ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଗୋଦାବରୀଶ ମହାପାତ୍ର
ଅମରେନ୍ଦ୍ର ଖଟୁଆ
ବରେନ୍ଦ୍ର କୃଷ୍ଣ ଧଳ
ଭଗବତୀ ଚରଣ ପାଣିଗ୍ରାହୀ
ଅମରେଶ ବିଶ୍ବାଳ
ଗୋପୀନାଥ ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସିନ୍ଦୁକ
 |- ସତ୍ୟପ୍ରିୟ ମହାଳିକ
 
 
ତା: ଫେବୃଆରୀ ୨୩, ୨୦୧୧  
 

ଅନ୍ୟମନସ୍କ ଭାବେ ସୁଖରାମ ଘର ବାରିପଟେ ଆସି ଠିଆହେଲା୤ ଦାଦାପୁଅ ଭାଇ ଅଗଣା ଆସି ମୁଣ୍ଡିଆ ମାରିଲା, ସୁଖରାମ ପଚାରିଲା – ‘ବାପା କୁଆଡେ ଯାଇଛନ୍ତି କି ?’ ‘ହାଟକୁ ଯାଇଛନ୍ତି’ – ଅଗଣା କହିଲା୤

ସୁଖରାମ ଗଡିଆ ଆଡକୁ ଗଲା୤ ଗଡିଆ ବନ୍ଧ ଉପରେ ଲେମ୍ବୁ, ଅଁଳା ଓ ନାଲି ମନ୍ଦାର ଗଛର ବଣ ଦେଖି ଟିକିଏ ଠିଆ ହେଲା୤ ଏ ଗଛ ମାଆ ଲଗେଇଥିଲା୤ ଲେମ୍ବୁଗଛ କେଡୁଟେ ହେଲାଣି୤ ନିଜ ଅଜାଣତରେ ଗୋଟେ ପତ୍ର ଛିଡାଇ ଆଙ୍ଗୁଳିରେ ଦଳିଲା ଓ ଶୁଂଘିଲା୤ ମାଆର ଲେମ୍ବୁ ଆଚାର କଥା ମନେ ପଡିଲା୤ ସେ ସେଆଡୁ ଫେରିଆସିଲା ଘରକୁ୤

ବାପା ଡାକିଲେ – ‘ଖାଇବୁ ଆ’

ପିଲାଛୁଆମାନେ ଖାଇବାପାଇଁ ବଡ ହଇରାଣ ହେଉଥିଲେ୤ ଅକଟା, ଅବଟା, ତରକାରୀ ରନ୍ଧା ହେଉଥିଲା୤ ହଳଦୀ, ତେଲ, ମସଲା କି ଆମିଷର ପ୍ରଶ୍ନ ନ ଥିଲା୤ ସଂଧ୍ୟା ପୂର୍ବରୁ ସମସ୍ତେ ଖାଇବା ଶେଷ କରୁଥିଲେ୤ ମୁଣ୍ଡରେ ତେଲ, ସାବୁନ କି ପାନିଆଁ ବି ଲାଗୁ ନ ଥିଲା୤

ପିଲାଛୁଆଙ୍କ ପରି ବଡମାନେ ମଧ୍ୟ ଖାଇବା, ଶୋଇବାରେ ବଡ ହଇରାଣ ହେଉଥିଲେ୤ ସୁଖରାମର ସାନଭାଇ ଦୁଃଖରାମ ମାଆକୁ ମୁଖାଗ୍ନି ଦେଇଥିଲା୤ ସୁଖରାମ ଆସିଲା ପରେ ସେ ଶ୍ରଦ୍ଧାରେ ସାନଭାଇ ହାତରୁ ଏ ଦାୟିତ୍ବ ନିଜ ମୁଣ୍ଡକୁ ଉଠାଇଆଣିଲା୤ କାରଣ ମାଆକୁ ସେ ଅଧିକ ଶ୍ରଦ୍ଧା କରୁଥିଲା ଓ ପାରମ୍ପରିକ ଲୋକାଚାର, ବିଧିବ୍ୟବସ୍ଥା ସମ୍ବନ୍ଧରେ ତାର ଏକ ତାତ୍ତ୍ବିକ ଜିଜ୍ଞାସାର ଅବସାନ ଘଟିପାରିବ ବୋଲି ବିଶ୍ବାସ ଥିଲା୤ ଫଳତଃ ସୁଖରାମ ଦେହରେ ତେଲ ଲଗାଇବା, ମୁଣ୍ଡ କୁଣ୍ଡାଇବା, ଦାଢି କାଟିବା, ସାର୍ଟପ୍ୟାଣ୍ଟ ପିନ୍ଧିବା ଓ ଏମିତି କି ଜୋତା ପିନ୍ଧିବା ଇତ୍ୟାଦି କେତେକ ଔପଚାରିକତାକୁ ସାମୟିକ ଭାବେ ତ୍ୟାଗ କଲା୤ ଏହି ତ୍ୟାଗ ତା ଭିତରେ ଏକ ପ୍ରଚଣ୍ଡ ଦାର୍ଶନିକର ସ୍ପର୍ଶ ଆଣିଦେଇଥିଲା୤

ଧୀରେ ଧୀରେ ଘରଟି ଗହଳିପୂର୍ଣ୍ଣ ହୋଇଉଠିଲା୤ ଭଉଣୀ, ଭିଣୋଇ, ମାମୁଁ, ପିଉସୀ, ଭଣଜା, ବଂଧୁ ଓ ଆତ୍ମୀୟସ୍ବଜନମାନେ ଜଣକ ପରେ ଜଣେ ଆସିବାକୁ ଲାଗିଲେ୤ ସେମାନେ ଯେତିକି ଯେତିକି ଆସିବାକୁ ଲାଗିଲେ ଶାନ୍ତ ଘରଟିର ପ୍ରଶାନ୍ତି ସେତିକି ସେତିକି କୋଳାହଳମୟ ହେବାକୁ ଲାଗିଲା୤ ଘରୋଇ ପରିବେଶ କ୍ରମଶଃ ଅଧିକରୁ ଅଧିକ ଜଟିଳ ହେବାକୁ ଆରମ୍ଭ କଲା୤ ପିଲାଦିନୁ ସହରରେ ଚଳିଆସିଥିବା ବଡ ଭାଣିଜୀ, ଯିଏ ଏଇ ବର୍ଷ ଫାଇନାଲ ଡିଗ୍ରୀ ପରୀକ୍ଷା ଦେଇଛି, ସେ ପାଇଖାନା କେଉଁଠି ଯିବ, ସେଇକଥାକୁ ନେଇ ଘରେ ଏକରକମ ଭୂକମ୍ପ ସୃଷ୍ଟି ହୋଇଗଲା୤ ଗାଁ ହେଉଛି ଗାଁ ୤ ଏହା ସହର ନୁହେଁ ମା୤ ଏଇ କଥା ତାକୁ ବୁଝାଉବୁଝାଉ ବାପାଙ୍କର ଆଜ୍‌ମା ବାହାରିଲା୤ ଯେତେ ଅଧିକରୁ ଅଧିକ ଲୋକ ସମାଗମ ହେଉଥିଲା, ସେତିକି ସମସ୍ୟା ବଢିଯାଉଥିଲା ଶୋଇବାକୁ ନେଇ୤ ସଂସ୍କାର ବିଧିର ଭିଡ ଭିତରେ ସୁଖରାମ ଅଣନିଃଶ୍ବାସୀ ହୋଇଆସୁଥିଲା୤ ଅନଭ୍ୟସ୍ତ ଅଭ୍ୟାସଗୁଡିକୁ ଅଭ୍ୟସ୍ତ କରି ନିଜର ଦେହ ଓ ମନକୁ ବୋଲ ମନାଇବା ବେଳକୁ ସୁଖରାମକୁ ସର୍ଦ୍ଦି ଧରିପକେଇଲା୤ ଦୁଇଦିନ ଧରି ମୁଣ୍ଡବିନ୍ଧା, ଦେହହାତ ବଥା ଓ ଜ୍ବରଜ୍ବର ଲାଗିବା ସତ୍ତ୍ବେ ତାକୁ ଦିନକୁ ତିନିଥର ଗାଧୋଇବାକୁ ପଡ଼ିଲା, କାରଣ ଏହା ହିଁ ଥିଲା ପ୍ରେତ ସନ୍ତୁଷ୍ଟ କରିବାପାଇଁ ବିଧି୤

ମାମୁଁ ଘରୁ ସାନମାମୁଁ ଆସି ପହଞ୍ଚିଲେ୤ ସାନଭାଇ ଶ୍ବଶୁରଘରୁ ବି କିଏ ଜଣେ ଦିଜଣ ଆସିପହଞ୍ଚିଲେ୤ କେଉଁଠି ଦଳେ ଦଳେ ବଂଧୁବାନ୍ଧବ ବସିବସି ମାଆର ସ୍ମୃତିଚାରଣ କଲେ୤ ବାପାଙ୍କୁ ପ୍ରଚ୍ଛନ୍ନରେ ପ୍ରଶଂସା କଲେ ଓ ଏ ଘରର ଭବିଷ୍ୟତ କଣ ହେବାକୁ ଯାଉଛି ବୋଲି ଅନଧିକାର ଚର୍ଚ୍ଚା କରିବାକୁ ଲାଗିଲେ୤

ସୁଖରାମ ଡାକଘରୁ କେତୋଟି ପୋଷ୍ଟକାର୍ଡ ମଗାଇଲା୤ ସାଙ୍ଗମାନଙ୍କ ପାଖକୁ ମାଆର ଦେହାନ୍ତ କଥା ଲେଖି ଜଣାଇଦେଲା୤ ତା ଅନୁପସ୍ଥିତିରେ ସେଆଡେ କେତେ କଣ କାମ ପଛେଇଯାଇଥିବ ବୋଲି ଅନୁତାପ ବି କଲା୤ ଭୁବନେଶ୍ବରରେ ତାର ଅଧାଗଢା ଘରଟିର କାମ ଦେଖାଶୁଣା କରିବାକୁ ଛାଡି ଆସିଥିବା ଶଳାର ଦାୟିତ୍ବହୀନତା ସଂପର୍କରେ ତାର ଯଥେଷ୍ଟ ଅଭିଜ୍ଞତା ଥିଲା୤ କାରଣ ଶଳାଟି ଗୋଟେ ନର୍ତ୍ତକୀର ପ୍ରେମରେ ଉବୁଟୁବୁ ହେଉଥିବା ଖବର ତାକୁ ଅଛପା ନ ଥିଲା୤ ନିଜ ଅଫିସରେ ତାର ପ୍ରମୋଶନ ହେବାର ଥିବା ଫାଇଲ ଓ ଅନ୍ୟାନ୍ୟ କାମ ତା ଅନୁପସ୍ଥିତିରେ କଚ୍ଛପ ଗତିରେ ଧିମେଇଯାଇଥବ, ଏକଥା ତାକୁ ମାଲୁମ ଥିଲା୤

( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2 3 4 5 6 7

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସତ୍ୟପ୍ରିୟ ମହାଳିକ, ଜାମଶେଦପୁର, ଝାଡଖଣ୍ଡ
ଓଡ଼ିଶାର ବିଚ୍ଛିନ୍ନାଞ୍ଚଳରେ ରହି ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଯେଉଁ କେତେଜଣ ଉଦ୍ୟମ ଜାରି ରଖିଛନ୍ତି ସେମାନଙ୍କ ମଧ୍ୟରେ ସତ୍ୟପ୍ରିୟ ମହାଳିକ ଅନ୍ୟତମ୤ ଗଳ୍ପ, ଉପନ୍ୟାସ ସହିତ ବିଭିନ୍ନ ସମ୍ବାଦପତ୍ରରେ ସ୍ତମ୍ଭକାର ଭାବେ ଶ୍ରୀ ମହାଳିକ ପାଠକମାନଙ୍କ ନିକଟରେ ସୁପରିଚିତ୤ ତାଙ୍କ ପ୍ରକାଶିତ ପୁସ୍ତକଗୁଡ଼ିକ ମଧ୍ୟରେ “ସତ୍ୟବଚନ”, “କୁହୁକ ଦର୍ପଣ”, “ଅଣପୁରୁଷ”, “କଥାତନ୍ତ୍ର”, “ଶୁନ୍ୟକାଳ” ଆଦି ଅନ୍ୟତମ୤
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. ଅଶୋକ ନୟକ୍ |  ଫେବୃଆରୀ ୨୩, ୨୦୧୧ - ୧:୩୭ ଅପରାହ୍ନ

    ବହୁତ୍ ଭଲ୍ ଲଗିଲ

  • ୨. ମହେନ୍ଦ୍ର ମିଶ୍ର |  ଫେବୃଆରୀ ୨୪, ୨୦୧୧ - ୫:୨୧ ପୂର୍ବାହ୍ନ

    ଗପଟି ବହୁତ ବଢିଆ ହୋଇଛି୤ କିନ୍ତୁ ଗପର ନାମ ଅନୁସାରେ ସିନ୍ଦୁକ ବାବଦରେ ଥିବା ଗୁମର ଫିଟିଥିଲେ ଆହୁରି ରୋମାଞ୍ଚକର ଲାଗିଥାନ୍ତା୤

  • ୩. Tapan |  ଜୁନ୍ ୩, ୨୦୧୧ - ୨:୫୫ ପୂର୍ବାହ୍ନ

    satare ame sabu bhulijau……….kahara feelings ra kichhi value nahi ethi.still ame semiti hin rahiba .thats true.

  • ୪. ଟୁଲୁ ସାହୁ |  ଜୁନ୍ ୨୮, ୨୦୧୧ - ୫:୪୧ ପୂର୍ବାହ୍ନ

    ଲେଖାଟି ଉଚ୍ଚକୋଟୀର

  • ୫. ତ୍ରିଲୋଚନ ଦାଶ |  ଜୁଲାଇ ୨୦, ୨୦୧୧ - ୧:୧୦ ଅପରାହ୍ନ

    ଗପଟି ବହୁତ ବଢିଆ ହୋଇଛି୤ କିନ୍ତୁ ଗପର ନାମ ଅନୁସାରେ ସିନ୍ଦୁକ ବାବଦରେ ଥିବା ଗୁମର ଫିଟିଥିଲେ ଆହୁରି ରୋମାଞ୍ଚକର ଲାଗିଥାନ୍ତା୤ ଏହାର ଦ୍ବିତୀୟ ଭାଗ ପ୍ରକାଶ କରିବାକୁ ପ୍ରକଶକ ଙ୍କୁ ଅନୁରୋଧ ; ଏହା ଅତ୍ୟନ୍ତ ହୃଦୟ ସ୍ପର୍ଶି ହୋଏପାରିଛି; ଏଣୁ ଦ୍ବିତୀୟ ଭାଗ ପ୍ରକାଶ କରିବାକୁ ଅନୁରୋଧ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤