ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ରଜତ କୁମାର ମିଶ୍ର
କିଶୋରୀକିଙ୍କର ଦାସ
ଦୀପକ ମିଶ୍ର
ଶୈଳେନ୍ଦ୍ର କୁମାର ଜେନା
ଜଗଦୀଶ ମହାନ୍ତି
ଉତ୍କଳମଣି ଗୋପବନ୍ଧୁ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ପ୍ରେମିକା
 |- ସଦାନନ୍ଦ ତ୍ରିପାଠୀ
 
 
ତା: ମେ ୧୨, ୨୦୧୧  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ସ୍ମୃତିର ବାହାଘର ସରିଚି୤ ସମସ୍ତ ବୈଦିକ କର୍ମ ସରିବା ପରେ ଏବେ ସିଏ ଗୋଟିଏ କୋଠରିରେ ମୁଣ୍ଡପୋତି ବସିଚି୤ ଶାଶୁ ଘରକୁ ଯାଇନି୤ ଯିବ୤ ସମୟ ହେଇନି୤ ଘରେ ସମସ୍ତେ ବ୍ୟସ୍ତ୤ ଘରପୋଡ଼ି ବେଳର ଗୋଟେ ଧାଁ ଦଉଡ଼ ଚାଲିଚି୤ ହୋହୋ’ଘୋଘୋ ଭିତରେ ସ୍ମୃତିର କାରୁଣ୍ୟରେ ମୋଟେ ଏକାଗ୍ରତା ରହୁନି୤ ଭାବନା ଭିତରେ ବି ସୋମୁ ଏଇନା ଗୋଟେ ଉଦ୍‌ବେଳିତ ସମୁଦ୍ର ! ୟା’ ପରେ ଯେ କୌଣସି ମୁହୂର୍ତ୍ତରେ ବି ତାକୁ ଏକପ୍ରକାର ଟେକିନେଇ ଗାଡ଼ି ଭିତରେ ଲଦି ଦିଆଯାଇପାରେ, ଅଥଚ ଏ ଯାଏଁ ସେ ସୋମୁକୁ ନିଜ ମନରୁ ପୋଛିଦେଇପାରିନାହିଁ୤ ସେ ଜାଣେ, ଏଣିକି ସୋମୁ କଥା ଭାବିବା ମଧ୍ୟ ତା’ ପାଇଁ ଅଯୌକ୍ତିକ, ଅଶୋଭନୀୟ ଓ ଅଶାନ୍ତିର କାରଣ ହେବ୤ ତେଣୁ ସୋମୁକୁ ତା’ର ଭୁଲିଯିବା ଉଚିତ, ଯୋଜନାବଦ୍ଧ ଭାବେ୤


ସୋମୁ କଥା ଭାବିବନି ବୋଲି ସିନା ଠିକ୍‌ କରୁଚି, ସୋମୁ କଣ ତା ମୁଣ୍ଡର ସୁନେଲି କେଶଟିଏ ଯେ ଉପାଡ଼ି ଫିଙ୍ଗିଦେବ, ବା ମୂଲ୍ୟବାନ ଗହଣାଟିଏ, କାହାକୁ ଦାନ କରିଦେବ ?
ଜୀବନ ଗୋଟେ କେମିତିକା ଚିଜ କେଜାଣି, ମନେହୁଏ ପୃଥିବୀରେ ପ୍ରଳୟ ହୋଇ ସାରିବା ପରେ ବି, ପୃଥିବୀ ଧ୍ବଂସ ବା ଛାରଖାର ହେଇଯିବା ପରେ ବି ଜୀବନଟିଏ ଜୀବିତ ଥିବ୤ ଚାରିଆଡ଼େ ଶୂନ୍‌ଶାନ୤ ଗଛପତ୍ର, ନଈନାଳ, ଜୀବଜନ୍ତୁ, କିଛି ନାଇଁ୤ ଚାରିଆଡ଼ ଖାଲି ବାଲୁକାମୟ୤ ଅଥବା ଅନ୍ୟ କିଛି ନାଇଁ, ଚତୁର୍ଦ୍ଦିଗ ଜଳାର୍ଣ୍ଣବ୤ ଜଳ ମଧ୍ୟରେ ଜଳଚର ଜୀବ ବି ନାହାନ୍ତି୤ ଖାଲି ଦୁଇପାଦ ସ୍ଥଳଭାଗ ରହିଚି ଓ ତା’ ଉପରେ ଠିଆ ଅଛି ଜୀବଟିଏ !
ସୋମୁ କଥା ଭାବିବନି ବୋଲି ସିନା ଠିକ୍‌ କରୁଚି, ସୋମୁ କଣ ତା ମୁଣ୍ଡର ସୁନେଲି କେଶଟିଏ ଯେ ଉପାଡ଼ି ଫିଙ୍ଗିଦେବ, ବା ମୂଲ୍ୟବାନ ଗହଣାଟିଏ, କାହାକୁ ଦାନ କରିଦେବ ?
ଜୀବନ ଗୋଟେ କେମିତିକା ଚିଜ କେଜାଣି, ମନେହୁଏ ପୃଥିବୀରେ ପ୍ରଳୟ ହୋଇ ସାରିବା ପରେ ବି, ପୃଥିବୀ ଧ୍ବଂସ ବା ଛାରଖାର ହେଇଯିବା ପରେ ବି ଜୀବନଟିଏ ଜୀବିତ ଥିବ୤ ଚାରିଆଡ଼େ ଶୂନ୍‌ଶାନ୤ ଗଛପତ୍ର, ନଈନାଳ, ଜୀବଜନ୍ତୁ, କିଛି ନାଇଁ୤ ଚାରିଆଡ଼ ଖାଲି ବାଲୁକାମୟ୤ ଅଥବା ଅନ୍ୟ କିଛି ନାଇଁ, ଚତୁର୍ଦ୍ଦିଗ ଜଳାର୍ଣ୍ଣବ୤ ଜଳ ମଧ୍ୟରେ ଜଳଚର ଜୀବ ବି ନାହାନ୍ତି୤ ଖାଲି ଦୁଇପାଦ ସ୍ଥଳଭାଗ ରହିଚି ଓ ତା’ ଉପରେ ଠିଆ ଅଛି ଜୀବଟିଏ !

ସ୍ମୃତିକୁ ଅଦ୍ଭୁତ ଲାଗୁଚି, ସେ ତଥାପି ବଞ୍ଚିଛି କେମିତି ? ଅବଶ୍ୟ ନିର୍ଲଜ୍ଜ ହେଲେ ବଞ୍ଚି ରହିହୁଏ୤ ତା’ଠୁ ବଡ଼ ନିର୍ଲଜ୍ଜ ଆଉ କିଏ ଥିବ କେଉଁଠି ? ତା’ ବାହାଘର ହେଉଥିବା ଖବର ସେ ସୋମୁକୁ ଜଣାଇଥିଲା୤ ସୋମୁକୁ ନିମନ୍ତ୍ରଣ କରିଥିଲା୤ ସେ ଆସିଲାନାହିଁ !
ସୋମୁ ଭଲା ଅଚିହ୍ନା ଲୋକଟିଏ ହୋଇଥାନ୍ତା, କେବେ ହେଲେ ତ ଥରେ ଦେଖା ହେବାର ସମ୍ଭାବନା ଥିଲା୤ ପରିଚୟ ହେଉ ବା ନହେଉ, କେତେବେଳେ କେଉଁ ବସ୍‌ରେ, ରେଳରେ, ସିନେମାଘର ପାଖରେ, ଦୋକାନବଜାର ପାଖରେ, କେଉଁ ଭିଡ଼ରେ, କେବେହେଲେ ହୁଏତ ଦେଖା ହୋଇଥାନ୍ତା୤ ସେମିତି ଥରକ ପାଇଁ ବି ଅନେକ ଲୋକ ଦେଖା ହୁଅନ୍ତି୤ ପରିଚିତ ହୁଅନ୍ତି୤ କଥାବାର୍ତ୍ତା ହୁଏ୤ ଗୋଟେ ସାଧାରଣ ସମ୍ପର୍କ ସ୍ଥାପିତ ହୁଏ୤ ପୁଣି ଥରେ ସାକ୍ଷାତର ସୁଯୋଗ ବି ରହେ୤ ସମ୍ପର୍କ ସ୍ଥାପିତ ହେଉ ବା ନ ହେଉ, ଏମିତି ଭାବରେ, ଏତେ ଦୟନୀୟ ଓ ଅନନ୍ୟୋପାୟ ଭାବେ ହଠାତ୍‌ ଛିଣ୍ଡିଯାଏ ନାହିଁ୤

ଏଣିକି ସୋମୁ ସହିତ ସାକ୍ଷାତ ତ ଭିନ୍ନ କଥା, ତା’ କଥା ଭାବିବା ମଧ୍ୟ ନିୟମତଃ ଅବୈଧ୤
ଏମିତି ଅନାବନା ଭାବନାରେ ସ୍ମୃତି ସନ୍ତୁଳିହେଉଥିବା ବେଳେ ନମିତା, ତାଙ୍କ ସାହିର ଝିଅ ଓ ତା’ ସାଙ୍ଗ, ତା’ ପାଖକୁ ଆସିଲା୤ ତା’ କାଖରେ ବସିଥିବା ତା’ର ଦେଢ଼ବର୍ଷର ଝିଅ ରାହା ଧରି କାନ୍ଦୁଥିଲା୤ ନମିତା ବିରକ୍ତ ହେଲା : ଓ…ହୋ ! ରଖେଇ ଥୋଇଦବନି ଏ ପିଲାଟା୤
ନମିତା ବାହା ହେବା ପୂର୍ବରୁ ଗୋଟେ ପିଲାକୁ ଭଲ ପାଉଥିଲା୤ ଏମିତି ସେ ଭଲପାଇବା ଯେ, କଥା ଯାଇ ରାସ୍ତା ଘାଟରେ ମଦ୍ୟପ ପରି ଗଡୁଥିଲା୤ ସିଏ ଦିନେ ବାହା ହେଇଗଲା୤ ତା’ର ହିଂସୁକ ପ୍ରେମିକ, ତା’ ସ୍ବାମୀ ପାଖକୁ ବେନାମୀ ଚିଠି ମଧ୍ୟ ଲେଖିଲା୤

ଥରେ ନମିତାକୁ ପଚାରିଥିଲା ସ୍ମୃତି : ତୁ ତ ବଡ଼ ଅଶାନ୍ତିରେ ଥିବୁ !
ନମିତା କହିଲା : ଏ କଂସାରି ଘର ପାରାକୁ କୁଲା ଢାଉଁଢାଉଁ ? ସେ ପୋଡ଼ାମୁହାଁ ମିଛଖଚ କରି ଚିଠି ଲେଖୁଛି ଯେ, ଇଏ ସହଜରେ ବହଲିଯିବେ ? ମୋ ପାଖରେ ଗଦ ଅଛି, ଗଦ ! ଆଉ ପୁରୁଷଗୁଡ଼ାକ ? ସିଏ ପରା ଗୋଟେ ଗୋଟେ ଢେମଣା ସାପ ! ବାହା ହେଇଯିବା ପରେ ତ ଆତ୍ମରକ୍ଷା ପାଇଁ ଧାଇଁପାରୁଥିବା ସେମାନଙ୍କର ଗତି ମଧ୍ୟ ଧିମେଇଯାଏ୤ ହଁ, କୋଉ କୋଟିକେ ଗୋଟିଏ ନାଗବଚ୍ଚା ଥିଲେ ଥିବେ ! ମୋ ପାଖରେ ଗଦ ଅଛି ପରା, ଗଦ ! ତୁ’ ମଧ୍ୟ ବାହା ହେଲା ପରେ ବଳେ ଦେଖିବୁନି ନା ଜାଣିବୁନି? ଶୁଣାକଥାକୁ ଅଙ୍ଗେଲିଭା କଥା କେତେ ଛାଡୁଚି, ସେ କଥା କ’ଣ ତତେ ଖାଲି କହିଲେ ତୁ ବୁଝିପାରିବୁ ସହଜରେ ?

ସ୍ମୃତି ସହ ସୋମୁର ସମ୍ପର୍କ କଥା କ୍ବଚିତ୍‌ ଲୋକ ଜାଣିଥିଲେ୤ ନମିତାକୁ ସ୍ମୃତି ନିଜେ ବାରମ୍ବାର କହିଚି ଓ ଉପାୟ ମାଗିଚି୤ ନମିତା କହିବ : ପ୍ରେମ କରି ବାହାହେଲେ ଭଲ ନାଇଁ୤ ପ୍ରକୃତ ସୁଖଟା ଜାଣିହବ ନାଇଁ୤ ଗୋଟେ ମହାର୍ଘ ଜୀବନ ଅତି ନିଷ୍ପଳ ଭାବେ ବିତିଯିବ୤ ଜଣେ ପ୍ରେମିକ ଓ ସ୍ବାମୀ ମଧ୍ୟରେ ଅନେକ ଫରକ୤ ଏକ ପ୍ରକାର ଅସଲି ମନ୍ତ୍ରୀ ଓ ଖବରକାଗଜର ମନ୍ତ୍ରୀ ଭଳି୤ ଖବରକାଗଜର ମନ୍ତ୍ରୀମାନେ ଆମକୁ କେତେ ଭଲ ଲାଗନ୍ତିନି !

ନମିତାର ଝିଅଟି କାନ୍ଦ ବନ୍ଦ କରୁ ନ ଥିଲା୤ ନମିତା ବାହାରିଯାଇ ଝିଅକୁ ଅନ୍ୟ କାହା ପାଖରେ ଛାଡ଼ିଦେଇ ଆସିଲା୤ ସ୍ମୃତିର ପାଖକୁ ଲାଗି ସେ ବସିଲା ଓ ଅନୁଚ୍ଚ ସ୍ବରରେ କହିଲା : ମୁଁ ଶୁଣୁଚି, ତୋ ବର ସୋମୁ ବିଷୟରେ କିଛି କିଛି ଶୁଣିଛନ୍ତି୤
ସ୍ମୃତି ଅବଶ୍ୟ ଟିକିଏ ଚମକିଲା୤ ତେବେ ଭାବ ପ୍ରକାଶ କଲାନାହିଁ୤ ନମିତାଠାରେ ସବୁକଥା କହିବା ଯୋଗାଏନାହିଁ କି ସବୁ ଭାବନା ମୁକୁଳାଇଦେବାଦ୍ବାରା ନମିତା ତାକୁ ବିଶାଳ ହୃଦୟରେ ଗ୍ରହଣ କରିବ ନାହିଁ୤ ବରଂ ସେ ନମିତାର ଆଖିରେ ଆଖି ଥୋଇ କହିଲା : ମୁଁ ତ ଠିକ୍‌ କରିଚି ତାଙ୍କୁ ସବୁ କଥା କହିଦେବି୤
ସ୍ମୃତି ଜାଣୁଥିଲା, ନମିତା ତା’ର ଏ ବିଚାରକୁ ସହଜ ଭାବରେ ଗ୍ରହଣ କରିପାରିବ ନାହିଁ୤ ଉଭୟେ ଅତୀତରେ କାହାକୁ ଭଲପାଇ, ଅନ୍ୟ କାହାକୁ ତା’ପରେ ବାହା ହେଇଥିଲେ ବି, ନମିତା ଓ ତା’ ଭିତରେ ଫରକ କ’ଣ, ତାହା ସ୍ମୃତି ଜାଣିଚି୤

ନମିତା କହିଲା : କି ସୃଷ୍ଟିଛଡ଼ା କଥା ? ଏମିତି କ’ଣ କୋଉ ଝିଅ କହେ ? ଯାହାକୁ ପ୍ରେମ କଲୁ ତାକୁ ତ ବାହାହେଇପାରିଲୁନି୤ ଯାହାକୁ ବାହା ହେଲୁ, ତାକୁ ଟିକିଏ ପ୍ରେମ କରିଦେବା ପାଇଁ କାହାର କାହିଁକି ଆପତ୍ତି ରହିବ ? ପ୍ରେମ କରୁଥିବା ଲୋକକୁ ବାହା ନ ହେଲେ ସିନା ଚଳିଯାଉଚି, ବାହା ହେଇଥିବା ଲୋକ ଯେ ଭଲ ପାଇବା ଦାବି କରିବ୤ ଅସୁଲ କରିବ !
ସ୍ମୃତି ଯୁକ୍ତି କରିବାକୁ ଚାହୁଁ ନ ଥିଲା୤ ତେବେ କହିଲା ମୁଁ ତ ତାଙ୍କୁ ଭଲ ପାଇବିନି ବୋଲି କହିନାହିଁ !

: ଆଉ କ’ଣ କହୁଚୁ ? ନମିତା ଧମକାଇଦେଲା୤ କହିଲା ଧୀର କଣ୍ଠରେ : ସୋମୁ କଥା ତାଙ୍କୁ କହିଦେଲେ ଭାବୁଚୁ ସେ ଆଉ ମୋଟେ ବିଶ୍ବାସ କରିବେ ଯେ ତୁ ତାଙ୍କୁ ଭଲ ପାଇପାରୁ ? ବରଂ ଡାହାମିଛ କହିବା କଥା୤ ଅନୁଭୂତି ଅଛି ବୋଲି ସିନା କହୁଚି୤ ବରଂ ସେ ଯଦି ସୋମୁ କଥା ପଚାରନ୍ତି ମଧ୍ୟ, ତତେ କହିବାକୁ ହବ ଯେ ତୁ ସେଇ ନାଁର ଜଣେ ଲୋକକୁ କେବଳ ଚିହ୍ନିଚୁ୤ ବାସ୍‌୤ କିଛି ଗୁମର କଥା ପଚାରିଲେ ହସି ଉଡ଼ାଇଦେବୁ୤ ଶତ୍ରୁ ଶ୍ରେଣୀର ବାଜେ ଲୋକମାନେ କାଳେ କିଛି ଅପପ୍ରଚାର କରିଥିବା କଥା ସେ ଶୁଣିଥିବେ ! ଆଉ ଯଦି ଅଧିକ କଥା କହନ୍ତି- କାନ୍ଦି ପକେଇବୁ୤ ବାସ୍‌୤ ତୁ ତ କଲେଜ ଡ୍ରାମାରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲୁ୤
ସ୍ମୃତି ନୀରବ ଥିଲା୤

ନମିତା ତତ୍ତ୍ବ ବଖାଣିଲା : ବିବାହ ପରେ ଜୀବନ, ଏକ ଛଳନାପୂର୍ଣ୍ଣ ଜୀବନ୤ ବିବାହ ପରେ ପ୍ରତ୍ୟେକ ମଣିଷ ଦୁଇଟି ମଣିଷ ହେଇଯାଆନ୍ତି୤ ଭିତରେ ଗୋଟେକୁ ବାହାରେ ଗୋଟେ୤ ଆଉ ମଧ୍ୟ ବିବାହ ପରେ ସୁଖୀ ହେବାକୁ ହେଲେ ପ୍ରତ୍ୟେକ ନାରୀକୁ ଯେ କୌଣସି ପରିସ୍ଥିତିରେ ବି ହସିବାକୁ ପଡ଼ିବ୤ ସ୍ବାମୀଟି ପଛେ ଗୋଟାରଙ୍ଗେ ସ୍ତ୍ରୀର ନ ହେଉ, ସ୍ତ୍ରୀକୁ କିନ୍ତୁ ପ୍ରମାଣ କରିବାକୁ ପଡୁଥିବ ଯେ, ସେ ତାଳୁଠୁ ତଳିପା ପର୍ଯ୍ୟନ୍ତ ତା’ ସ୍ବାମୀର; ପଛେ ଛଳନାରେ ହେଉ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସଦାନନ୍ଦ ତ୍ରିପାଠୀ, ପାରାଦ୍ବୀପ, ଜଗସିଂହପୁର
ସଦାନନ୍ଦ ତ୍ରିପାଠୀ
ଗଞ୍ଜାମ ଜିଲ୍ଲାର ଶେରଗଡ଼ ନିକଟସ୍ଥ କୃପାସିନ୍ଧୁପୁରଶାସନଠାରେ, ୧୯୫୬ରେ ଜନ୍ମିତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ ନିଜର ଯୁକ୍ତିସିଦ୍ଧ ଓ ବ୍ୟଙ୍ଗାତ୍ମକ ଶୈଳୀର ଗଳ୍ପ ରଚନା ପାଇଁ ଜଣାଶୁଣା୤ ତାଙ୍କର ଗଳ୍ପରେ କଳାତ୍ମକ ସୃଜନୀଶକ୍ତି ସାଙ୍ଗକୁ ସୂକ୍ଷ୍ମ ଅବବୋଧ ପାଇଁ ହିଁ ସେ ପାଠକମାନଙ୍କର ପ୍ରିୟ୤ ତାଙ୍କର କୃତିଗୁଡ଼ିକ ମଧ୍ୟରେ, ଅନ୍ୟଜଣେ ସଦାନନ୍ଦ ତ୍ରିପାଠୀଙ୍କ ମୃତ୍ୟୁ ପରେ, ରଙ୍ଗନାଥ ଘଡ଼େଇ, ଯେଝା ବାଟରେ ଯିଏ, ବନ୍ୟା ଓ ଅନ୍ୟାନ୍ୟ, ନିଜ ନିଜ ନିୟମ, ଅପ୍ରିୟ ମଣିଷ ଓ ଅନ୍ୟାନ୍ୟ ଚରିତ୍ର, ସବୁ କିଛି ପୂର୍ବ ନିର୍ଦ୍ଧାରିତ,... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୩୯ ଆପଣଙ୍କ ମତାମତ ?

  • ୧. BIBHU PADHY |  ମେ ୧୪, ୨୦୧୧ - ୫:୧୨ ପୂର୍ବାହ୍ନ

    fantastic leisurely reading indeed!!!!!!!!!!!

  • ୨. subrat |  ମେ ୨୧, ୨୦୧୧ - ୧:୩୭ ଅପରାହ୍ନ

    Dear sir,
    Really a nice article and commendable effort.
    Though I read Odia articles occasionally, I was thoroughly impressed there is hardly any need for improvement in the thought process or articulation.
    My best wishes and hope you continue to write such master pieces. I am not a regular viewer of this website and wud appreciate if you could leave a note of your writings to my email: [email protected].
    Thanks and Best Regards,
    Subrat

  • ୩. ଭବାନି ପ୍ରସାଦ ପତି |  ମେ ୨୩, ୨୦୧୧ - ୩:୪୮ ପୂର୍ବାହ୍ନ

    ଯେତେ ଭାଷା ରେ ଗପ ପଢିଲେ ବି ଓଡିଆ ଗଳ୍ପ ର ଗୋଟେ ଅଦ୍ଭୂତ ଆକର୍ଷଣ ଅଛି । ଓଡିଆ ପ୍ରେମୀଙ୍କର ଏହି ନିରୀହ କାହାଣୀ ବାସ୍ତବିକ ହୃଦୟସ୍ପର୍ଶୀ।

  • ୪. soumya |  ଜୁନ୍ ୫, ୨୦୧୧ - ୬:୨୩ ପୂର୍ବାହ୍ନ

    This website is very good 2 use .
    Thnk u

  • ୫. pankaj |  ଜୁନ୍ ୧୪, ୨୦୧୧ - ୭:୨୮ ପୂର୍ବାହ୍ନ

    sir, really it’s a Good story……….

  • ୬. Gopal Das |  ଜୁନ୍ ୧୮, ୨୦୧୧ - ୧୨:୪୦ ଅପରାହ୍ନ

    Very nice story… I like it… Nice philosophy and great thinking…

  • ୭. partha |  ଜୁନ୍ ୨୩, ୨୦୧୧ - ୩:୫୦ ପୂର୍ବାହ୍ନ

    Bodh Hue Eha eka saraswata sadhana madhya re samajik nichhakata ku prasraya deichi

  • ୮. ସୁଦର୍ଶନ ସାହୁ |  ଜୁନ୍ ୩୦, ୨୦୧୧ - ୨:୫୬ ପୂର୍ବାହ୍ନ

    ସତ ରେ ଏ ଗଳ୍ପ ଏକ ଚିନ୍ତା ଓ ଚେତନା ଉଦ୍‌ବୁଦ୍ଧକାରୀ ସାମାଜିକ ସଂସ୍କାର ପ୍ରଣୋଦିତ ଆଲେଖ୍ୟ ଟିଏ…

  • ୯. chittaranjan mishra |  ଜୁଲାଇ ୭, ୨୦୧୧ - ୧୨:୦୬ ଅପରାହ୍ନ

    It is a great website containing fabulous potential and promise.
    Kindly place some Oriya classics on this, too.

  • ୧୦. ଅଜୟ, କାବୁଲ୍ , ଆଫଗାନିସ୍ଥାନ |  ଜୁଲାଇ ୧୬, ୨୦୧୧ - ୮:୨୭ ପୂର୍ବାହ୍ନ

    ବହୁତ୍ ଭଲ ଲାଗିଲା, ଏତେ ବଢିଆ …………………. ପ୍ରକାଶ କରିହେବ ନାହି…………………………..

  • ୧୧. manoranjan Panigrahi |  ଜୁଲାଇ ୨୩, ୨୦୧୧ - ୧:୦୬ ଅପରାହ୍ନ

    Really Sir,
    It’s a good story. Worth reading

  • ୧୨. ତ୍ରିଲୋଚନ ଦାଶ |  ଜୁଲାଇ ୨୬, ୨୦୧୧ - ୧:୫୫ ଅପରାହ୍ନ

    ଗପ ଟି ଉଚ୍ଚକୋଟୀର ହୋଇପାରିଛି ୤ ବାସ୍ତବିକ୍ କିଛି କଥାରେ ମିଛ ର ଅବଧାରଣା ଠିକ୍ ହୋଇପାରେ କିନ୍ତୁ ସତ୍ୟ ଓ ପାରସ୍ପରିକ ବିଶ୍ବାସ ମଧ୍ୟ ପାରିବାରିକ ସମ୍ପର୍କ କୁ ଦୃଢ କରିଥାଏ ୤

  • ୧୩. Dipankar Sahu |  ଜୁଲାଇ ୩୧, ୨୦୧୧ - ୧୦:୫୯ ପୂର୍ବାହ୍ନ

    The female character of the story is really lucky. I am not a person thinking negatively always. But I seriously do wish if we all are like Sridev of this Story. We have seen the other pictures only till now.
    Thank you for the nice story.

  • ୧୪. mohan mallick |  ଅଗଷ୍ଟ୍ ୯, ୨୦୧୧ - ୫:୨୬ ପୂର୍ବାହ୍ନ

    i dont like the lady character. sir i dont understand how a girl certainly change after her mirage . like smruti in this story. they love what they have. like she loves somu before mirage bcoz sonu is with her that time and now she loves dev. bcoz dev is now with her . really i hate this type of love of a girl.

  • ୧୫. jyotiranjansahoo |  ଅଗଷ୍ଟ୍ ୧୧, ୨୦୧୧ - ୯:୪୬ ପୂର୍ବାହ୍ନ

    thank you for nice proposal

  • ୧୬. ଜ୍ୟୋତି ପ୍ରକାଶ ସାହୁ |  ଅଗଷ୍ଟ୍ ୨୩, ୨୦୧୧ - ୬:୧୪ ପୂର୍ବାହ୍ନ

    ବାସ୍ତବରେ ଏହି ଗପଟି ହ୍ରୁଦୟସ୍ପର୍ଶି ହୋଇପାରିଛି ୤ ପ୍ରେମ ସମ୍ପର୍କରେ ଏହି ବାସ୍ତବ ସତ୍ୟର ପ୍ରକାଶ ଗପଟିର ମାନକୁ ଉଚ୍ଚ କରିଛି

  • ୧୭. Bijan Ray |  ସେପ୍ଟେମ୍ବର୍ ୧୭, ୨୦୧୧ - ୨:୩୯ ପୂର୍ବାହ୍ନ

    ଭଲ ଗଲ୍ପ.

  • ୧୮. ଶ୍ରୀକାନ୍ତ ତ୍ରିପାଠୀ, ସ୍ବାମପାଟଣା, କେନ୍ଦୁଝର, ଓ଼ଡିଶା |  ଅକ୍ଟୋବର୍ ୬, ୨୦୧୧ - ୪:୫୮ ପୂର୍ବାହ୍ନ

    ଗପଟି ଖୁବ ଉଚ୍ଚ କୋଟୀର ହୋଇଛି ୤

  • ୧୯. manas kumar giri |  ଅକ୍ଟୋବର୍ ୬, ୨୦୧୧ - ୭:୫୫ ଅପରାହ୍ନ

    ସତ ରେ ଏ ଗଳ୍ପ ବହୁତ ଭଲ,

  • ୨୦. Mahendra |  ଅକ୍ଟୋବର୍ ୨୬, ୨୦୧୧ - ୪:୪୦ ପୂର୍ବାହ୍ନ

    Really a nice story..

  • ୨୧. ଆନାରଂଜନ ବେହେରା କଳକଳା ଯାଜପୁର |  ଅକ୍ଟୋବର୍ ୩୦, ୨୦୧୧ - ୩:୩୪ ପୂର୍ବାହ୍ନ

    ମୁଁ ଆନାରଂଜନ(କାଳିଆ) ଗୁଜୁରାଟର ଦମନ ଦିଉ ସହରରେ ମେକାନିକାଲ ଫିଟର ଭାବେ କାଯ୍ୟକରୁଛି ଅବସର ସମୟରେ ଆପଣଙ୍କର ଗଳ୍ପ ଗୁଡିକୁ ମୋର ଓଡିଆ ଭାଈମାନଙ୍କୁ ବେଶ ଆନନ୍ଦ ପ୍ରଦାନ କରିପାରୁଛି (ତପନ ଛାଟୋଇ .ଅମିତ ବେହେରା .ର୍ନସିଙ୍ଗ. ସଂଜୟ ମଲ୍ଲିକ. ପ୍ରବେଶ ମହାରଣା. ତ୍ରିଲୋଚନ . କେତନ. ଆଲୋକ.) ସମସ୍ତଙ୍କ ତରଫରୁ ଅଶେଷ ଧନ୍ୟବାଦ

  • ୨୨. ରମେଶ ଚନ୍ଦ୍ର ଭୋଇ. |  ନଭେମ୍ବର୍ ୧୨, ୨୦୧୧ - ୩:୨୬ ପୂର୍ବାହ୍ନ

    ରମେଶ ଚନ୍ଦ୍ର ଭୋଇ.

  • ୨୩. ହିମାଂଶୁ ରଞ୍ଜନ ଦାଶ୍ |  ଜାନୁଆରୀ ୬, ୨୦୧୨ - ୧:୪୮ ପୂର୍ବାହ୍ନ

    ଭଲ ଗଲ୍ପ

  • ୨୪. ଅଶୋକ କୁମର ପାତ୍ର |  ଫେବୃଆରୀ ୨୨, ୨୦୧୨ - ୨:୩୮ ପୂର୍ବାହ୍ନ

    ବହୁତ ବଢିଆ ଲାଗିଲା ଗପ ଟି ପଢି

  • ୨୫. ଅକ୍ଷୟ୍ କୁମାର ସି,ବାରିପଦା |  ମାର୍ଚ୍ଚ୍ ୧୧, ୨୦୧୨ - ୧୦:୩୭ ପୂର୍ବାହ୍ନ

    ଖୁବ ବଢିଆ, ଅଶେଷ ଅଶେଷ ଧନ୍ୟବାଦ୤

  • ୨୬. Jillu nanda |  ମାର୍ଚ୍ଚ୍ ୧୩, ୨୦୧୨ - ୨:୦୪ ପୂର୍ବାହ୍ନ

    Kana heichi ma!!!!

  • ୨୭. Priyanka Sen |  ମାର୍ଚ୍ଚ୍ ୧୮, ୨୦୧୨ - ୫:୩୧ ପୂର୍ବାହ୍ନ

    Really very very nice story….a clear image of divine luv……….

  • ୨୮. srinibas |  ମାର୍ଚ୍ଚ୍ ୧୯, ୨୦୧୨ - ୨:୦୧ ପୂର୍ବାହ୍ନ

    ଭଲ ପାଇବା ସମସ୍ତଙ୍କ ପାଖରେ ସମ୍ଭବ ଥାଏ, ମାତ୍ର ଭଲ ପାଉଥାବା ମଣିଷ କୁ ପାଇବା ନୁହେଁ ୤ ବହୁତ ଭଲ ଲାଗିଲା ଆଉ ବୁଝିହେଲାଯେ ଭଲ ପାଇବାର କେବଳ ଗୋଟିଏ ରୁପ ନଥାଏ – ପ୍ରେମିକା୤

  • ୨୯. subash behera |  ମେ ୯, ୨୦୧୨ - ୧:୦୪ ପୂର୍ବାହ୍ନ

    Dear sir it is a really nice story,its tough the heart

  • ୩୦. ପବିତ୍ର କୁମାର ନନ୍ଦ |  ମେ ୧୨, ୨୦୧୨ - ୧୧:୩୧ ଅପରାହ୍ନ

    ଗପ ବଢିଆ ହୋଇଛି.

  • ୩୧. Raju |  ଜାନୁଆରୀ ୨୨, ୨୦୧୩ - ୬:୩୪ ପୂର୍ବାହ୍ନ

    Nice story!!!!!!!!

  • ୩୨. Rashmita Nayak, Bhubaneswar |  ମାର୍ଚ୍ଚ୍ ୧୫, ୨୦୧୩ - ୫:୧୪ ପୂର୍ବାହ୍ନ

    ବହୁତ ବହୁତ୍ ଭଲ ଲଗିଲ‍…… thanque very much for this nice story.

  • ୩୩. ସନ୍ତୋଷ କୁମାର ସାହୁ(ଗୁଡୁ), କଟକ ଓଡିଶା |  ସେପ୍ଟେମ୍ବର୍ ୩୦, ୨୦୧୩ - ୪:୦୯ ପୂର୍ବାହ୍ନ

    ମୋର କାହାଣୀର ଓଲଟା ଏହି କାହାଣୀ । ବହୁତ ଭଲ ଲାଗିଲା ।

  • ୩୪. ନବଦୀପ ରନବିଡା, ସୋନପୁର, ଓଡ଼ିଶା |  ଏପ୍ରିଲ୍ ୨୦, ୨୦୧୪ - ୧୦:୩୪ ପୂର୍ବାହ୍ନ

    ବାସ୍ତବିକ ସମାଜ ପ୍ରତି “ପ୍ରେମିକା” ଗଳ୍ପଟିର ବାର୍ତ୍ତାର ଯୌକ୍ତିକତା ରହିଛି । ଶ୍ରୀଦେବ ଓ ସ୍ମୃତି ଭଳି ଚରିତ୍ର ଗଳ୍ପକୁ ସାର୍ଥକ କରିଛନ୍ତି । ବିବାହର ପୂର୍ବ କଥା ତେଣିକି ଥାଉ, ସ୍ମୃତି ଭଳି ସରଳ ଓ ନିଷ୍କପଟ ଏବଂ ଶ୍ରୀଦେବ ଭଳି ଉଦାର ହୃଦୟବତ୍ତା ବୈବାହିକ ଜୀବନକୁ ସରସ ଓ ସୁନ୍ଦର କରି ଗଢ଼ିତୋଳେ । ତାଛଡା ସୋମୁର ଉତ୍ସ୍ୟୋର୍ଗିକତା ତା’ର ମହାନତାର ପ୍ରତିକ । ପରିସ୍ଥିତିର ସୁଅରେ ମଣିଷକୁ ଭାସିବାକୁ ପଡ଼ିଥାଏ ।

    ଉକ୍ତ ଗଳ୍ପ ପାଇଁ ସଦାନନ୍ଦ ସାର୍ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ।

  • ୩୫. Naresh, Cuttack |  ଜୁନ୍ ୧୪, ୨୦୧୪ - ୧୨:୫୬ ଅପରାହ୍ନ

    Nice Article

  • ୩୬. ତପନ ଲେଙ୍କା, ଆସ୍କା,ଗଂଜାମ,ଓଡିଶା |  ଜୁନ୍ ୨୩, ୨୦୧୪ - ୭:୫୬ ପୂର୍ବାହ୍ନ

    ଭଲ ଲାଗିଲା ପଢ଼ିକି……

  • ୩୭. satyabrata mohanty, paralakhemundi,odisha |  ଜୁଲାଇ ୨, ୨୦୧୪ - ୧:୪୧ ଅପରାହ୍ନ

    heipare sata.hele gote katha aje be sata banchiche.micha re banchiba apaikhaya saha kahe mareba serya.

  • ୩୮. ସମିର କୁମାର ସାହୁ, ଓଡିଶା |  ଅକ୍ଟୋବର୍ ୨୫, ୨୦୧୫ - ୧୨:୩୨ ଅପରାହ୍ନ

    ଏହି ପରି ଲେଖୁଥାଅ, ପଢିବାକୁ ଭଲ ଲାଗେ

  • ୩୯. ଶରତ ଚନ୍ଦ୍ର ପଣ୍ଡା, ଆସିକା, ସୁନାମ୍ବ ସାହି, ଗଞ୍ଜାମ, ଓଡିଶା  |  ମାର୍ଚ୍ଚ୍ ୧୪, ୨୦୧୭ - ୫:୧୨ ପୂର୍ବାହ୍ନ

    ଏହି ଲେଖା ଖୁବ ଉଚକୋଟିର, ଆକର୍ଷଣୀୟ ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤