ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ବିଦ୍ୟୁତପ୍ରଭା ଦେବୀ
ବ୍ରଜନାଥ ରଥ
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ମନୋଜ ଦାସ
ଗନ୍ତାୟତ ଶିବପ୍ରସାଦ
ସୁଶାନ୍ତ ଦାଶ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସିନ୍ଦୁକ
 |- ସତ୍ୟପ୍ରିୟ ମହାଳିକ
 
 
ତା: ଫେବୃଆରୀ ୨୩, ୨୦୧୧  
 

ସୁଖରାମର ବାହାଘର ବେଳକୁ ମାଆ ବଡବୋହୂକୁ ସେଇ ସିନ୍ଦୁକ ଭିତରୁ କାଢି ଗୋଟେ ଚାରିଭରି ଓଜନର ମଲ୍ଲୀହାରଟିଏ ଦେଇଥିଲେ୤ ସାନବୋହୂକୁ ମଧ୍ୟ ସେଇ ସିନ୍ଦୁକରୁ କାଢି ଦେଇଥିଲା ଜାଉଁଳି୤ କେବେ କେବେ ଟଙ୍କା ଅଭାବ ପଡିଲେ, ଇଣ୍ଟରଭ୍ୟୁ କି ପିକ୍‌ନିକ୍‌ ଯିବାପାଇଁ ସୁଖରାମ ମାଆକୁ ପ୍ରଭାବିତ କରି ସେଇ କାଠ ସିନ୍ଦୁକ ଖୋଲାଉଥିଲା ଓ ନାନା କିସମର ଡବା ଓ କନା ପୁଟୁଳାରେ ବନ୍ଧା ହୋଇ ରହିଥିବା ପଇସା, ଟଂକା ଆତ୍ମସାତ୍‌ କରୁଥିଲା୤ ଜରୁରୀକାଳୀନ ଆବଶ୍ୟକତା ପାଇଁ ସେଇ ସିନ୍ଦୁକଟି ଥିଲା ଘରର ସମସ୍ତଙ୍କ ପାଇଁ ସମବାୟ ବ୍ୟାଙ୍କ୤

ସାନଭାଇଠାରୁ ସୁଖରାମ କେବେ କେବେ ମାଆ ବିଷୟରେ କିଛି ଗୁଜବ ମଧ୍ୟ ଶୁଣିଥିଲା୤ ମାଆ ଟଂକାପଇସା ସୁଧ ଲଗାଉଥିଲା ଗାଁ ପଡିଶାଙ୍କୁ୤ ଏ ସବୁ ମାଆ ଘର ଓ ପିଲାଛୁଆଙ୍କ ଭବିଷ୍ୟତ ପାଇଁ କରୁଥିଲା ଓ ତଦ୍ବାରା ଉଭୟ ଗାଁ ପଡିଶା ଓ ଘରଲୋକ ନାନା ଭାବେ ଉପକୃତ ହେଉଥିଲେ୤

‘ଆଜି ସମସ୍ତେ ଅଛନ୍ତି, ଅଥଚ ମାଆ ନାହିଁ, ଏଇ କଥାଟି ସୁଖରାମକୁ ଅଧିକରୁ ଅଧିକ ଭାଙ୍ଗିପକାଉଥିଲା, ସୁଖରାମ ତା ସ୍ତ୍ରୀକୁ ଡାକିଲା ଓ ବାପାଙ୍କୁ ଡାକିଦେବା ପାଇଁ କହି ସାନଭାଇକୁ ଖୋଜିଲା୤ ସାନଭାଇ ବଡ ଭଉଣୀଙ୍କୁ ଛାଡିବା ପାଇଁ ଯାଇଥିଲା୤ ଏଣୁ ଫେରିବା ବିଳମ୍ବ ହେବ ବୋଲି ଶୁଣିଲା୤ ସୁଖରାମ ତା ନିଜର ବ୍ୟକ୍ତିଗତ ଦୁଃଖସୁଖର ସଂସାର ଭିତରକୁ ପଶିଗଲା୤ କ୍ରମଶଃ ସାଂସାରିକ ଜଂଜାଳ ଭିତରୁ ସେ ଦାର୍ଶନିକ ପରି ବାହାରିଆସି ଭାବିଲା-‘ମାଆ ଚାଲିଗଲା, ବାପା ବି ଚାଲିଯିବେ, ମୁଁ ବି ଦିନେ ଚାଲିଯିବି ଓ ମୋ ଝିଅ ବି ଦିନେ ଚାଲିଯିବ୤ ଅଥଚ ଆମେ ତଥାପି ଗଛଟିମାନ ଲଗାଇଚାଲିବୁ ଓ ଘରଟିମାନ ତୋଳିଚାଲିଥିବୁ୤ ମରିଯିବାର ସତ୍ୟତା ସତ୍ତ୍ବେ ସଂସାର ମୋହ କି ସାଂଘାତିକ୤’

ବାପାଙ୍କ ଡାକରେ ସେ ପ୍ରକୃତିସ୍ଥ ହେଲା ଓ ବାପାଙ୍କୁ ଜମିବାଡି, ଘରସଂସାର ବିଷୟରେ କେତେକ ଅନାବଶ୍ୟକ କଥା ପଚାରିଲା୤ ଏଥର ଧାନ କେତେ ହେଲା ଓ ଘର ଛପର ପାଇଁ କେତେ ମଜୁରୀ ଲାଗିଲା ଇତ୍ୟାଦି କଥା ସମେତ ଭୁବନେଶ୍ବରର ଖର୍ଚ୍ଚ ଓ ଚାଉଳ ଦର ଆଦି କେତେକ ଔପଚାରିକତା ଭିତରେ ଉଭୟଙ୍କର ଗପସପ ସୀମିତ ରହିଲା୤ କଥା ପ୍ରସଙ୍ଗରେ ସୁଖରାମ ବାପାଙ୍କୁ ମାଆର ବ୍ୟକ୍ତିଗତ ଟଙ୍କାପଇସାର କାରବାର ଓ ଜମାଖର୍ଚ୍ଚ ସଂପର୍କରେ ସୂଚାଇଦେବାରୁ ବାପା ଛଳଛଳ ଦେଖାଗଲେ୤ ମାଆର ସିନ୍ଦୁକ ଓ ହାତବାକ୍ସର ଚାବି କାହାରି ପାଖରେ ନ ଥିଲା୤ କାରଣ ମାଆ ହୁଏତ ତାର ଛୋଟ ସୁଖୀ ସଂସାର ଛାଡି କଦାପି ମରିଯିବ ବୋଲି ଭାବି ନ ଥିଲା ଓ କାହାକୁ ତା ବାକ୍ସ ଓ ସିନ୍ଦୁକ ଚାବି ହସ୍ତାନ୍ତର କରି ନ ଥିଲା୤ ମାଆର ଆକସ୍ମିକ ମୃତ୍ୟୁ ଯୋଗୁଁ ତାର ଟଙ୍କାପଇସା କାରବାର ଓ ବଂଧକ ଆକାରରେ ରଖିଥିବା କିଛି ଅଳଙ୍କାରର ପ୍ରକୃତ ତଥ୍ୟ କାହାରି ଗୋଚର ନ ଥିଲା୤

ସୁତରାଂ ରାତି ପାହିଲେ ସୁଖରାମ ତାର କର୍ମକ୍ଷେତ୍ରକୁ ବାହୁଡିଯିବା ପୂର୍ବରୁ ଅନ୍ତତଃ ଥରେ ମାଆର ସିନ୍ଦୁକରେ କଣ ଅଛି ସେଇଟାକୁ ଦେଖିଯିବା ବୁଦ୍ଧିମାନର କାମ ହେବ ବୋଲି ଭାବିନେଇଥିଲା୤ ସେ ବାପାଙ୍କୁ ଉଭୟ ସିନ୍ଦୁକ ଓ ହାତବାକ୍ସର ତାଲା ଭାଙ୍ଗି ଖୋଲିଦେଖିବାକୁ ପ୍ରସ୍ତାବ ଦେଲା୤ ବାପା ଏ ପ୍ରସ୍ତାବରେ ସମର୍ଥନ ନ କରିବାର ଉପାୟ ନ ଥିଲା୤ କାରଣ ମାଆ ମରିଯିବା ପରେ ବାପା ଏକରକମର ଅସହାୟ ଓ ଆଶ୍ରିତ ହୋଇପଡିଥିଲେ୤ ତେବେ ସେ ଏତେ ବଡ ପାରିବାରିକ କାର୍ଯ୍ୟକ୍ରମକୁ ଉଭୟ ପୁଅଙ୍କ ଉପସ୍ଥିତିରେ ସମାପନ କରିବାପାଇଁ ପ୍ରସ୍ତାବ ରଖିଲେ୤ ଏତେବେଳକୁ ଦୁଃଖରାମ ବି ଆସି ପହଞ୍ଚିସାରିଥିଲା୤

ବାପା ଓ ବଡଭାଇଙ୍କ କଥାକୁ ସମର୍ଥନ କରି ଦୁଃଖରାମ ନିଜର ମନ୍ତବ୍ୟ ଜଣାଇବା ପ୍ରସଙ୍ଗରେ କହିଲା-‘ମାଆଙ୍କର ଅନେକ ଟଙ୍କା କରଜ ଆକାରରେ ଗାଁ ପଡିଶା ଲୋକମାନେ ରଖିଛନ୍ତି୤ ସେ ସବୁର ହିସାବ ମାଆ ଜାଣିଥିଲା, ବଂଧକ ଆକାରରେ କିଛି ସୁନା ଗହଣା ବି ମାଆ ଜମା ରଖିଛି୤ ସେ ସବୁ ସେଇ ହାତବାକ୍ସ ବା ସିନ୍ଦୁକ ଭିତରେ ଥାଇପାରେ୤ ଏସବୁ କାରବାରର ହିସାବ ସେ କେବଳ ଏକଲା ନିଜେ ହିଁ ରଖୁଥିଲା୤ ହୁଏତ ବାକ୍ସ ଓ ସିନ୍ଦୁକ ଚାବି ଭଙ୍ଗାଗଲେ ଆମକୁ ଗହଣାପତ୍ର ଓ ଟଙ୍କାପଇସା ମିଳିବା ଅସମ୍ଭବ ନୁହେଁ୤ କାରଣ ମାଆ ଚାଲିଯିବାର ଦି’ମାସ ଖଣ୍ଡେ ଆଗରୁ ଥରେ ସାନବୋହୂ ପାଖରେ କହୁଥିଲା ସୁନା ମୁଦି ବୋଲି କହି ଜଣେ ତାକୁ ବିଶ୍ବାସରେ ଗୋଟେ ପିତ୍ତଳ ମୁଦି ଠକିଦେଇଛି୤ ଏକଥା ପାଇଁ ସେ ତାଙ୍କୁ ଜଗନ୍ନାଥଙ୍କ ନିର୍ମାଲ୍ୟ ଛୁଆଇଁ ଛାଡିଦେଲା୤ ତଥାପି ଲୋକଟା ଠକିଦେଲା୤

( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2 3 4 5 6 7

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସତ୍ୟପ୍ରିୟ ମହାଳିକ, ଜାମଶେଦପୁର, ଝାଡଖଣ୍ଡ
ଓଡ଼ିଶାର ବିଚ୍ଛିନ୍ନାଞ୍ଚଳରେ ରହି ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଯେଉଁ କେତେଜଣ ଉଦ୍ୟମ ଜାରି ରଖିଛନ୍ତି ସେମାନଙ୍କ ମଧ୍ୟରେ ସତ୍ୟପ୍ରିୟ ମହାଳିକ ଅନ୍ୟତମ୤ ଗଳ୍ପ, ଉପନ୍ୟାସ ସହିତ ବିଭିନ୍ନ ସମ୍ବାଦପତ୍ରରେ ସ୍ତମ୍ଭକାର ଭାବେ ଶ୍ରୀ ମହାଳିକ ପାଠକମାନଙ୍କ ନିକଟରେ ସୁପରିଚିତ୤ ତାଙ୍କ ପ୍ରକାଶିତ ପୁସ୍ତକଗୁଡ଼ିକ ମଧ୍ୟରେ “ସତ୍ୟବଚନ”, “କୁହୁକ ଦର୍ପଣ”, “ଅଣପୁରୁଷ”, “କଥାତନ୍ତ୍ର”, “ଶୁନ୍ୟକାଳ” ଆଦି ଅନ୍ୟତମ୤
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. ଅଶୋକ ନୟକ୍ |  ଫେବୃଆରୀ ୨୩, ୨୦୧୧ - ୧:୩୭ ଅପରାହ୍ନ

    ବହୁତ୍ ଭଲ୍ ଲଗିଲ

  • ୨. ମହେନ୍ଦ୍ର ମିଶ୍ର |  ଫେବୃଆରୀ ୨୪, ୨୦୧୧ - ୫:୨୧ ପୂର୍ବାହ୍ନ

    ଗପଟି ବହୁତ ବଢିଆ ହୋଇଛି୤ କିନ୍ତୁ ଗପର ନାମ ଅନୁସାରେ ସିନ୍ଦୁକ ବାବଦରେ ଥିବା ଗୁମର ଫିଟିଥିଲେ ଆହୁରି ରୋମାଞ୍ଚକର ଲାଗିଥାନ୍ତା୤

  • ୩. Tapan |  ଜୁନ୍ ୩, ୨୦୧୧ - ୨:୫୫ ପୂର୍ବାହ୍ନ

    satare ame sabu bhulijau……….kahara feelings ra kichhi value nahi ethi.still ame semiti hin rahiba .thats true.

  • ୪. ଟୁଲୁ ସାହୁ |  ଜୁନ୍ ୨୮, ୨୦୧୧ - ୫:୪୧ ପୂର୍ବାହ୍ନ

    ଲେଖାଟି ଉଚ୍ଚକୋଟୀର

  • ୫. ତ୍ରିଲୋଚନ ଦାଶ |  ଜୁଲାଇ ୨୦, ୨୦୧୧ - ୧:୧୦ ଅପରାହ୍ନ

    ଗପଟି ବହୁତ ବଢିଆ ହୋଇଛି୤ କିନ୍ତୁ ଗପର ନାମ ଅନୁସାରେ ସିନ୍ଦୁକ ବାବଦରେ ଥିବା ଗୁମର ଫିଟିଥିଲେ ଆହୁରି ରୋମାଞ୍ଚକର ଲାଗିଥାନ୍ତା୤ ଏହାର ଦ୍ବିତୀୟ ଭାଗ ପ୍ରକାଶ କରିବାକୁ ପ୍ରକଶକ ଙ୍କୁ ଅନୁରୋଧ ; ଏହା ଅତ୍ୟନ୍ତ ହୃଦୟ ସ୍ପର୍ଶି ହୋଏପାରିଛି; ଏଣୁ ଦ୍ବିତୀୟ ଭାଗ ପ୍ରକାଶ କରିବାକୁ ଅନୁରୋଧ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤