ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସିନ୍ଦୁକ
 |- ସତ୍ୟପ୍ରିୟ ମହାଳିକ
 
 
ତା: ଫେବୃଆରୀ ୨୩, ୨୦୧୧  
 

‘ତମ ମାଆଟା ହୁଣ୍ଡିଟାଏ ଥିଲା, ବିଦ୍ୟାବୁଦ୍ଧି ବୋଲି ତାର କାଣିକଉଡିଟାଏର ବି ନ ଥିଲା’ ବୋଲି ବାପା ମନ୍ତବ୍ୟ ଦେଲେ ଓ ଗୋଟେ ଦୀର୍ଘନିଶ୍ବାସ ଛାଡିଲେ୤ ସୁଖରାମ କହିଲା- କିନ୍ତୁ ମାଆର ଘରକରଣା ବୁଦ୍ଧି ତୁଳନାରେ ଆପଣଙ୍କର ବୋହୂମାନେ ବି ସରିହେବେନି୤’

ଏତେବେଳେ ବଡବୋହୂ ତିନିକପ୍‌ ଚା ଧରି ପହଞ୍ଚିଲା ଓ ମାଆର ଚାବି ବୋଲି ଅନୁମାନ କରୁଥିବା ଏକ ପୁରୁଣା ଜଙ୍କଲଗା ଚାବି ବାପାଙ୍କ ହାତକୁ ବଢେଇଦେଇ କହିଲା- ‘ଦେଖନ୍ତୁ ତ, ଏଇଟା ହୋଇପାରେ୤’

ଏସବୁ ଯୋଜନା ସତ୍ତ୍ବେ ଅବଶେଷରେ ସୁଖରାମ ସିନ୍ଦୁକ ଓ ହାତବାକ୍ସର ତାଲାଟିକୁ ଭାଙ୍ଗିଦେବାକୁ କହି ଦୁଃଖରାମକୁ ଗୋଟେ ହାତୁଡି ଓ ଲୁହାକଣ୍ଟା ଆଣିବାପାଇଁ ନିର୍ଦ୍ଦେଶ ଦେଲା୤ ଅବିଳମ୍ବେ ଏ ସବୁ ଆୟୋଜନ ହେବା ମାତ୍ରେ ଦାଣ୍ଡ ଘରେ ହାତ ବାକ୍ସଟିକୁ ଘେରିରହିଥିଲେ ସମୁଦାୟ ପରିବାର ସଭ୍ୟମାନେ୤ ଗୋଟିଏ ଅଜ୍ଞାତ ସ୍ଥାନରୁ ଆସିଥିବା ପାର୍ଶଲଟିଏ ଖୋଲିଦେଖିବା ପୂର୍ବରୁ ତା ଭିତରେ କଣ ଅଛି ସେଇ ଉତ୍ସୁକତାର ଆଖି ଓ ମନ ନେଇ ସେମାନେ ହାତବାକ୍ସର ତାଲା ସମେତ ବାକ୍ସଟିକୁ ନିରୀକ୍ଷଣ କରୁଥିଲେ୤ ପାହାର ପରେ ପାହାର ବସାଇଚାଲିଥିଲା ଦୁଃଖରାମ, ବାପା କହିଲେ ସମ୍ଭାଳିକି ପିଟ୍‌୤ ହାତ ଉପରେ ପାହାର ବସିଯିବ୤’ ସୁଖରାମ କହିଲା-‘ପୁରୁଣା କାଳର ପିତ୍ତଳ ତାଲା, ଭାରି ମଜଭୁତ୤ କରତ ମିଳିବନି ?’

ମାତ୍ର ଦଶପନ୍ଦର ମିନିଟ୍‌ ଅକ୍ଳାନ୍ତ ପରିଶ୍ରମ ପରେ ତାଲାଟି ଉପୁଡିପଡିଲା, ‘କଣ ଅଛି ?’ ସାନବୋହୂ ପଚାରିଲା୤
‘କ’ଣ ଅଛି କାହିଁ ?’ ବାପା କହିଲେ୤
‘ଦେଖ୍‌ ଦେଖ ସେ ମୁଣି ଖୋଲି’- ସୁଖରାମ କହିଲା୤
‘ଧେତ୍‌ କିଛି ନାହିଁ’ – ଦୁଃଖରାମ କହିଲା୤
‘ହଁ ସେ ଡବାଗୁଡାକ ଖୋଲି ଦେଖ’- ବଡବୋହୂ ପରାମର୍ଶ ଦେଲା ଓ ନିଜେ ହାତ ଲଗାଇଲା୤ ଅବଶେଷରେ ପ୍ରମାଣିତ ହୋଇଗଲା ଯେ ଦିଅଣ୍ଡା କଉଡି, ଦୁଇଟି କଣା ପିତ୍ତଳ ପଇସା, ପୁରୁଣା କାଳିଆ ରୂପା ମୁଦ୍ରା ଓ ଗୋଟେ ଜାତକ, ଗୋଟା ଗୁଆ, ନିର୍ମାଲ୍ୟ ଏବଂ ହନୁମାନ ପଇସାଟିଏ ଛଡା ଆଉ ସେଥିରେ କିଛି ନ ଥିଲା୤

‘ଆଉ କିଛି ନାହିଁ ?’ ନିରାଶାରେ ପଚାରିଲା ସୁଖରାମ ଏବଂ ହାତ ପୂରାଇ ଗୋଟେ ଅଦରକାରୀ କାଗଜ ପରି ଦେଖାଯାଉଥିବା ଚାରିପୃଷ୍ଠାର ଗୋଟେ ତାଲିକା ବାହାରକରି ଆଣିଲା୤ ସେଟା ଚଉତା ହୋଇ ବାକ୍ସର ଗୁପ୍ତ ପକେଟ ଭିତରେ ସାଇତା ହୋଇ ରଖାଯାଇଥିଲା୤ ଏଥର ସମସ୍ତଙ୍କ ଚକ୍ଷୁ ଉଜ୍ଜଳ ହୋଇଉଠିଲା୤

ଦୁଃଖରାମ କହିଲା-‘ଦେଖ, ଦେଖ ସେଇଥିରେ ମାଆ ଲୋକଙ୍କ ନାଁ ଓ ହିସାବ ଲେଖି ରଖିଥିବ୤’

ବାପା କହିଲେ- ‘ହଁ…ହଁ ଭଲକରି ଦେଖ୤ ସେଇଟା ହୋଇପାରେ୤’ ସମସ୍ତେ ସୁଖରାମର ହାତକୁ ଅନାଇଲେ୤

‘ନାଁ’ ଏଇଟା ମୋ ବାହାଘର ବେଳେ ଶଶୁରଘରୁ ଆସିଥିବା ଯଉତୁକ ଜିନିଷପତ୍ରର ତାଲିକା୤’ ସୁଖରାମ ଦୀର୍ଘଶ୍ବାସଟିଏ ଛାଡି କହିଲା୤ କହିଲା-‘ମାଆ ଏଇଟାକୁ ମୋ ଝିଅର ବାହାଘର ବେଳେ ଦରକାର ହେବ ବୋଲି ସାଇତିରଖିଛି ବୋଲି ମୋତେ ଥରେ କହିଥିଲା୤’

‘ଯାଃ…. ବେକାର କାଗଜ୤ ଶଃ.., ଏତେଗୁଡାଏ ପଇସାପତ୍ର ଯାହା ପାଣିରେ ପଡିଲା, କିଏ କେତେ ନେଇଛନ୍ତି ଆଉ କଣ ଫେରାଇବେ୤ ଗଲା, ସବୁ ବୁଡିଗଲା୤’ ଦୁଃଖରାମ କହିଲା୤

( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2 3 4 5 6 7

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସତ୍ୟପ୍ରିୟ ମହାଳିକ, ଜାମଶେଦପୁର, ଝାଡଖଣ୍ଡ
ଓଡ଼ିଶାର ବିଚ୍ଛିନ୍ନାଞ୍ଚଳରେ ରହି ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଯେଉଁ କେତେଜଣ ଉଦ୍ୟମ ଜାରି ରଖିଛନ୍ତି ସେମାନଙ୍କ ମଧ୍ୟରେ ସତ୍ୟପ୍ରିୟ ମହାଳିକ ଅନ୍ୟତମ୤ ଗଳ୍ପ, ଉପନ୍ୟାସ ସହିତ ବିଭିନ୍ନ ସମ୍ବାଦପତ୍ରରେ ସ୍ତମ୍ଭକାର ଭାବେ ଶ୍ରୀ ମହାଳିକ ପାଠକମାନଙ୍କ ନିକଟରେ ସୁପରିଚିତ୤ ତାଙ୍କ ପ୍ରକାଶିତ ପୁସ୍ତକଗୁଡ଼ିକ ମଧ୍ୟରେ “ସତ୍ୟବଚନ”, “କୁହୁକ ଦର୍ପଣ”, “ଅଣପୁରୁଷ”, “କଥାତନ୍ତ୍ର”, “ଶୁନ୍ୟକାଳ” ଆଦି ଅନ୍ୟତମ୤
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. ଅଶୋକ ନୟକ୍ |  ଫେବୃଆରୀ ୨୩, ୨୦୧୧ - ୧:୩୭ ଅପରାହ୍ନ

    ବହୁତ୍ ଭଲ୍ ଲଗିଲ

  • ୨. ମହେନ୍ଦ୍ର ମିଶ୍ର |  ଫେବୃଆରୀ ୨୪, ୨୦୧୧ - ୫:୨୧ ପୂର୍ବାହ୍ନ

    ଗପଟି ବହୁତ ବଢିଆ ହୋଇଛି୤ କିନ୍ତୁ ଗପର ନାମ ଅନୁସାରେ ସିନ୍ଦୁକ ବାବଦରେ ଥିବା ଗୁମର ଫିଟିଥିଲେ ଆହୁରି ରୋମାଞ୍ଚକର ଲାଗିଥାନ୍ତା୤

  • ୩. Tapan |  ଜୁନ୍ ୩, ୨୦୧୧ - ୨:୫୫ ପୂର୍ବାହ୍ନ

    satare ame sabu bhulijau……….kahara feelings ra kichhi value nahi ethi.still ame semiti hin rahiba .thats true.

  • ୪. ଟୁଲୁ ସାହୁ |  ଜୁନ୍ ୨୮, ୨୦୧୧ - ୫:୪୧ ପୂର୍ବାହ୍ନ

    ଲେଖାଟି ଉଚ୍ଚକୋଟୀର

  • ୫. ତ୍ରିଲୋଚନ ଦାଶ |  ଜୁଲାଇ ୨୦, ୨୦୧୧ - ୧:୧୦ ଅପରାହ୍ନ

    ଗପଟି ବହୁତ ବଢିଆ ହୋଇଛି୤ କିନ୍ତୁ ଗପର ନାମ ଅନୁସାରେ ସିନ୍ଦୁକ ବାବଦରେ ଥିବା ଗୁମର ଫିଟିଥିଲେ ଆହୁରି ରୋମାଞ୍ଚକର ଲାଗିଥାନ୍ତା୤ ଏହାର ଦ୍ବିତୀୟ ଭାଗ ପ୍ରକାଶ କରିବାକୁ ପ୍ରକଶକ ଙ୍କୁ ଅନୁରୋଧ ; ଏହା ଅତ୍ୟନ୍ତ ହୃଦୟ ସ୍ପର୍ଶି ହୋଏପାରିଛି; ଏଣୁ ଦ୍ବିତୀୟ ଭାଗ ପ୍ରକାଶ କରିବାକୁ ଅନୁରୋଧ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤