ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ମନୋଜ ଦାସ
ମୃଣାଳ
ରମାକାନ୍ତ ରଥ
କୃଷ୍ଣଚନ୍ଦ୍ର ତ୍ରିପାଠୀ
ଗନ୍ତାୟତ ଶିବପ୍ରସାଦ
ଲକ୍ଷ୍ମୀଧର ନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସିନ୍ଦୁକ
 |- ସତ୍ୟପ୍ରିୟ ମହାଳିକ
 
 
ତା: ଫେବୃଆରୀ ୨୩, ୨୦୧୧  
 

ଏସବୁ ସତ୍ତ୍ବେ ସୁଖରାମ ମାଆର ଦେହାନ୍ତରେ ଯଥେଷ୍ଟ ଭାଙ୍ଗିପଡିଥିଲା୤ ବେଳେ ବେଳେ ଏକୁଟିଆ ହୋଇଗଲାବେଳେ ମାଆର ସ୍ମୃତି ତାକୁ ଦୁଃଖ ଦେଉଥିଲା୤ ମାଆକୁ ଭୁଲିଯିବା ସହଜ ନ ଥିଲା, ଯଦିଓ ଏକଥା ସତ୍ୟ ଯେ ସମସ୍ତେ ଦିନେ ନା ଦିନେ ଏ ଘରସଂସାର, ମାୟାମୋହ ଛାଡି ଚାଲିଯିବା ଓ ଆମର ସକଳ ସ୍ମୃତି ଖାଲି କିମ୍ବଦନ୍ତୀ, ଆଲ୍‌ବମ୍‌ର ଫଟୋ ଓ ତୈଳଚିତ୍ର ବା ପ୍ରତିମୂର୍ତ୍ତି ହୋଇ ଧୀରେ ଧୀରେ ପୁରୁଣା ଏବଂ ଅପାଂକ୍ତେୟ ହୋଇଉଠିବ୤ ବର୍ଷରେ ଥରଟିଏ କାହିଁ କେତେବେଳେ ଫୁଲମାଳଟିଏ କିମ୍ବା ସ୍ମୃତିଚାରଣର ଲୌକିକ ଉପଚାରଟିଏ ହୋଇ ପାରମ୍ପରିକ ବିଧିବ୍ୟବସ୍ଥା ଭାବେ ଏଇ ସ୍ମୃତିକୁ ଆଉଁଷିଦେଇଯିବ୤ ବାସ୍…୤

ସୁଖରାମ ନିଜ ଆଲ୍‌ବମ୍‌ ଭିତରୁ ମାଆର ଫଟୋ ଖୋଜିବାକୁ ଲାଗିଲା୤ ଆଲ୍‌ବମ୍‌ରେ ପ୍ରଥମେ ଥିଲା ଆଣ୍ଠୁଆ ଗୋପାଳ ଓ ପରେ ନିଜେ ସୁଖରାମର କଲେଜ ବେଳର ନିଶଉଠା ଏକ କଳାଧଳା ଫଟୋ୤ ତାପରେ ଥିଲା ଚାରି ପାଞ୍ଚଜଣ ଝିଅଙ୍କ ଛବି ଓ କ୍ରମଶଃ ସୁଖରାମର ସାଙ୍ଗ, ପତ୍ନୀ ଓ ଆତ୍ମୀୟ୤ କାହିଁ କେଉଁଠି ଶେଷ ଆଡକୁ ମାଆର ଗୋଟେ କଳାଧଳା ଫଟୋ୤ ହଠାତ୍‌ ଚମକିଉଠିଲା ସୁଖରାମ୤ ଅନେକ ଦିନର ସ୍ମୃତି ଭଳି ଅସ୍ପଷ୍ଟ, ନିଷ୍ପ୍ରଭ ହୋଇଆସୁଥିବା ଗୋଟେ ହଳଦିଆ ଫଟୋ୤ ନିରୀହ, ଶାନ୍ତ, କରୁଣ ମୁହଁଟିଏ୤ ଗାଉଁଲି ଢଙ୍ଗରେ ଗୋଟେ ଐତିହାସିକ ମଣିଷ୤ ମାଆର ଏ ଫଟୋ କେବେ ଉଠାଯାଇଥିଲା କେଜାଣି! ସୁଖରାମ କିନ୍ତୁ ଯେବେ ଦେଖିଛି ମାଆକୁ, ଲାଗିଛି ଏକାପରି ଅବିକଳ୤ ଗୋଟିଏ ପ୍ରକାର ମୁହଁ, ଗୋଟିଏ ନିର୍ଦ୍ଦିଷ୍ଟ ବୟସ ଯେମିତି ସ୍ଥିର, ମାଆର ଚେହେରାରେ୤

ଧୀରେ ଧୀରେ ମାଆ କେତେବେଳେ ବୁଢ଼ୀ ହୋଇଗଲା ଓ ସୁଖରାମର ଅଲକ୍ଷ୍ୟରେ ତା ମଥାର ଚୁଳ ସବୁ ପାଚି ଧଳା ହୋଇଗଲା୤ ସେ ବିଷୟରେ ସୁଖରାମ କେବେ ସଚେତନ ନ ଥିଲା୤ ତା ଆଖିରେ ମାଆ ଥିଲା କେବଳ ମାଆ୤ ଆଜି ତା ଅବର୍ତ୍ତମାନରେ ସେ ନିର୍ଜୀବ ଫଟୋଟିଏ ହୋଇ ଆଲବମ୍‌ରେ ସଂରକ୍ଷିତ୤ ସୁଖରାମ ଲୁହ ଗଡାଇଲା୤ ତା ସ୍ତ୍ରୀ ପଛଆଡୁ ଆସି ଝିଅକୁ ଗାଧୋଇଦେବା ପାଇଁ କହି ଚାଲିଗଲା୤

ଦଶଦିନ ଘାଟକର୍ମ ଓ ସଂସ୍କାର ଖବର ପାଇ ସମସ୍ତେ ଆସି ପହଞ୍ଚିଯାଇଥିଲେ୤ ସକାଳୁ ଅତି ଭୋର୍ରୁ ସୁଖରାମ ଛଣର ଗୋଟେ ମଶାଲ ଧରି ନିଆଁ ଲଗେଇ ପୋଖରୀ ଘାଟକୁ ଗଲା୤ ସେଇଠି ବସିରହିଲା ଦୀର୍ଘ ଛଅଘଣ୍ଟା କି ସାତଘଣ୍ଟା ବ୍ରାହ୍ମଣ ବାରିକ ଆସିବା ଯାଏଁ୤ ସମସ୍ତେ ଲଣ୍ଡା ହେଲେ, ପ୍ରେତକର୍ମ ହେଲା୤ ଗୋଟିଏ ନୂଆ ହାଣ୍ଡିରେ ଖିଚୁଡି ରାନ୍ଧିଲା ସୁଖରାମ୤ ବଟା ଚାଉଳରେ ମାଆର ମୂର୍ତ୍ତିଟିଏ ତିଆରିକଲା ନିଜ ହାତରେ୤ ଗୋଟେ କଦଳୀପତ୍ର ଉପରେ ତାକୁ ଶୁଆଇଦେଲା୤ ତା ଉପରେ ଢାଙ୍କିଦେଲା ଗୋଟେ ହଳଦିଆ କନା୤ ତିନୋଟି ବାଉଁଶର ବତା ଓ ଛଣ ଛପରର ଏକ ପ୍ରତୀକଘର ଭିତରେ ସେଇଟିକୁ ଶୁଆଇଦେଲା ଓ ଶେଷଥର ପାଇଁ ଭୋଗରାଗ, ଖାଦ୍ୟପଦାର୍ଥ ଦେଇ ନିଆଁ ଲଗେଇଦେଲା୤ ହୁତୁହୁତୁ ହୋଇ ପୋଡିଗଲା ସେ ଘର ଓ ଘର ଭିତରେ ଶୋଇଥିବା ମାଆର ପ୍ରତୀକ୤

ଏସବୁ କର୍ମ ସରିବାବେଳକୁ ସୁଖରାମ ଏକ ସିଦ୍ଧାନ୍ତରେ ପହଞ୍ଚିଥିଲା୤ ଏ ପ୍ରେତାତ୍ମା, ଏ ମୂର୍ତ୍ତି, ଏ ଘର, ଏ ନିଆଁ… ସବୁକିଛି ପ୍ରତୀକ୤ ଜୀବନଟା ଗୋଟେ ଖେଳଘର ଓ ଏହାର ପରିଣତି ହେଉଛି ମୁଠେ ପାଉଁଶ୤ କି ସୁନ୍ଦର ପ୍ରତୀକ ଏ ସବୁ୤ ବିଧି ସଂସ୍କାରମାନ ଗୋଟିଏ ଗୋଟିଏ ପ୍ରତୀକ୤ ବୁଝିପାରିଲେ ଅର୍ଥପୂର୍ଣ୍ଣ, ନ ବୁଝିଲେ ନିରର୍ଥକ୤

ଘାଟରୁ ଆସି ଘରେ ପହଞ୍ଚି ସୁଖରାମ ଶୁଣିଲା ପୁରୁଣା କଥାକୁ ନେଇ ସାନଭାଇର ସ୍ତ୍ରୀ ସହିତ ତା ସ୍ତ୍ରୀର ଝଗଡା ହୋଇଛି୤ ବାପା ଏ ଝଗଡାର ସମାଧାନ ପାଇଁ ଯାଇ ନିଜେ ଅତର୍କିତ ଶରବ୍ୟ ହୋଇସାରିଥିଲେ୤ ସକାଳଠାରୁ ଏ ଝଗଡା ଆରମ୍ଭ ହୋଇ ଘରର ପରିବେଶକୁ ବେଶ କିଛି ଦୂଷିତ ଓ ଗମ୍ଭୀର କରିସାରିଥିଲା୤ ଝଗଡାର ଉଭୟ ପକ୍ଷରେ ଭଉଣୀ ଓ ଭିଣୋଇମାନେ ଝଗଡାକୁ ଅଧିକ ଜୀବନ୍ତ ଓ ଦୀର୍ଘସ୍ଥାୟୀ କରିବାକୁ ଲାଗିଗଲେ୤ ସୁଖରାମ ଭାବିଲା ଏହା ହିଁ ବୋଧହୁଏ ଶେଷର ଆରମ୍ଭ୤

( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2 3 4 5 6 7

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସତ୍ୟପ୍ରିୟ ମହାଳିକ, ଜାମଶେଦପୁର, ଝାଡଖଣ୍ଡ
ଓଡ଼ିଶାର ବିଚ୍ଛିନ୍ନାଞ୍ଚଳରେ ରହି ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଯେଉଁ କେତେଜଣ ଉଦ୍ୟମ ଜାରି ରଖିଛନ୍ତି ସେମାନଙ୍କ ମଧ୍ୟରେ ସତ୍ୟପ୍ରିୟ ମହାଳିକ ଅନ୍ୟତମ୤ ଗଳ୍ପ, ଉପନ୍ୟାସ ସହିତ ବିଭିନ୍ନ ସମ୍ବାଦପତ୍ରରେ ସ୍ତମ୍ଭକାର ଭାବେ ଶ୍ରୀ ମହାଳିକ ପାଠକମାନଙ୍କ ନିକଟରେ ସୁପରିଚିତ୤ ତାଙ୍କ ପ୍ରକାଶିତ ପୁସ୍ତକଗୁଡ଼ିକ ମଧ୍ୟରେ “ସତ୍ୟବଚନ”, “କୁହୁକ ଦର୍ପଣ”, “ଅଣପୁରୁଷ”, “କଥାତନ୍ତ୍ର”, “ଶୁନ୍ୟକାଳ” ଆଦି ଅନ୍ୟତମ୤
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. ଅଶୋକ ନୟକ୍ |  ଫେବୃଆରୀ ୨୩, ୨୦୧୧ - ୧:୩୭ ଅପରାହ୍ନ

    ବହୁତ୍ ଭଲ୍ ଲଗିଲ

  • ୨. ମହେନ୍ଦ୍ର ମିଶ୍ର |  ଫେବୃଆରୀ ୨୪, ୨୦୧୧ - ୫:୨୧ ପୂର୍ବାହ୍ନ

    ଗପଟି ବହୁତ ବଢିଆ ହୋଇଛି୤ କିନ୍ତୁ ଗପର ନାମ ଅନୁସାରେ ସିନ୍ଦୁକ ବାବଦରେ ଥିବା ଗୁମର ଫିଟିଥିଲେ ଆହୁରି ରୋମାଞ୍ଚକର ଲାଗିଥାନ୍ତା୤

  • ୩. Tapan |  ଜୁନ୍ ୩, ୨୦୧୧ - ୨:୫୫ ପୂର୍ବାହ୍ନ

    satare ame sabu bhulijau……….kahara feelings ra kichhi value nahi ethi.still ame semiti hin rahiba .thats true.

  • ୪. ଟୁଲୁ ସାହୁ |  ଜୁନ୍ ୨୮, ୨୦୧୧ - ୫:୪୧ ପୂର୍ବାହ୍ନ

    ଲେଖାଟି ଉଚ୍ଚକୋଟୀର

  • ୫. ତ୍ରିଲୋଚନ ଦାଶ |  ଜୁଲାଇ ୨୦, ୨୦୧୧ - ୧:୧୦ ଅପରାହ୍ନ

    ଗପଟି ବହୁତ ବଢିଆ ହୋଇଛି୤ କିନ୍ତୁ ଗପର ନାମ ଅନୁସାରେ ସିନ୍ଦୁକ ବାବଦରେ ଥିବା ଗୁମର ଫିଟିଥିଲେ ଆହୁରି ରୋମାଞ୍ଚକର ଲାଗିଥାନ୍ତା୤ ଏହାର ଦ୍ବିତୀୟ ଭାଗ ପ୍ରକାଶ କରିବାକୁ ପ୍ରକଶକ ଙ୍କୁ ଅନୁରୋଧ ; ଏହା ଅତ୍ୟନ୍ତ ହୃଦୟ ସ୍ପର୍ଶି ହୋଏପାରିଛି; ଏଣୁ ଦ୍ବିତୀୟ ଭାଗ ପ୍ରକାଶ କରିବାକୁ ଅନୁରୋଧ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤