ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଉତ୍କଳମଣି ଗୋପବନ୍ଧୁ ଦାସ
ଅମିୟବାଳା ପଟ୍ଟନାୟକ
ଭାନୁଜୀ ରାଓ
ମନୋଜ ଦାସ
ଗୋପୀନାଥ ମହାନ୍ତି
ମନମୋହନ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ରାଧା
 |- ପରେଶ ପଟ୍ଟନାୟକ
 
 
ତା: ମାର୍ଚ୍ଚ୍ ୨୨, ୨୦୧୨  
 

ତା’ ଅପେକ୍ଷା ଏଇ ପରିତ୍ୟକ୍ତ ଗ୍ରାମ ଗୋପପୁରୀ ଭଲ୤ ଯେଉଁଠୁ ମଣିଷମାନେ କ୍ରମେ ପଳାଇ ଯାଉଛନ୍ତି୤ ସଖା ସହୋଦରହୀନ ଶ୍ମଶାନ ଇଏ୤ ଏଇ ଜୀବନ ଭଲ୤ ଢେର ଭଲ୤ ଏହାପରେ ଦିନେ ରାଧା ରୋଗରେ ପଡ଼ିଲେ ଏବଂ ଖୁବ୍‌ଶୀଘ୍ର ଶଯ୍ୟାଶାୟିନୀ ହୋଇଗଲେ୤ ସ୍ବାମୀର ଯେତିକି କର୍ତ୍ତବ୍ୟ ତାହା କରିବାରେ ହେଳା କରିନାହାଁନ୍ତି ଚନ୍ଦ୍ରସେଣା୤ କିନ୍ତୁ ସେତେବେଳକୁ ସେ ଖୁବ୍‌ ଅସହାୟ୤ ସାହାଯ୍ୟ କରିବାକୁ କେହି ନାହାଁନ୍ତି ଗୋପପୁରୀରେ୤ ବୈଦ୍ୟରାଜଙ୍କୁ ଡାକିବା ପାଇଁ କାଣିକଉଡ଼ିଟିଏ ପାଖରେ ନାର୍ହି୤ ତଥାପି ସବୁପ୍ରକାର ସେବା ଶୁଶ୍ରୁଷା କରିଥିଲେ ଚନ୍ଦ୍ରସେଣା୤

ରାଧାଙ୍କ ସେଇ ରୋଗଶଯ୍ୟାରେ ଚନ୍ଦ୍ରସେଣା ପୁଣି ପଚାରିଥିଲେ ସେଇ କଥା୤ ସମ୍ଭବତଃ ସେଇ କଥା ଭୂତ ଭଳି ସାରା ଜୀବନ ସବାର ହୋଇ ରହିଥିଲା ଚନ୍ଦ୍ରସେଣାଙ୍କ ର ଓ ସେ ଜମା ହିଁ ଭୁଲିପାରୁ ନ ଥିଲେ କଥାଟିକୁ୤

ପଚାରିଥିଲେ: ତୁମେ କ’ଣ ଭାବୁଚ ସେ ତୁମକୁ ଦେଖିବାକୁ ଆସିବ ?
ରାଧା କିଛି କହିଲେ ନାହିଁ୤
ଚନ୍ଦ୍ରସେଣା କହିଲେ: ତୁମେ କ’ଣ ଭାବୁଚ ସେ ତୁମର ସେବା ଶୁଶ୍ରୁଷା କରିବ ? ମୋ’ଠୁ ବେଶି ତୁମର ଯତ୍ନ ନେବ୤
ରାଧା ତଥାପି ମଧ୍ୟ କିଛି କହିଲେ ନାହିଁ୤
ଚନ୍ଦ୍ରସେଣା ପଚାରିଲେ: ତୁମେ କ’ଣ ଚାହୁଁଛ, ମୁଁ ତାଙ୍କୁ ଖବର ଦିଏ ବୋଲି୤ ଖବର ପାଇଲେ ସେ ଧାଇଁ ଆସିବେ୤ ଏମିତି ଆଶା ମନ ଭିତରେ ରଖିଚ ? ରାଧା ନିରୁତ୍ତର ଥିଲେ୤
ଚନ୍ଦ୍ରସେଣା କହିଲେ: ଦେଖ ! ମୁଁ ତୁମ ପାଇଁ ବହୁତ କିଛି କରିଛି, ଅଥଚ ସେ ତୁମପାଇଁ କିଛି କରିନାହିଁ୤ କିନ୍ତୁ ତୁମେ ଥରକ ପାଇଁ ମଧ୍ୟ ମୋତେ କହିଲ ନାହିଁ ତୁମେ ମୋତେ ଭଲପାଅ ବୋଲି୤ ଅଥଚ ତୁମେ ସେ ଲୋକଟିକୁ ଝୁରିଝୁରି ସରିଗଲ୤

ରାଧା ଖୁବ୍‌ କ୍ଷୀଣ ସ୍ବରରେ ପଚାରିଥିଲେ: ତୁମେ କାହା କଥା କହୁଛ ?
ଚନ୍ଦ୍ରସେଣା କଥାଟାକୁ ସ୍ପଷ୍ଟ କରିବା ପାଇଁ, ବୁଝେଇଦେବା ପାଇଁ ତତ୍ପର ଥିଲେ୤ କହିଉଠିଲେ: କାହା କଥା ଆଉ କହିବି ? ସେଇ କୃଷ୍ଣ କଥା୤
ରାଧା ସେମିତି ମୁର୍ମୂଷୁ ସ୍ବରରେ ପଚାରିଲେ: କୋଉ କୃଷ୍ଣ ?
ଚନ୍ଦ୍ରସେଣା ଟିକେ ବିରକ୍ତ ହେଲେ୤
କହିଲେ: କୋଉ କୃଷ୍ଣ ବୋଲି କ’ଣ ପଚାରୁଛ ? ତୁମେ କ’ଣ ତାକୁ ଭୁଲିଯାଇଛ ? ସତରେ ତାକୁ ଭୁଲିଯାଇଛ ?

ଚନ୍ଦ୍ରସେଣାଙ୍କ ସ୍ବର ଆବେଗ ବିଜଡ଼ିତ ଥିଲା୤ ଯେମିତି ଗୋଟେ ନୂତନ ସତ୍ୟ, ନୂତନ ଅନୁଭବ, ନୂତନ ତଥ୍ୟ ସେ ପାଇବାକୁ ଯାଉଛନ୍ତି ସେମିତି ଆନନ୍ଦିତ ବା ଉଲ୍ଲସିତ ଥିଲା ତାଙ୍କର କଥା୤
ଅଥଚ ରାଧା କିଛି କହିଲେନି୤
ତାଙ୍କର ଶେଷ ନିଃଶ୍ବାସ ବାୟୁମଣ୍ଡଳରେ ମିଶିଯାଇଥିଲା ସେତେବେଳକୁ୤ ଚନ୍ଦ୍ରସେଣା କାନ୍ଦୁ ନଥିଲେ ବା ହସୁ ନଥିଲେ ବା ଭାଙ୍ଗିଯାଉ ନଥିଲେ୤ ସେ ଗୋଟେ ବିଚିତ୍ର ଅନୁଭବରେ ସ୍ଥାଣୁ ପାଲଟି ଯାଇଥିଲେ, ଯେମିତି ରାଧାଙ୍କ ମୃତ୍ୟୁର ଚର୍ତୁବିଂଶ ଦିବସରେ ଚନ୍ଦ୍ରସେଣା ଦ୍ବାରକା ଅଭିମୁଖେ ପଦବ୍ରଜରେ ବାହାରିଗଲେ୤

ଯଦିଓ ଦ୍ବାରକା ବହୁତ ଦୂରରେ ଥିଲା ଓ ଚନ୍ଦ୍ରସେଣା ଭଗ୍ନ ସ୍ବାସ୍ଥ୍ୟ ଓ କପର୍ଦ୍ଦକଶୂନ୍ୟ ଥିଲେ୤ ତଥାପି ସେ ବାହାରିଥିଲେ୤ ତାଙ୍କର ଉଦ୍ଦେଶ୍ୟ ଥିଲା କୃଷ୍ଣଙ୍କୁ ରାଧାଙ୍କ ମୃତ୍ୟୁ ସମ୍ବାଦ ଦେବା ଏବଂ ଗୋଟେ ଅଧେ ପ୍ରଶ୍ନ ପଚାରିବା, ତୁମେ ଥରେ ହେଲେ ବି ଗୋପପୁରୀକୁ ଗଲନି କାହିଁକି ? ଥରେ ହେଲେ ତ ଭେଟି ପାରିଥାଆନ୍ତ୤ ପଚାରିପାରି ଥାଆନ୍ତ, ଥରେ ହେଲେ ତ ପାଖରେ ଠିଆ ହୋଇ ପାରିଥାଆନ୍ତ ଯେ…୤

ପୃଷ୍ଠା ସଂଖ୍ୟା : 1 2 3 4 5

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପରେଶ ପଟ୍ଟନାୟକ, ଭୁବନେଶ୍ବର
ମୁଖ୍ୟତଃ ଗଳ୍ପ ଏବଂ ଉପନ୍ୟସ ଲେଖୁଥିବା ପରେଶ ପଟ୍ଟନାୟକଙ୍କ ବିଭିନ୍ନ ଲେଖାର ବିଷୟ ଏବଂ ଚରିତ୍ରଗୁଡ଼ିକ ବେଶ୍‌ ଜୀବନ୍ତ୤ କଥା ଥିଲା ଓ ଶେଷର ଆରମ୍ଭ ପରି ଉପନ୍ୟାସର ରଚୟିତା ଲେଖକ ଶ୍ରୀ ପଟ୍ଟନାୟକଙ୍କର ଛାୟା ପୁରୁଷ ନାମରେ ଏକ ଗଳ୍ପ ଗ୍ରନ୍ଥ ମଧ୍ୟ ରହିଛି୤ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ଶ୍ରୀ ପଟ୍ଟନାୟକ ସାମ୍ପ୍ରତିକ ସମୟରେ ଜଣେ ପରିଚିତ ଲେଖକ୤ ନିଜର ଉପନ୍ୟାସ ପାଇଁ ଶ୍ରୀ ପଟ୍ଟନାୟକ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଛନ୍ତି୤
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. ବିଜନ ରାୟ୍ |  ଏପ୍ରିଲ୍ ୨, ୨୦୧୨ - ୨:୧୩ ପୂର୍ବାହ୍ନ

    ସୁନ୍ଦର ଗପ.

  • ୨. ସୁଧୀର କୁମାର ବେହେରା |  ଏପ୍ରିଲ୍ ୧୭, ୨୦୧୨ - ୨:୨୮ ଅପରାହ୍ନ

    ମନ କୁ ଛୁଇଁଲା ଭଳି ଗପଟିଏ

  • ୩. ସତ୍ୟବ୍ରତ ଦାସ |  ଏପ୍ରିଲ୍ ୨୦, ୨୦୧୨ - ୮:୪୦ ପୂର୍ବାହ୍ନ

    ବହୁତ୍ ସୁନ୍ଦର ଗପ ମନକୁ ଛୁଇଁଲା ଭଲି ହୋଇଛି୤

  • ୪. ହିମାଂଶୁ ରଞ୍ଜନ ଦାଶ୍ |  ଏପ୍ରିଲ୍ ୨୧, ୨୦୧୨ - ୧:୦୬ ପୂର୍ବାହ୍ନ

    ବହୁତ ଭଲ ଲାଗିଲା ବିଶେଷଭାବେ ପରିସମାପ୍ତି

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤