ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଏଇ ଗପ ସେଇ ସମୟର କାହାଣୀ ଯେତେବେଳକୁ ଗୋପପୁର ଆଉ ଗୋପପୁର ହେଇ ନାହିଁ ଅର୍ଥାତ୍ ଗୋପପୁର ନାମରେ ଯେତେବେଳେ ପ୍ରଚାର, ଆଲୋଚନା ବା ଗୌରବ ଆଖପାଖ ଅଞ୍ଚଳରେ ଚର୍ଚ୍ଚିତ ହୋଇ ଆସୁଥିଲା ତାହା କେମିତି ଶିଥିଳ ପଡ଼ି ଆସିଛି କୃଷ୍ଣ ଗୋପପୁର ଛାଡ଼ି ଚାଲିଯିବାର ଅନେକ ଦିନ ବିତିଯାଇଛି ସେ ଯେତେବେଳେ ମଥୁରାରେ ରହୁଥିଲେ, ସେତେବେଳେ ତାଙ୍କ ସମ୍ପର୍କରେ କିଛି କିଛି କଥା ଶୁଣାଯାଉଥିଲା ତାଙ୍କର ପ୍ରଶଂସା ବୀରତ୍ବ ବା କୀର୍ତ୍ତିର ଛିଟିକା ଆସି ପଡୁଥିଲା ଗୋପରେ ଏବେ ଆଉ ସେ ଅବସ୍ଥା ନାହିଁ କୃଷ୍ଣ ମଥୁରା ମଧ୍ୟ ଛାଡ଼ି ଦେଇଛନ୍ତି କାହିଁ କେତେ ଦୂରରେ ଦ୍ବାରକାରେ ନିର୍ମାଣ କରିଛନ୍ତି ତାଙ୍କର ରାଜଧାନୀ ଗୋପରୁ ଦ୍ବାରିକା ଏତେ ଦୂର ଯେ, କୃଷ୍ଣଙ୍କ କଥା ଆଉ ଶୁଭେ ନାହିଁ ତା’ଛଡ଼ା ସମୟରେ ଦାଗ ବି ତ ଅଛି
ଚନ୍ଦ୍ରସେଣାଙ୍କର ପୋଷାକ ମଧ୍ୟ ମଳିନ ଓ ଶତଚ୍ଛିନ୍ନ
ଚନ୍ଦ୍ରସେଣା କହିଲେ: ମୁଁ ବୈଦ୍ୟଙ୍କଠାରୁ ଔଷଧ ଆଣିଥିଲି ତୁମେ ତାହା ଖାଇଲ ନାହିଁ କାହିଁକି ?
ରାଧା ତତ୍କ୍ଷଣାତ୍ କୌଣସି ଉତ୍ତର ଦେଲେ ନାହିଁ ଯେମିତି କି ସେ ଏ ପ୍ରଶ୍ନ ଶୁଣି ନାହାଁନ୍ତି କିମ୍ବା ଉତ୍ତର ଦେବା ଉଚିତ୍ ମନେ କରୁନାହାଁନ୍ତି ପ୍ରଶ୍ନଟା ଯେମିତିକି ଅବାନ୍ତର ଓ ଅନାବଶ୍ୟକ ଗୋଟେ କୋଳାହଳ ଏମିତିକି ସେ କୌଣସି ପ୍ରତିକ୍ରିୟା ବି ପ୍ରକାଶ କଲେନି ଯେମିତି ଆଖି ଖୋଲିବା ବା ସାମାନ୍ୟ ଦୃଷ୍ଟିପାତ କରିବା ଓ ଆଖି ବନ୍ଦ କରିବା, ଅବା ଚନ୍ଦ୍ରସେଣାଙ୍କୁ ଚାହିଁବା, ଟିକେ ଚହଲି ଯିବା କିମ୍ବା କଡ଼ ଲେଉଟାଇବା ଅବା ଅତି ଅସ୍ପଷ୍ଟ ସ୍ବରରେ ‘ଉଁ’ ବୋଲି କହିବା
ଚନ୍ଦ୍ରସେଣା ନିଜର ପ୍ରଶ୍ନ ପୁଣିଥରେ ଦୋହରାଇଲେ: ତୁମେ କ’ଣ ମୋ ପ୍ରଶ୍ନର ଉତ୍ତର ଦେବାକୁ ଅପମାନଜନକ ବୋଲି ମନେ କରୁଛ ? ରାଧା କିଛି ବି କହିଲେନି
ଚନ୍ଦ୍ରସେଣା ପ୍ରଶ୍ନ କରିବାକୁ ପଣ କରିଛନ୍ତି ଯେମିତି
ପଚାରିଲେ: ମୁଁ କ’ଣ ଏତେ ଅଯୋଗ୍ୟ ଯେ, ପ୍ରଶ୍ନଟେ ପଚାରିଲେ ଉତ୍ତରଟେ ପାଇବାର ଯୋଗ୍ୟତା ମୋର ନାହିଁ
ଏଥର ରାଧା ଓଠ ଖୋଲିଲେ
ଖୁବ୍ ସଂକ୍ଷିପ୍ତ ତାଙ୍କର ଉତ୍ତର
କହିଲେ: କ’ଣ କହୁଚ ?
ପ୍ରଶ୍ନ ପାଇଁ ଏ ପୁଣି ଗୋଟେ ପ୍ରଶ୍ନ ହୋଇଗଲା
ଚନ୍ଦ୍ରସେଣା ପଚାରିଲେ: ତୁମେ ଔଷଧ ସେବନ କଲ ନାହିଁ କାହିଁକି ?
ରାଧା କହିଲେ: ମୋର ଇଚ୍ଛା ନାହିଁ
ଚନ୍ଦ୍ରସେଣା ପଚାରିଲେ: ତୁମେ କ’ଣ ସୁସ୍ଥ ହେବାକୁ ଇଚ୍ଛା କରୁନାହଁ
ରାଧା କହିଲେ: ମୋର ଅସୁସ୍ଥତା ନାହିଁ
ଚନ୍ଦ୍ରସେଣା କହିଲେ: କିନ୍ତୁ ବୈଦ୍ୟରାଜ ଭାଗୀଥି କହିଲେ ଯେ, ତୁମେ ଗୁରୁତ୍ତର ଅସୁସ୍ଥ ତୁମର ଉପଯୁକ୍ତ ଉପଚାର ହେବା ଆବଶ୍ୟକ ରାଧା ସେମିତି କ୍ଷୀଣ ଅଥଚ ସ୍ପଷ୍ଟ ସ୍ବରରେ କହିଲେ: ମୁଁ ଜାଣେ ମୋର କୌଣସି ଅସୁସ୍ଥତା ନାହିଁ
ଚନ୍ଦ୍ରସେଣା ପୁଣି ପୁରୁଣା କଥା ଦୋହରାଇଲେ: କିନ୍ତୁ ବୈଦ୍ୟରାଜ କହୁଥିଲେ ଯେ….
ରାଧା ଯୁକ୍ତି କଲେ: ମୁଁ ମୋ ନିଜକୁ ଯେତିକି ଜାଣେ, ବୈଦ୍ୟରାଜ କ’ଣ ସେତିକି ଜାଣନ୍ତି ?
ଚନ୍ଦ୍ରସେଣା ପଚାରିଲେ: ମୁଁ ତେବେ କାହା କଥା ଶୁଣିବି ? ବୈଦ୍ୟରାଜଙ୍କ କଥା ନା ତୁମ କଥା ?
ରାଧା କହିଥିଲେ: ରୋଗ ଓ ନିଦାନ ସମ୍ପର୍କରେ ବୈଦ୍ୟରାଜଙ୍କ କଥା ଶୁଣିପାର ମାତ୍ର ମୋ ସମ୍ପର୍କରେ ମୋ ନିଜର ମତ ହିଁ ଶେଷ କଥା
ଚନ୍ଦ୍ରସେଣା ସମ୍ଭବତଃ ବୁଝିପାରିଲେ ନାହିଁ ରାଧାଙ୍କର ବକ୍ତବ୍ୟ
ପ୍ରଶ୍ନ କଲେ: ଅର୍ଥାତ୍ !
ରାଧା ନୀରବ ରହିଲେ
ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?
୧. ବିଜନ ରାୟ୍ | ଏପ୍ରିଲ୍ ୨, ୨୦୧୨ - ୨:୧୩ ପୂର୍ବାହ୍ନ
ସୁନ୍ଦର ଗପ.
୨. ସୁଧୀର କୁମାର ବେହେରା | ଏପ୍ରିଲ୍ ୧୭, ୨୦୧୨ - ୨:୨୮ ଅପରାହ୍ନ
ମନ କୁ ଛୁଇଁଲା ଭଳି ଗପଟିଏ
୩. ସତ୍ୟବ୍ରତ ଦାସ | ଏପ୍ରିଲ୍ ୨୦, ୨୦୧୨ - ୮:୪୦ ପୂର୍ବାହ୍ନ
ବହୁତ୍ ସୁନ୍ଦର ଗପ ମନକୁ ଛୁଇଁଲା ଭଲି ହୋଇଛି
୪. ହିମାଂଶୁ ରଞ୍ଜନ ଦାଶ୍ | ଏପ୍ରିଲ୍ ୨୧, ୨୦୧୨ - ୧:୦୬ ପୂର୍ବାହ୍ନ
ବହୁତ ଭଲ ଲାଗିଲା ବିଶେଷଭାବେ ପରିସମାପ୍ତି