ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଉତ୍କଳମଣି ଗୋପବନ୍ଧୁ ଦାସ
ରାଜକିଶୋର ରାୟ
କିଶୋରୀ ଚରଣ ଦାସ
ସୌଭାଗ୍ୟ ମିଶ୍ର
ଅଶୋକ ଚନ୍ଦ୍ର ମହାପାତ୍ର
ନନ୍ଦ କିଶୋର ବଳ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସିନ୍ଦୁକ
 |- ସତ୍ୟପ୍ରିୟ ମହାଳିକ
 
 
ତା: ଫେବୃଆରୀ ୨୩, ୨୦୧୧  
 

ସାରାଦିନ ଉପାସ ରହିବା ଫଳରେ ସୁଖରାମର ସ୍ନାୟୁ ଓ କୋଷ ନିସ୍ତେଜ ହୋଇଆସିଥିଲେ୤ ତାକୁ ବାନ୍ତି ବାନ୍ତି ଲାଗୁଥିଲା୤ ହିସାବ କରିବାକୁ ବସିଲା୤ ଏ ଝଗଡା ବିଷୟରେ ଆଦୌ ମୁଣ୍ଡ ପୂରାଇଲାନାହିଁ୤ ସମସ୍ତେ ଯାହା ଆଶା କରୁଥିଲେ ସେ ଅଲଗା କିଛି କଲା୤ ଭିଣୋଇମାନେ ଚୁପ୍‌ଚାପ୍‌ ଗୁଡାଖୁ ଟେଳେ ଟେଳେ ଧରି ବାରିଆଡକୁ ବାହାରିଗଲେ୤ ସାନଭାଇ ମୁହଁ ଫୁଲାଇ ଆସି ଫଁଫଁ ହେଉଥିବା ସାପ ପରି ଚକା ଭିଡିଦେଇ ସାମ୍ନା ଚଉକିରେ ବସିଲା ଓ ଅଶ୍ରାବ୍ୟ ଗାଳିଗୁଲଜ କଲା୤
ବାପା ଆସି କହିଲେ – ଏବେ ଚୁପ୍‌ ହୁଅ, ଅନ୍ତତଃ ମୋ ମରିବା ଯାଏଁ୤ ମୋତେ ଶାନ୍ତିରେ ମରିବାକୁ ଦିଅ୤ ତାପରେ ତମେ ଏମିତି ଝଗଡା କର୤ ସେ ଏକଥା କହୁକହୁ ଲୁହ ପୋଛିଲେ ଏବଂ ଦାଣ୍ଡ ଆଡକୁ ବାହାରିଗଲେ୤ ସାମୟିକଭାବେ ପରିବେଶ ଶାନ୍ତ ହୋଇଗଲା୤

ସୁଖରାମ ହିସାବ କଲା୤ ଟଙ୍କାପଇସାର ହିସାବ ଠିକ୍‌ ଭାବେ ମିଳୁ ନ ଥିଲା୤ ଦୁଇଭାଇଙ୍କ ଭିତରେ ଲୁକ୍କାୟିତ ଗୋଟେ ଶୀତଳ ସନ୍ତ୍ରାସ କୁଆପଥର ପରି ଜମା ହୋଇଯାଉଥିଲା୤ ଘର ଭିତରୁ ତଥାପି ରହିରହି ଦୁଇ ବୋହୂଙ୍କର ଉଚ୍ଚବାଚ ଶୁଣାଯାଉଥିଲା୤ ସୁଖରାମ ଏଥର ରାଗିଯାଇ ଘର ଭିତରକୁ ଗଲା ଓ ବଡ ପାଟିରେ ଚିତ୍କାର କରି କହିଲା-‘ତମେମାନେ କଣ ଚାହୁଁଛ ?”

ସାଇପଡିଶାଙ୍କ ଖାଇବାପିଇବାରେ ଅବ୍ୟବସ୍ଥା ହେଲା ଓ ଏଥିପାଇଁ ସାନଭାଇ ବାପାଙ୍କୁ, ବାପା ରୋଷେଇଆକୁ, ରୋଷେଇଆ ସାନବୋହୂଙ୍କୁ ଓ ସାନବୋହୂ କାହାକୁ ଦୋଷ ଦେଲା ମନେ ନାହିଁ୤ ଏଗାର ଦିନର ସବୁ ବିଧିସଂସ୍କାର ଶେଷ ପରେ ବାରଦିନକୁ ଆହୁରି ଅନେକ କାମ ବାକି ରହିଥିଲା୤ ବାରଦିନ ପରେ ଯିଏ ଯୁଆଡେ ଚାଲିଯିବା କଥା୤ ସବୁ କାମ ଶେଷ ହେଲା ବେଳକୁ ଚାରିଟା ବାଜି ଯାଇଥିଲା୤

ଗୋଟେ ଜୀବନ ନାଟକର ଶେଷ ଦୃଶ୍ୟ ସରିଯିବାକୁ ଯେମିତି ଆତ୍ମୀୟମାନେ ଅପେକ୍ଷା କରି ବସିଥିଲେ୤ କାମ ଶେଷ ହେଲା ପରେ ବିଦାୟପର୍ବ୤ ଲୁଗାପଟା ବଣ୍ଟାବଣ୍ଟି ଓ କିଏ କୁଆଡେ ଯିବେ ସେଇ କଥାରେ ଚାଲିଲା ଘଣ୍ଟାଚକଟା୤ ବଂଧୁବାଂଧବ ନିଜ ନିଜର ଘରକୁ ବାହୁଡିଗଲେ ଖାଲି ଦୂରିଆ ବନ୍ଧୁଙ୍କୁ ଛାଡି୤ ସଂଧ୍ୟାବେଳକୁ ଘରଟା ଖାଁ ଖାଁ ଲାଗିଲା୤ ଏତେ ଦିନର ଗହଳଚହଳ ଭିତରେ ମାଆର ଅନୁପସ୍ଥିତି ଅନୁଭୂତ ହେଉ ନ ଥିଲା୤ ଯାହାର ଅନୁପସ୍ଥିତି ପାଇଁ ଏତେ ବଡ ଆୟୋଜନ ଚାଲିଥିଲା, ତାର ଅନୁପସ୍ଥିତି ଅନୁଭୂତ ନ ହେବା ହିଁ ଥିଲା ସବୁଠୁ ଆଶ୍ଚର୍ଯ୍ୟଜନକ୤ ଅଥଚ ସମସ୍ତଙ୍କ ଅନୁପସ୍ଥିତି ସେଇ କଥାଟିକୁ ଅଧିକରୁ ଅଧିକ ଉଜ୍ଜଳ କରିଦେଲା୤ ସ୍ଥିର ଭାବରେ ଦଣ୍ଡେ ବସିଗଲେ ଯାଇ ମନେ ପଡୁଥିଲା ସମସ୍ତେ ଅଛନ୍ତି, ଅଥଚ ମାଆ ନାହିଁ୤

ସାଧାରଣତଃ ଉତ୍ସବ ଦିନମାନଙ୍କରେ ମାଆ ଯୋଗୁଁ ହିଁ ଘରଟା ପୂରିଲା ପୂରିଲା ଲାଗୁଥିଲା୤ ସବୁ କିଛିର ପରିଚାଳନା ଆପଣାଛାଏଁ ସୁନ୍ଦର ଭାବେ ହେଇଯାଉଥିଲା୤ କେହି ଜଣେ ମୁରବୀଟିଏ ଉପରେ ସବୁ ଦାୟିତ୍ବ ଛାଡିଦେଇ ସମସ୍ତେ ନିଶ୍ଚିନ୍ତରେ ଥିବା ପରି ଘରଟାଯାକର ଭଲମନ୍ଦର ଦାୟିତ୍ବ ମାଆ ଉପରେ ଛାଡିଦେଇ ସମସ୍ତେ ନିଶ୍ଚିନ୍ତ ରହିପାରୁଥିଲେ୤ ଘିଅ କେଉଁଠି ଅଛି ସେ କଥା କେବଳ ମାଆ ଜାଣିଥିଲା୤ ପିଲାଛୁଆଙ୍କୁ ଅଜୀର୍ଣ୍ଣ ବାନ୍ତି କି ଜ୍ବର ହେଲା ଗଦ କି କାଟପାଣି କେଉଁଠି ଅଛି ସେ କଥା ମାଆ ଜାଣିଥିଲା୤ କୁଡିଆ କାଠ କାହିଁ କହିଲା ବେଳକୁ ମାଆ ବଢେଇ ଦେଉଥିଲା ହାତକୁ୤ ଛୁଞ୍ଚିଠୁ ଆରମ୍ଭ କରି ଶାବଳ ଯାଏ ସବୁ ମାଆର ହେପାଜତରେ ରହୁଥିଲା୤ ମାଆର ଗୋଟେ ପୁରୁଣା ସିନ୍ଦୁକ ଥିଲା୤ ତା’ ଭିତରେ ହରେକ ରକମର ଚିଜ ଥିଲା୤ ମାଆ ସେଟାକୁ ଉତ୍ତରାଧିକାରୀ ସୂତ୍ରରେ ଜେଜେମାଙ୍କଠାରୁ ପାଇଥିଲା୤ ଜେଜେମା ତା ବାପଘରୁ ସେଟା ଯଉତୁକ ଆଣିଥିଲା୤ ସିନ୍ଦୁକ ସାଙ୍ଗରେ ଜେଜେମା ଯେଉଁ ପେଡି କେତେଟା ଆଣିଥିଲା ସେସବୁ କାଳକ୍ରମେ ନଷ୍ଟ ହୋଇଯାଇଥିଲା୤ ତଥାପି ଏଇ ସିନ୍ଦୁକଟି ଘରଭିତରେ ଗୋଟେ ପୁରୁଣା ମୁରବୀ ପରି ଗୋଡ ପୋତି ବସିରହିଥିଲା୤

ସିନ୍ଦୁକ ବ୍ୟତୀତ ମାଆ ଆହୁରି ଗୋଟେ ଦିଇଟା ପୁରୁଣା କାଳିଆ ବାକ୍ସ ବ୍ୟବହାର କରୁଥିଲା ଗୋଟେ କାଠ ବାକ୍ସ ଥିଲା ମାଆର କୋଠସମ୍ପତ୍ତି୤ ତା ଭିତରେ ସେ ତାହାର ହାତଖର୍ଚ୍ଚ ଓ ଗହଣାଗାଣ୍ଠି ରଖୁଥିଲା୤ ତା ଛଡା ଆଉ ସବୁ କ’ଣ କ’ଣ ଥିଲା ସେ କଥା କେବଳ ତା ଛଡା ଆଉ କାହାକୁ ଜଣା ନ ଥିଲା୤ ସେ କାଠ ବାକ୍ସ ସିନ୍ଦୁକର ଚାବି କେବଳ ତା ଜିମାରେ ହିଁ ଥିଲା, ଏଣୁ ତା ବ୍ୟତୀତ ଆଉ କାହାରି କ୍ଷମତା ନ ଥିଲା, ସିନ୍ଦୁକ ଓ ବାକ୍ସ ଭିତରେ କ’ଣ କ’ଣ ଅଛି ଦେଖିବା ପାଇଁ୤

( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2 3 4 5 6 7

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସତ୍ୟପ୍ରିୟ ମହାଳିକ, ଜାମଶେଦପୁର, ଝାଡଖଣ୍ଡ
ଓଡ଼ିଶାର ବିଚ୍ଛିନ୍ନାଞ୍ଚଳରେ ରହି ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଯେଉଁ କେତେଜଣ ଉଦ୍ୟମ ଜାରି ରଖିଛନ୍ତି ସେମାନଙ୍କ ମଧ୍ୟରେ ସତ୍ୟପ୍ରିୟ ମହାଳିକ ଅନ୍ୟତମ୤ ଗଳ୍ପ, ଉପନ୍ୟାସ ସହିତ ବିଭିନ୍ନ ସମ୍ବାଦପତ୍ରରେ ସ୍ତମ୍ଭକାର ଭାବେ ଶ୍ରୀ ମହାଳିକ ପାଠକମାନଙ୍କ ନିକଟରେ ସୁପରିଚିତ୤ ତାଙ୍କ ପ୍ରକାଶିତ ପୁସ୍ତକଗୁଡ଼ିକ ମଧ୍ୟରେ “ସତ୍ୟବଚନ”, “କୁହୁକ ଦର୍ପଣ”, “ଅଣପୁରୁଷ”, “କଥାତନ୍ତ୍ର”, “ଶୁନ୍ୟକାଳ” ଆଦି ଅନ୍ୟତମ୤
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. ଅଶୋକ ନୟକ୍ |  ଫେବୃଆରୀ ୨୩, ୨୦୧୧ - ୧:୩୭ ଅପରାହ୍ନ

    ବହୁତ୍ ଭଲ୍ ଲଗିଲ

  • ୨. ମହେନ୍ଦ୍ର ମିଶ୍ର |  ଫେବୃଆରୀ ୨୪, ୨୦୧୧ - ୫:୨୧ ପୂର୍ବାହ୍ନ

    ଗପଟି ବହୁତ ବଢିଆ ହୋଇଛି୤ କିନ୍ତୁ ଗପର ନାମ ଅନୁସାରେ ସିନ୍ଦୁକ ବାବଦରେ ଥିବା ଗୁମର ଫିଟିଥିଲେ ଆହୁରି ରୋମାଞ୍ଚକର ଲାଗିଥାନ୍ତା୤

  • ୩. Tapan |  ଜୁନ୍ ୩, ୨୦୧୧ - ୨:୫୫ ପୂର୍ବାହ୍ନ

    satare ame sabu bhulijau……….kahara feelings ra kichhi value nahi ethi.still ame semiti hin rahiba .thats true.

  • ୪. ଟୁଲୁ ସାହୁ |  ଜୁନ୍ ୨୮, ୨୦୧୧ - ୫:୪୧ ପୂର୍ବାହ୍ନ

    ଲେଖାଟି ଉଚ୍ଚକୋଟୀର

  • ୫. ତ୍ରିଲୋଚନ ଦାଶ |  ଜୁଲାଇ ୨୦, ୨୦୧୧ - ୧:୧୦ ଅପରାହ୍ନ

    ଗପଟି ବହୁତ ବଢିଆ ହୋଇଛି୤ କିନ୍ତୁ ଗପର ନାମ ଅନୁସାରେ ସିନ୍ଦୁକ ବାବଦରେ ଥିବା ଗୁମର ଫିଟିଥିଲେ ଆହୁରି ରୋମାଞ୍ଚକର ଲାଗିଥାନ୍ତା୤ ଏହାର ଦ୍ବିତୀୟ ଭାଗ ପ୍ରକାଶ କରିବାକୁ ପ୍ରକଶକ ଙ୍କୁ ଅନୁରୋଧ ; ଏହା ଅତ୍ୟନ୍ତ ହୃଦୟ ସ୍ପର୍ଶି ହୋଏପାରିଛି; ଏଣୁ ଦ୍ବିତୀୟ ଭାଗ ପ୍ରକାଶ କରିବାକୁ ଅନୁରୋଧ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤