. I feel this type of creations are not culturally good for our next generation…This is creating a junk imagination in the young readers.

    Kindly convey to the writer.

  • ୩. ତ୍ରିଲୋଚନ ଦାଶ |  ଜୁଲାଇ ୨୬, ୨୦୧୧ - ୧:୪୪ ଅପରାହ୍ନ

    ଏହି ଗପ ଟି ପ୍ରାପ୍ତବୟସ୍କ ଙ୍କ ପାଇଁ ବୋଲି ଲେଖିଥିଲେ ବୋଧେ ଠିକ୍ ହୋଇଥାନ୍ତା ୤ ଗପଟି ପ୍ରକୃତ ରେ ଉଚ୍ଚ କୋଟୀର କିନ୍ତୁ ସମସ୍ତଙ୍କ ପାଇଁ ଉଦ୍ଧିଷ୍ଟ ବୋଲି କିନ୍ତୁ କହି ହେବ ନାହିଁ ୤

  • ୪. Dipankar Sahu |  ଜୁଲାଇ ୩୧, ୨୦୧୧ - ୧୦:୪୦ ପୂର୍ବାହ୍ନ

    Every man or woman passes through this phase in life where they are unable to understand and appreciate all their feelings – physical or psychological….I guess it is one of those steps to growing up…
    Lets us all grow up and appreciate the feeling of the Author and they way he has been able to put it across.
    We all are human beings and are able to appreciate feelings…that’s what makes us human. Lets not loose it by classifying them as good or bad. Enjoying the unknown is probably the best that we always enjoy.
    Great story Sir and I apologize for writing in english.

  • ୫. ପ୍ରଭତ୍ ରଉତ୍ ରୟ୍ |  ଅଗଷ୍ଟ୍ ୧୧, ୨୦୧୧ - ୨:୧୧ ପୂର୍ବାହ୍ନ

    ବହୁତ ଦିନ ପରେ ସହଦେବ ସହୁ ଙ୍କ ଗପ ଭଲ ;ସେଇ ଅଭୁଲ ସ୍ବଦର କୁହୁକ

  • ୬. SUBASH CHANDRA BEHERA |  ଅଗଷ୍ଟ୍ ୧୨, ୨୦୧୧ - ୧:୫୪ ଅପରାହ୍ନ

    GAPATI Bahut bhala lagila. ajira samajare ghatuthiba ghatanara gote nichhaka pratichhabi.
    lekhakanku asesh dhanyabada.
    subash behera
    vice president
    state bank of india
    Manama, Kingdom of Bahrain

  • ୭. kailash |  ଅଗଷ୍ଟ୍ ୧୭, ୨୦୧୧ - ୨:୧୭ ପୂର୍ବାହ୍ନ

    Nice story sahadeba babu

  • ୮. ଜ୍ୟୋତି ପ୍ରକାଶ ସାହୁ |  ଅଗଷ୍ଟ୍ ୨୨, ୨୦୧୧ - ୩:୩୦ ପୂର୍ବାହ୍ନ

    ମୋତେ ସହଦେବ ସାହୁଙ୍କର ଏହି ଗଲ୍ପଟି ଅତ୍ୟନ୍ତ ଭଲ ଲାଗିଲା୤ଗପଟି ସତରେ ଉଚ୍ଚ କୋଟୀର ହୋଇଛି୤ ଗପରେ incest feeling ଭଲ ଲାଗିଲା ୤

  • ୯. PRASANNA KUMAR NAYAK |  ସେପ୍ଟେମ୍ବର୍ ୮, ୨୦୧୧ - ୧୧:୩୬ ପୂର୍ବାହ୍ନ

    The concept of the story is very good. I like it.

  • ୧୦. PRASANNA KUMAR NAYAK |  ସେପ୍ଟେମ୍ବର୍ ୮, ୨୦୧୧ - ୧୧:୪୩ ପୂର୍ବାହ୍ନ

    ଗପ ବହୁତ ଭଲ ହେଇଛି. ସୁନ୍ଦର୍ ପରିକଲ୍ପନା ର ନିଛକ ପ୍ରତିଛବି ଉତ୍ତଲନ କରଯାଇଛି.

  • ୧୧. ନୟନ |  ସେପ୍ଟେମ୍ବର୍ ୨୬, ୨୦୧୧ - ୮:୪୧ ଅପରାହ୍ନ

    କିଛି ଭଲ ଲାଗିଲା

  • ୧୨. Parida |  ସେପ୍ଟେମ୍ବର୍ ୨୯, ୨୦୧୧ - ୧:୪୪ ଅପରାହ୍ନ

    ଏକ ଭିନ୍ନ ସ୍ବାଦର ଗଳ୍ପ ୤A beautiful exploration to the psychology of a teen as well as the manipulating and opportunistic nature of an adult…..

  • ୧୩. Kshirod Kumar Biswal |  ନଭେମ୍ବର୍ ୧୨, ୨୦୧୧ - ୧:୪୬ ପୂର୍ବାହ୍ନ

    କେଁ କେଁ କେନ୍ଦରା ମୁଁ କେତେ ବଜେଇଲି୤
    ଏକା ଲତା ଲାଗି ସିନା ଯୋଗୀ ହୋଇଗଲି୤

    ଗପ ବହୁତ ଭଲ ଲାଗିଲା୤

  • ୧୪. ହିମାଂଶୁ ରଞ୍ଜନ ଦାଶ୍ |  ଜାନୁଆରୀ ୬, ୨୦୧୨ - ୧:୫୪ ପୂର୍ବାହ୍ନ

    ଆଗରୁ ପଢିଥିଲି .ଯେତେଥର ପଢିଲେବି ନୁଆ ଲାଗୁଛି

  • ୧୫. ସୁଶୀଲ କୁମାର ସାହୁ, mumbai maharashtra  |  ଡିସେମ୍ବର୍ ୨୬, ୨୦୧୪ - ୮:୪୨ ପୂର୍ବାହ୍ନ

    ଗଳ୍ପଟି ଭଲ ଲାଗିଲା ।

  • ୧୬. ଅନୋଜ, ବାଲେଶ୍ଵର |  ଜୁନ୍ ୧୦, ୨୦୧୫ - ୮:୩୨ ପୂର୍ବାହ୍ନ

    ପଢି ଭଲ ଲାଗିଲା….

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤