ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୨ Back to Vote Screen

ଲେଖକ ଓ ଲେଖିକା

ବରେନ୍ଦ୍ର କୃଷ୍ଣ ଧଳ
ଦେବେନ୍ଦ୍ର ମହାନ୍ତି
ଗୋପୀନାଥ ମହାନ୍ତି
ଦିଲ୍ଲୀପ ଦାସ
ବାମାଚରଣ ମିତ୍ର
କନକଲତା ସାହୁ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସ୍ମାରକ
 |- ବିଜୟ ମିଶ୍ର
 
 
ତା: ଅଗଷ୍ଟ୍ ୧୭, ୨୦୧୨  
 

ଏଥର ସୁରେନ୍ଦ୍ରର କ୍ରୋଧର ବନ୍ୟା ତା’ ଧୈର୍ଯ୍ୟର ବନ୍ଧ ଭାଙ୍ଗି ଦେଲା୤ ସେ କହିଲା, ‘ଆପଣଙ୍କ ଦୟା ଦରକାର ନାହିଁ୤ ଅନ୍ୟ କାହାର ମୃତ୍ୟୁ ଓ ସୁବାର ମୃତ୍ୟୁ ଭିତରେ ଆପଣଙ୍କୁ କିଛି ତଫାତ୍‌ ଦେଖାଯାଉ ନାହିଁ ? ତା’ପରି ହଜାର ହଜାର ସୈନ୍ୟ ଜୀବନ ଦେଉଛନ୍ତି ବୋଲି ଆପଣମାନେ ଗଛ ଛାଇରେ ବସି ଏପରି ଫାଙ୍କା ଭାଷଣ ଦେଇ ପାରୁଛନ୍ତି୤ ଛାଡ଼ନ୍ତୁ, ଆପଣମାନଙ୍କୁ ଏସବୁ କହି କିଛି ଲାଭ ନାହିଁ୤’ ସେ ଜାଣି ସାରିଥିଲା ଯେ, ଶତ ଚେଷ୍ଟା ପରେ ମଧ୍ୟ ଏମାନଙ୍କର ସଂକୀର୍ଣ୍ଣ ମାନସିକତାର ପରିଧିକୁ ପ୍ରସାରିତ କରାଇ ମାନବିକତାର ପରିବ୍ୟାପ୍ତ ବଳୟରେ ପରିଣତ କରାଇବା ଅସମ୍ଭବ୤ ସୁରେନ୍ଦ୍ରର ନିର୍ଦ୍ଦେଶରେ ସମଗ୍ର ଯୁବମଣ୍ଡଳୀ ଉଠି ଠିଆ ହେଲା, ସଭା ଛାଡ଼ି ଚାଲିଯିବାର ଉପକ୍ରମରେ୤ ପ୍ରତ୍ୟେକଟି ଆଖିରେ ଥିଲା କିଛି କରିଯିବାର ଉନ୍ମାଦନା ଓ ଚିରାଚରିତ ସଂକୀର୍ଣ୍ଣତା ବିରୋଧରେ କ୍ରୋଧ ଏବଂ ଯୁବ ରକ୍ତରେ ଥିଲା ଯେ କୌଣସି ବାଧାବିଘ୍ନକୁ ଜୟ କରିଯିବାର ତୀବ୍ର ଉଷ୍ମତା୤ ସେମାନେ ଚାଲିଯିବା ପରେ ସଭାରେ କିଛି କ୍ଷଣ ନୀରବତା ରାଜୁତି କଲା୤

ସୁରେନ୍ଦ୍ର ଚାଲିଯିବା ପରେ ଅବଧାନ ବୀରତ୍ବ ଦେଖାଇ କହିଲେ, ‘ଦେଖ ହୋ ଏଗୁଡ଼ାଙ୍କୁ୤ କାଲିର ମେଞ୍ଚଡ଼ ଟୋକାଗୁଡ଼ାକ, ମୋ ବେତ ଦେଖି ଏକ କରି ପକଉଥିଲେ, ଆଜି କେଡ଼େ କଥା ନ କହୁଛନ୍ତି ସତେ ! କ’ଣ ହେଲା ଦାସେ ଆପଣେ ? ଯାହା ତ ଅପମାନ ହେଲା ଏଠାକୁ ଆସି, ଆଉ ବସି ରହିଲେ କାହିଁକି ? ଚାଲନ୍ତୁ ଯିବା୤’

ସରପଞ୍ଚ ସମ୍ମିତିରେ ମୁଣ୍ଡ ହଲାଇ କହିଲେ, ‘ଆଉ ନୁହଁ ତ କ’ଣ? ଯାଅରେ ଯିଏ ଯାହା କାମରେ୤’

ଗ୍ରାମବାସୀ ଯନ୍ତ୍ରବତ୍‌ ଉଠି ବିନା କୌଣସି ପ୍ରତିବାଦରେ ସ୍ବ ସ୍ବ ଗୃହକୁ ବାହୁଡ଼ି ଗଲେ୤ ସେତେବେଳେ ସେମାନଙ୍କ ହୃଦୟରେ ସୁବା ବା ଶଙ୍କରା ସମ୍ବନ୍ଧିତ ବିଚାର ନ ଥିଲା, ବରଂ ଥିଲା ଧାନ ଅମଳ କରିବା, ଚାଳ ଛପର କରିବା, ମହାଜନଙ୍କ ଋଣ ସୁଝିବା ଅଥବା ତତ୍‌ସଦୃଶ ଅନ୍ୟ କୌଣସି ଦୈନନ୍ଦିନ ତେଲ-ଲୁଣ ସଂସାର ସମ୍ବନ୍ଧୀୟ ଚିନ୍ତା-ଦୁଶ୍ଚିନ୍ତା୤

ସମୟ ଚକ୍ରରେ ଜୀବନଧାରା ପରିବର୍ତ୍ତିତ ହେବାକୁ ଲାଗିଲା୤ ଇତି ମଧ୍ୟରେ ତିନି ବର୍ଷ ବିତି ଯାଇଥିଲା୤ ସୁରେନ୍ଦର ଯୁବ ମଣ୍ଡଳୀ ପରିଣତ ହୋଇଥିଲା ‘ସୁବାଷ ସ୍ବୟଂସେବକ ସଂଘ’ ରେ୤ ଉଦ୍ଦେଶ୍ୟ ଥିଲା- ସବୁର ସ୍ମୃତିକୁ ଚିର ଅମର ରଖିବା ଓ ଶଙ୍କରା ପରି ଅସହାୟଙ୍କର ସାହାଯ୍ୟ କରିବା୤ ବ୍ୟାଙ୍କ୍‌ ବାବୁଙ୍କ ସହାୟତା ଓ ସଂଘର ପ୍ରଚେଷ୍ଟାରେ ଆଜି ଶଙ୍କରା ପାଖରେ ଥିଲା ଚାରୋଟି ଦୁଧିଆଳୀ ଗାଈ୤ ଏବେ ସେ ପଞ୍ଚଙ୍କ ସମ୍ମୁଖରେ ଭୟରେ ହାତ ଯୋଡ଼ୁ ନଥିଲା, ଯୋଡ଼ୁଥିଲା କେବଳ ବ୍ୟାଙ୍କ୍‌ ବାବୁଙ୍କ ଆଗରେ, ଆଦରରେ୤

ଗାଁରେ ବ୍ୟାଙ୍କ୍‌ର ଆବିର୍ଭାବ ପରେ ମହାଜନଙ୍କର ବଂଶାନୁକ୍ରମିକ ଭାବେ ଚାଲିଥିବା ଋଣ ବ୍ୟାପାର ମାନ୍ଦା ପଡ଼ି ଯାଇଥିଲା୤ ତା’ଙ୍କ ମୁଣ୍ଡକୁ ସରପଞ୍ଚ ପଦବୀ ଅଧିକାର କରିବାର ନିଶା ଓହ୍ଲାଇଯାଇଥିଲା୤ ନିଜ ବଂଶର ଅବଶିଷ୍ଟ ଧନସମ୍ପଦକୁ ବଞ୍ଚାଇ ରଖିବା ପାଇଁ ଓ ଦୈନିନ୍ଦିନ ଖର୍ଚ୍ଚ ମେଣ୍ଟାଇବା ପାଇଁ ତା’ଙ୍କୁ ଦିନରାତି ଏକ କରିବାକୁ ପଡୁଥିଲା୤ କହିବା ଅଲୋଡ଼ା ଯେ, ତାଙ୍କୁ ଆଉ ପଞ୍ଚାୟତରେ ପଞ୍ଚମାନଙ୍କ ସହିତ ବସିବା ଯୋଗ୍ୟ ମନେ କରାଯାଉ ନଥିଲା୤

ପୂର୍ବ ସରପଞ୍ଚ ଭଗବାନ ଦାସ ଆଉ ସେହି ପଦବୀରେ ନଥିଲେ୤ ତା’ଙ୍କ ସ୍ଥାନ ନେଇ ସାରିଥିଲେ, କ୍ଷୁଧିତ ଉଦର-କ୍ଷମତା ପିପାସୁ-ଧନ ଲିପ୍‌ସୁ ଅନ୍ୟ ଜଣେ ମହନୀୟ ବ୍ୟକ୍ତି୤ ଅବଶ୍ୟ କେବଳ ନାମ ଓ ଚେହେରାକୁ ବାଦ୍‌ ଦେଲେ ଦୃଷ୍ଟିକୋଣ, ସ୍ବଭାବ ଓ କାର୍ଯ୍ୟକଳାପରେ କୌଣସି ବିଶେଷ ପାର୍ଥକ୍ୟ ନଥିଲା ଦୁହିଁଙ୍କ ମଧ୍ୟରେ୤

ପୁରୋହିତ ନିମାଇଁ ପଣ୍ଡାଙ୍କୁ ଏବେ ବି ମାସକୁ ମାସ ଘର ଭଡ଼ା ଦେବାକୁ ପଡ଼ୁଥିଲା୤

ଅବଧାନ ନାରାଣ ରାଉତଙ୍କର ଚାଟଶାଳୀକୁ ବିଦ୍ୟାଳୟରେ ପରିଣତ କରାଇବାର ସ୍ବପ୍ନ, ‘ସୁବାଷ ସ୍ବୟଂ ସେବକୁ ସଂଘ’ର ପ୍ରଚେଷ୍ଟାରେ ବାସ୍ତବିକତାର ରୂପ ନେଇ ସାରିଥିଲା- ଅବଶ୍ୟ ସଂଘ ଅବଧାନଙ୍କ ସ୍ବାର୍ଥ ନିମନ୍ତେ ନୁହଁ, ବରଂ ଗାଁର ସର୍ବାଙ୍ଗୀନ ଉନ୍ନତିକୁ ଆଖି ଆଗରେ ରଖି ଏହି ଚେଷ୍ଟା କରିଥିଲା୤ କିନ୍ତୁ ଦୁଃଖର ବିଷୟ ଯେ ବୟସାଧିକ୍ୟ ଓ ଅର୍ଥାଭାବ ଯୋଗୁଁ ଅବଧାନଙ୍କ ମୁଣ୍ଡ ଗୋଳମାଳ ଧରିବା ଆରମ୍ଭ ହୋଇ ଯାଇଥିଲା୤ ତେଣୁ ତା’ଙ୍କ ବଦଳରେ ତିନି ଜଣ ଯୁବ ଶିକ୍ଷକଙ୍କୁ ନିଯୁକ୍ତି ଦିଆ ଯାଇଥିଲା୤ ଅନେକ ସମୟରେ ଅବଧାନ ହାତରେ ବେତଧରି ଚାଟଶାଳୀ ପଛ ପଡ଼ିଆରେ ଚରୁଥିବା ଗାଈ-ବଳଦ ଆଦିଙ୍କୁ ପଣକିଆ ଶିଖାଇବାକୁ ଚେଷ୍ଟା କରୁଥିବାର ଦେଖା ଯାଉଥିଲା୤ ବିଚରା ପଶୁଗୁଡ଼ାକ ପଣକିଆ ଶିଖି ନ ପାରି ଅବଧାନଙ୍କ ବାରମ୍ବାର ବେତ ପ୍ରହାରରେ ଅତିଷ୍ଠ ହୋଇ ପ୍ରତିଶୋଧ ପରାୟଣବଶତଃ ପ୍ରତିଆକ୍ରମଣ କରି ଅବଧାନଙ୍କ ଶରୀରର ଅସ୍ଥି ସଂଖ୍ୟା ବୃଦ୍ଧି କରାଇ ଦେଇଥିବାର ନଜିର ମଧ୍ୟ ଥରେ ଅଧେ ଦେଖିବାକୁ ମିଳିଥିଲା୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବିଜୟ ମିଶ୍ର, ରାଉରକେଲା
ବିଜୟ ମିଶ୍ର
ପେଶାରେ ଜଣେ ଡାକ୍ତର ଥିବା ବିଜୟ କୁମାର ମିଶ୍ର ଜଣେ ନୂତନ ପିଢ଼ୀର ଗାଳ୍ପିକ ଭାବେ ପରିଚିତ୤ ଦୈନନ୍ଦିନ ଜୀବନ ଏବଂ ସାମ୍ପ୍ରତିକ ସାମାଜିକ ବ୍ୟବସ୍ଥା ଉପରେ ତାଙ୍କର ଗଳ୍ପଗୁଡ଼ିକ ପାଠକମାନଙ୍କୁ ବେଶ୍‌ ଆମୋଦିତ କରିଥାଏ୤ ବିଭିନ୍ନ ପତ୍ରପତ୍ରିକାରେ ଡାକ୍ତର ମିଶ୍ରଙ୍କ ଅନେକ ଗଳ୍ପ ପ୍ରକାଶିତ ହୋଇ ପାଠକୀୟ ସ୍ବୀକୃତି ହାସଲ କରିଛି୤ ସମ୍ପ୍ରତି ଡା. ମିଶ୍ର ରାଉରକେଲା ସ୍ଥିତ ଇଏସ୍‌ଆଇ ଚିକିତ୍ସାଳୟରେ କାର୍ଯ୍ୟରତ ଅଛନ୍ତି୤
ବିଜୟ ମିଶ୍ରଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. muralidhar kabi |  ସେପ୍ଟେମ୍ବର୍ ୨୧, ୨୦୧୨ - ୧୦:୨୨ ପୂର୍ବାହ୍ନ

    so fine village story. thank U sir.

  • ୨. Dr KAMAL KRISHNA PARIDA, ROURKELA |  ସେପ୍ଟେମ୍ବର୍ ୩, ୨୦୧୩ - ୧୧:୪୭ ପୂର୍ବାହ୍ନ

    NICE STORY

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤