ନବ ପ୍ରତିଭା

କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ
କଣ୍ଟା
|- ଶୈଳେନ୍ଦ୍ର କୁମାର ଜେନା

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ମନୋରଞ୍ଜନ ପାଣିଗ୍ରାହୀ
କାମାକ୍ଷୀ ପ୍ରସାଦ ଦାଶ
ଗୋଦାବରିଶ ମିଶ୍ର
ବାମାଚରଣ ମିତ୍ର
ଗୋଦାବରୀଶ ମହାପାତ୍ର
ସୁଧାଂଶୁ ଶେଖର ପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଜୁନ୍ ୧୭, ୨୦୧୧  
ମୂଳ ପୃଷ୍ଠାଗଳ୍ପ
 

Sri_Alarnathଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଣସର ବା ଅନବସର ସମୟରେ ବ୍ରହ୍ମଗିରିସ୍ଥ ଶ୍ରୀ ଅଲାରନାଥ ଦେବଙ୍କ କଥା ସମସ୍ତଙ୍କର ମନେପଡ଼େ୤ ଏପରିକି ବୈଷ୍ଣବଧର୍ମର ପ୍ରଚାରକ ଶ୍ରୀ ଚୈତନ୍ୟ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନ ପାଇ ଚାଲି ଚାଲି ଯାଇ ବ୍ରହ୍ମଗିରିରେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରି କୃତ୍ୟ କୃତ୍ୟ ହୋଇ ଆନନ୍ଦରେ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ୤ ଯାହାର ନିଦର୍ଶନ ସ୍ବରୂପ ସେଠାରେ ଶ୍ରୀ ଚୈତନ୍ୟଙ୍କ ମନ୍ଦିର ନିର୍ମାଣ କରାଯାଇଛି୤ କଥିତ ଅଛି ଅଣସର ସମୟରେ ଗୋଟିଏ ଦିନ ଶ୍ରୀ ଅଲାରନାଥଙ୍କ ଦର୍ଶନ କଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହ ସମାନ ଏବଂ କୋଟିପୂଣ୍ୟ ଫଳ ଅର୍ଜନ କରାଯାଇଥାଏ୤ ସ୍ନାନ ପୂର୍ଣିମା ପରଠାରୁ ଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ଶ୍ରୀ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବାର ସୁଯୋଗ ମିଳେନାହିଁ୤ ତେଣୁ ଏହି ସମୟରେ ଭକ୍ତମାନେ ଶ୍ରୀ ଅଲାରନାଥଙ୍କ ଦର୍ଶନ କରିଥାନ୍ତି୤ କାରଣ ଏହି ସମୟରେ ଶ୍ରୀଜଗନ୍ନାଥଙ୍କ ଦର୍ଶନର ସମଫଳ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥ ଦର୍ଶନରୁ ମିଲିଥାଏ୤

ପୁରୀର ନରେନ୍ଦ୍ର ପୁଷ୍କରଣୀର ଜଟିଆ ବାବା ଛକଠାରୁ ୨୦ କି.ମି. ପୁରୀ-ସାତପଡ଼ା ରାସ୍ତାରେ ଗଲେ ପଡ଼େ ବ୍ରହ୍ମଗିରିର ଗୋପଛକ୤ ଶ୍ରୀ ଅଲାରନାଥ ମନ୍ଦିର ଯିବା ପାଇଁ ସେଠାରେ ଏକ ସଦୃଶ ତୋରଣ ବିଦ୍ୟମାନ୤ ଶ୍ରୀ ଅଲାରନାଥଙ୍କ ପୀଠ ଚାରି ପାଖରେ ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ଭକ୍ତମାନଙ୍କୁ ଆକର୍ଷିତ କରିଥାଏ୤ ଏଠାକାର ବଉଳ ଫୁଲର ବାସନା, କେତକୀ ଫୁଲର ମହକ ସମଗ୍ର ଅଞ୍ଚଳକୁ ଏକ ଭାବପୂର୍ଣ୍ଣ ପରିବେଷରେ ସୃଷ୍ଟି କରିଥାଏ୤ ଶ୍ରୀ ଅଲାରନାଥଙ୍କ ସେବକମାନେ ଗୋପ ଗ୍ରାମରେ ରୁହନ୍ତି୤ ଅଣସରର ଶେଷ ୫ ଦିନ ଏଠାରେ ପ୍ରବଳ ଭିଡ଼ ହୁଏ୤ ପାଲା, ଦାସକାଠିଆ, ଭଜନ, ସଂକୀର୍ତ୍ତନରେ କମ୍ପିଉଠେ ଶ୍ରୀ ଅଲାରନାଥ ମନ୍ଦିର୤ ଏହି ମନ୍ଦିରକୁ କିଏ କେବେ ନିର୍ମାଣ କରିଥିଲା ତାହା ଏବେ ମଧ୍ୟ ଅଗୋଚର୤ ତେବେ ମନ୍ଦିରର କାରୁକାର୍ଯ୍ୟରୁ ଏହା ଅଷ୍ଟମ ଶତାବ୍ଦୀର ବୋଲି ଜଣାପଡ଼େ୤ ମନ୍ଦିରର ଉଚ୍ଚତା ମାତ୍ର ୫୦ ଫୁଟ୤

Alarnath-re-prasidha-khiriଶ୍ରୀ ଅଲାରନାଥଙ୍କ ନାମକରଣ ମଧ୍ୟ ଏକ ରହସ୍ୟମୟ କଥାମୃତ୤ ଦାକ୍ଷିଣାତ୍ୟର ଆଲବର ସମ୍ପ୍ରଦାୟମାନେ ଏଠାରେ ଚତୁର୍ଦ୍ଧାମୂର୍ତ୍ତୀ ସ୍ଥାପନ କରି ପୂଜା କରୁଥିଲେ୤ ତାଙ୍କର ଠାକୁରଙ୍କୁ ଆଲବରନାଥ ଓ ପରେ ଅଲାରନାଥ ନାମକରଣ ହୋଇଥିବା କଥିତ ଅଛି୤ ପୁରୁଷୋତ୍ତମ ଚନ୍ଦ୍ରିକାରୁ ଜଣାପଡ଼େ ଅଲବନ୍ଦ ଆଚାର୍ଯ୍ୟ ନାମକ ଏକ ତାନ୍ତ୍ରିକ ବ୍ରାହ୍ମଣ ଅନବସର ସମୟରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସ୍ବର୍ଗଦ୍ବାର ନିକଟ ସୋଲାଖିଆ ବଟବୃକ୍ଷରେ ମହୂମାଛି ହୋଇ ଶ୍ରୀ ମନ୍ଦିରକୁ ଯାଆନ୍ତେ ସେଠାରେ ବାଧାପ୍ରାପ୍ତ ହୋଇ ସମୁଦ୍ରରେ ଝାସ ଦେବାକୁ ଯିବା ସମୟରେ ଏକ ମର୍କଟ ବାଧାଦେବାରୁ ସେ ଶ୍ରୀ ଅଲାରନାଥଙ୍କ ପୀଠରେ ଆସି ପଡ଼ିଲେ୤ ଅଲବନ୍ଦାରନାଥଙ୍କ ଠାକୁରଙ୍କୁ କାଳକ୍ରମେ ଶ୍ରୀ ଅଲାରନାଥ ଭାବେ ପୂଜା ହେଉଥିବା କୁହାଯାଏ୤
ଶ୍ରୀ ଅଲାରନାଥଙ୍କ ବିଗ୍ରହମୂର୍ତ୍ତି କଳାମୁଗୁନି ପଥରରେ ନିର୍ମିତ୤ ମୂର୍ତ୍ତି ଚାରିପଟେ ତୋରଣ ଅଛି୤ ତୋରଣ ତଳେ ପାର୍ଶ୍ବଦେବୀ ଶ୍ରୀଦେବୀ, ଭୂଦେବୀ ବିଦ୍ୟମାନ କରୁଛନ୍ତି୤ ପଦଯୁଗ ତଳେ ଗରୁଡ଼ ପ୍ରାର୍ଥନାରତ୤ ଶ୍ରୀ ଜୀଉଙ୍କ ଊର୍ଦ୍ଦ୍ବ ବାମ ହସ୍ତରେ ଶଙ୍ଖ, ଡାହଣ ହାସ୍ତରେ ଚକ୍ରଚିହ୍ନ ଅଛି୤ ନିମ୍ନ ବାମ ହାସ୍ତରେ ଗଦା ଓ ଡାହାଣ ହସ୍ତରେ ପଦ୍ମ ଚିହ୍ନ ବିଦ୍ୟମାନ୤ ଏଣୁ ଶ୍ରୀ ଅଲାରନାଥଙ୍କୁ ଚତୁର୍ଦ୍ଧାମୂର୍ତ୍ତି ନାରାୟଣ କୁହାଯାଏ୤ ଏହି କମନୀୟ ମୂର୍ତ୍ତିକୁ ଦର୍ଶନ କରିବା ମାତ୍ରେ ଭକ୍ତ ବିମୋହିତ ହୋଇଯାଏ୤ ଏବେ ମୁଦ୍ରିତ ଏବଂ ଇଲେକ୍ଟ୍ରୋନିକ୍ସ ମିଡ଼ିଆର ବହୁଳ ପ୍ରଚାର ଯୋଗୁଁ ଶ୍ରୀ ଅଲାରନାଥଙ୍କୁ ପ୍ରତିଦିନ ଶହ ଶହ ଭକ୍ତ ଦର୍ଶନ କରିବାକୁ ଆସିଥାନ୍ତି୤

ଶ୍ରୀ ଅଲାରନାଥଙ୍କ ବାରମାସରେ ତେର ଯାତ ଅନୁଷ୍ଠିତ ହୁଏ୤ ଶ୍ରୀ ଜଗନ୍ନାଥଙ୍କ ପରି ଶ୍ରୀ ଅଲାରନାଥଙ୍କର ମଧ୍ୟ ବିଭିନ୍ନ ସମୟରେ ବିଭିନ୍ନ ବେଶ କରାଯାଏ୤ ଅନବସର ସମୟରେ ଅନବସର ବେଶ, ଚନ୍ଦନ ଯାତ୍ରା ସମୟରେ ଚନ୍ଦନ ବେଶ, କାର୍ତ୍ତିକ ମାସରେ ରାଧା ଦାମୋଦର ବେଶ, ହଶହରା ଦିନ ରାଜବେଶ, ବସନ୍ତ ପଞ୍ଚମୀ ଦିନ ଘୋଡ଼ାଲିଗି ବେଶ ଓ ଅନ୍ୟାନ୍ୟ ବେଶ କରାଯାଏ୤ ସେହିଭଳି ବିଭିନ୍ନ ପର୍ବପର୍ବାଣି ମଧ୍ୟରେ ଅନବସର ଉତ୍ସବ, ଚିତାଲାଗି ଅମାବାସ୍ୟା, ଗହ୍ମାପୂର୍ଣିମା, କୁମାର ପୂର୍ଣିମା, ବିଜୟା ଦଶମୀ, ଦେବ ଦୀପାବଳୀ, ଧନୁ ସଂକ୍ରାନ୍ତି, ପହିଲି ଭୋଗ, ମକର ସଂକ୍ରାନ୍ତି, ବକୁଳ ଅମାବାସ୍ୟା, ବସନ୍ତ ପଞ୍ଚମୀ, ଦୋଳପୂର୍ଣ୍ଣମୀ, ପୁଷ୍ୟାଭିଷେକ, ପଣାସଂକ୍ରାନ୍ତି, ଚନ୍ଦନ ଯାତ୍ରା ଆଦି ଅନୁଷ୍ଠିତ ହୁଏ୤ ଶ୍ରୀ ମନ୍ଦିର ଭୋଗନୀତି ପରି ଏଠାରେ ମଧ୍ୟ ଭୋଗ ଅନୁଷ୍ଠିତ ହୁଏ୤ ସକାଳ ୮ଟାରେ ବାଳଭୋଗ, ସକାଳ ଧୂପରେ ଅଣ୍ଡି, ଖେଚେଡ଼ି, ଡାଲି ଓ ତରକାରୀ ଭୋଗ କରାଯାଏ୤ ମାଧ୍ୟାହ୍ନରେ କ୍ଷୀର ଭୋଗ କରାଯାଇ ପହୁଡ଼ ପଡ଼େ୤ ରାତିରେ ଦହି ପଖାଳ ଓ ଭଜା ଭୋଗ କରାଯାଏ୤

ଶ୍ରୀ ଅଲାରନାଥଙ୍କ କ୍ଷୀରି ଭୋଗ ଏଠାରେ ପ୍ରସିଦ୍ଧ୤ ବ୍ରହ୍ମଗିରି ଓ ଏହାର ଆଖ ପାଖ ଅଞ୍ଚଳରେ ବହୁଳ ପରିମାଣରେ ଦୁଗ୍ଧ ଉପଲବ୍ଧ ହୋଇଥାଏ୤ ଏଠାରୁ ପୁରୀକୁ ପ୍ରତିଦିନ ଶହ ଶହ ଲିଟର ଦୁଗ୍ଧ ପଠାଯାଇଥାଏ୤ ଶ୍ରୀ ଅଲାରନାଥଙ୍କ ମୁଖ୍ୟମନ୍ଦିର ବ୍ୟତୀତ ନାଟମନ୍ଦିର, ଚୈତନ୍ୟ ମନ୍ଦିର, ଭଜନ ଚକଡ଼ା, ରୋଷଶାଳା, ନବଗ୍ରହ ପ୍ରସ୍ଥର, ଯଜ୍ଞମଣ୍ଡପ ଅଛି୤ ବାହାରେ ଭକ୍ତମାନେ ପଦଧୌତ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୩୧ ଆପଣଙ୍କ ମତାମତ ?

  • ୧. Debadatta Maharana |  ଜୁନ୍ ୧୮, ୨୦୧୧ - ୧:୨୩ ପୂର୍ବାହ୍ନ

    Quite interesting and informative.

  • ୨. ଆଶୁତୋଷ |  ଜୁଲାଇ ୧୯, ୨୦୧୧ - ୮:୦୦ ପୂର୍ବାହ୍ନ

    ବହୁତ୍ ଭଲ ହେଇଛି

  • ୩. ତ୍ରିଲୋଚନ ଦାଶ |  ଜୁଲାଇ ୨୧, ୨୦୧୧ - ୧:୦୩ ପୂର୍ବାହ୍ନ

    ଏହି ଲେଖାଟି ଦ୍ବାରା ଅଲାରନାଥ ଙ୍କ ବିଷୟରେ ଜାଣି ହେଲା ୤

  • ୪. ଦେବଦତ୍ତ ମହାରଣା |  ଅଗଷ୍ଟ୍ ୩, ୨୦୧୧ - ୩:୪୬ ପୂର୍ବାହ୍ନ

    ବହୁତ୍ ଭଲ ବର୍ଣ୍ଣନା

  • ୫. anwesh kaushik |  ଅଗଷ୍ଟ୍ ୧୧, ୨୦୧୧ - ୭:୫୬ ପୂର୍ବାହ୍ନ

    thank u………

  • ୬. sanjatkumarsahoo |  ଅଗଷ୍ଟ୍ ୧୧, ୨୦୧୧ - ୮:୩୧ ପୂର୍ବାହ୍ନ

    it is a good process to save odiya language

  • ୭. sanjatkumarsahoo |  ଅଗଷ୍ଟ୍ ୧୧, ୨୦୧୧ - ୮:୩୩ ପୂର୍ବାହ୍ନ

    ବହୁତ୍ ଭଲ ହେଇଛି ଏହି ଲେଖାଟି ଦ୍ବାରା ଅଲାରନାଥ ଙ୍କ ବିଷୟରେ ଜାଣି ହେଲା ୤

  • ୮. sanjatkumarsahoo |  ଅଗଷ୍ଟ୍ ୧୧, ୨୦୧୧ - ୮:୩୪ ପୂର୍ବାହ୍ନ

    i love this site every time

  • ୯. ପ୍ରଣବ ମହାପାତ୍ର |  ଅଗଷ୍ଟ୍ ୧୩, ୨୦୧୧ - ୩:୪୭ ପୂର୍ବାହ୍ନ

    ଅତି ସୁନ୍ଦର ୤ ପ୍ରଥମ ଥର ପାଇଁ ଏତେ ସୁନ୍ଦର ଓଡିଆ ଭାଷା ଓ ସାହିତ୍ୟର ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରୟାସ ଦେଖି ବହୁତ ଖୁସି ଲାଗିଲା ୤ ବିଶେଷ କରି ମତାମତ ଓଡିଆରେ ଲେଖିବାର ଅନନ୍ଦ ଅଲଗା ୤ ବହୁତ ବହୁତ ଧନ୍ୟବାଦ ୤ ଠାକୁରଙ୍କ ଉପରେ ପ୍ରତି ସପ୍ତାହରେ ଏମିତି ଲେଖା ପଢିବାକୁ ମିଳିଲେ ଓଡିଆ ଭାଷା ଓ ସାହିତ୍ୟ ସହ ଓଡିଆ ସସ୍କୃତି ଓ ମନ୍ଦିରର ପ୍ରଚାର ଓ ପ୍ରସାର ହୋଇ ପାରିବ ୤ ପୁଣିଥରେ ବହୁତ ବହୁତ ଧନ୍ୟବାଦ ୤

  • ୧୦. trilochan |  ଅଗଷ୍ଟ୍ ୧୫, ୨୦୧୧ - ୮:୦୨ ପୂର୍ବାହ୍ନ

    Really good, I cant belief.

  • ୧୧. kamakshya jena |  ଅଗଷ୍ଟ୍ ୧୫, ୨୦୧୧ - ୭:୫୪ ଅପରାହ୍ନ

    Nice article . This site will help to spread our language n culture in foreign countries.

  • ୧୨. BIGHNESWAR RATH |  ଅଗଷ୍ଟ୍ ୨୬, ୨୦୧୧ - ୮:୦୦ ପୂର୍ବାହ୍ନ

    bahuta bhala lagila.mu epari nua nua article padhibaku bhala pae.dhanyabad.JAI JAGARNATH.

  • ୧୩. Tapan |  ସେପ୍ଟେମ୍ବର୍ ୨, ୨୦୧୧ - ୯:୨୮ ଅପରାହ୍ନ

    thank you, nice piece of information about the Lord and His past time.

  • ୧୪. ଆଶୁତୋଷ |  ସେପ୍ଟେମ୍ବର୍ ୫, ୨୦୧୧ - ୨:୪୩ ପୂର୍ବାହ୍ନ

    ଲେଖା ଟି ବହୁତ ଭଲ ହୋଇଛି।

  • ୧୫. ସୁରେନ୍ଦ୍ର କୁମର ମିସ୍ର |  ଅକ୍ଟୋବର୍ ୭, ୨୦୧୧ - ୮:୫୩ ପୂର୍ବାହ୍ନ

    ସୁନ୍ଦର ହୋଇଅଛ

  • ୧୬. Narendra Kumar Jena |  ଅକ୍ଟୋବର୍ ୧୫, ୨୦୧୧ - ୧୦:୪୭ ଅପରାହ୍ନ

    Ati sundar

  • ୧୭. ସିପୁନ୍ ସ୤ହୁ |  ନଭେମ୍ବର୍ ୩୦, ୨୦୧୧ - ୧୧:୨୭ ଅପରାହ୍ନ

    ଅତି ସୁନ୍ଦର ୤ ପ୍ରଥମ ଥର ପାଇଁ ଏତେ ସୁନ୍ଦର ଓଡିଆ ଭାଷା ଓ ସାହିତ୍ୟର ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରୟାସ ଦେଖି ବହୁତ ଖୁସି ଲାଗିଲା ୤ ବିଶେଷ କରି ମତାମତ ଓଡିଆରେ ଲେଖିବାର ଅନନ୍ଦ ଅଲଗା ୤ ବହୁତ ବହୁତ ଧନ୍ୟବାଦ ୤ ଠାକୁରଙ୍କ ଉପରେ ପ୍ରତି ସପ୍ତାହରେ ଏମିତି ଲେଖା ପଢିବାକୁ ମିଳିଲେ ଓଡିଆ ଭାଷା ଓ ସାହିତ୍ୟ ସହ ଓଡିଆ ସସ୍କୃତି ଓ ମନ୍ଦିରର ପ୍ରଚାର ଓ ପ୍ରସାର ହୋଇ ପାରିବ ୤ ପୁଣିଥରେ ବହୁତ ବହୁତ ଧନ୍ୟବାଦ ୤

  • ୧୮. ସିପୁନ୍ ସ୤ହୁ |  ଡିସେମ୍ବର୍ ୩, ୨୦୧୧ - ୬:୫୪ ପୂର୍ବାହ୍ନ

    ମୁଁ ବହୁତ୍ ଖୁସି

  • ୧୯. ସଂଗ୍ରାମ |  ଡିସେମ୍ବର୍ ୨୨, ୨୦୧୧ - ୪:୧୬ ପୂର୍ବାହ୍ନ

    ବହୁତ ବଢିଆ

  • ୨୦. ଶାନ୍ତନୁ |  ମାର୍ଚ୍ଚ୍ ୬, ୨୦୧୨ - ୭:୨୨ ପୂର୍ବାହ୍ନ

    ବହୁତ ଭଲ ହେଇଛି୤

  • ୨୧. ମୋନାଲିସା ଦେବ ଗୋସ୍ବାମୀ |  ମାର୍ଚ୍ଚ୍ ୧୪, ୨୦୧୨ - ୧:୪୩ ପୂର୍ବାହ୍ନ

    ଅତି ସୁନ୍ଦର୤ମୁଁ ଶ୍ରୀ ଅଲାର୍ ନାଥଙ୍କ ବିଷୟରେ ସମ୍ପୁର୍ନ୍ ଅଜଣା ଥିଲି୤ପ୍ରଥମ ଥର ପାଇଁ ଏତେ ସୁନ୍ଦର ଓଡିଆ ଭାଷାର ଲେଖା ପଢିବାକୁ ମିଳିଲା୤ଅପ୍ରାନ୍ତ ଓଡିଆ ପାଇଁ ମୁଁ ଓଡିଆ ଲେଖି ପାରୁଛି ବହୁତ ଖୁସି୤ଅଶେଷ ଧନ୍ୟବାଦ୤

  • ୨୨. Priyanka Sen |  ମାର୍ଚ୍ଚ୍ ୨୨, ୨୦୧୨ - ୧୧:୦୧ ପୂର୍ବାହ୍ନ

    Thank you for uploading such a piece of information about lord jagannatha.It is very interesting and every oriya should know this ..thank u very much.

  • ୨୩. ତପନ, Gujarat |  ଜାନୁଆରୀ ୧୩, ୨୦୧୪ - ୭:୪୪ ପୂର୍ବାହ୍ନ

    ଶ୍ରୀ ଜଗନ୍ନାଥ

  • ୨୪. ଆଶିଷ |  ମାର୍ଚ୍ଚ୍ ୧୭, ୨୦୧୪ - ୧:୪୪ ଅପରାହ୍ନ

    ସୁନ୍ଦର ଲେଖାଟିଏ ହୋଇଛିା

  • ୨୫. ନିର୍ମଳେନ୍ଦୁ ବେହେରା, ଭୁବନେଶ୍ବର, ଓଡିଶା |  ମେ ୨୧, ୨୦୧୪ - ୫:୧୬ ପୂର୍ବାହ୍ନ

    ଶ୍ରୀ ଅଲାରନାଥ ଦେବଙ୍କ ବିଷୟରେ ଏତେ ସୁନ୍ଦର ବର୍ଣ୍ଣନା ଅତ୍ୟନ୍ତ ଗ୍ରହଣୀୟ ଅଟେ

  • ୨୬. Mrutyunjaya sahoo (KUNU), Bhadrack, Karanjadia |  ମେ ୧୧, ୨୦୧୬ - ୩:୧୧ ଅପରାହ୍ନ

    Bahut Badhia Lagilaବହୁତ ବଡିଆ ଲଗିଳା

  • ୨୭. ଅକ୍ଷୟ କୁମାର ରଥ, ଗୁଣପୁର, ଜିଲ୍ଲା- ରାୟଗଡ, ଓଡିଶା |  ଜୁନ୍ ୨୧, ୨୦୧୬ - ୧୨:୧୫ ଅପରାହ୍ନ

    ପରେ ସ୍ନାନ ଯାତ ଅଣସରେ ନାଥ
    ନଦେଖିଲା ଯେବେ ଅନାଥ ଭକତ ॥
    କ୍ଷେତ୍ରରୁ ଧଇଲା ବ୍ରହ୍ମଗିରି ପଥ
    ଛ’ନ୍ତି ଜାଣି ତହିଁ ଶ୍ରୀଅଲାର ନାଥ ॥
    ଚାତକେ ଚାହିଁଲା ସେ ହିଁ ସେହି ନାଥ
    ଆନନ୍ଦାଶ୍ରୁ ଘେନି ପତାଇଲା ମାଥ ॥
    -ଜୟ ଜଗନ୍ନାଥ, ଜୟ ଜଗନ୍ନାଥ

  • ୨୮. ଦାମୋଦର ବେହେରା, ଗୋହିରିବାଡ଼ି ,ଗଞ୍ଜାମ |  ଜୁଲାଇ ୧୦, ୨୦୧୬ - ୧୧:୦୫ ପୂର୍ବାହ୍ନ

    ଜୟ ଜଗନ୍ନାଥ

  • ୨୯. pravat Kumar Sahu, Berhampur |  ଜୁଲାଇ ୩୦, ୨୦୧୬ - ୬:୪୯ ପୂର୍ବାହ୍ନ

    ବହୁତ ଭଲ :: ଆଉ କିଛି କିମ୍ବଦନ୍ତି ପଠାନ୍ତୁ

  • ୩୦. ପୂର୍ଣାନନ୍ଦ ମହାରଣା, ବ୍ରହ୍ମପୁର, ଓଡିଶା  |  ଏପ୍ରିଲ୍ ୧୭, ୨୦୧୭ - ୭:୧୫ ପୂର୍ବାହ୍ନ

    ଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଷୟରେ ଯେତେ କହିଲେ ବି ସରିବ ନାହିଁ | ଓଡିଶା ବାସୀଙ୍କ ମନରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରା କୁ ବଞ୍ଚାଇ ରଖିବା ପାଇଁ ଏହି ସବୁ ପ୍ରୟାସ କରିବା ପାଇଁ ବହୁତ ବହୁତ ଧନ୍ୟବାଦ . ଜୟ ଜଗନ୍ନାଥ.

  • ୩୧. ବିଭୂତି ଭୂଷଣ ସାହୁ, ତାଳଚେର  |  ଜୁଲାଇ ୫, ୨୦୧୭ - ୧:୧୭ ଅପରାହ୍ନ

    ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଇ ପୃଷ୍ଠା ମାଧ୍ୟମରେ ସାର୍ବଜନୀନ କରିଥିବାରୁ ଧନ୍ୟବାଦ, ଏହି ପ୍ରୟାସ ଜାରି ରହୁ, ବନ୍ଦେ ଉତ୍କଳ ଜନନୀ ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤