ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଡକ୍ଟର ମାୟାଧର ମାନସିଂହ
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ମନୋଜ ଦାସ
ରମେଶ ଚନ୍ଦ୍ର ଦାସ
ସଦାନନ୍ଦ ତ୍ରିପାଠୀ
ନୀଳମଣି ବିଦ୍ୟାରତ୍ନ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଜୁନ୍ ୨୧, ୨୦୧୧  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ଟୁକୁନାର ସେ ଭୂତୁଣୀକୁ ଦେଖିବାକୁ ଇଚ୍ଛା ହୁଏ୤ ସେ ଲତାଅପାକୁ ପଚାରେ, ସେ ଝିଅ ମତେ ଦେଖିଲେ କ’ଣ ମାରିଦେବ? ଲତାଅପା ହସେ, ତା’ ଗାଲକୁ ଚିମୁଟିଦେଇ କହେ, ତୁ ତ ପିଲାଲୋକ, ତୁ କଣ ଦୁଷ୍ଟଲୋକ? ସେ କେବଳ ଦୁଷ୍ଟଲୋକ, ଖରାପ ଚରିତ୍ରର ଲୋକଙ୍କୁ ମାରେ୤
ଟୁକୁନା ଷଷ୍ଠ ଶ୍ରେଣୀରେ ପଢ଼େ୤ ଲତାଅପା ତା’ ଦାଦାଙ୍କ ଝିଅ୤ ତା’ ଦାଦାଙ୍କର ବାପା ଓ ତା’ ବାପାଙ୍କର ବାପା ଜଣେ ଲୋକ ନୁହନ୍ତି୤ ତା’ ଜେଜେଙ୍କ ବାପା ଓ ଲତାଅପାର ଜେଜେଙ୍କ ବାପା ଜଣେ୤ ସେମାନେ ଅନେକ ଦିନରୁ ଭିନ୍ନେ ହୋଇଛନ୍ତି, ଅଲଗା ଅଲଗା ରୁହନ୍ତି୤ କିନ୍ତୁ ସମ୍ପର୍କ ଘନିଷ୍ଠ୤ ଟୁକୁନାର ନିଜର ଦୁଇ ଭାଇ, ଦୁଇ ଭଉଣୀ୤ ତା’ର ଦୁଇ ଜଣ ଅପା ବାହା ହୋଇଯାଇଛନ୍ତି୤ ଲତାଅପାର ଗୋଟିଏ ଭାଇ, ସେ ବଡ଼୤ ସେ ଚାକିରି କରିଚି, ଲତାଅପା ସୁନ୍ଦର, ତା’ କଥା ମଧୁର୤ ତା’ ନିଜ ଅପାଙ୍କର କଥାଗୁଡ଼ାକ ଟାଆଁଶିଆ୤ ସେମାନେ କେହି ଗପ ଜାଣନ୍ତିନାହିଁ, କିଛି ଜାଣନ୍ତିନାହିଁ୤ ଟୁକୁନା ବାପାଙ୍କର ଦୋକାନ ଅଛି୤ ତା’ ବାପା ଓ ବଡ଼ଭାଇ ବେପାର କରନ୍ତି୤ ସହଳ ସହଳ ସକାଳୁ ବାହାରିଯାଆନ୍ତି, ଘରକୁ ଫେରନ୍ତି ରାତି ଦଶଟା ଏଗାରଟା ବେଳକୁ୤ ତା’ ବାପା ଭାଇ ସବୁବେଳେ ଗରଗର, ରାଗିଲା ରାଗିଲା ମୁହଁ୤ ତାଙ୍କୁ କିଛି ପଚାରିବାକୁ ଟୁକୁନାକୁ ଭୟ ଲାଗେ୤ ଲତା ଅପାଙ୍କ ବାପା ସ୍କୁଲରେ ପାଠ ପଢାନ୍ତି୤ ତାଙ୍କର ଚାଳଘର ଥିଲା୤ ଲତାଅପାର ଭାଇ ଚାକିରି କଲା ପରେ, ଚାଳଘର ଭାଙ୍ଗି ଏହି ବର୍ଷେ ହେଲା ସେମାନେ କୋଠାଘର କରିଛନ୍ତି୤

ଲତାଅପା ବାହାହୋଇଥିଲା, ଛଅମାସ ନ ପୂରୁଣୁ ଶାଶୂଘରେ ଝଗଡ଼ା କରି ଏକାଏକା ଚାଲିଆସିଛି୤ ଘରେ ସମସ୍ତଙ୍କ ମନ ଦୁଃଖ୤ ଦାଦା ଗୁମ୍‌ ମାରି ବସିଛନ୍ତି, ଖୁଡ଼ୀ ଗରଗର ହେଉଛନ୍ତି୤ କିନ୍ତୁ ଟୁକୁନାର ମନ ଖୁସି, ଲତାଅପା ଶାଶୂଘରୁ ଆସିଲା ଦିନରୁ ଟୁକୁନା ତା’ ପାଖ ଛାଡ଼ୁନି୤ ଘର ଭିତରେ ଲତାଅପା ଶାଶୂଘର ବିଷୟରେ ଗପ ଚାଲିଛି୤ ଟୁକୁନା ସବୁ ଶୁଣୁଛି୤

ଲତାଅପା ଶାଶୂଘର ନିପଟ ମଫସଲ ଗାଁରେ୤ ବର ପାଠ ପଢି କଲେଜରେ ଅଧ୍ୟାପକ ହେଲେ କଣ ହେବ, ତା’ ବାପାମା’ ନିପଟ ଗାଉଁଲି୤ ବସ୍‌ଷ୍ଟାଣ୍ଡରୁ ତାଙ୍କ ଗାଁ ପାଞ୍ଚ ମାଇଲ୍୤ ରିକ୍ସା ବି ଚାଲେନି୤ ଝିଅବୋହୂ ବସଷ୍ଟାଣ୍ଡରୁ ଶଗଡ଼ ଗାଡ଼ିରେ ଯାଆନ୍ତି୤ ଲତାଅପା ତା’ ଶାଶୂଘର କଥା କହେ୤ ସେ ଯେବେ ପ୍ରଥମେ ପହଞ୍ଚିଲା, ତାକୁ ଦେଖିବାକୁ ଗାଁ ମାଇପେ ଘେରିଗଲେ୤ ଗୋଟିଏ ବୁଢୀ ତା’ ଓଠକୁ ଟେକି ମୁହଁକୁ ନିରେଖିଦେଖିଲା୤ ଲତାଅପା ଭାବିଲା, ସେ ତା’ ମୁହଁ ସିନା ଦେଖୁଛି, କିନ୍ତୁ ସେ ବୁଢୀ କହିଲା, ନାକ କ’ଣ ଫୋଡ଼େଇନି? ତୋ ବାପାକୁ ସୁନା ଟିକକରେ ନାକଫୁଲ ଦି’ଟା କରିବାକୁ ପଡ଼ିବ ବୋଲି ଫୋଡ଼େଇନୁ ନା କ’ଣ ବା ?

ରାଗରେ ଲତାଅପାର ଦେହ ଜଳିଗଲା, କିନ୍ତୁ ସେ କିଛି କହିଲାନାହିଁ୤ ଜଣେ ସ୍ତ୍ରୀଲୋକ କହିଲା, ଆଜିକାଲି କୋଉ ଝିଅ ନାକ ଫୋଡ଼ାଉଛନ୍ତି ? ସେ ମରହଟ୍ଟୀ ଯୁଗ ଗଲାଣି୤ ତମେ ତ ଗାଁରେ ରହିଲ, ଜାଣିବ କାହୁଁ ?

ସେ ବୁଢୀ ତା’ ବେକ, ହାତ, କହୁଣୀ, ମଥା, କାନକୁ ଦେଖିଗଲା ଏବଂ କହିଲା, କାହିଁ ସେମିତି କିଛି ସୁନା ଜିନିଷ ତ ଦେଇନାହାନ୍ତି! ଯାହା ଦେଇଛନ୍ତି ସେଗୁଡାକ କେମିତିକା ସୁନା କେଜାଣି! ଆମେ ଗାଉଁଲି, ମୂର୍ଖ୤ ପଦନ ତ ପାଠୋଇ ବୋହୂ, କଟକୀ ଝିଅ ବାହା ହୋଇଛି, ଜିନିଷ ଯାହା ଦେଲେ ନ ଦେଲେ, ବୋହୂର ଗୁଣ କେମିତି ଦେଖିବା !

ଲତାଅପାର ଶାଶୂଘରେ ଚଳିବାକୁ ଅସୁବିଧା ହେଲା୤ ପାଇଖାନା ନାହିଁ୤ ସକାଳୁ ଫର୍ଚ୍ଚା ହେବା ପୂର୍ବରୁ କିମ୍ବା ସଞ୍ଜ ଅନ୍ଧାର ହେଲା ପରେ ବାହାରକୁ ପୋଖରୀପାଣି ଯିବାକୁ ହୁଏ୤ ସହଳ ସହଳ ଉଠିବାକୁ ପଡ଼ିବ୤ ପ୍ରଥମ କିଛି ଦିନ ତା’ର ଝାଡ଼ା ସଫା ହେଲାନାହିଁ, ବାନ୍ତି ବାନ୍ତି ଲାଗିଲା୤ ଗାଧୁଆ ଘର ନାହିଁ, କୂଅ ପାଖରେ ଚାରିଖଣ୍ଡ ବାଉଁଶକଣି ପୋତାଯାଇ ଅଖାପାଲ ଟଙ୍ଗା ହୋଇ ଆଢୁଅ କରାଯାଇଛି୤ ସେଇଠି ଗାଧୋଇବ୤ ଗାଧୋଇବାକୁ କୂଅରୁ ପାଣି କାଢି କୁଣ୍ଡରେ ରଖିବାକୁ ହେବ୤ ପ୍ରଥମେ ପ୍ରଥମେ କେହି କିଛି କହୁ ନ ଥିଲେ୤ ବାହାଘର ଦିନ ପାଞ୍ଚଟା ଯାଇଛି କି ନାହିଁ, ଆରମ୍ଭ ହୋଇଗଲା୤ ସବୁ କଥାରେ ଖୁଣିଲେ, ଟିକେ ଟିକେ କଥାକୁ ଧରିବସିଲେ, ଖୁଣ୍ଟା ଦେଲେ୤ ତରକାରୀ ଟିକେ ଅଲଣା ହୋଇଗଲେ କିମ୍ବା ପାନରୁ ଚୂନ ଖସିଗଲେ ଶାଶୂ କହିବେ, ତୋ ମା’ କଣ ଏତିକି ଟିକେ ଶିଖେଇନି! ଶାଶୂଘରକୁ ପଠେଇବା ଆଗରୁ କ’ଣ ତେବେ ଶିଖେଇଛି ବା?

ଲତାଅପା ସହିଯାଉଥିଲା, କିଛି ଉତ୍ତର ଦେଉ ନ ଥିଲା୤ କିନ୍ତୁ ଆସ୍ତେ ଆସ୍ତେ ଅସହ୍ୟ ହେଲା୤ ଦିନେ ସକାଳୁ ଉଠି ତା ଶଶୁର ମୁହଁ ଧୋଇବାକୁ ସେ ପାଣି ରଖିଥିଲା୤ ତା ସାନ ନଣନ୍ଦ ସେହି ପାଣି ନେଇ ମୁହଁ ଧୋଇଦେଲା୤ ଶଶୁର ଉଠି ଦେଖିଲେ, ମୁହଁ ଧୋଇବାକୁ ତାଙ୍କ କୋଠରି ଆଗରେ ପାଣି ନାହିଁ୤ ସେ ଶାଶୂଙ୍କୁ ମାଗିଲେ୤ ଶାଶୂ ପାଣି ଦେଇ ଲତାଅପାଙ୍କୁ କହିଲେ ତତେ କ’ଣ ତୋ ମା’ ଏତିକି ସଣ୍ଠଣା ଶିଖେଇନି?

ଲତାଅପା କହିଲା, ମୁଁ ପାଣି ରଖିଥିଲି୤
ଶାଶୂ କହିଲେ, ପାଣି ତ ରଖିଥିଲୁ, ଗଲା କୁଆଡ଼େ? ଢାଳର କଣ ହାତଗୋଡ଼ ଅଛି, ଚାଲିଗଲା?

ଲତାଅପା ଚାରିଆଡ଼କୁ ଚାହିଁଲା ଏବଂ ଦେଖିଲା, ସେହି ଢାଳ ତା ନଣନ୍ଦ ପଦ୍ମା ପାଖରେ ଅଛି, ସେ କହିଲା, ପଦ୍ମା ନେଇଯାଇଛନ୍ତି୤

ପଦ୍ମା ମନାକଲା୤ କହିଲା, ମୁଁ କୂଅରୁ ପାଣି କାଢି ଆଣିଲି୤ ଲତାଅପା ଜାଣିଲା, ପଦ୍ମା ମିଛ କହୁଛି୤ ସେ କିଛି ନ କହି ନିରବ ରହିଲା୤ ତା’ ଶାଶୂ କିନ୍ତୁ ନିରବ ରହୁ ନ ଥିଲେ, ସେ ଖେଞ୍ଚିକରି କଡ଼ା କଥା କହୁଥିଲେ୤ ଲତାଅପା ରାଗିଗଲା୤ କହିଲା, ମତେ ସଣ୍ଠଣା ମୋ ମା’ ଶିଖେଇନି ବୋଲି କହୁଛ, ପଦ୍ମା ମା ତାକୁ ଭଲ ସଣ୍ଠଣା ଶିଖଉଛନ୍ତି! ସାମାନ୍ୟ କଥାକୁ ନ ମାନି ପଦ୍ମା ମିଛ କହିବ ଏବଂ ତାଙ୍କ ମା ନ ବୁଝି ନ ସୁଝି ସମର୍ଥନ କରିବେ୤

ସେତିକିରେ ଶାଶୂ ନଣନ୍ଦ ଚୁପ୍ ହେବା ଜନ୍ତୁ ନୁହନ୍ତି୤ କିନ୍ତୁ ଶଶୁର ଥିଲେ୤ ସେ ପାଟି କରି କହିଲେ, ସକାଳୁ ସକାଳୁ କାହିଁକି ପାଟି କରୁଛ ? ସମସ୍ତେ ଚୁପ୍ ହୋଇଗଲେ୤

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସହଦେବ ସାହୁ, କଟକ
ସହଦେବ ସାହୁ
ଓଡ଼ିଶା ଅର୍ଥ ସେବା ଅଧୀନରେ ଜଣେ ଅଧିକାରୀ ଭାବେ କାର୍ଯ୍ୟରତ ସହଦେବ ସାହୁ ଜଣେ ଗାଳ୍ପିକ ଓ ଔପନ୍ୟାସିକ ଭାବେ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ଜଣେ ମୁଖ୍ୟସ୍ରୋତର ଲେଖକ୤ ଚାରିପାଖରେ ଚଳପ୍ରଚଳ ହେଉଥିବା ସାଧାରଣ ଲୋକ ହିଁ ତାଙ୍କ ଗଳ୍ପର ଚରିତ୍ର୤ ତାଙ୍କର ପ୍ରତ୍ୟେକ ଗଳ୍ପ ପରିବର୍ତ୍ତନଶୀଳ ସମାଜର ଗୋଟିଏ ଗୋଟିଏ ପ୍ରତିଛବି୤ ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ ‘ଅପରାହ୍ନର ଭୂତ’, ‘ଚକ୍ରବ୍ୟୁହ’, ‘ଲତା’ ଆଦି ଗଳ୍ପ ସଙ୍କଳନ ଓ ‘କାଶତଣ୍ଡୀର ସ୍ବପ୍ନ’ ଆଦି ଉପନ୍ୟାସ ଅନ୍ୟତମ୤ ବିଷୁବ ଝଙ୍କାର ଗଳ୍ପ... [ କ୍ରମେ ସବିଶେଷ ]
ସହଦେବ ସାହୁଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧୬ ଆପଣଙ୍କ ମତାମତ ?

  • ୧. ସୁଦର୍ଶନ ସାହୁ |  ଜୁନ୍ ୩୦, ୨୦୧୧ - ୨:୩୪ ପୂର୍ବାହ୍ନ

    ଭଲ ଲାଗିଲା… କିନ୍ତୁ incest feeling ଟିକେ ଅଡୁଆ ଲାଗିଲା ୤

  • ୨. Pravat Patra |  ଜୁଲାଇ ୨୨, ୨୦୧୧ - ୮:୩୬ ପୂର୍ବାହ୍ନ

    I am not sure what is the messageyou are trying convey here. I feel this type of creations are not culturally good for our next generation…This is creating a junk imagination in the young readers.

    Kindly convey to the writer.

  • ୩. ତ୍ରିଲୋଚନ ଦାଶ |  ଜୁଲାଇ ୨୬, ୨୦୧୧ - ୧:୪୪ ଅପରାହ୍ନ

    ଏହି ଗପ ଟି ପ୍ରାପ୍ତବୟସ୍କ ଙ୍କ ପାଇଁ ବୋଲି ଲେଖିଥିଲେ ବୋଧେ ଠିକ୍ ହୋଇଥାନ୍ତା ୤ ଗପଟି ପ୍ରକୃତ ରେ ଉଚ୍ଚ କୋଟୀର କିନ୍ତୁ ସମସ୍ତଙ୍କ ପାଇଁ ଉଦ୍ଧିଷ୍ଟ ବୋଲି କିନ୍ତୁ କହି ହେବ ନାହିଁ ୤

  • ୪. Dipankar Sahu |  ଜୁଲାଇ ୩୧, ୨୦୧୧ - ୧୦:୪୦ ପୂର୍ବାହ୍ନ

    Every man or woman passes through this phase in life where they are unable to understand and appreciate all their feelings – physical or psychological….I guess it is one of those steps to growing up…
    Lets us all grow up and appreciate the feeling of the Author and they way he has been able to put it across.
    We all are human beings and are able to appreciate feelings…that’s what makes us human. Lets not loose it by classifying them as good or bad. Enjoying the unknown is probably the best that we always enjoy.
    Great story Sir and I apologize for writing in english.

  • ୫. ପ୍ରଭତ୍ ରଉତ୍ ରୟ୍ |  ଅଗଷ୍ଟ୍ ୧୧, ୨୦୧୧ - ୨:୧୧ ପୂର୍ବାହ୍ନ

    ବହୁତ ଦିନ ପରେ ସହଦେବ ସହୁ ଙ୍କ ଗପ ଭଲ ;ସେଇ ଅଭୁଲ ସ୍ବଦର କୁହୁକ

  • ୬. SUBASH CHANDRA BEHERA |  ଅଗଷ୍ଟ୍ ୧୨, ୨୦୧୧ - ୧:୫୪ ଅପରାହ୍ନ

    GAPATI Bahut bhala lagila. ajira samajare ghatuthiba ghatanara gote nichhaka pratichhabi.
    lekhakanku asesh dhanyabada.
    subash behera
    vice president
    state bank of india
    Manama, Kingdom of Bahrain

  • ୭. kailash |  ଅଗଷ୍ଟ୍ ୧୭, ୨୦୧୧ - ୨:୧୭ ପୂର୍ବାହ୍ନ

    Nice story sahadeba babu

  • ୮. ଜ୍ୟୋତି ପ୍ରକାଶ ସାହୁ |  ଅଗଷ୍ଟ୍ ୨୨, ୨୦୧୧ - ୩:୩୦ ପୂର୍ବାହ୍ନ

    ମୋତେ ସହଦେବ ସାହୁଙ୍କର ଏହି ଗଲ୍ପଟି ଅତ୍ୟନ୍ତ ଭଲ ଲାଗିଲା୤ଗପଟି ସତରେ ଉଚ୍ଚ କୋଟୀର ହୋଇଛି୤ ଗପରେ incest feeling ଭଲ ଲାଗିଲା ୤

  • ୯. PRASANNA KUMAR NAYAK |  ସେପ୍ଟେମ୍ବର୍ ୮, ୨୦୧୧ - ୧୧:୩୬ ପୂର୍ବାହ୍ନ

    The concept of the story is very good. I like it.

  • ୧୦. PRASANNA KUMAR NAYAK |  ସେପ୍ଟେମ୍ବର୍ ୮, ୨୦୧୧ - ୧୧:୪୩ ପୂର୍ବାହ୍ନ

    ଗପ ବହୁତ ଭଲ ହେଇଛି. ସୁନ୍ଦର୍ ପରିକଲ୍ପନା ର ନିଛକ ପ୍ରତିଛବି ଉତ୍ତଲନ କରଯାଇଛି.

  • ୧୧. ନୟନ |  ସେପ୍ଟେମ୍ବର୍ ୨୬, ୨୦୧୧ - ୮:୪୧ ଅପରାହ୍ନ

    କିଛି ଭଲ ଲାଗିଲା

  • ୧୨. Parida |  ସେପ୍ଟେମ୍ବର୍ ୨୯, ୨୦୧୧ - ୧:୪୪ ଅପରାହ୍ନ

    ଏକ ଭିନ୍ନ ସ୍ବାଦର ଗଳ୍ପ ୤A beautiful exploration to the psychology of a teen as well as the manipulating and opportunistic nature of an adult…..

  • ୧୩. Kshirod Kumar Biswal |  ନଭେମ୍ବର୍ ୧୨, ୨୦୧୧ - ୧:୪୬ ପୂର୍ବାହ୍ନ

    କେଁ କେଁ କେନ୍ଦରା ମୁଁ କେତେ ବଜେଇଲି୤
    ଏକା ଲତା ଲାଗି ସିନା ଯୋଗୀ ହୋଇଗଲି୤

    ଗପ ବହୁତ ଭଲ ଲାଗିଲା୤

  • ୧୪. ହିମାଂଶୁ ରଞ୍ଜନ ଦାଶ୍ |  ଜାନୁଆରୀ ୬, ୨୦୧୨ - ୧:୫୪ ପୂର୍ବାହ୍ନ

    ଆଗରୁ ପଢିଥିଲି .ଯେତେଥର ପଢିଲେବି ନୁଆ ଲାଗୁଛି

  • ୧୫. ସୁଶୀଲ କୁମାର ସାହୁ, mumbai maharashtra  |  ଡିସେମ୍ବର୍ ୨୬, ୨୦୧୪ - ୮:୪୨ ପୂର୍ବାହ୍ନ

    ଗଳ୍ପଟି ଭଲ ଲାଗିଲା ।

  • ୧୬. ଅନୋଜ, ବାଲେଶ୍ଵର |  ଜୁନ୍ ୧୦, ୨୦୧୫ - ୮:୩୨ ପୂର୍ବାହ୍ନ

    ପଢି ଭଲ ଲାଗିଲା….

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤