ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ଜଗଦୀଶ ମହାନ୍ତି
ଦିଲ୍ଲୀପ ଦାସ
ସ୍ବଭାବ କବି ଗଙ୍ଗାଧର ମେହେର
ସୁଶାନ୍ତ ଦାଶ
ଭୁବନେଶ୍ବର ବେହେରା
ଶକ୍ତି ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଜୁଲାଇ ୧୫, ୨୦୧୩  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ଏହିପରି କିଛି ରାସ୍ତା ଅତିକ୍ରାନ୍ତ ହୁଅନ୍ତେ, ଅନତିଦୂରରେ ଦୃଶ୍ୟମାନ ହେଲା ଏକ ସାମାନ୍ୟ ଉଜ୍ଜ୍ବଳ ଆଲୋକ୤ ରାୟବାହାଦୁର ଆଲୋକଟିର ଉତ୍ସ ସମ୍ବନ୍ଧରେ ଜାଣିବା ଲାଗି ତିଲୁଆ ନିକଟରେ ଜିଜ୍ଞାସା କଲେ୤ ତିଲୁଆ ସାମାନ୍ୟ ଇତସ୍ତତଃ ହୋଇ ଘୋଷଣା କଲା ଯେ, ଉକ୍ତ ଜଙ୍ଗଲରେ କିଛି ଦିନ ପୂର୍ବେ ତା’ ବନ୍ଧୁ ସନିଆ ଡାହାଣୀ ହାବୁଡ଼ରେ ପଡ଼ିଥିଲା ଏବଂ ସେ ଡାହାଣୀ ବଶୀକରଣ ମନ୍ତ୍ରର ପ୍ରଥମାର୍ଦ୍ଧ ଜାଣିଥିବାରୁ ଅଳ୍ପକେ ରକ୍ଷା ପାଇଯାଇଥିଲା; ନିଃସନ୍ଦେହେ ନିକଟରୁ ନିକଟତର ହୋଇଆସୁଥିବା ଆଲୋକଟି ‘ଡାହାଣୀ ଆଲୁଅ’୤ ତିଲୁଆର ଏତାଦୃଶ ଘୋଷଣାରେ ରାୟବାହାଦୁରଙ୍କର ଦୁର୍ବଳ ହୃଦୟଟା ଭୟଭୀତ ହୋଇ ଏତେମାତ୍ରାରେ କମ୍ପିତ ହେବାକୁ ଲାଗିଲା ଯେ, ତା’ର ଶବ୍ଦ ସେ ନିଜେ ଶୁଣି ପାରିଲେ୤ ହୃଦୟକୁ ଦୁଇ ହାତରେ ଚାପି ଧରି ତିଲୁଆକୁ କୌଣସି ଡାହାଣୀ ବଶୀକରଣ ଉପାୟ କରିବା ନିମନ୍ତେ ନିର୍ଦ୍ଦେଶ ଦେଲେ୤ କିନ୍ତୁ ତିଲୁଆ ସଫା ସଫା ଆତ୍ମସମର୍ପଣ କରି ଜଣାଇଦେଲା ଯେ, ବିଗତ ଗାଁ ମେଳାରେ ହିମାଳୟ ଫେରନ୍ତା ସାଧୁବାବାଙ୍କଠାରୁ ଯେଉଁ ପତ୍ନୀ ବଶୀକରଣ ମନ୍ତ୍ର ସେ ଲେଖାଇ ଆଣିଥିଲା, ତା’ର ଦୁଇ ଧାଡ଼ି ମଧ୍ୟ ଏଯାବତ୍ ମୁଖସ୍ଥ କରିପାରି ନାହିଁ, ଡାହାଣୀ ବଶୀକରଣ ମନ୍ତ୍ର ତ ଖୁବ ଦୂରର କଥା୤ ରାୟବାହାଦୁର ଅଗତ୍ୟା ଅନନ୍ୟୋପାୟ ହୋଇ ହନୁମାନ ଚାଳିଶା ପାଠ କରିବାକୁ ଲାଗିଲେ୤

ଆଲୋକଟି ନିକଟତର ହେବା ସହ କୌଣସି ଧାତୁର ମୃଦୁ ଧ୍ବନି ଶୁଣାଯିବାକୁ ଲାଗିଲା୤ ଆଉ କିଛି କ୍ଷଣ ଅନ୍ତରାଳେ ସମ୍ମୁଖରେ ଯାହା ଦୃଷ୍ଟିଗୋଚର ହେଲା, ତହିଁପରେ ରାୟବାହାଦୁର ଅନୁଭବ କଲେ ଯେ, ହନୁମାନ ଚାଳିଶା ପାଠ କରିବାର ଆବଶ୍ୟକତା ଆଉ ନାହିଁ୤ ଅପର ପାର୍ଶ୍ବରୁ ଅନ୍ୟ ଏକ ଶଗଡ଼ଗାଡ଼ି ଲଣ୍ଠନର ଆଲୋକ ଓ ବଳଦ ବେକର ଘଣ୍ଟିର ଧ୍ବନି ସହିତ ସେମାନଙ୍କ ଆଡ଼କୁ ଅଗ୍ରସର ହେଉଥିଲା୤ ରାୟବାହାଦୁର ଶାନ୍ତିର ନିଃଶ୍ବାସ ମାରିଲେ, ତିଲୁଆକୁ କହିଲେ, ‘ଆରେ ହେ ତିଲୁଆ ! ସାମାନ୍ୟ ଶଗଡ଼ଗାଡ଼ିଟାକୁ ଡାହାଣୀ ଆଲୁଅ ହେଜି ତୁଚ୍ଛାଟାରେ ଛାନିଆ ହେଉଛୁ୤ ତୁଟା ଗୋଟାଏ ନିହାତି ଡରକୁଳାଟା, ବୁଝିଲୁ ?’

ତିଲୁଆ ସମ୍ମତି ଜଣାଇଲା, ‘ଠିକ କହିଲେ ସାଆନ୍ତେ୤’ ସାଆନ୍ତଙ୍କ ସବୁ କଥାରେ ହଁ ଭରିବାର କଳାଟା ତା’ ବାପା, ଜେଜେବାପାଙ୍କଠାରୁ ସେ ଭଲ ରକମ ଶିଖିଥିଲା୤ କିନ୍ତୁ ତା’ର ଆଜିର ‘ହଁ ’ରେ ପୂର୍ବବତ୍ ଆନ୍ତରିକତା ନ ଥିଲା, କାରଣ ତିନି ଦିନ ତଳେ ଯେତେବେଳେ ସେ ନିଜ ଝିଅର ଆସନ୍ନ ବିଭାଘର ପାଇଁ ସାଆନ୍ତଙ୍କୁ କିଛି ଟଙ୍କା ଋଣ ମାଗିଥିଲା, ରାୟବାହାଦୁର ସଫା ସଫା ମନା କରିଦେଇ କହିଲେ, ‘ଆରେ ତୋ ଘରଡିହ, ଜମିବାଡ଼ି, ଗାଈବଳଦ ସବୁ ତ ମୋ ପାଖରେ ବନ୍ଧା ପଡ଼ିଛି୤ ପିଛିଲା ଋଣରୁ କିଛି ସୁଝୁନୁ, କି କିଛି ବି ମୁକୁଳାଇ ପାରୁନୁ୤ ଏବେ ତୋ ପାଖରେ ଆଉ କ’ଣ ଅଛି ଯେ, ମୁଁ ବନ୍ଧା ରଖି ତୋତେ ଧାର ଦେବି ? ନା, ନା, ଆଉ ତୋତେ ଟଙ୍କା ଦେବା ସମ୍ଭବ ନୁହଁ୤’ ତିଲୁଆକୁ ବୁଦ୍ଧିବାଟ ଦିଶୁ ନ ଥିଲା ଝିଅ ବିଭାଘର କିପରି କରିବ୤ ଯଦିଓ ସେ ସୁଧମୂଳର ହିସାବ କିତାବ ଜାଣି ନ ଥିଲା, ହେଲେ ଏତିକି ବୁଝି ପାରୁଥିଲା ଯେ, ତା’ ସାଆନ୍ତଙ୍କୁ ସେ ଆଜି ପର୍ଯ୍ୟନ୍ତ ସୁଧ ବାବଦକୁ ଯେତିକି ଟଙ୍କା ସୁଝି ସାରିଲାଣି ତାହା ସୁଧ ଓ ମୂଳର ସମୁଦାୟ ପରିମାଣଠାରୁ ଯଥେଷ୍ଟ ଅଧିକ ହେବଣି୤

ଜଙ୍ଗଲ ପାର ହେବା ଭିତରେ ଭୟରେ ରାୟବାହାଦୁର ଝାଳରେ ଗାଧୋଇ ପଡ଼ିଥିଲେ୤ ପାଟି ଶୁଖି ଯାଇଥିଲା୤ ଦି ଢୋକ ପାଣି ପିଇ ଏବେ ପ୍ରକୃତିସ୍ଥ ହେବାରୁ ପୁଣି ଶୀତର ପ୍ରକୋପ ଜଣାପଡ଼ିଲା୤ ଜଙ୍ଗଲ ଅତିକ୍ରମ କରି ଦ୍ବିତୀୟ ଗାଁଟିରେ ପ୍ରବେଶ କଲାବେଳକୁ ବର୍ଷା କିଛିଟା କମି ଆସିଥାଏ୤ ଗାଁଟିକୁ ପଛରେ ଛାଡ଼ି ଦ୍ବତୀୟ ଜଙ୍ଗଲ ମଧ୍ୟରେ ପ୍ରବେଶ କଲାବେଳକୁ ରାୟବାହାଦୁର ଇଷ୍ଟଦେବତାଙ୍କୁ ସ୍ମରଣ କରି ହାତ ଯୋଡ଼ି ଉତ୍କୋଚ ଦେଲେ, ‘ଏ ଜଙ୍ଗଲଟା କେମିତି ଭଲରେ ଭଲରେ ପାରି କରେଇଦିଅ, କାଲି ହିଁ ତୁମ ପାଖରେ ଦଶଟା ନଡ଼ିଆ ଭାଙ୍ଗିବି୤’ ଅବଶ୍ୟ ଇଷ୍ଟଦେବ ତା’ଙ୍କ ଉତ୍କୋଚ ଗ୍ରହଣ କରି ତା’ଙ୍କ କାର୍ଯ୍ୟ କରାଇ ଦେବାର ପ୍ରତିଶ୍ରୁତି ଦେଲେ କି ନାହିଁ ତାହା ଜାଣିବାର ଉପାୟ ନ ଥିଲା୤

ଜଙ୍ଗଲ ରାସ୍ତା ଯେତେ ଯେତେ ସରି ଆସୁଥାଏ ରାୟବାହାଦୁର ସେତେ ସେତେ ଆଶ୍ବସ୍ତ ଅନୁଭବ କରୁଥାନ୍ତି୤ କିଛି ସମୟ ଅତିବାହିତ ହେବା ପରେ ଦିନ ଯାକର ଯାତ୍ରା ତଥା ପରିଶ୍ରମଜନିତ କ୍ଳାନ୍ତି ଯୋଗୁଁ ବସି ବସି ସେ ସାମାନ୍ୟ ନିଦ୍ରା ଗଲେ୤ କିନ୍ତୁ ହଠାତ୍ କାହାର ସ୍ପର୍ଶରେ ତା’ଙ୍କର ନିଦ୍ରା ଭଙ୍ଗ ହେଲା୤ ଆଖି ମଳି ମଳି ଜାଣିବାକୁ ଚେଷ୍ଟା କଲେ ଘଟଣା କ’ଣ୤ ଲଣ୍ଠନର ଅସ୍ପଷ୍ଟ ଆଲୋକରେ ଯାହା ଦେଖିଲେ, ତା’ ପରେ ତା’ଙ୍କ ପାଟିରୁ ଆଉ କଥା ସ୍ଫୁରିଲା ନାହିଁ୤ ମୁଖମଣ୍ଡଳର ଅନେକାଂଶ କଳା କନାରେ ଆବୃତ କରି ସମ୍ମୁଖରେ ଛିଡ଼ା ହୋଇଥିଲା ଜଣେ ଦୀର୍ଘକାୟ ବ୍ୟକ୍ତି୤ ହାତରେ ଥିବା ବଡ଼ ଧାରୁଆ ଛୁରୀଟା ସିଧା ରାୟବାହାଦୁରଙ୍କ ଛାତି ଆଡ଼କୁ ନିଦ୍ଦେର୍ଶ କରୁଥିଲା୤ ବର୍ଷା ରାତିର ଜଙ୍ଗଲସ୍ଥ ଅନ୍ଧକାରରେ ବ୍ୟକ୍ତିଟି ତା’ଙ୍କୁ ସାଖ୍ୟାତ ଯମଦୂତ ସଦୃଶ ପ୍ରତୀତ ହେଉଥିଲା୤ ତେଣେ ତିଲୁଆକୁ ନିଜ ଛୁରୀର ଧାରରେ ଭୟଭୀତ କରାଇ କବଳିତ କରି ରଖିଥିଲା ଅନ୍ୟ ଏକ କଳାକନା ଆବୃତ ମୁଖଧାରୀ ବ୍ୟକ୍ତି୤

ତୃତୀୟ ବ୍ୟକ୍ତିଟିଏ ବିନା ବାକ୍ୟ ବିନିମୟରେ ଶଗଡ଼ରେ ରଖାଯାଇଥିବା ଦ୍ରବ୍ୟଗୁଡ଼ିକୁ ତନ୍ନ ତନ୍ନ କରି ଖେଳେଇବାକୁ ଲାଗିଲ୤ ବାଛି ବାଛି ସମସ୍ତ ଗହଣାଗାଣ୍ଠି ଗୋଟାଏ ମୁଣାରେ ପୁରାଇଲା୤ ରାୟବାହାଦୁର ମୃତବତ୍ କେବଳ ଆଁ ମେଲା କରି ଦେଖୁଥାନ୍ତି୤ ଝିଅ ବିବାହର ସମସ୍ତ ମୂଲ୍ୟବାନ୍ ସାମଗ୍ରୀ ସ୍ବଚକ୍ଷୁରେ ଲୁଣ୍ଠିତ ହେବାର ଦେଖି ମଧ୍ୟ କିଛି କରିବାର ସାହସ ଠୁଳ କରିପାରୁ ନ ଥାନ୍ତି୤ ଜାଣି ସାରିଥାନ୍ତି ଯେ, ଏହିକ୍ଷଣି ତିଲୁଆ ମଧ୍ୟ କିଛି କରିପାରିବ ନାହିଁ୤ ସମସ୍ତ ଲୁଣ୍ଠିତ ଦ୍ରବ୍ୟ ମୁଣାରେ ଭରି ତିନି ବ୍ୟକ୍ତି ଆଖି ପିଛୁଳାକେ ଜଙ୍ଗଲ ମଧ୍ୟରେ ଅଦୃଶ୍ୟ ହୋଇଗଲେ୤

ରାୟବାହାଦୁର ଓ ତିଲୁଆ ଉଭୟ ଶଗଡ଼ରୁ ଅବତରଣ କରି ଆସି ହତଚକିତ ହୋଇ ଡକାୟତମାନେ ଚାଲିଯାଇଥିବା ରାସ୍ତାକୁ ଚାହିଁ ରହିଥାନ୍ତି୤ କିଛି କ୍ଷଣ ଏହିପରି ବିତିଯିବା ପରେ ତିଲୁଆ ରାୟବାହାଦୁରଙ୍କ ଧ୍ୟାନ ଆକର୍ଷଣ କଲା, ‘ସାଆନ୍ତେ ! ଆଉ କିଛି ଅନର୍ଥ ହେବା ଆଗରୁ ଚାଲନ୍ତୁ ଏଠାରୁ ଚାଲିଯିବା୤’

ରାୟବାହାଦୁର ଲଥ୍ କରି ଛିଡ଼ା ହୋଇଥିବା ସ୍ଥାନରେ ବସିପଡ଼ିଲେ, ମୁଣ୍ଡରେ ହାତ ଦେଇ କହିଲେ, ‘ଆଉ ଅଧିକ ଅନର୍ଥ ହେବାକୁ ରହିଲା କ’ଣ ରେ ତିଲୁଆ ? ସବୁ ସରିଗଲା ରେ୤’ ତିଲୁଆ ତା’ଙ୍କୁ ପାଣି ପିଆଇ ବୁଝାସୁଝା କରି ପ୍ରକୃତିସ୍ଥ କରାଇଲା, ଶଗଡ଼ରେ ବସାଇ ଗାଡ଼ି ଚଲାଇବାକୁ ଆରମ୍ଭ କଲା୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବିଜୟ ମିଶ୍ର, ରାଉରକେଲା
ବିଜୟ ମିଶ୍ର
ପେଶାରେ ଜଣେ ଡାକ୍ତର ଥିବା ବିଜୟ କୁମାର ମିଶ୍ର ଜଣେ ନୂତନ ପିଢ଼ୀର ଗାଳ୍ପିକ ଭାବେ ପରିଚିତ୤ ଦୈନନ୍ଦିନ ଜୀବନ ଏବଂ ସାମ୍ପ୍ରତିକ ସାମାଜିକ ବ୍ୟବସ୍ଥା ଉପରେ ତାଙ୍କର ଗଳ୍ପଗୁଡ଼ିକ ପାଠକମାନଙ୍କୁ ବେଶ୍‌ ଆମୋଦିତ କରିଥାଏ୤ ବିଭିନ୍ନ ପତ୍ରପତ୍ରିକାରେ ଡାକ୍ତର ମିଶ୍ରଙ୍କ ଅନେକ ଗଳ୍ପ ପ୍ରକାଶିତ ହୋଇ ପାଠକୀୟ ସ୍ବୀକୃତି ହାସଲ କରିଛି୤ ସମ୍ପ୍ରତି ଡା. ମିଶ୍ର ରାଉରକେଲା ସ୍ଥିତ ଇଏସ୍‌ଆଇ ଚିକିତ୍ସାଳୟରେ କାର୍ଯ୍ୟରତ ଅଛନ୍ତି୤
ବିଜୟ ମିଶ୍ରଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧୦ ଆପଣଙ୍କ ମତାମତ ?

  • ୧. Lipika Mohapatra, Hayward |  ଜୁଲାଇ ୧୮, ୨୦୧୩ - ୨:୧୨ ଅପରାହ୍ନ

    ଆପଣଙ୍କ ଗଳ୍ପଟି ଭଲ ହୋଇଚି….

  • ୨. ପ୍ରଭାକର |  ଅଗଷ୍ଟ୍ ୨୪, ୨୦୧୩ - ୧୦:୩୧ ପୂର୍ବାହ୍ନ

    ଆପଣଙ୍କ ଗଳ୍ପ ଟି ଭଲ ଲାଗିଲା ……..

  • ୩. siva kota, Riyadh, Saudi Arabia |  ସେପ୍ଟେମ୍ବର୍ ୪, ୨୦୧୩ - ୬:୨୧ ପୂର୍ବାହ୍ନ

    He was a brilliant writer and shown his keen interest and talent in the field of Literature since i know him. Good indeed and go ahead zooming……………

  • ୪. ପ୍ରଦ୍ୟୁତ ମୋହନ ଦାଶ, ଭୁବନେଶ୍ବର |  ସେପ୍ଟେମ୍ବର୍ ୨୫, ୨୦୧୩ - ୧୦:୫୨ ଅପରାହ୍ନ

    ଗଲ୍ପ ଟି ପଢି ଖୁବ୍ ଖୁସି ଲାଗିଲା.

  • ୫. ବିଶ୍ଵଜିତ, BHUBANESWAR |  ଅକ୍ଟୋବର୍ ୨୪, ୨୦୧୩ - ୧:୧୭ ଅପରାହ୍ନ

    କାହାଣୀରେ ବର୍ଣନା ଶୈଳୀ ଅତି ମାତ୍ରାରେ ପ୍ରୟୋଗ କରାଯାଇଛି-1)”ଚାଲିରେ ଏପରି ବୀର ସୁଲଭ ଠାଣି ଯେ ଅରଣା ମଇଁଷି ମଧ୍ୟ ବାଟ ଓଗାଳିବାକୁ ସାହସ କରିବ ନାହିଁ”2)”ଆଦର୍ଶ ଭୃତ୍ୟ ପରି ସେ ରାୟବାହାଦୁରଙ୍କ ଅର୍ଥ ଓ ସମ୍ମାନ ରକ୍ଷା ଦିଗରେ ସଦା ଚେଷ୍ଟାରତ ଥିଲା” କିନ୍ତୁ କାହାଣୀ କିଛି ଭିନ୍ନ ମୋଡ ନିଏ । ରାୟ ବାହାଦୁରଙ୍କ ବ୍ୟକ୍ତିତ୍ବ କୁ ହାସ୍ୟାସ୍ପଦ ରୂପେ ଚିତ୍ରିତ କରାଯାଇଛି-“ଫମ୍ପା ମାଟିଆର ଶବଦ ବେଶୀ” ସଦୃଶ୍ୟ । । ରାୟ ସାହାବ ବାଘକୁ ଡରନ୍ତି କିନ୍ତୁ ସେ କୌଣସି ବାଘ ଠାରୁ କମ ନୁହନ୍ତି-ପ୍ରସଙ୍ଗ- “ଯଦିଓ ସେ ସୁଧମୂଳର ହିସାବ କିତାବ ଜାଣି ନ ଥିଲା, ହେଲେ ଏତିକି ବୁଝି ପାରୁଥିଲା ଯେ, ତା’ ସାଆନ୍ତଙ୍କୁ ସେ ଆଜି ପର୍ଯ୍ୟନ୍ତ ସୁଧ ବାବଦକୁ ଯେତିକି ଟଙ୍କା ସୁଝି ସାରିଲାଣି ତାହା ସୁଧ ଓ ମୂଳର ସମୁଦାୟ ପରିମାଣଠାରୁ ଯଥେଷ୍ଟ ଅଧିକ ହେବଣି” । ପରିଣାମ କାହାଣୀ ର ତିଲୁଆ ର ଆଦର୍ଶ ଚରିତ୍ର ଭିତରେ ପ୍ରତିଶୋଧ ଭାବନା ଜାଗିଉଠେ । ଇଂରେଜ ସାହେବ ପାଖରେ ବାଘ ଟିଏ ମାରିବା ପାଇଁ ସାହସ ନାହିଂ କିନ୍ତୁ ଯାହା ପାଖରେ ସାହସ ଅଛି ସେ ଯେ ଗୁଲାମ । କାହାଣୀରେ ଶୋଷିତ ବର୍ଗ ଏବଂ ଶୋଷକ ବର୍ଗ ଅଛନ୍ତି । କିନ୍ତୁ କିଛି ନବୀନତା ନାହିଂ ।

  • ୬. ରୂପଧର, HYDERABAD |  ଅକ୍ଟୋବର୍ ୩୧, ୨୦୧୩ - ୧:୩୩ ଅପରାହ୍ନ

    ଭୋକିଲା କୁ ମୁଠେ ଭାତ ଆଉ ରୁଟି, ତରକାରୀ ପରି ସାହିତ୍ୟ ସୃଜନ ନ ହେଉ ବଂର କିଛି ସ୍ଵାଦିଷ୍ଟ ଏବଂ ପୁଷ୍ଟିକର ରଚନା ହେଉ । କାହାଣୀ କୁ ଆଜି ମନୋରଞ୍ଜନ ପାଇଁ ଲେଖିବା ହାସ୍ୟାସ୍ପଦ ।

  • ୭. ନମିତା ଦାଶ, ବ୍ରହ୍ମପୁର୍. ଗଞ୍ଜାମ୍. |  ମାର୍ଚ୍ଚ୍ ୫, ୨୦୧୪ - ୧୦:୪୫ ପୂର୍ବାହ୍ନ

    ଭଲ ଲାଗିଲା ଗପଟି……

  • ୮. ସୁନିଲ୍ କୁମାର୍ ବାଘସିଂହ, ଭୁବନେଶ୍ୱର,ଓଡିଶା |  ଅଗଷ୍ଟ୍ ୨୩, ୨୦୧୪ - ୪:୧୩ ପୂର୍ବାହ୍ନ

    ଗଳ୍ପ ଟି ବହୁତ୍ ଭଲ ହୋଇଛି

  • ୯. Resonance, bengaluru |  ଫେବୃଆରୀ ୮, ୨୦୧୫ - ୧:୫୭ ପୂର୍ବାହ୍ନ

    Excellent narratives, may god bless you to keep your creativity flourish.

  • ୧୦. ପ୍ରତାପ କୁମାର, ଧେଙ୍କନଲ୍ |  ଫେବୃଆରୀ ୨୨, ୨୦୧୫ - ୨:୨୦ ପୂର୍ବାହ୍ନ

    କାହାନୀ ସୁନ୍ଦର ଲାଗିଲା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤