ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଶୈଳେନ୍ଦ୍ର କୁମାର ଜେନା
ମନୋଜ ଦାସ
ଗୋପୀନାଥ ମହାନ୍ତି
ସୁଧାଂଶୁ ଶେଖର ପାତ୍ର
ଦେବେନ୍ଦ୍ର ମହାନ୍ତି
ଫକୀରମୋହନ ସେନାପତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ପ୍ରେମିକା
 |- ସଦାନନ୍ଦ ତ୍ରିପାଠୀ
 
 
ତା: ମେ ୧୨, ୨୦୧୧  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

କିଛି ସମୟ ନୀରବରେ ମୁଣ୍ଡ ପୋତି ବସିରହିବା ପରେ ଖୁବ୍‌ କଷ୍ଟସାଧ୍ୟ ଭାବେ ମ୍ରିୟମାଣ କଣ୍ଠରେ ସେ ପ୍ରଶ୍ନକଲା : ଚିଠିଟି ମତେ ଦେଖାଇବା ପୂର୍ବରୁ ଚିରିଦେଲ ?
ଶ୍ରୀଦେବ ତା’ ସ୍ବରର ଅଭିମାନକୁ ଚିହ୍ନିଲେ୤ କହିଲେ : ହଁ ୤ ପାଇସାରି ପଢ଼ିବାପରେ ହିଁ ମୁଁ ସେଇଟିକୁ ଚିରିଦେଇଚି୤ କାରଣ ମୁଁ ଅଯଥା ଦୁଶ୍ଚିନ୍ତା ଭିତରେ ରହିବାକୁ କେବେ ହେଁ ପସନ୍ଦ କରେନା୤ ତା’ ଛଡ଼ା, ତମ ସହିତ ମୋର ନିର୍ବନ୍ଧ ହେଇସାରିଥିଲେ ବି ବିବାହ ହୁଏତ ନ ହେଇପାରିଥାନ୍ତା ମଧ୍ୟ ! ଏବଂ ମୁଁ ତୁମକୁ ବିବାହ କରିବାକୁ ଚାହୁଁଥିଲି୤

: ଚିଠି ପାଇବା ପରେ ବି ?
: ଚିଠି ଲେଖିଥିବା ଲୋକକୁ ମୁଁ ଜାଣେନାହିଁ୤ ତା’ର ଉଦ୍ଦେଶ୍ୟ ମଧ୍ୟ ଜାଣେନା୤ ସେ ଲେଖିଥିବା କଥା ମିଛ ବି ହେଇପାରିଥା’ନ୍ତା ! ଏମିତି କି ମୁଁ ଯଦି ତୁମକୁ ପଚାରିଥାନ୍ତି, ସୋମୁ ସହ ତମ ସମ୍ପର୍କ କଥା, ତମେ ମଧ୍ୟ ନିର୍ବିକାର ଭାବେ କହି ପାରିଥା’ନ୍ତ ଯେ, ତମେ ସେଇ ନାଁର କୌଣସି ଲୋକକୁ ଚିହ୍ନିନାହଁ୤ ହଁ, ଅବଶ୍ୟ ସେ ଚିଠିରେ ଲେଖାଥିଲା, ମୁଁ ଯଦି ତୁମକୁ ସୋମୁ କଥା ପଚାରେ କେବେ, ତା’ହେଲେ ତମେ ସେଇ ନାଁରେ ଜଣେ ଲୋକକୁ ଏମିତି କେବଳ ଚିହ୍ନିଚ ବୋଲି କହିପାର, ଯେମିତି ସମସ୍ତଙ୍କର କିଛି ଚିହ୍ନାଲୋକ ଥାଆନ୍ତି, ଅଥଚ ସମ୍ପର୍କ ପ୍ରାୟ ନ ଥାଏ୤ କାହିଁ ? ବରଂ ମୁଁ କିଛି ପଚାରିବା ପୂର୍ବରୁ ତମେ ନିଜେ ସେଇ କଥା କହୁଚ ! ମୁଁ ଜାଣିପାରିଚି, ତମେ ଖୁବ୍‌ ନିର୍ମଳ ଓ ଉଜ୍ଜ୍ବଳ୤ ମୁଁ ଖୁସି୤

ସ୍ମୃତି କାନ୍ଦକାନ୍ଦ ହେଇଗଲା୤ ଏତେ ଦିନ ପରେ ପ୍ରଥମ ଥର ପାଇଁ ସ୍ବେଚ୍ଛାକୃତ ଭାବେ ସେ ଶ୍ରୀଦେବଙ୍କ ଛାତିରେ ଆଉଜିପଡ଼ିଲା୤
ଶ୍ରୀଦେବ କହିଲେ : ସ୍ମୃତି ! ତଥାପି ବିବାହ ବେଦୀ ପର୍ଯ୍ୟନ୍ତ ବି ମୁଁ ପ୍ରସ୍ତୁତ ଥିଲି, କାଳେ କିଛି ଅଘଟଣ ଘଟିପାରେ୤ କିନ୍ତୁ ମୁଁ ଆଶା କରୁଥିଲି, ନିର୍ବନ୍ଧ ପାଇଁ ତମେ ଯେତେବେଳେ ରାଜି ହେଇଚ, ବିବାହ କରିବାରେ ବି ତମର କିଛି ଆପତ୍ତି ନ ଥିବ୤ ଆଉ ମଧ୍ୟ, ତମେ ତ ଜାଣିଚ, ବିବାହ ବେଦୀରେ ଶିଶୁପାଳ ହେବା ଓ ନିର୍ବନ୍ଧ ପରେ ଶିଶୁପାଳ ହେବା ଏକାକଥା୤ ସେମିତି କୌଣସି ଅଘଟଣ ଘଟିବାକୁ ପ୍ରଶ୍ରୟ ନ ଦେଇ ତମେ ମତେ ଯେତେ ଦୂର ଅସମ୍ମାନିତ ହେବାରୁ ବଞ୍ଚାଇଛ, ସେଥିପାଇଁ ମୁଁ ତମଠାରେ କୃତଜ୍ଞ୤

ଏଥର ସ୍ମୃତି ପ୍ରକୃତିରେ କାନ୍ଦିପକାଇଲା ଅସହ୍ୟ ଭାବାବେଗରେ୤
ଶ୍ରୀଦେବ ତା’ର ମୁଣ୍ଡ ଆଉଁଷିଲେ୤ କହିଲେ : ପ୍ରେମର କୌଣସି ପରିଭାଷା ଦେବାପାଇଁ ମୁଁ ନିହାତି ଅକିଞ୍ଚନ୤ କିନ୍ତୁ ମୁଁ ଗୋଟିଏ ବିଚିତ୍ର ପ୍ରେମ କାହାଣୀ ଶୁଣିଚି୤ ଏମିତି ଭାବେ ମଧ୍ୟ ପ୍ରେମ ସମ୍ପର୍କ ଗଢ଼ିଉଠିପାରେ୤ ଝିଅ ଦେଖା କରିବାକୁ ଆସୁଥିବା ଲୋକମାନଙ୍କ ସାମନାକୁ ବାରମ୍ବାର ଆସି ସୁଦ୍ଧା ବିବାହଯୋଗ୍ୟ ଝିଅଟିଏ କୌଣସି ନା କୌଣସି କାରଣରୁ ନିଜର ଯୋଗ୍ୟତା ପ୍ରମାଣ କରିପାରୁ ନ ଥିଲା୤ ଶେଷରେ ସେ ଏମିତି ଏକ ବରପାତ୍ର ସାମନାକୁ ଆସିଲା, ଯା’ର ଗୁରୁଜନମାନେ ତାକୁ ପସନ୍ଦ ନ କଲେ ବି ନିଜେ ବରପାତ୍ରଟି ତାକୁ ପସନ୍ଦ କରିଥିଲା ଓ ଭଲପାଇବା ଆରମ୍ଭ କରିଦେଲା୤ ଝିଅଟି ତା’ର ସେଇ କୁଟାଖିଅ-ପ୍ରେମିକଟିକୁ ଅନେକ ଚିଠି ଲେଖିଲା, ଆବେଗର ଲୁହରେ ଭିଜାଇ ଦେଲା ତା’ ହୃଦୟ ! ଅବଶ୍ୟ ସେ ଦୁହେଁ ପରସ୍ପରକୁ ବାହା ହେଇପାରିଲେ ନାହିଁ୤

ଶ୍ରୀଦେବ ବିରାମ ନେଲେ ଓ କହିଲେ : ଧରିନିଅ ଖଣ୍ଡେ ଜାମା କିଣିବା ପାଇଁ ମୁଁ ଦୋକାନକୁ ଗଲି୤ ମୁଁ ଯେଉଁ ଜାମାଟି ପସନ୍ଦ କଲି, ତାହା କିଣିପାରି ନ ଥିଲେ ବି ଅନ୍ୟ କେହି ଯେ ସେ ଜାମାଟିକୁ ପସନ୍ଦ କରି ନ ଥିବ, ଏମିତି ତ କିଛି ମାନେ ନାଇଁ ! ତେବେ କଥା କହିପାରୁଥିଲେ, ହୁଏତ ଜାମାଟି କହିଥାନ୍ତା, ମୋର ଶୋଭା ବର୍ଦ୍ଧନ କରିବାକୁ ସେ ମୋ ସହିତ ରହନ୍ତା; ଯେମିତି ତମେ ଏଇନା ମୋର ମର୍ଯ୍ୟାଦା ବଢ଼ାଉଛ ! କହିସାରି ଶ୍ରୀଦେବ ପ୍ରାଣ ଖୋଲି ହସିଲେ୤

ସ୍ମୃତି ଲୁହ ପୋଛି କହିଲା : ଦେବ୍ ! ମୁଁ ଏତେ ବେଶୀ ଉଦାରତା ସହିପାରୁ ନାହିଁ!
ଶ୍ରୀଦେବ ଗମ୍ଭୀର ହେଲେ୤ କହିଲେ : ଉଦାରତା ନୁହେଁ ସ୍ମୃତି, ମୋର ବରଂ ଗୋଟେ ପ୍ରକାର ବ୍ୟାକୁଳ ଅଭିଳାଷ ଥିଲା, ମୋର ତମ ଭଳି ପ୍ରେମିକାଟିଏ ଥାଆନ୍ତା ! କାରଣ ବେନାମୀ ଚିଠିଟି ପାଇବା ପରେ ମୁଁ ସୋମୁ ପାଖକୁ ଯାଇଥିଲି୤
ସ୍ମୃତି ଅଚାନକ ପଚାରିଦେଲା : ଚିଠିଟି କ’ଣ ସୋମୁ ଲେଖିଥିଲେ ?
ଶ୍ରୀଦେବ ଆଶ୍ଚର୍ଯ୍ୟାନ୍ବିତ ହେଲେ : ସୋମୁ ସମ୍ପର୍କରେ ତମ ଧାରଣା କ’ଣ ପ୍ରକୃତରେ ଏତେ ନ୍ୟୂନ ? ତମେ କ’ଣ ପ୍ରକୃତରେ ଭାବିପାରୁଚ ଯେ, ସୋମୁ ଏମିତି ଗୋଟିଏ ଚିଠି କେବେ ଲେଖିପାରନ୍ତି ?
ସ୍ମୃତି ଟିକିଏ ମ୍ଳାନ ଜଣାପଡ଼ିଲା୤
ଟିକିଏ ବିରାମ ନେଇ, ସ୍ମୃତିର ଆଖିରେ ଆଖି ରଖି, ଶ୍ରୀଦେବ କହିଲେ : ଜାଣ ସ୍ମୃତି ? ସୋମୁ ତାଙ୍କ ଘରର କାନ୍ଥରେ ଗୋଟିଏ ତୈଳଚିତ୍ର ଟାଙ୍ଗିଛନ୍ତି ! ଚିତ୍ରଟି ତୁମର୤ ଚିତ୍ର ତଳେ ଲେଖାହେଇଚି, “ତମେ ହେଲେ ମୋ ମାଆ ହେଇ ଜନ୍ମ ହେଇଥା’ନ୍ତ୤”

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସଦାନନ୍ଦ ତ୍ରିପାଠୀ, ପାରାଦ୍ବୀପ, ଜଗସିଂହପୁର
ସଦାନନ୍ଦ ତ୍ରିପାଠୀ
ଗଞ୍ଜାମ ଜିଲ୍ଲାର ଶେରଗଡ଼ ନିକଟସ୍ଥ କୃପାସିନ୍ଧୁପୁରଶାସନଠାରେ, ୧୯୫୬ରେ ଜନ୍ମିତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ ନିଜର ଯୁକ୍ତିସିଦ୍ଧ ଓ ବ୍ୟଙ୍ଗାତ୍ମକ ଶୈଳୀର ଗଳ୍ପ ରଚନା ପାଇଁ ଜଣାଶୁଣା୤ ତାଙ୍କର ଗଳ୍ପରେ କଳାତ୍ମକ ସୃଜନୀଶକ୍ତି ସାଙ୍ଗକୁ ସୂକ୍ଷ୍ମ ଅବବୋଧ ପାଇଁ ହିଁ ସେ ପାଠକମାନଙ୍କର ପ୍ରିୟ୤ ତାଙ୍କର କୃତିଗୁଡ଼ିକ ମଧ୍ୟରେ, ଅନ୍ୟଜଣେ ସଦାନନ୍ଦ ତ୍ରିପାଠୀଙ୍କ ମୃତ୍ୟୁ ପରେ, ରଙ୍ଗନାଥ ଘଡ଼େଇ, ଯେଝା ବାଟରେ ଯିଏ, ବନ୍ୟା ଓ ଅନ୍ୟାନ୍ୟ, ନିଜ ନିଜ ନିୟମ, ଅପ୍ରିୟ ମଣିଷ ଓ ଅନ୍ୟାନ୍ୟ ଚରିତ୍ର, ସବୁ କିଛି ପୂର୍ବ ନିର୍ଦ୍ଧାରିତ,... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୩୯ ଆପଣଙ୍କ ମତାମତ ?

  • ୧. BIBHU PADHY |  ମେ ୧୪, ୨୦୧୧ - ୫:୧୨ ପୂର୍ବାହ୍ନ

    fantastic leisurely reading indeed!!!!!!!!!!!

  • ୨. subrat |  ମେ ୨୧, ୨୦୧୧ - ୧:୩୭ ଅପରାହ୍ନ

    Dear sir,
    Really a nice article and commendable effort.
    Though I read Odia articles occasionally, I was thoroughly impressed there is hardly any need for improvement in the thought process or articulation.
    My best wishes and hope you continue to write such master pieces. I am not a regular viewer of this website and wud appreciate if you could leave a note of your writings to my email: [email protected].
    Thanks and Best Regards,
    Subrat

  • ୩. ଭବାନି ପ୍ରସାଦ ପତି |  ମେ ୨୩, ୨୦୧୧ - ୩:୪୮ ପୂର୍ବାହ୍ନ

    ଯେତେ ଭାଷା ରେ ଗପ ପଢିଲେ ବି ଓଡିଆ ଗଳ୍ପ ର ଗୋଟେ ଅଦ୍ଭୂତ ଆକର୍ଷଣ ଅଛି । ଓଡିଆ ପ୍ରେମୀଙ୍କର ଏହି ନିରୀହ କାହାଣୀ ବାସ୍ତବିକ ହୃଦୟସ୍ପର୍ଶୀ।

  • ୪. soumya |  ଜୁନ୍ ୫, ୨୦୧୧ - ୬:୨୩ ପୂର୍ବାହ୍ନ

    This website is very good 2 use .
    Thnk u

  • ୫. pankaj |  ଜୁନ୍ ୧୪, ୨୦୧୧ - ୭:୨୮ ପୂର୍ବାହ୍ନ

    sir, really it’s a Good story……….

  • ୬. Gopal Das |  ଜୁନ୍ ୧୮, ୨୦୧୧ - ୧୨:୪୦ ଅପରାହ୍ନ

    Very nice story… I like it… Nice philosophy and great thinking…

  • ୭. partha |  ଜୁନ୍ ୨୩, ୨୦୧୧ - ୩:୫୦ ପୂର୍ବାହ୍ନ

    Bodh Hue Eha eka saraswata sadhana madhya re samajik nichhakata ku prasraya deichi

  • ୮. ସୁଦର୍ଶନ ସାହୁ |  ଜୁନ୍ ୩୦, ୨୦୧୧ - ୨:୫୬ ପୂର୍ବାହ୍ନ

    ସତ ରେ ଏ ଗଳ୍ପ ଏକ ଚିନ୍ତା ଓ ଚେତନା ଉଦ୍‌ବୁଦ୍ଧକାରୀ ସାମାଜିକ ସଂସ୍କାର ପ୍ରଣୋଦିତ ଆଲେଖ୍ୟ ଟିଏ…

  • ୯. chittaranjan mishra |  ଜୁଲାଇ ୭, ୨୦୧୧ - ୧୨:୦୬ ଅପରାହ୍ନ

    It is a great website containing fabulous potential and promise.
    Kindly place some Oriya classics on this, too.

  • ୧୦. ଅଜୟ, କାବୁଲ୍ , ଆଫଗାନିସ୍ଥାନ |  ଜୁଲାଇ ୧୬, ୨୦୧୧ - ୮:୨୭ ପୂର୍ବାହ୍ନ

    ବହୁତ୍ ଭଲ ଲାଗିଲା, ଏତେ ବଢିଆ …………………. ପ୍ରକାଶ କରିହେବ ନାହି…………………………..

  • ୧୧. manoranjan Panigrahi |  ଜୁଲାଇ ୨୩, ୨୦୧୧ - ୧:୦୬ ଅପରାହ୍ନ

    Really Sir,
    It’s a good story. Worth reading

  • ୧୨. ତ୍ରିଲୋଚନ ଦାଶ |  ଜୁଲାଇ ୨୬, ୨୦୧୧ - ୧:୫୫ ଅପରାହ୍ନ

    ଗପ ଟି ଉଚ୍ଚକୋଟୀର ହୋଇପାରିଛି ୤ ବାସ୍ତବିକ୍ କିଛି କଥାରେ ମିଛ ର ଅବଧାରଣା ଠିକ୍ ହୋଇପାରେ କିନ୍ତୁ ସତ୍ୟ ଓ ପାରସ୍ପରିକ ବିଶ୍ବାସ ମଧ୍ୟ ପାରିବାରିକ ସମ୍ପର୍କ କୁ ଦୃଢ କରିଥାଏ ୤

  • ୧୩. Dipankar Sahu |  ଜୁଲାଇ ୩୧, ୨୦୧୧ - ୧୦:୫୯ ପୂର୍ବାହ୍ନ

    The female character of the story is really lucky. I am not a person thinking negatively always. But I seriously do wish if we all are like Sridev of this Story. We have seen the other pictures only till now.
    Thank you for the nice story.

  • ୧୪. mohan mallick |  ଅଗଷ୍ଟ୍ ୯, ୨୦୧୧ - ୫:୨୬ ପୂର୍ବାହ୍ନ

    i dont like the lady character. sir i dont understand how a girl certainly change after her mirage . like smruti in this story. they love what they have. like she loves somu before mirage bcoz sonu is with her that time and now she loves dev. bcoz dev is now with her . really i hate this type of love of a girl.

  • ୧୫. jyotiranjansahoo |  ଅଗଷ୍ଟ୍ ୧୧, ୨୦୧୧ - ୯:୪୬ ପୂର୍ବାହ୍ନ

    thank you for nice proposal

  • ୧୬. ଜ୍ୟୋତି ପ୍ରକାଶ ସାହୁ |  ଅଗଷ୍ଟ୍ ୨୩, ୨୦୧୧ - ୬:୧୪ ପୂର୍ବାହ୍ନ

    ବାସ୍ତବରେ ଏହି ଗପଟି ହ୍ରୁଦୟସ୍ପର୍ଶି ହୋଇପାରିଛି ୤ ପ୍ରେମ ସମ୍ପର୍କରେ ଏହି ବାସ୍ତବ ସତ୍ୟର ପ୍ରକାଶ ଗପଟିର ମାନକୁ ଉଚ୍ଚ କରିଛି

  • ୧୭. Bijan Ray |  ସେପ୍ଟେମ୍ବର୍ ୧୭, ୨୦୧୧ - ୨:୩୯ ପୂର୍ବାହ୍ନ

    ଭଲ ଗଲ୍ପ.

  • ୧୮. ଶ୍ରୀକାନ୍ତ ତ୍ରିପାଠୀ, ସ୍ବାମପାଟଣା, କେନ୍ଦୁଝର, ଓ଼ଡିଶା |  ଅକ୍ଟୋବର୍ ୬, ୨୦୧୧ - ୪:୫୮ ପୂର୍ବାହ୍ନ

    ଗପଟି ଖୁବ ଉଚ୍ଚ କୋଟୀର ହୋଇଛି ୤

  • ୧୯. manas kumar giri |  ଅକ୍ଟୋବର୍ ୬, ୨୦୧୧ - ୭:୫୫ ଅପରାହ୍ନ

    ସତ ରେ ଏ ଗଳ୍ପ ବହୁତ ଭଲ,

  • ୨୦. Mahendra |  ଅକ୍ଟୋବର୍ ୨୬, ୨୦୧୧ - ୪:୪୦ ପୂର୍ବାହ୍ନ

    Really a nice story..

  • ୨୧. ଆନାରଂଜନ ବେହେରା କଳକଳା ଯାଜପୁର |  ଅକ୍ଟୋବର୍ ୩୦, ୨୦୧୧ - ୩:୩୪ ପୂର୍ବାହ୍ନ

    ମୁଁ ଆନାରଂଜନ(କାଳିଆ) ଗୁଜୁରାଟର ଦମନ ଦିଉ ସହରରେ ମେକାନିକାଲ ଫିଟର ଭାବେ କାଯ୍ୟକରୁଛି ଅବସର ସମୟରେ ଆପଣଙ୍କର ଗଳ୍ପ ଗୁଡିକୁ ମୋର ଓଡିଆ ଭାଈମାନଙ୍କୁ ବେଶ ଆନନ୍ଦ ପ୍ରଦାନ କରିପାରୁଛି (ତପନ ଛାଟୋଇ .ଅମିତ ବେହେରା .ର୍ନସିଙ୍ଗ. ସଂଜୟ ମଲ୍ଲିକ. ପ୍ରବେଶ ମହାରଣା. ତ୍ରିଲୋଚନ . କେତନ. ଆଲୋକ.) ସମସ୍ତଙ୍କ ତରଫରୁ ଅଶେଷ ଧନ୍ୟବାଦ

  • ୨୨. ରମେଶ ଚନ୍ଦ୍ର ଭୋଇ. |  ନଭେମ୍ବର୍ ୧୨, ୨୦୧୧ - ୩:୨୬ ପୂର୍ବାହ୍ନ

    ରମେଶ ଚନ୍ଦ୍ର ଭୋଇ.

  • ୨୩. ହିମାଂଶୁ ରଞ୍ଜନ ଦାଶ୍ |  ଜାନୁଆରୀ ୬, ୨୦୧୨ - ୧:୪୮ ପୂର୍ବାହ୍ନ

    ଭଲ ଗଲ୍ପ

  • ୨୪. ଅଶୋକ କୁମର ପାତ୍ର |  ଫେବୃଆରୀ ୨୨, ୨୦୧୨ - ୨:୩୮ ପୂର୍ବାହ୍ନ

    ବହୁତ ବଢିଆ ଲାଗିଲା ଗପ ଟି ପଢି

  • ୨୫. ଅକ୍ଷୟ୍ କୁମାର ସି,ବାରିପଦା |  ମାର୍ଚ୍ଚ୍ ୧୧, ୨୦୧୨ - ୧୦:୩୭ ପୂର୍ବାହ୍ନ

    ଖୁବ ବଢିଆ, ଅଶେଷ ଅଶେଷ ଧନ୍ୟବାଦ୤

  • ୨୬. Jillu nanda |  ମାର୍ଚ୍ଚ୍ ୧୩, ୨୦୧୨ - ୨:୦୪ ପୂର୍ବାହ୍ନ

    Kana heichi ma!!!!

  • ୨୭. Priyanka Sen |  ମାର୍ଚ୍ଚ୍ ୧୮, ୨୦୧୨ - ୫:୩୧ ପୂର୍ବାହ୍ନ

    Really very very nice story….a clear image of divine luv……….

  • ୨୮. srinibas |  ମାର୍ଚ୍ଚ୍ ୧୯, ୨୦୧୨ - ୨:୦୧ ପୂର୍ବାହ୍ନ

    ଭଲ ପାଇବା ସମସ୍ତଙ୍କ ପାଖରେ ସମ୍ଭବ ଥାଏ, ମାତ୍ର ଭଲ ପାଉଥାବା ମଣିଷ କୁ ପାଇବା ନୁହେଁ ୤ ବହୁତ ଭଲ ଲାଗିଲା ଆଉ ବୁଝିହେଲାଯେ ଭଲ ପାଇବାର କେବଳ ଗୋଟିଏ ରୁପ ନଥାଏ – ପ୍ରେମିକା୤

  • ୨୯. subash behera |  ମେ ୯, ୨୦୧୨ - ୧:୦୪ ପୂର୍ବାହ୍ନ

    Dear sir it is a really nice story,its tough the heart

  • ୩୦. ପବିତ୍ର କୁମାର ନନ୍ଦ |  ମେ ୧୨, ୨୦୧୨ - ୧୧:୩୧ ଅପରାହ୍ନ

    ଗପ ବଢିଆ ହୋଇଛି.

  • ୩୧. Raju |  ଜାନୁଆରୀ ୨୨, ୨୦୧୩ - ୬:୩୪ ପୂର୍ବାହ୍ନ

    Nice story!!!!!!!!

  • ୩୨. Rashmita Nayak, Bhubaneswar |  ମାର୍ଚ୍ଚ୍ ୧୫, ୨୦୧୩ - ୫:୧୪ ପୂର୍ବାହ୍ନ

    ବହୁତ ବହୁତ୍ ଭଲ ଲଗିଲ‍…… thanque very much for this nice story.

  • ୩୩. ସନ୍ତୋଷ କୁମାର ସାହୁ(ଗୁଡୁ), କଟକ ଓଡିଶା |  ସେପ୍ଟେମ୍ବର୍ ୩୦, ୨୦୧୩ - ୪:୦୯ ପୂର୍ବାହ୍ନ

    ମୋର କାହାଣୀର ଓଲଟା ଏହି କାହାଣୀ । ବହୁତ ଭଲ ଲାଗିଲା ।

  • ୩୪. ନବଦୀପ ରନବିଡା, ସୋନପୁର, ଓଡ଼ିଶା |  ଏପ୍ରିଲ୍ ୨୦, ୨୦୧୪ - ୧୦:୩୪ ପୂର୍ବାହ୍ନ

    ବାସ୍ତବିକ ସମାଜ ପ୍ରତି “ପ୍ରେମିକା” ଗଳ୍ପଟିର ବାର୍ତ୍ତାର ଯୌକ୍ତିକତା ରହିଛି । ଶ୍ରୀଦେବ ଓ ସ୍ମୃତି ଭଳି ଚରିତ୍ର ଗଳ୍ପକୁ ସାର୍ଥକ କରିଛନ୍ତି । ବିବାହର ପୂର୍ବ କଥା ତେଣିକି ଥାଉ, ସ୍ମୃତି ଭଳି ସରଳ ଓ ନିଷ୍କପଟ ଏବଂ ଶ୍ରୀଦେବ ଭଳି ଉଦାର ହୃଦୟବତ୍ତା ବୈବାହିକ ଜୀବନକୁ ସରସ ଓ ସୁନ୍ଦର କରି ଗଢ଼ିତୋଳେ । ତାଛଡା ସୋମୁର ଉତ୍ସ୍ୟୋର୍ଗିକତା ତା’ର ମହାନତାର ପ୍ରତିକ । ପରିସ୍ଥିତିର ସୁଅରେ ମଣିଷକୁ ଭାସିବାକୁ ପଡ଼ିଥାଏ ।

    ଉକ୍ତ ଗଳ୍ପ ପାଇଁ ସଦାନନ୍ଦ ସାର୍ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ।

  • ୩୫. Naresh, Cuttack |  ଜୁନ୍ ୧୪, ୨୦୧୪ - ୧୨:୫୬ ଅପରାହ୍ନ

    Nice Article

  • ୩୬. ତପନ ଲେଙ୍କା, ଆସ୍କା,ଗଂଜାମ,ଓଡିଶା |  ଜୁନ୍ ୨୩, ୨୦୧୪ - ୭:୫୬ ପୂର୍ବାହ୍ନ

    ଭଲ ଲାଗିଲା ପଢ଼ିକି……

  • ୩୭. satyabrata mohanty, paralakhemundi,odisha |  ଜୁଲାଇ ୨, ୨୦୧୪ - ୧:୪୧ ଅପରାହ୍ନ

    heipare sata.hele gote katha aje be sata banchiche.micha re banchiba apaikhaya saha kahe mareba serya.

  • ୩୮. ସମିର କୁମାର ସାହୁ, ଓଡିଶା |  ଅକ୍ଟୋବର୍ ୨୫, ୨୦୧୫ - ୧୨:୩୨ ଅପରାହ୍ନ

    ଏହି ପରି ଲେଖୁଥାଅ, ପଢିବାକୁ ଭଲ ଲାଗେ

  • ୩୯. ଶରତ ଚନ୍ଦ୍ର ପଣ୍ଡା, ଆସିକା, ସୁନାମ୍ବ ସାହି, ଗଞ୍ଜାମ, ଓଡିଶା  |  ମାର୍ଚ୍ଚ୍ ୧୪, ୨୦୧୭ - ୫:୧୨ ପୂର୍ବାହ୍ନ

    ଏହି ଲେଖା ଖୁବ ଉଚକୋଟିର, ଆକର୍ଷଣୀୟ ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤