ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୩୮

ଲେଖକ ଓ ଲେଖିକା

ରମେଶ ଚନ୍ଦ୍ର ଦାସ
ଅଖିଳମୋହନ ପଟ୍ଟନାୟକ
ସେନାପତି ପ୍ରଦ୍ୟୁମ୍ନ କେଶରୀ
ସୁବ୍ରତ ପ୍ରିୟବ୍ରତ ମହାନ୍ତି
କାଳିନ୍ଦି ଚରଣ ପାଣିଗ୍ରାହୀ
ଗୋପାଳ ଚନ୍ଦ୍ର ପ୍ରହରାଜ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସିନ୍ଦୁକ
 |- ସତ୍ୟପ୍ରିୟ ମହାଳିକ
 
 
ତା: ଫେବୃଆରୀ ୨୩, ୨୦୧୧  
 

‘ବାକ୍ସରେ ତ କିଛି ନାହିଁ୤ ସିନ୍ଦୁକର ତାଲା ଭାଙ୍ଗିଦିଅ ଦେଖିବା୤ ସିନ୍ଦୁକରେ ନିଶ୍ଚିତ ଥାଇପାରେ କିଛି୤ କାରଣ ମାଆ ପ୍ରାୟ ସିନ୍ଦୁକ ଥିବା ଘର ଭିତରକୁ ବିନା ଅନୁମତିରେ କାହାରିକୁ ପ୍ରବେଶ କରିବାକୁ ଦେଉ ନ ଥିଲା, କହିଲା ଦୁଃଖରାମ୤

ବାପା ନୀରବରେ ସମର୍ଥନ ଜଣାଇଲେ ଯାହାର ଦୁଇଟି ଅର୍ଥ ଥିଲା୤ ହଁ ଓ ନା୤ ବୋହୂମାନେ ପ୍ରାୟ ସେଇଆ ଚାହୁଁଥିଲେ୤ ଦୂରିଆ ବନ୍ଧୁ ଯେଉଁ କେତେଜଣ ତଥାପି ଯାଇପାରି ନ ଥିଲେ ସେମାନେ ବି ଏହି ଅଭିଯାନରେ ସାମିଲ୍‌ ହୋଇସାରିଥିଲେ ଓ ସେମାନେ ବି ଆଶା କରୁଥିଲେ ସିନ୍ଦୁକରୁ କିଛି ବାହାରୁ୤

ବଡଅପାର ଦୁଷ୍ଟ ସାନପୁଅ ଯିଏ ଟି.ଭି ରୁ ଅଲିଫ୍‌ ଲୈଲା ଦେଖିଥିଲା ସେ ଗୋଟେ ବିରାଟ ଯାଦୁକର ପରି କହିଲା ଖୁଲ୍‌ ଯା…. ସିମ୍‌ ସିମ୍‌୤ ଏକ ଭାବଗମ୍ଭୀର ଅଭିଯାନର ସାମୟିକ ବିରତି ହେଲା ପରି ସମସ୍ତଙ୍କ ଓଠ ସାମାନ୍ୟ ପ୍ରସାରିତ ହୋଇଉଠିଲା୤

‘ଚୁଉପ୍‌…..’ କହିଲା ବଡଅପା, କାରଣ ବଡଅପା ବି ଚାହୁଁଥିଲା ତା ଉପସ୍ଥିତିରେ ଏ ସିନ୍ଦୁକ ଖୋଲାଗଲେ ଯେଉଁ ସବୁ ଗହଣାଗାଣ୍ଠି ମିଳିବ, ସେ ସବୁରୁ ବି ତାର ଭାଗ ଅଛି ଏବଂ ସେ ଏକୁଟିଆ ଏ ଭାଗ ନେଇପାରେ କାରଣ ମାଆର ଗେଲବସର ସାନଝିଅ ତା ଘରକୁ ଯାଇସାରିଛି୤
ସୁଖରାମ କହିଲା ‘ଦେ ଭାଙ୍ଗ ତାକୁ, ଦେଖିବା’
ନା, ଥାଉ….ତାକୁ ଭାଙ୍ଗନାହିଁ, କହିଲେ ବାପା୤
‘କାହିଁକି ?’ ପ୍ରଶ୍ନ କଲା ଦୁଃଖରାମ୤

ବାପା କହିଲେ- ଥାଉ ସେ ସିନ୍ଦୁକ୤ ତମ ଜେଜେମା ଓ ମାଆଙ୍କର ସ୍ମୃତି ହୋଇ ସେ ସେମିତି ଥାଉ୤ ଯାହା ଅଛି ତା ଭିତରେ ସେମିତି ଥାଉ୤ ଆଉ ଯଦି ନିହାତି ତମମାନଙ୍କର ତାକୁ ଭାଙ୍ଗିଦେବା ଦରକାର ତେବେ ମୋ ମଲାପରେ ଭାଙ୍ଗିଦେବ୤ ଟୁକୁରା ଟୁକୁରା କରି ଭାଙ୍ଗିଦେବ ଓ ତାକୁ ନିଶ୍ଚିହ୍ନ କରିଦେବ୤ ଅନ୍ତତଃ ମୋ ବଞ୍ଚିବା ଯାଏ ତାକୁ ସେମିତି ଗୋଟାପଣେ ରହିବାକୁ ଦିଅ୤’

ସମସ୍ତେ ଚୁପ୍‌ ରହିଲେ୤

ପୃଷ୍ଠା ସଂଖ୍ୟା : 1 2 3 4 5 6 7

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସତ୍ୟପ୍ରିୟ ମହାଳିକ, ଜାମଶେଦପୁର, ଝାଡଖଣ୍ଡ
ଓଡ଼ିଶାର ବିଚ୍ଛିନ୍ନାଞ୍ଚଳରେ ରହି ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଯେଉଁ କେତେଜଣ ଉଦ୍ୟମ ଜାରି ରଖିଛନ୍ତି ସେମାନଙ୍କ ମଧ୍ୟରେ ସତ୍ୟପ୍ରିୟ ମହାଳିକ ଅନ୍ୟତମ୤ ଗଳ୍ପ, ଉପନ୍ୟାସ ସହିତ ବିଭିନ୍ନ ସମ୍ବାଦପତ୍ରରେ ସ୍ତମ୍ଭକାର ଭାବେ ଶ୍ରୀ ମହାଳିକ ପାଠକମାନଙ୍କ ନିକଟରେ ସୁପରିଚିତ୤ ତାଙ୍କ ପ୍ରକାଶିତ ପୁସ୍ତକଗୁଡ଼ିକ ମଧ୍ୟରେ “ସତ୍ୟବଚନ”, “କୁହୁକ ଦର୍ପଣ”, “ଅଣପୁରୁଷ”, “କଥାତନ୍ତ୍ର”, “ଶୁନ୍ୟକାଳ” ଆଦି ଅନ୍ୟତମ୤
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. ଅଶୋକ ନୟକ୍ |  ଫେବୃଆରୀ ୨୩, ୨୦୧୧ - ୧:୩୭ ଅପରାହ୍ନ

    ବହୁତ୍ ଭଲ୍ ଲଗିଲ

  • ୨. ମହେନ୍ଦ୍ର ମିଶ୍ର |  ଫେବୃଆରୀ ୨୪, ୨୦୧୧ - ୫:୨୧ ପୂର୍ବାହ୍ନ

    ଗପଟି ବହୁତ ବଢିଆ ହୋଇଛି୤ କିନ୍ତୁ ଗପର ନାମ ଅନୁସାରେ ସିନ୍ଦୁକ ବାବଦରେ ଥିବା ଗୁମର ଫିଟିଥିଲେ ଆହୁରି ରୋମାଞ୍ଚକର ଲାଗିଥାନ୍ତା୤

  • ୩. Tapan |  ଜୁନ୍ ୩, ୨୦୧୧ - ୨:୫୫ ପୂର୍ବାହ୍ନ

    satare ame sabu bhulijau……….kahara feelings ra kichhi value nahi ethi.still ame semiti hin rahiba .thats true.

  • ୪. ଟୁଲୁ ସାହୁ |  ଜୁନ୍ ୨୮, ୨୦୧୧ - ୫:୪୧ ପୂର୍ବାହ୍ନ

    ଲେଖାଟି ଉଚ୍ଚକୋଟୀର

  • ୫. ତ୍ରିଲୋଚନ ଦାଶ |  ଜୁଲାଇ ୨୦, ୨୦୧୧ - ୧:୧୦ ଅପରାହ୍ନ

    ଗପଟି ବହୁତ ବଢିଆ ହୋଇଛି୤ କିନ୍ତୁ ଗପର ନାମ ଅନୁସାରେ ସିନ୍ଦୁକ ବାବଦରେ ଥିବା ଗୁମର ଫିଟିଥିଲେ ଆହୁରି ରୋମାଞ୍ଚକର ଲାଗିଥାନ୍ତା୤ ଏହାର ଦ୍ବିତୀୟ ଭାଗ ପ୍ରକାଶ କରିବାକୁ ପ୍ରକଶକ ଙ୍କୁ ଅନୁରୋଧ ; ଏହା ଅତ୍ୟନ୍ତ ହୃଦୟ ସ୍ପର୍ଶି ହୋଏପାରିଛି; ଏଣୁ ଦ୍ବିତୀୟ ଭାଗ ପ୍ରକାଶ କରିବାକୁ ଅନୁରୋଧ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤