ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସନ୍ଥକବି ଭୀମ ଭୋଇ
ବିଷ୍ଣୁପ୍ରିୟା ମହାପାତ୍ର
ରାଧାନାଥ ରାୟ
ମନୋଜ ଦାସ
କୃଷ୍ଣଚନ୍ଦ୍ର ତ୍ରିପାଠୀ
ରାଜକିଶୋର ରାୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ରାଧା
 |- ପରେଶ ପଟ୍ଟନାୟକ
 
 
ତା: ମାର୍ଚ୍ଚ୍ ୨୨, ୨୦୧୨  
 

କୃଷ୍ଣ ଚାଲିଯିବା ପରେ ଚନ୍ଦ୍ରସେଣାଙ୍କର ମନେ ହୋଇଥିଲା ଏ କାହାଣୀ ହୁଏତ ଏଇଠି ସମାପ୍ତ ହୋଇଯିବ୤ ମାତ୍ର ତାହା ହେଲା ନାହିଁ୤ କୃଷ୍ଣ ମଥୁରାରେ ରହିଲେ ଓ ତାଙ୍କର ବୀରତ୍ବବ୍ୟଞ୍ଜକ କାହାଣୀମାନ ଗୋପପୁରୀରେ ଶୁଣାଯାଉଥିଲା୤

ତା’ପରବର୍ତ୍ତୀ ଦିନମାନଙ୍କରେ ଚନ୍ଦ୍ରସେଣା ଏକ ଭୟଭୀତ ଜୀବନ ବିତାଇଥିଲେ୤ ତାଙ୍କର ମନେ ହୋଇଥିଲା କୃଷ୍ଣ ଦିନେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଗୋପପୁରୀକୁ ଫେରି ଆସିବେ ଓ ଚନ୍ଦ୍ରସେଣାଙ୍କୁ ବଧ କରି ରାଧାଙ୍କୁ ନେଇ ମଥୁରା ଚାଲିଯିବେ୤ କୃଷ୍ଣଙ୍କ ନାମରେ ସେ ପ୍ରକାର କାହାଣୀ ସବୁ ଶୁଣାଯାଉଥିଲା୤ ସେ କେବେ ଯୁଦ୍ଧ କରି ଋକ୍ମିଣୀକୁ ହରଣ କରିଥିଲେ ତ କେବେ ସତ୍ୟଭାମାଙ୍କୁ୤ ବହୁ ସୁନ୍ଦରୀ ରାଜକନ୍ୟାଙ୍କୁ ସେ ଯୁଦ୍ଧକରି, କୂଟନୀତି କରି, ଛନ୍ଦକରି ନିଜ ରାଜ ପ୍ରାସାଦକୁ ଆଣିବାକୁ ସକ୍ଷମ ହୋଇଥିଲେ୤

ଏହିସବୁ କଥା ଯେତେବେଳେ ଗୋପପୁରୀରେ ଶୁଣାଯାଉଥିଲା ସେତେବେଳେ ଚନ୍ଦ୍ରସେଣା ଭୟରେ ଶିହରୀ ଉଠୁଥିଲେ୤ ସେ ଡରୁଥିଲେ୤ କାରଣ କୃଷ୍ଣ କ୍ରମେ କ୍ରମେ ଭାରତବର୍ଷର ଅଦ୍ବିତୀୟ ବୁଦ୍ଧିମାନ, କୌଶଳୀ ଓ ପରାକ୍ରମଶାଳୀ ଯାଦବ ଶ୍ରେଷ୍ଠ ଭାବରେ ପ୍ରତିପାଦିତ ହୋଇ ଆସୁଥିଲେ୤ ସେ ନିଶ୍ଚୟ ନିଜର କୈଶୋରର ପ୍ରେମକୁ ଭୁଲି ନ ଥିବେ ଓ ଯେକୌଣସି ଦିନ ଗୋପକୁ ଆସି ରାଧାକୁ ଉଦ୍ଧାର କରିପାରନ୍ତି୤ ସେ ଏବଂ ତାଙ୍କର ଯାଦବ ସେନା ଗୋପପୁରୀକୁ ଆକ୍ରମଣ କରିପାରନ୍ତି, ସେମାନଙ୍କ ସାମ୍ନାରେ ଚନ୍ଦ୍ରସେଣା ଯେ କେତେ ସାମାନ୍ୟ ସେ କଥା ଚନ୍ଦ୍ରସେଣା ଜାଣନ୍ତି୤ ଏହି ଚିନ୍ତା ମୁର୍ହୁ ମୁର୍ହୁ ତାଙ୍କୁ ବିଚଳିତ କଲା ଓ ବେଶ୍‌ କିଛି କାଳ କଟିଗଲା ଏଇ ରକମ ସଂଶୟ ଓ ସଂତ୍ରାସରେ୤

ମନେଅଛି ସେ ଥରେ ରାଧାଙ୍କୁ ପଚାରିଥିଲେ କିଛି କଥା୤ ରାଧାଙ୍କ ଉତ୍ତର ସବୁ ଏବେ ବି ମନେଅଛି ସ୍ପଷ୍ଟତଃ୤
ଚନ୍ଦ୍ରସେଣା ପଚାରିଥିଲେ: ମୁଁ ତୁମର କ’ଣ ?
ରାଧା କହିଥିଲେ: ସ୍ବାମୀ !
ଚନ୍ଦ୍ରସେଣା ପଚାରିଥିଲେ: ତୁମକୁ ଭରଣପୋଷଣ କରୁଛି କିଏ ?
ରାଧା କହିଥିଲେ: ଆପଣ ?
ଚନ୍ଦ୍ରସେଣା ପଚାରିଥିଲେ: ତୁମକୁ ଆର୍ଥିକ, ସାମାଜିକ ଓ ପାରିବାରିକ ନିରାପତ୍ତା ଦେଉଛି କିଏ ?
ରାଧା କହିଥିଲେ: ଆପଣ ?
ଚନ୍ଦ୍ରସେଣା ପଚାରିଲେ: ତୁମକୁ ସାମାଜିକ ସ୍ବୀକୃତି ଦେଇଛି କିଏ ? ପରିଚୟ ଦେଇଛି କିଏ ?
ରାଧା କହିଥିଲେ: ଆପଣ ?
ଚନ୍ଦ୍ରସେଣା ଏଥର ନିଜର ପ୍ରକୃତ ମତ ପ୍ରକାଶ କରିଥିଲେ୤
କହିଥିଲେ: ସେଇ ଲୋକଟି ତୁମର କିଛି ହିଁ କରିନାହିଁ୤ କେବେ ବି ଆସିଲା ନାହିଁ୤ ପଚାରିଲା ନାହିଁ ତୁମେ କେମିତି ଅଛ ? କ’ଣ କରୁଛ ? ଥରଟିଏ ବି ଆସିନାହିଁ ତୁମକୁ ଦେଖିବାକୁ ? ଅଥଚ ତୁମେ ତାକୁ ଏତେ ଝୁରି ମରୁଛ କାହିଁକି ?

ଚନ୍ଦ୍ରସେଣାଙ୍କର ଏଇ ପ୍ରଶ୍ନର କୌଣସି ଉତ୍ତର ଦେଇ ନଥିଲେ ରାଧା୤ ସେମିତି ନିରବ ରହି, ଉଦାସ ରହି ମୁହଁ ବୁଲାଇ ନେଇଥିଲେ ଓ ସ୍ଥାନ ତ୍ୟାଗ କରିଥିଲେ୤ ଏହାପରେ ଶୁଣାଯାଇଥିଲା କୃଷ୍ଣ ମଥୁରା ଛାଡ଼ି ଚାଲିଗଲେ୤ କାହିଁ କେତେ ଦୂରରେ ଦ୍ବାରିକାରେ ରାଜପୁରୀ ନିର୍ମାଣ କରି ସେଠି ରାଜପଣ କଲେ୤ କୃଷ୍ଣ ସମେତ ଯାଦବଗଣ ମଥୁରା ଛାଡ଼ି ଚାଲିଗଲା ପରେ, ମଥୁରା ଏକ ଜନମାନବଶୂନ୍ୟ ମରୁଭୂମି ପାଲଟି ଗଲା୤ ତତ୍‌ସହିତ ଗୋପର ଅବସ୍ଥା ମଧ୍ୟ ଦୁର୍ବିସହ ହୋଇଗଲା୤ ଗୋପପୁରୀର ଅନ୍ତେବାସୀମାନଙ୍କର ପ୍ରଧାନ କାର୍ଯ୍ୟ ଥିଲା ଗୋପାଳନ ତଥା ଚାଷ କାର୍ଯ୍ୟ୤ ତେବେ ସର୍ବାଧିକ ଲୋକ ଗୋପାଳନକୁ ପେଶା ଭାବରେ ଗ୍ରହଣ କରିଥିଲେ୤ ସେମାନଙ୍କ ବ୍ୟବସାୟର ପ୍ରମୁଖ କ୍ରେତା ଥିଲେ ମଥୁରାରେ୤ ମଥୁରାର ପତନ ପରେ ସେମାନଙ୍କ ଦୁଗ୍ଧ ବ୍ୟବସାୟ କ୍ଷତି ଆଡ଼କୁ ଆଗେଇଲା୤ ଲୋକମାନଙ୍କ ଆର୍ଥିକ ମାନଦଣ୍ଡ ଭାଙ୍ଗି ଆସୁଥିଲା୤ ସେଥିପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଗାଁ ଛାଡ଼ି ଲୋକମାନେ ଦୂରଦୂରାନ୍ତରକୁ ଯିବାକୁ ଆରମ୍ଭ କରିଥିଲେ୤ ଗୋପପୁରୀର ଏଇ ପ୍ରକ୍ରିୟାରେ ଅଧିକାଂଶ ଲୋକ ବାହାରକୁ ଚାଲିଗଲେ୤ ଗାଁଟା କ୍ରମେ ପରିତ୍ୟକ୍ତ ଓ ନିରବ ଶ୍ମଶାନସ୍ଥଳୀ ପରି ହୋଇ ଆସୁଥିଲା୤ କିନ୍ତୁ ଶେଷ ପର୍ଯ୍ୟନ୍ତ ଚନ୍ଦ୍ରସେଣା ଗାଁ ଛାଡ଼ି ନ ଥିଲେ୤

ଚନ୍ଦ୍ରସେଣା ନିଜକୁ ନିଜେ କହିଥିଲେ: କୁଆଡ଼େ ଆଉ ଯିବି ଯେ ? କୁଆଡ଼େ ଅବା ଯିବି ? ଯେଉଁ ଦେଶ, ଯେଉଁ ନଗରକୁ ଗଲେ ବି ସବୁଠି ତ ସେଇ କୃଷ୍ଣଙ୍କ ଚର୍ଚ୍ଚା, କୃଷ୍ଣଙ୍କ ଆଲୋଚନା୤ କୃଷ୍ଣ ୟା’ କଲେ, କୃଷ୍ଣ ତା’ କଲେ୤ କୃଷ୍ଣ ସମଗ୍ର ଭାରତବର୍ଷକୁ ବନ୍ଧୁତାର ସୂତ୍ରରେ ବାନ୍ଧିଛନ୍ତି୤ କୃଷ୍ଣ କୌରବଙ୍କ ପତନରେ ସହାୟକ ହୋଇଛନ୍ତି୤ କୃଷ୍ଣ ଜରାସନ୍ଧକୁ ନିହତ କରାଇଛନ୍ତି୤ କୃଷ୍ଣ ଶିଶୁପାଳକୁ ବିନାଶ କରିଛନ୍ତି୤ ଚାରି ଦିଗରେ କେବଳ କୃଷ୍ଣ ଆଉ କୃଷ୍ଣ ଆଉ କୃଷ୍ଣ୤

ପୃଷ୍ଠା ସଂଖ୍ୟା : 1 2 3 4 5

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପରେଶ ପଟ୍ଟନାୟକ, ଭୁବନେଶ୍ବର
ମୁଖ୍ୟତଃ ଗଳ୍ପ ଏବଂ ଉପନ୍ୟସ ଲେଖୁଥିବା ପରେଶ ପଟ୍ଟନାୟକଙ୍କ ବିଭିନ୍ନ ଲେଖାର ବିଷୟ ଏବଂ ଚରିତ୍ରଗୁଡ଼ିକ ବେଶ୍‌ ଜୀବନ୍ତ୤ କଥା ଥିଲା ଓ ଶେଷର ଆରମ୍ଭ ପରି ଉପନ୍ୟାସର ରଚୟିତା ଲେଖକ ଶ୍ରୀ ପଟ୍ଟନାୟକଙ୍କର ଛାୟା ପୁରୁଷ ନାମରେ ଏକ ଗଳ୍ପ ଗ୍ରନ୍ଥ ମଧ୍ୟ ରହିଛି୤ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ଶ୍ରୀ ପଟ୍ଟନାୟକ ସାମ୍ପ୍ରତିକ ସମୟରେ ଜଣେ ପରିଚିତ ଲେଖକ୤ ନିଜର ଉପନ୍ୟାସ ପାଇଁ ଶ୍ରୀ ପଟ୍ଟନାୟକ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଛନ୍ତି୤
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. ବିଜନ ରାୟ୍ |  ଏପ୍ରିଲ୍ ୨, ୨୦୧୨ - ୨:୧୩ ପୂର୍ବାହ୍ନ

    ସୁନ୍ଦର ଗପ.

  • ୨. ସୁଧୀର କୁମାର ବେହେରା |  ଏପ୍ରିଲ୍ ୧୭, ୨୦୧୨ - ୨:୨୮ ଅପରାହ୍ନ

    ମନ କୁ ଛୁଇଁଲା ଭଳି ଗପଟିଏ

  • ୩. ସତ୍ୟବ୍ରତ ଦାସ |  ଏପ୍ରିଲ୍ ୨୦, ୨୦୧୨ - ୮:୪୦ ପୂର୍ବାହ୍ନ

    ବହୁତ୍ ସୁନ୍ଦର ଗପ ମନକୁ ଛୁଇଁଲା ଭଲି ହୋଇଛି୤

  • ୪. ହିମାଂଶୁ ରଞ୍ଜନ ଦାଶ୍ |  ଏପ୍ରିଲ୍ ୨୧, ୨୦୧୨ - ୧:୦୬ ପୂର୍ବାହ୍ନ

    ବହୁତ ଭଲ ଲାଗିଲା ବିଶେଷଭାବେ ପରିସମାପ୍ତି

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤