ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କନକଲତା ସାହୁ
ଭୂପେନ୍‌ ମହାପାତ୍ର
ସନତ୍‌ ରାୟ
ଭକ୍ତକବି ମଧୁସୂଦନ ରାଓ
ଅନନ୍ତ ପଟ୍ଟନାୟକ
ବିପ୍ର ଆଚାର୍ଯ୍ୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସହବାସ
 |- ସହଦେବ ସାହୁ
 
 
ତା: ଅକ୍ଟୋବର୍ ୧୮, ୨୦୧୨  
 

ଅନୁପମାର ପ୍ରସ୍ତାବ ଚକିତ କରିଥିଲା ସୁବ୍ରତକୁ୤
ସୁବ୍ରତ ଓ ଅନୁପମା ଗୋଟିଏ ଆପାର୍ଟମେଣ୍ଟରେ ଅଲଗା ଅଲଗା ଫ୍ଲାଟରେ ରହୁଥିଲେ୤ ଦୁହେଁ ଗୋଟିଏ କମ୍ପାନୀପାଇଁ କାମ କରୁଥିଲେ୤ ତାଙ୍କର ଅଫିସ୍‌ ସେମାନେ ରହୁଥିବା ଆପାର୍ଟମେଣ୍ଟଠାରୁ ତିରିଶ କିଲୋମିଟର ଦୂର୤ ପ୍ରତିଦିନ କମ୍ପାନୀର କାର୍‌ ଆସି ସେ ଦୁଇଜଣ ଓ ବାଟରେ ରହୁଥିବା ଅନ୍ୟଜଣେ କର୍ମଚାରୀଙ୍କୁ ସକାଳେ ନେଇଯାଉଥିଲା ଏବଂ ସଞ୍ଜବେଳେ ଛାଡ଼ିଦେଉଥିଲା୤

ସେଦିନ ଅନୁପମାକୁ ସର୍ଦ୍ଦି ହୋଇଥିଲା ଏବଂ ଦେହରେ ସାମାନ୍ୟ ଜ୍ବର ମଧ୍ୟ ଥିଲା୤ ସେ ହୋମିଓପାଥିକ୍‌ ଔଷଧ ଖାଉଥିଲା୤ ଅଫିସ୍‌ରେ ପର୍ସରୁ ହୋମିଓପାଥିକ୍‌ ଔଷଧ ଖାଇବାକୁ ଶିଶି ବାହାର କଲାବେଳକୁ ନିଜ ଫ୍ଲାଟ୍‌ର ଚାବି ମଧ୍ୟ ବାହାର କରିଦେଇଥିଲା୤ ଔଷଧ ଖାଇସାରି ଶିଶି ପର୍ସରେ ରଖିଦେଇଥିଲା; କିନ୍ତୁ ଭୁଲ୍‌ବଶତଃ ଚାବି ପର୍ସରେ ରଖି ନ ଥିଲା୤ ଅନ୍ୟମନସ୍କତାରେ ଚାବି ଟେବୁଲ ଡ୍ରୟାର୍‌ରେ ରଖିଦେଇଥିଲା ଏବଂ ନିଜ ଫ୍ଲାଟକୁ ଫେରିଲାବେଳକୁ ଚାବି ଆଣିପାରି ନ ଥିଲା୤

ନିଜ ଫ୍ଲାଟ୍‌ରେ ସୁବ୍ରତ ନିଜ ପ୍ୟାଣ୍ଟସାର୍ଟ ବଦଳେଇବାକୁ ଯାଉଥିଲା୤ ଅନୁପମା ଆସି କହିଲା, ମୁଁ ମୋର ଫ୍ଲାଟ୍‌ ଚାବି ଅଫିସରେ ଛାଡ଼ିଦେଇ ଆସିଛି୤ ସୁବ୍ରତ ପଚାରିଲା, ଏବେ କ’ଣ କରିବ ?

ଅଫିସରୁ ଫେରିଲା ପରେ ଦୁହେଁ କ୍ଲାନ୍ତ ଅନୁଭବ କରୁଥିଲେ୤ ଅନୁପମାର ଯେହେତୁ ଦେହ ସାମାନ୍ୟ ଅସୁସ୍ଥ ଥିଲା, ଅସୁସ୍ଥତା ସହିତ ଦିନକର କାମରେ ସେ ବେଶି କ୍ଲାନ୍ତ ଅନୁଭବ କରୁଥିଲା୤ ଅବଶ୍ୟ ସଞ୍ଜବେଳକୁ ଦେହରେ ଜ୍ବର ନ ଥିଲା୤ ଅଫିସ୍‌ ଗାଡ଼ି ସେମାନଙ୍କୁ ଛାଡ଼ି ଚାଲିଯାଇଥିଲା୤ ଏବେ ତାଙ୍କ ଅଫିସ୍‌କୁ ଯାଇ ଚାବି ଆଣିବାକୁ ହେଲେ ଟାକ୍ସିରେ କିମ୍ବା ଅଟୋରେ ଯିବାକୁ ହେବ୤ ସୁବ୍ରତ ଭାବୁଥିଲା, ଅନୁପମା ବୋଧହୁଏ ସେଥିପାଇଁ ଆସିଛି, ସାଙ୍ଗହୋଇ ଦୁହେଁ ଅଫିସ ଯିବେ୤ ସୁବ୍ରତର ଯିବାକୁ ଧୈର୍ଯ୍ୟ ନ ଥିଲା୤

ଅନୁପମା କ’ଣ କରିବ ସ୍ଥିର କରିସାରିଥିଲା୤ କହିଲା, ମୁଁ ଆଜି ରାତିକ ତୁମ ଫ୍ଲାଟ୍‌ରେ ରହିଗଲେ ତୁମର କ’ଣ ଅସୁବିଧା ହେବ ?

ସୁବ୍ରତ ଏମିତି ଏକ ପ୍ରସ୍ତାବ ଆଶା କରୁ ନଥିଲା୤

ସୁବ୍ରତ ଏକା ଏକା ରହୁଥିଲା୤ ଅନୁପମା ଅବିବାହିତା୤ ଅନୁପମା କମ୍ପାନୀରେ ଯୋଗଦେବାର ଛଅମାସ ପରେ ସୁବ୍ରତ ଏହି କମ୍ପାନୀରେ ଯୋଗ ଦେଇଥିଲା୤ କମ୍ପାନୀ କାର୍‌ରେ ଯିବାଆସିବା ସମୟରେ ଏବଂ କେତେବେଳ କେମିତି ପଦେଅଧେ କଥାବାର୍ତ୍ତା୤ ଯଦିଓ କମ୍ପାନୀର ଗୋଟିଏ ଅଫିସରେ ଦୁହେଁ କାମ କରୁଥିଲେ, କିନ୍ତୁ ଦୁହେଁ ଅଲଗା ଅଲଗା କୋଠରିରେ ବସୁଥିଲେ୤ ସୁବ୍ରତର ଅଫିସ ରୁମ୍‌ ପ୍ରଥମ ମହଲାରେ ଥିଲା ଏବଂ ଅନୁପମାର ତୃତୀୟ ମହଲାରେ୤ ଅଫିସ ସମୟରେ ମଧ୍ୟ ଦୁହିଁଙ୍କ ଭିତରେ ବେଶି ଗପସପ କରିବାର ସୁଯୋଗ ନ ଥିଲା୤ ଦୁହେଁ ଦୁହିଁଙ୍କ ବିଷୟରେ ବେଶି କିଛି ଜାଣି ନ ଥିଲେ୤

ଅନୁପମା ଦୋହରେଇଲା, ଅସୁବିଧା କ’ଣ ହେବ ? ଆପଣଙ୍କର ଦୁଇଟି ଶୟନକକ୍ଷ ବିଶିଷ୍ଟ ଫ୍ଲାଟ୍‌, ଆପଣ ଏକା ରହୁଛନ୍ତି, ଗୋଟିଏ ବେଡ୍‌ରୁମ୍‌ରେ ଆପଣ, ଅନ୍ୟଟିରେ ମୁଁ ରହିଯିବି୤

ସୁବ୍ରତ ମନେ ମନେ ଅନୁପମାକୁ ତଉଲୁଥିଲା୤ ଏହି ବର୍ଷ ଭିତରେ ଦୁହେଁ ସାଙ୍ଗହୋଇ କାର୍‌ରେ ଯିବାଆସିବା କରୁଥିଲେ୤ ଅନୁପମା ମାର୍ଜିତ, ରୁଚିସମ୍ପନ୍ନା ମନେହେଉଥିଲା୤ ସୁବ୍ରତ କହିପକେଇଲା, ଚଳିବ୤ ଯଦି ଆପଣଙ୍କର କିଛି ଅସୁବିଧା ନ ହୁଏ୤
ମୋର କିଛି ଅସୁବିଧା ହେବନି୤ ଏବେ କିଛି ଉପାୟ ନାହିଁ, ଅସୁବିଧା ହେଲେ ବି ଚେଳଇନେବି୤ ଅନୁପମା କହିଲା୤

ସୁବ୍ରତ ରାଜି ହୋଇଗଲା, ପରେ ଚିନ୍ତିତ ହୋଇପଡ଼ିଲା୤

ପୃଷ୍ଠା ସଂଖ୍ୟା : 1 2 3 4 5

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସହଦେବ ସାହୁ, କଟକ
ସହଦେବ ସାହୁ
ଓଡ଼ିଶା ଅର୍ଥ ସେବା ଅଧୀନରେ ଜଣେ ଅଧିକାରୀ ଭାବେ କାର୍ଯ୍ୟରତ ସହଦେବ ସାହୁ ଜଣେ ଗାଳ୍ପିକ ଓ ଔପନ୍ୟାସିକ ଭାବେ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ଜଣେ ମୁଖ୍ୟସ୍ରୋତର ଲେଖକ୤ ଚାରିପାଖରେ ଚଳପ୍ରଚଳ ହେଉଥିବା ସାଧାରଣ ଲୋକ ହିଁ ତାଙ୍କ ଗଳ୍ପର ଚରିତ୍ର୤ ତାଙ୍କର ପ୍ରତ୍ୟେକ ଗଳ୍ପ ପରିବର୍ତ୍ତନଶୀଳ ସମାଜର ଗୋଟିଏ ଗୋଟିଏ ପ୍ରତିଛବି୤ ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ ‘ଅପରାହ୍ନର ଭୂତ’, ‘ଚକ୍ରବ୍ୟୁହ’, ‘ଲତା’ ଆଦି ଗଳ୍ପ ସଙ୍କଳନ ଓ ‘କାଶତଣ୍ଡୀର ସ୍ବପ୍ନ’ ଆଦି ଉପନ୍ୟାସ ଅନ୍ୟତମ୤ ବିଷୁବ ଝଙ୍କାର ଗଳ୍ପ... [ କ୍ରମେ ସବିଶେଷ ]
ସହଦେବ ସାହୁଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୩୨ ଆପଣଙ୍କ ମତାମତ ?

  • ୧. ବିଜନ ରାୟ୍ |  ଅକ୍ଟୋବର୍ ୨୦, ୨୦୧୨ - ୧:୪୬ ପୂର୍ବାହ୍ନ

    ଗଲ୍ପଟି ଭଲ ଲାଗିଲା. ଗାଲ୍ପିକ ଙ୍କୁ ଧନ୍ୟବାଦ.

  • ୨. ରଶ୍ମି ରଞ୍ଜନ ପରିଡା, ଓଡିଶା |  ଅକ୍ଟୋବର୍ ୨୧, ୨୦୧୨ - ୪:୫୮ ପୂର୍ବାହ୍ନ

    ଭିନ୍ନ ସ୍ବାଦର ଆଧୁନିକ ଗଳ୍ପ, ଭଲ ଲାଗିଲା

  • ୩. ମନୋଜ ବାରିକ, ପାଟକୁରା, କେନ୍ଦ୍ରାପଡ଼ା |  ଅକ୍ଟୋବର୍ ୨୧, ୨୦୧୨ - ୮:୪୯ ଅପରାହ୍ନ

    ଗଳ୍ପ ଟି ବହୁତ ଭଲ ଲାଗିଲା । ଗାଳ୍ପିକ ଙ୍କୁ ଅଶେଷ ଧନ୍ୟବାଦ ।

  • ୪. Kshirod Kumar Biswal, Hyderabad, Andhra Pradesh |  ଅକ୍ଟୋବର୍ ୨୫, ୨୦୧୨ - ୭:୩୯ ପୂର୍ବାହ୍ନ

    Galpati Nua pidhinka pain. Bahuta bhala hoichhi. Khub sundara lekha. Galpikanku hrudaya sahita Dhanyabad.
    Emiti sundara lekha apekhyare rahulu. Thanks again.

  • ୫. ବିବେକ ଦସ, bhubaneswar |  ନଭେମ୍ବର୍ ୮, ୨୦୧୨ - ୩:୫୦ ପୂର୍ବାହ୍ନ

    very good story

  • ୬. sikha biswal |  ନଭେମ୍ବର୍ ୩୦, ୨୦୧୨ - ୩:୦୦ ପୂର୍ବାହ୍ନ

    very nice short story .

  • ୭. santosh |  ଡିସେମ୍ବର୍ ୬, ୨୦୧୨ - ୫:୨୩ ପୂର୍ବାହ୍ନ

    galpa ti bahut manachua hei chi ajikali ebhali sanga tie paiba b bahu kasta….

  • ୮. Goutam Das, Rourkela |  ଡିସେମ୍ବର୍ ୯, ୨୦୧୨ - ୫:୨୩ ପୂର୍ବାହ୍ନ

    ଗଳ୍ପଟି ବହୁତ ଭଲ ଲାଗିଲା । ଗାଳ୍ପିକଙ୍କୁ ଅନେକ ଶୁଭେଚ୍ଛା୤

  • ୯. ପୂର୍ଣ୍ଣଚନ୍ଦ୍ର ରଥ, ଖଲ୍ଲିକୋଟ, ଓଡିଶା |  ଡିସେମ୍ବର୍ ୧୬, ୨୦୧୨ - ୯:୫୬ ଅପରାହ୍ନ

    ସହଦେବ ସାହୁଙ୍କର ସମସ୍ତ ଲେଖା ଅତି ଆଗ୍ରହରେ ପଢିହୁଏ୤ ଆଶା ଭବିଷ୍ୟତରେ ମଧ୍ୟ ସେପରି ଲେଖା ଆମେ ପଢିବାକୁ ପାଇବା୤

  • ୧୦. Trilochan Das |  ଡିସେମ୍ବର୍ ୨୦, ୨୦୧୨ - ୩:୩୨ ପୂର୍ବାହ୍ନ

    ଗପଟା ଭଲ ଲାଗିଲା

  • ୧୧. Trilochan Das |  ଡିସେମ୍ବର୍ ୨୦, ୨୦୧୨ - ୩:୩୩ ପୂର୍ବାହ୍ନ

    ଗଲ୍ପଟି ଭଲ ଲାଗିଲା. ଗାଲ୍ପିକ ଙ୍କୁ ଧନ୍ୟବାଦ.

  • ୧୨. ଦ୍ରୋଣ ଜାନି |  ଡିସେମ୍ବର୍ ୨୦, ୨୦୧୨ - ୧୨:୧୧ ଅପରାହ୍ନ

    ଗଳ୍ପଟି ବହୁତ ଭଲଲାଗିଲା୤

  • ୧୩. Dipankar Sahu, Cuttack |  ଡିସେମ୍ବର୍ ୨୮, ୨୦୧୨ - ୪:୫୧ ପୂର୍ବାହ୍ନ

    A Nice story. It took its own time to its end.

  • ୧୪. ranjanpanda, kesinga Kalahandi |  ଡିସେମ୍ବର୍ ୩୧, ୨୦୧୨ - ୯:୫୮ ଅପରାହ୍ନ

    ବହୁତ ସୁନ୍ଦର ଗଳ୍ପ୍ ସମାଜ ର ବ୍ୟବସ୍ଥା ଗତାନୁଗତିକ ଶ୍ରୋତ ମଣିଷ କୁ ସାଲିସ କରିବାକୁ ବାଧ୍ୟ କରିଥାଏ

  • ୧୫. Raju |  ଜାନୁଆରୀ ୨୨, ୨୦୧୩ - ୬:୧୧ ପୂର୍ବାହ୍ନ

    Bahut sundar gapatie :)

  • ୧୬. ବିଭୂତି ଭୂଷଣ ଦାଶ, ଶ୍ରୀକ୍ଷେତ୍ର, ପୁରୀ, ଓଡିଶା. |  ଫେବୃଆରୀ ୨୨, ୨୦୧୩ - ୬:୨୨ ପୂର୍ବାହ୍ନ

    ଗାଳ୍ପିକ ଙ୍କର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଲେଖା ଉଚ୍ଚକୋଟ୍ଟୀର୤ ଧନ୍ୟବାଦ ମହାଶୟ୤ ଓଡିଆ ଭାଷାର ସମ୍ମାନ ବୃଦ୍ଧି ଏବଂ ପ୍ରସାର ପ୍ରଚେଷ୍ଟା ପାଇଁ ଓଡିଆସାହିତ୍ୟ.କମ୍ କୁ ମଧ୍ୟ ଧନ୍ୟବାଦ୤

  • ୧୭. Rashmita Nayak, Bhubaneswar |  ମାର୍ଚ୍ଚ୍ ୧୫, ୨୦୧୩ - ୩:୧୯ ପୂର୍ବାହ୍ନ

    Bahut Bhala Lagila Gapati.

  • ୧୮. debendra lenka, cuttack,odisha |  ମେ ୧୨, ୨୦୧୩ - ୪:୫୦ ପୂର୍ବାହ୍ନ

    bahut sundar gapa.ama samajika jibana thu alaga eka sundara gapa

  • ୧୯. ରମେଶ ଚନ୍ଦ୍ର ଦାସ, ଭୁବନେଶ୍ବର |  ମେ ୧୬, ୨୦୧୩ - ୮:୪୪ ଅପରାହ୍ନ

    ପରିବର୍ତ୍ତିତ ସାମାଜିକ ଜୀବନର ଏକ ନିଛକ ପ୍ରତିଛବି୤

  • ୨୦. ପ୍ରଶାନ୍ତ ଜେନା, ଜଗତସିଂହପୁର,ଓଡିଶା |  ଜୁନ୍ ୧୪, ୨୦୧୩ - ୧୦:୧୩ ପୂର୍ବାହ୍ନ

    ଗପଟି ବହୁତ ଭଲ ଲାଗିଲା

  • ୨୧. llalitapatra, kuang odisha |  ଡିସେମ୍ବର୍ ୩, ୨୦୧୩ - ୪:୫୭ ପୂର୍ବାହ୍ନ

    bahut bhala lekhiba saili .manaku chhingala.

  • ୨୨. ବିଭାସ, Balasore |  ଏପ୍ରିଲ୍ ୧୩, ୨୦୧୪ - ୧:୨୫ ପୂର୍ବାହ୍ନ

    ବହୁତ ଭଲ ଲଗିଲା

  • ୨୩. prasanta sahu, hyderabad |  ମେ ୩, ୨୦୧୪ - ୪:୩୦ ପୂର୍ବାହ୍ନ

    ଭିନ୍ନ ସ୍ବାଦର ଆଧୁନିକ ଗଳ୍ପ, ଭଲ ଲାଗିଲା

  • ୨୪. Akjena, Ahmedabad,GJ |  ଅଗଷ୍ଟ୍ ୧୮, ୨୦୧୪ - ୪:୨୫ ପୂର୍ବାହ୍ନ

    Gapati sete bhalaheini karan gapar lekhiba saile bhalaheini, kichi bhujhiheuni.. abun chota kahani lekhantu…bhalalagiba,bhujhibi heba..
    bhala lekhantu ….apanka apekhya re…

  • ୨୫. କିଶୋର, ବୌଦ୍ଧ, ଓଡିଶା |  ସେପ୍ଟେମ୍ବର୍ ୨୧, ୨୦୧୪ - ୧୧:୪୨ ପୂର୍ବାହ୍ନ

    ହୃଦୟସ୍ପର୍ଶୀ କହାଣୀ୤ ସର୍ତ୍ତ ଗୁଡ଼ିକ ବହୁତ ଭଲ ହୋଇଛି୤ମୋ ଜୀବନରେ କେହି ଜଣେ ଏମିତି ଆସନ୍ତା କି?

  • ୨୬. sulata panigrahi, Rourkela |  ଡିସେମ୍ବର୍ ୨୧, ୨୦୧୪ - ୯:୧୦ ପୂର୍ବାହ୍ନ

    ajikara adhunika samaja ra parampara ko nayee gal palekha hoyeechhi.khub bhalo ,,,,,,,,,,,,,,

  • ୨୭. ସରୋଜ କୁମାର ବେହେରା, ବାଲେଶ୍ୱର |  ଏପ୍ରିଲ୍ ୨୩, ୨୦୧୫ - ୮:୫୯ ପୂର୍ବାହ୍ନ

    ଖୁବ ଭଲ ଗପ

  • ୨୮. ଅନସୁୟା ପଣ୍ଡା |  ଜୁଲାଇ ୧୫, ୨୦୧୫ - ୬:୫୬ ପୂର୍ବାହ୍ନ

    ଗପଟି ବହୁତ ଭଲ ଲାଗିଲା

  • ୨୯. ଅନିଲ କୁମାର ବେହେରା, ଚୁନିନ୍ଦା, ଭଦ୍ରକ, ଓଡିଶା(Chunida, Bhadrak,Odisha) |  ଅଗଷ୍ଟ୍ ୨୮, ୨୦୧୫ - ୯:୫୨ ପୂର୍ବାହ୍ନ

    ପ୍ରେମ ଏମିତି ଏକ ବନ୍ଧନ ଯେଉଁଠିି ନା ବାଧା ଥାଏ ନାଥାଏ ବାଧ୍ୟତା ।

    ଗପଟି ବହୁତ ଭଲ ଲାଗିଲା ।

  • ୩୦. NIBEDITA DAS, BHUBANESWAR |  ସେପ୍ଟେମ୍ବର୍ ୧୨, ୨୦୧୫ - ୫:୦୮ ପୂର୍ବାହ୍ନ

    BAHUT UCHHAKOTIRA KELHA. THANKS.

  • ୩୧. ଶୁଭେନ୍ଦୁ ସାହୁ, Dhenkanal, Odisa |  ଜୁଲାଇ ୩, ୨୦୧୭ - ୧:୪୮ ପୂର୍ବାହ୍ନ

    ସହଦେବ ସାରଙ୍କୁ ମୋର ନମସ୍କାର ଆଉ ଧନ୍ୟବାଦ ମଧ୍ୟ, ସତରେ ଏ ଗପ ଟି ପଢି ମୋତେ ବହୁତ ଭଲ ଲାଗିଲା

  • ୩୨. ରାଜେଶ ଦୋରା, Dhenkanal, odisha |  ଫେବୃଆରୀ ୧୪, ୨୦୧୮ - ୧୨:୧୬ ଅପରାହ୍ନ

    ବହୁତ ଭଲ ଲାଗିଲା, ଭଲ ପାଇବା ରେ କୌଣସି ଲିଖିତ ସର୍ତ୍ତ ନଥାଏ । ଏକଥା ଏଥିରୁ ଭଲ ରେ ଜଣା ପଡୁଛି ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤