ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ଭୁବନେଶ୍ବର ବେହେରା
ରମେଶ ଚନ୍ଦ୍ର ଦାସ
ସ୍ବଭାବ କବି ଗଙ୍ଗାଧର ମେହେର
ଶାରଦା ପ୍ରସାଦ ମିଶ୍ର
ଭକ୍ତକବି ମଧୁସୂଦନ ରାଓ
କାମାକ୍ଷୀ ପ୍ରସାଦ ଦାଶ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ପୂଜା ନା ସଜା ?
 |- ମୃଣାଳ
 
 
ତା: ଡିସେମ୍ବର୍ ୩୦, ୨୦୧୧  
ମୂଳ ପୃଷ୍ଠାଗଳ୍ପ
 

ଆଗରୁ ପୂଜା ସିଜନ ଆସିଲେ ମଜା ଲାଗୁଥିଲା୤ ମନ ଫୁର୍ତ୍ତି ଲାଗୁଥିଲା୤ ମନରେ ଆନନ୍ଦ ଆସୁଥିଲା୤ ଆଜିକାଲି ପୂଜା ସିଜନ ଆସିଗଲେ କିଛି ମଜା ଲାଗୁନି, ବରଂ ସଜା ପାଇଲା ଭଳି ଲାଗୁଛି୤ ଆପଣ ପଚାରିବେ ତାହା କେମନ୍ତ ? କହୁଛି୤

ପ୍ରଥମେ ତ ଘର ଲୋକମାନଙ୍କ ନୂଆ ଲୁଗାପଟା କିଣିକିଣି ମୁଁ ଚନ୍ଦା ହେବା ଅବସ୍ଥାରେ୤ ପୂଜାରେ ନୂଆ ଲୁଗାପଟା ହେବ- ଏ ନୀତିଟି କିଏ ଆରମ୍ଭ କରିଛନ୍ତି ମୁଁ ଜାଣିପାରିଲେ ତାଙ୍କ ତଣ୍ଟି କଣା କରି ଦିଅନ୍ତି୤ ପୂଜାବେଳେ ପୁଣି ଦୋକାନୀମାନେ ନୂଆ ନୂଆ ଫେସନ୍‌ର ପୋଷାକପତ୍ରର ସମ୍ଭାର କ୍ରେତାମାନଙ୍କ ଆଗରେ ଢାଳିଦିଅନ୍ତି୤ ବାସ୍‌, ମୁଁ ଚନ୍ଦା୤

ମୋତେ ଆହୁରି ଚନ୍ଦା କରିବା ପାଇଁ ଏଇ ସମୟରେ ଆସି ପହଞ୍ଚି ଯାଇଛନ୍ତି ଚାନ୍ଦାବାଲାମାନେ୤ ହାତରେ ସେମାନଙ୍କର ରସିଦ୍‌ ବହି୤ କେତେକେ ସେତକ ବି ଆଣୁନାହାଁନ୍ତି୤ କଳା ଚଷମା ଉହାଡୁ ଆପଣଙ୍କ ଔକାତ୍‌ ମାପି ଫରମାନ ଜାରି କରିଦେଉଛନ୍ତି; ଆପଣଙ୍କ ଚାନ୍ଦା ଏତିକି୤ ପ୍ରତିବାଦ କଲେ ଚାନ୍ଦା ପରିମାଣ ବଢ଼ି ବଢ଼ି ଯାଏ୤ ନ ଦେଲେ ଆପଣଙ୍କ ଘରର ଫୁଲକୁଣ୍ଡଗୁଡ଼ିକ ଭାଙ୍ଗିବ୤ ଘର ସାମ୍ନାରେ ବୋଲୁଅ ପଡ଼ିବ୤ ଆହୁରି କଣ କଣ ହୋଇପାରେ୤ ତେଣୁ ଭଦ୍ରଲୋକମାନେ ଚାନ୍ଦା ଦେଇଦିଅନ୍ତି୤ ମୁଁ ବି ଦେଇଦିଏ୤

ଚାନ୍ଦାବାଲାମାନେ ଚାଲିଗଲା ପରେ ଆସିଯାଉଛନ୍ତି ବଖ୍‌ସିସ୍‌ ପ୍ରତ୍ୟାଶୀମାନେ୤ ସେମାନେ କୁଆଡ଼େ ବର୍ଷସାରା ମୋତେ ସର୍ଭିସ୍‌ ଦେଇଛନ୍ତି୤ ବର୍ଷସାରା ଏତେ ଲୋକ ମୋ ସେବାରେ ଥାଆନ୍ତି ତାହା ମୁଁ ପୂଜା ବେଳେ ହିଁ ଅନୁଭବ କରେ୤ ବଖ୍‌ସିସ-ଲୋକ ନିଜ ମର୍ଜିରେ ଯାହା ଖୁସି ଦେବା କଥା୤ କିନ୍ତୁ ଆଜିକାଲି ସେମିତି ଆଉ ହେଉନି୤ ବିଜୁଳିବାଲା ଆସି କହନ୍ତି- ବର୍ଷସାରା ଆଜ୍ଞା ଆପଣଙ୍କ ଘରେ ଲାଇନ୍‌ ଦେଲୁ, ବଖ୍‌ସିସ୍ ଦେଲାବେଳକୁ କୋଡ଼ିଏ ଟଙ୍କା ଦେଉଛନ୍ତି୤ ଅନ୍ତତଃ ପଚାଶ ଟଙ୍କା ନ ଦେଲେ ଆପଣଙ୍କ ଇଜ୍ଜତ୍‌ ରହୁଛି ନା ଆମ ଇଜ୍ଜତ୍ ରହୁଛି ! ଆପଣଙ୍କ ଇଜ୍ଜତ୍ ଆପଣ ନ ଜଗିଲେ ନାଇଁ, ଆମ ଇଜ୍ଜତ୍‌ ଆମେ ନିଶ୍ଚୟ ରକ୍ଷା କରିବୁ୤ ପଚାଶ ତଳକୁ ଆମେ ବଖ୍‌ସିସ୍‌ ନବୁନି୤ ବର୍ଷସାରା ଯେତେବେଳେ ଟେଲିଫୋନ୍‌ ଖରାପ ହେଲେ, ଟେଲିଫୋନ୍‌ ବାଲାଙ୍କୁ କମ୍‌ପ୍ଲାନ୍‌ ଦେଇ ଦେଇ ଥକିଯାଉ, ସେମାନଙ୍କ ଦେଖା ମିଳେନି, ପୂଜା ବେଳକୁ ସେମାନେ ଆସିଯାଆନ୍ତି ଆଉ କହନ୍ତି ମୋବାଇଲ୍‌ ହେଲା ପରେ ଆଉ ଆପଣ ଆମକୁ ଖୋଜୁନାହାନ୍ତି ଆଜ୍ଞା୤ ହେଲେ ଆମ ସମ୍ପର୍କ କଣ ଏତେ ଶୀଘ୍ର ତୁଟିଯିବ ! ବଖ୍‌ସିସ୍‌ଟା ଦିଅନ୍ତୁ୤ ତାପରେ ସେଲୁନବାଲା, ଧୋବା ଏପରିକି ଭୁସାମାଲ ଯେଉଁଠୁ ଆସେ ସେ ଦୋକାନର ପିଲାଟି ମଧ୍ୟ କହିଲା, ସାର୍‌ ମୋ ବଖ୍‌ସିସଟା ?
– ତୋର କି ବଖ୍‌ସିସ୍ ?
– ବାଃ ! ଆପଣଙ୍କୁ ଜିନିଷପତ୍ର ଓଜନ କରି ଦେଉଛି କିଏ ?
– ତୁ୤
– ତାହେଲେ ?
– ମାନେ ? ବୁଝିପାରିଲିନି୤
– ମୁଁ ଯଦି ଜିନିଷର ଓଜନ କମ ଦେଇଦେବି, ଆପଣ କଣ ବୁଝି ପାରିବେ ? ମୁଁ କହିଲି ନା୤ ହେଲେ ତା ସହିତ ବଖ୍‌ସିସ୍‌ର କଣ ସମ୍ପର୍କ ?
– ସମ୍ପର୍କ ଅଛି ନା ଆଜ୍ଞା୤ ଆପଣ ବଖ୍‌ସିସ୍‌ ନ ଦେଲେ ମୁଁ ସବୁବେଳେ ଆପଣଙ୍କ ଜିନିଷର ଓଜନ କମ କରି ଦେବି୤ ଚିନ୍ତା କରି ଦେଖନ୍ତୁ ମୋତେ ବଖ୍‌ସିସ୍‌ ଦେଲେ ଆପଣଙ୍କ ଲାଭ୤
– ତାହା କେମିତି ?
– ମୋତେ ବଖ୍‌ସିସ୍‌ ଦେଲେ ମୁଁ ଆଉ ଆପଣଙ୍କ ଜିନିଷପତ୍ରର ଓଜନ କମ୍‌ କରିବିନି୤ ବରଂ ଟିକେ ଅଧିକା କରି ଦେଇଦେବି୤

ବଖ୍‌ସିସ୍‌ ପର୍ବ ଅନ୍ତହୀନ ଭାବେ ଚାଲିଲା୤ ତା ଭିତରେ ପୂଜା ଆସିଗଲା୤ ପୂଜା ଆସିଲା ଯେ ମାଇକ୍‌ ନିର୍ଘୋସରେ ମୋର ନିଦର ସତ୍ୟାନାଶ ହୋଇଗଲା୤ ଦିବାରାତ୍ର କେତେ ଗୀତ ଶୁଣିବ ମଣିଷ ! ଗୋରୀ ତୋ ଗଛର କୋଳି ଭାରି ଖଟା, ଓଢ଼ଣୀ ହଲେଇ ଦେଲି ଲୋ ଓଡ଼ିଶା ଦୋହଲି ଗଲା- ଜାତୀୟ ଗୀତ ଶୁଣି ଶୁଣି ମୋ କାନ ତାବ୍‌ଦା ହୋଇଗଲା୤ ମଝିରେ ମଝିରେ କାନ ଅଇଁଠା କଲାପରି ଗୀତ ବି ବାଜୁଥିଲା୤ ତାକୁ ଶୁଣି ନ-ଶୁଣିଲା ହେଲି୤ ବଜାରକୁ ବାହାରିଲି ଯେ ଭିଡ଼ରେ ଅବସ୍ଥା ଖରାପ୤ ଇଆଡ଼େ ସବୁ ଜିନିଷର ଦାମ ଅଧିକ୤ କଣ- ନା ଆଜ୍ଞା ପୂଜା ବଜାର୤

– ପୂଜା ବଜାରରେ ଭେଣ୍ଡି ଦର କାହିଁକି ବଢ଼ିବ ?
– ପୂଜା ବଜାରରେ ସମସ୍ତଙ୍କ ଭାଉ ବଢୁଛି ଆଜ୍ଞା୤ ଭେଣ୍ଡିର ବଢ଼ିବନି ! ସମସ୍ତେ ଖୁସି ମେଜାଜରେ ଅଛନ୍ତି୤ ଆପଣ ଆଉ ଭେଣ୍ଡି ଦର ନେଇ ଝିକ୍ଝିକ୍‌ କରନ୍ତୁନି୤

ବଜାରରୁ ଘରକୁ ଫେରିଲି ଯେ, ଦେଖିଲା ବେଳକୁ ଘରେ ଅନେକ କୁଣିଆମଇତ୍ର ଆସି ପହଞ୍ଚିଯାଇଛନ୍ତି୤ କଣ- ନା ପୂଜାରେ ବୁଲି ଆସିଲୁ୤ ନିଅ ଏବେ ଏମାନଙ୍କ ପାଇଁ ଜଳଖିଆ ଆଣ୤ ଏମାନଙ୍କ ଦିପହର ଖାଇବା ବ୍ୟବସ୍ଥା କର୤ କୁଣିଆମାନେ ସବୁବେଳେ ସ୍ପେଶାଲ୍‌ କିଛି ଖାଆନ୍ତି୤ ସେଥିପାଇଁ ମୋତେ ପୁଣି ବଜାର ଧାଇଁବାକୁ ପଡ଼ିଲା୤

ପୂଜା ଅବସରରେ ମୋ ଘରଣୀ ଟିଭିରୁ ଯେଉଁ ରୋଷେଇ ଶିଖିଥିଲେ ତାକୁ କଲେ୤ କହିଲେ, ପୂଜା ବେଳେ ନୂଆ କିଛି ଖାଇବା୤ ସେ କଣ ରୋଷେଇ କରିଥିଲେ କହି ପାରିବିନି, ହେଲେ ତାକୁ ଖାଇ ମୋ ପେଟ ଗୋଳମାଳ ହୋଇଛି୤ ଏବେ ମୁଁ ଘରେ ଶୋଇଛି୤ ମୋ ଘର ଲୋକ ସମସ୍ତେ ପୂଜା ଦେଖିବାକୁ ଯାଇଛନ୍ତି୤ ଏବେ କୁହନ୍ତୁ ପୂଜା ମଜା ନା ସଜା ?

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମୃଣାଳ, ସଞ୍ଚାରମାର୍ଗ, ଢେଙ୍କାନାଳ
ମୃଣାଳ
ପ୍ରଥମେ ଜଣେ ସାମ୍ବାଦିକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିବା ମୃଣାଳ ବା ମୃଣାଳ ଚାଟାର୍ଜୀ ସମ୍ପ୍ରତି ଢେଙ୍କାନାଳ ସ୍ଥିତ ଭାରତୀୟ ଗଣଯୋଗାଯୋଗ ପ୍ରତିଷ୍ଠାନର ମୁଖ୍ୟ ଭାବେ କାର୍ଯ୍ୟରତ୤ ମୁଖ୍ୟତଃ ରମ୍ୟ ରଚନା ଏବଂ ବ୍ୟଙ୍ଗ ଗଳ୍ପ ଲେଖୁଥିବା ମୃଣାଳ ଏବେ ରାଜ୍ୟର ବିଭିନ୍ନ ଓଡ଼ିଆ ସମ୍ବାଦପତ୍ରରେ ନିୟମିତ ସ୍ତମ୍ଭ ଲେଖିବା ସହ ଏକାଧିକ ପତ୍ରିକାରେ ମଧ୍ୟ ଲେଖନୀ ଚାଳନା ଜାରି ରଖିଛନ୍ତି୤ ନିଜର ଲେଖା ପାଇଁ ଅଜସ୍ର ପାଠକୀୟ ସ୍ବୀକୃତୀ ହାସଲ କରିଥିବା ମୃଣାଳ ବହୁ ପୁରସ୍କାର ଓ ସମ୍ମାନରେ... [ କ୍ରମେ ସବିଶେଷ ]
ମୃଣାଳଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧୭ ଆପଣଙ୍କ ମତାମତ ?

  • ୧. Ashok Nayak |  ଡିସେମ୍ବର୍ ୩୦, ୨୦୧୧ - ୧୦:୦୫ ପୂର୍ବାହ୍ନ

    very True

  • ୨. chinmaya |  ଜାନୁଆରୀ ୩, ୨୦୧୨ - ୪:୦୫ ପୂର୍ବାହ୍ନ

    this is true matter for head of the family.

  • ୩. ହିମାଂଶୁ ରଞ୍ଜନ ଦାଶ୍ |  ଜାନୁଆରୀ ୫, ୨୦୧୨ - ୫:୨୦ ପୂର୍ବାହ୍ନ

    ସୁନ୍ଦର ଭାବେ ଆରମ୍ଭ କରାଯାଇଥିଲା କିନ୍ତୁ ସଂକ୍ଷିପ୍ତ୤

  • ୪. sushil mahapatra |  ଜାନୁଆରୀ ୧୩, ୨୦୧୨ - ୧୦:୧୨ ଅପରାହ୍ନ

    I admire your short critics.

  • ୫. ମହେଶ ପ୍ରସାଦ ଦାଶ |  ଜାନୁଆରୀ ୧୫, ୨୦୧୨ - ୧୨:୧୯ ପୂର୍ବାହ୍ନ

    ମୋତେ ଲଗିଲା ଗଲ୍ପ ଟି ଆଉଟିକେ ବଡ ହୋଇଥିଲେ ଭଲ ହୋଇ ଥାନ୍ତା ୤ ରମ୍ୟ ରଚନା ଟି ଭଲ ଲଗିଲା ୤ ଧନ୍ୟବାଦ

  • ୬. ମୁରଲିଧର କବି |  ଫେବୃଆରୀ ୫, ୨୦୧୨ - ୧୨:୨୮ ପୂର୍ବାହ୍ନ

    people admire your social critics,
    Thank you sir, Jarirahu

  • ୭. ଆଲୋକ କୁମାର ସାହୁ |  ଫେବୃଆରୀ ୧୩, ୨୦୧୨ - ୫:୩୫ ପୂର୍ବାହ୍ନ

    ଭଲ ଲାଗିଲା……..

  • ୮. ଦ୍ବିତିକୃଷ୍ଣ ପ୍ରଧାନ , ଗଞ୍ଜାମ. |  ଫେବୃଆରୀ ୧୩, ୨୦୧୨ - ୬:୨୫ ପୂର୍ବାହ୍ନ

    ଓଡିଆ ଭାଷା ସାହିତ୍ୟ କୁ ନୁତନ ଦିଗ୍ ଦର୍ଶନ ଦେଇଛନ୍ତି ସେଥିପାଇଁ ବହୁତ ବହୁତ ଧନ୍ୟବାଦ୍ .

  • ୯. କନକ ମଂଜରୀ ନାୟକ ଫେବୃଆରୀ ୧୬, ୨୦୧୨ - ୦୯:୪୪୫ପୂର୍ବାହ୍ନ |  ଫେବୃଆରୀ ୧୫, ୨୦୧୨ - ୧୧:୧୬ ପୂର୍ବାହ୍ନ

    ଭଲ ଲାଗିଲା………….

  • ୧୦. ଶିବ ପ୍ରସାଦ ନାୟକ ଫେବୃଆରୀ ୧୬, ୨୦୧୨ - ୦୯:୪ ୮ ଅପରାହ୍ନ |  ଫେବୃଆରୀ ୧୫, ୨୦୧୨ - ୧୧:୨୧ ପୂର୍ବାହ୍ନ

    ଓଡିଆ ଭାଷା ସାହିତ୍ୟ କୁ ନୁତନ ଦିଗ୍ ଦର୍ଶନ ଦେଇଛନ୍ତି ସେଥିପାଇଁ ବହୁତ ବହୁତ ଧନ୍ୟବାଦ ୤

  • ୧୧. ମିର୍ଜା ମାର୍ଣ୍ଡି |  ଫେବୃଆରୀ ୧୬, ୨୦୧୨ - ୧୨:୩୬ ଅପରାହ୍ନ

    ବାସ୍ତବିକତା ଅଛି୤କହିଲେ କୁଳ କୁଟୁମ୍ବକୁ ଲାଜ , ନ କହିଲେ କୁଳ ଭାସିଯାଉଛି ୤

  • ୧୨. ଦେବୀପ୍ରସନ୍ନ ମିଶ୍ର |  ମାର୍ଚ୍ଚ୍ ୧୯, ୨୦୧୨ - ୧୧:୪୫ ପୂର୍ବାହ୍ନ

    ବହୁତ୍ ଧନ୍ୟବାଦ୍….

  • ୧୩. ପ୍ରକ୤ଶ |  ମାର୍ଚ୍ଚ୍ ୨୬, ୨୦୧୨ - ୬:୪୪ ପୂର୍ବାହ୍ନ

    ବହୁତ୍ ଭଲ ଲାଗିଲା

  • ୧୪. sandeep dash |  ଜୁନ୍ ୧୩, ୨୦୧୨ - ୨:୩୩ ପୂର୍ବାହ୍ନ

    ମୋତେ ଭଲ ଲଗିଲା ଗଲ୍ପ ଟି ଆଉଟିକେ ବଡ ହୋଇଥିଲେ ଭଲ ହୋଇ ଥାନ୍ତା

  • ୧୫. akshaya kumar rout |  ଜୁନ୍ ୨୫, ୨୦୧୨ - ୨:୦୬ ପୂର୍ବାହ୍ନ

    ati sundara hoechhi…..eka sadharana paribara ra nichhaka ghatana tie

  • ୧୬. tridiv nath, hirakud, sambalpur |  ଡିସେମ୍ବର୍ ୩, ୨୦୧୨ - ୮:୨୩ ପୂର୍ବାହ୍ନ

    sir, i like this very much. it is very true.

  • ୧୭. ହେମନ୍ତ କୁମାର ନାୟକ, Deogarh |  ଜୁଲାଇ ୨୧, ୨୦୧୫ - ୭:୪୭ ପୂର୍ବାହ୍ନ

    ସାର ଗପ ଟି ବହୁତ ଭଲ ଲାଗିଲା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤