ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ରାଧାନାଥ ରାୟ
ଜଗଦୀଶ ମହାନ୍ତି
ଜୟନ୍ତ ମହାପାତ୍ର
ସନତ୍‌ ରାୟ
କାମାକ୍ଷୀ ପ୍ରସାଦ ଦାଶ
କମଳା ଶତପଥି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ରାଧା
 |- ପରେଶ ପଟ୍ଟନାୟକ
 
 
ତା: ମାର୍ଚ୍ଚ୍ ୨୨, ୨୦୧୨  
 

ଏଇ ଗପ ସେଇ ସମୟର କାହାଣୀ ଯେତେବେଳକୁ ଗୋପପୁର ଆଉ ଗୋପପୁର ହେଇ ନାହିଁ୤ ଅର୍ଥାତ୍‌ ଗୋପପୁର ନାମରେ ଯେତେବେଳେ ପ୍ରଚାର, ଆଲୋଚନା ବା ଗୌରବ ଆଖପାଖ ଅଞ୍ଚଳରେ ଚର୍ଚ୍ଚିତ ହୋଇ ଆସୁଥିଲା ତାହା କେମିତି ଶିଥିଳ ପଡ଼ି ଆସିଛି୤ କୃଷ୍ଣ ଗୋପପୁର ଛାଡ଼ି ଚାଲିଯିବାର ଅନେକ ଦିନ ବିତିଯାଇଛି୤ ସେ ଯେତେବେଳେ ମଥୁରାରେ ରହୁଥିଲେ, ସେତେବେଳେ ତାଙ୍କ ସମ୍ପର୍କରେ କିଛି କିଛି କଥା ଶୁଣାଯାଉଥିଲା୤ ତାଙ୍କର ପ୍ରଶଂସା ବୀରତ୍ବ ବା କୀର୍ତ୍ତିର ଛିଟିକା ଆସି ପଡୁଥିଲା ଗୋପରେ୤ ଏବେ ଆଉ ସେ ଅବସ୍ଥା ନାହିଁ୤ କୃଷ୍ଣ ମଥୁରା ମଧ୍ୟ ଛାଡ଼ି ଦେଇଛନ୍ତି୤ କାହିଁ କେତେ ଦୂରରେ ଦ୍ବାରକାରେ ନିର୍ମାଣ କରିଛନ୍ତି ତାଙ୍କର ରାଜଧାନୀ୤ ଗୋପରୁ ଦ୍ବାରିକା ଏତେ ଦୂର ଯେ, କୃଷ୍ଣଙ୍କ କଥା ଆଉ ଶୁଭେ ନାହିଁ୤ ତା’ଛଡ଼ା ସମୟରେ ଦାଗ ବି ତ ଅଛି୤


ଗୋପପୁର ଅବସ୍ଥା ଆସ୍ତେ ଆସ୍ତେ ଖରାପ ହୋଇଆସିଛି୤ ଗାଁ ଛାଡ଼ି ଲୋକମାନେ ଚାଲିଯାଇଛନ୍ତି ଦୂରଦୂରାନ୍ତକୁ୤ ଦିନେ ଯୋଉ ଗାଁଟି କୋଳାହଳମୟ, ଉତ୍ସବ ମୁଖରିତ ଥିଲା ତାହା କ୍ରମେ ଶ୍ମଶାନର ନିରବତାକୁ କାହିଁକି କେଜାଣି ଆବୋରି ବସିଛି ତାହାର କାରଣ ଜାଣେ ନାହିଁ କେହି୤ ସେଇ ଗୋପପୁରୀର ଏକ ପରିତ୍ୟକ୍ତ ଘରେ ରହୁଛନ୍ତି ଜଣେ ପୁରୁଷ ଓ ଜଣେ ନାରୀ୤ ଆପାତତଃ ଯେଉଁମାନେ ଏକ କାହାଣୀର ନାୟକ ନାୟିକା୤ ପୁରୁଷଟିର ନାମ ଚନ୍ଦ୍ରସେଣା ଓ ସ୍ତ୍ରୀ ଲୋକଟିର ନାମ ରାଧା୤
ଗୋପପୁର ଅବସ୍ଥା ଆସ୍ତେ ଆସ୍ତେ ଖରାପ ହୋଇଆସିଛି୤ ଗାଁ ଛାଡ଼ି ଲୋକମାନେ ଚାଲିଯାଇଛନ୍ତି ଦୂରଦୂରାନ୍ତକୁ୤ ଦିନେ ଯୋଉ ଗାଁଟି କୋଳାହଳମୟ, ଉତ୍ସବ ମୁଖରିତ ଥିଲା ତାହା କ୍ରମେ ଶ୍ମଶାନର ନିରବତାକୁ କାହିଁକି କେଜାଣି ଆବୋରି ବସିଛି ତାହାର କାରଣ ଜାଣେ ନାହିଁ କେହି୤ ସେଇ ଗୋପପୁରୀର ଏକ ପରିତ୍ୟକ୍ତ ଘରେ ରହୁଛନ୍ତି ଜଣେ ପୁରୁଷ ଓ ଜଣେ ନାରୀ୤ ଆପାତତଃ ଯେଉଁମାନେ ଏକ କାହାଣୀର ନାୟକ ନାୟିକା୤ ପୁରୁଷଟିର ନାମ ଚନ୍ଦ୍ରସେଣା ଓ ସ୍ତ୍ରୀ ଲୋକଟିର ନାମ ରାଧା୤ ବୟସ ଭାରାରେ ଅବନତ ହୋଇ ଆସିଛନ୍ତି ସେମାନେ ଏବଂ ଏବେ ରାଧା ଶଯ୍ୟାଶାୟିନୀ୤ ରୋଗାକ୍ରାନ୍ତ ତାଙ୍କର କ୍ଷୀଣ ଶରୀର୤ ସେମାନଙ୍କର ଆର୍ଥିକ ଅବସ୍ଥା ଯେ କ୍ରମେ ଶୋଚନୀୟ ହୋଇଯାଇଛି, ଏହା ଜଣାପଡୁଛି ଘରର ପରିପାଟୀରୁ୤ ଗୋଟେ ଭଙ୍ଗା ପଲଙ୍କ ଉପରେ ମଳିନ ଶଯ୍ୟାରେ ଶୋଇ ରହିଛନ୍ତି ରାଧା ଓ ପ୍ରାୟାନ୍ଧକାର ଭିତରେ ଜଳି ରହିଛି ଗୋଟେ ଦୀପ୤

ଚନ୍ଦ୍ରସେଣାଙ୍କର ପୋଷାକ ମଧ୍ୟ ମଳିନ ଓ ଶତଚ୍ଛିନ୍ନ୤
ଚନ୍ଦ୍ରସେଣା କହିଲେ: ମୁଁ ବୈଦ୍ୟଙ୍କଠାରୁ ଔଷଧ ଆଣିଥିଲି୤ ତୁମେ ତାହା ଖାଇଲ ନାହିଁ କାହିଁକି ?
ରାଧା ତତ୍‌କ୍ଷଣାତ୍‌ କୌଣସି ଉତ୍ତର ଦେଲେ ନାହିଁ୤ ଯେମିତି କି ସେ ଏ ପ୍ରଶ୍ନ ଶୁଣି ନାହାଁନ୍ତି କିମ୍ବା ଉତ୍ତର ଦେବା ଉଚିତ୍‌ ମନେ କରୁନାହାଁନ୍ତି୤ ପ୍ରଶ୍ନଟା ଯେମିତିକି ଅବାନ୍ତର ଓ ଅନାବଶ୍ୟକ ଗୋଟେ କୋଳାହଳ୤ ଏମିତିକି ସେ କୌଣସି ପ୍ରତିକ୍ରିୟା ବି ପ୍ରକାଶ କଲେନି୤ ଯେମିତି ଆଖି ଖୋଲିବା ବା ସାମାନ୍ୟ ଦୃଷ୍ଟିପାତ କରିବା ଓ ଆଖି ବନ୍ଦ କରିବା, ଅବା ଚନ୍ଦ୍ରସେଣାଙ୍କୁ ଚାହିଁବା, ଟିକେ ଚହଲି ଯିବା କିମ୍ବା କଡ଼ ଲେଉଟାଇବା ଅବା ଅତି ଅସ୍ପଷ୍ଟ ସ୍ବରରେ ‘ଉଁ’ ବୋଲି କହିବା୤

ଚନ୍ଦ୍ରସେଣା ନିଜର ପ୍ରଶ୍ନ ପୁଣିଥରେ ଦୋହରାଇଲେ: ତୁମେ କ’ଣ ମୋ ପ୍ରଶ୍ନର ଉତ୍ତର ଦେବାକୁ ଅପମାନଜନକ ବୋଲି ମନେ କରୁଛ ? ରାଧା କିଛି ବି କହିଲେନି୤

ଚନ୍ଦ୍ରସେଣା ପ୍ରଶ୍ନ କରିବାକୁ ପଣ କରିଛନ୍ତି ଯେମିତି୤

ପଚାରିଲେ: ମୁଁ କ’ଣ ଏତେ ଅଯୋଗ୍ୟ ଯେ, ପ୍ରଶ୍ନଟେ ପଚାରିଲେ ଉତ୍ତରଟେ ପାଇବାର ଯୋଗ୍ୟତା ମୋର ନାହିଁ୤

ଏଥର ରାଧା ଓଠ ଖୋଲିଲେ୤
ଖୁବ୍‌ ସଂକ୍ଷିପ୍ତ ତାଙ୍କର ଉତ୍ତର୤
କହିଲେ: କ’ଣ କହୁଚ ?
ପ୍ରଶ୍ନ ପାଇଁ ଏ ପୁଣି ଗୋଟେ ପ୍ରଶ୍ନ ହୋଇଗଲା୤
ଚନ୍ଦ୍ରସେଣା ପଚାରିଲେ: ତୁମେ ଔଷଧ ସେବନ କଲ ନାହିଁ କାହିଁକି ?
ରାଧା କହିଲେ: ମୋର ଇଚ୍ଛା ନାହିଁ୤
ଚନ୍ଦ୍ରସେଣା ପଚାରିଲେ: ତୁମେ କ’ଣ ସୁସ୍ଥ ହେବାକୁ ଇଚ୍ଛା କରୁନାହଁ୤
ରାଧା କହିଲେ: ମୋର ଅସୁସ୍ଥତା ନାହିଁ୤
ଚନ୍ଦ୍ରସେଣା କହିଲେ: କିନ୍ତୁ ବୈଦ୍ୟରାଜ ଭାଗୀଥି କହିଲେ ଯେ, ତୁମେ ଗୁରୁତ୍ତର ଅସୁସ୍ଥ୤ ତୁମର ଉପଯୁକ୍ତ ଉପଚାର ହେବା ଆବଶ୍ୟକ୤ ରାଧା ସେମିତି କ୍ଷୀଣ ଅଥଚ ସ୍ପଷ୍ଟ ସ୍ବରରେ କହିଲେ: ମୁଁ ଜାଣେ ମୋର କୌଣସି ଅସୁସ୍ଥତା ନାହିଁ୤
ଚନ୍ଦ୍ରସେଣା ପୁଣି ପୁରୁଣା କଥା ଦୋହରାଇଲେ: କିନ୍ତୁ ବୈଦ୍ୟରାଜ କହୁଥିଲେ ଯେ….୤
ରାଧା ଯୁକ୍ତି କଲେ: ମୁଁ ମୋ ନିଜକୁ ଯେତିକି ଜାଣେ, ବୈଦ୍ୟରାଜ କ’ଣ ସେତିକି ଜାଣନ୍ତି ?
ଚନ୍ଦ୍ରସେଣା ପଚାରିଲେ: ମୁଁ ତେବେ କାହା କଥା ଶୁଣିବି ? ବୈଦ୍ୟରାଜଙ୍କ କଥା ନା ତୁମ କଥା ?
ରାଧା କହିଥିଲେ: ରୋଗ ଓ ନିଦାନ ସମ୍ପର୍କରେ ବୈଦ୍ୟରାଜଙ୍କ କଥା ଶୁଣିପାର୤ ମାତ୍ର ମୋ ସମ୍ପର୍କରେ ମୋ ନିଜର ମତ ହିଁ ଶେଷ କଥା୤
ଚନ୍ଦ୍ରସେଣା ସମ୍ଭବତଃ ବୁଝିପାରିଲେ ନାହିଁ ରାଧାଙ୍କର ବକ୍ତବ୍ୟ୤
ପ୍ରଶ୍ନ କଲେ: ଅର୍ଥାତ୍‌ !
ରାଧା ନୀରବ ରହିଲେ୤

ପୃଷ୍ଠା ସଂଖ୍ୟା : 1 2 3 4 5

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପରେଶ ପଟ୍ଟନାୟକ, ଭୁବନେଶ୍ବର
ମୁଖ୍ୟତଃ ଗଳ୍ପ ଏବଂ ଉପନ୍ୟସ ଲେଖୁଥିବା ପରେଶ ପଟ୍ଟନାୟକଙ୍କ ବିଭିନ୍ନ ଲେଖାର ବିଷୟ ଏବଂ ଚରିତ୍ରଗୁଡ଼ିକ ବେଶ୍‌ ଜୀବନ୍ତ୤ କଥା ଥିଲା ଓ ଶେଷର ଆରମ୍ଭ ପରି ଉପନ୍ୟାସର ରଚୟିତା ଲେଖକ ଶ୍ରୀ ପଟ୍ଟନାୟକଙ୍କର ଛାୟା ପୁରୁଷ ନାମରେ ଏକ ଗଳ୍ପ ଗ୍ରନ୍ଥ ମଧ୍ୟ ରହିଛି୤ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ଶ୍ରୀ ପଟ୍ଟନାୟକ ସାମ୍ପ୍ରତିକ ସମୟରେ ଜଣେ ପରିଚିତ ଲେଖକ୤ ନିଜର ଉପନ୍ୟାସ ପାଇଁ ଶ୍ରୀ ପଟ୍ଟନାୟକ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଛନ୍ତି୤
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. ବିଜନ ରାୟ୍ |  ଏପ୍ରିଲ୍ ୨, ୨୦୧୨ - ୨:୧୩ ପୂର୍ବାହ୍ନ

    ସୁନ୍ଦର ଗପ.

  • ୨. ସୁଧୀର କୁମାର ବେହେରା |  ଏପ୍ରିଲ୍ ୧୭, ୨୦୧୨ - ୨:୨୮ ଅପରାହ୍ନ

    ମନ କୁ ଛୁଇଁଲା ଭଳି ଗପଟିଏ

  • ୩. ସତ୍ୟବ୍ରତ ଦାସ |  ଏପ୍ରିଲ୍ ୨୦, ୨୦୧୨ - ୮:୪୦ ପୂର୍ବାହ୍ନ

    ବହୁତ୍ ସୁନ୍ଦର ଗପ ମନକୁ ଛୁଇଁଲା ଭଲି ହୋଇଛି୤

  • ୪. ହିମାଂଶୁ ରଞ୍ଜନ ଦାଶ୍ |  ଏପ୍ରିଲ୍ ୨୧, ୨୦୧୨ - ୧:୦୬ ପୂର୍ବାହ୍ନ

    ବହୁତ ଭଲ ଲାଗିଲା ବିଶେଷଭାବେ ପରିସମାପ୍ତି

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤