ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ରଜତ କୁମାର ମିଶ୍ର
ମୃଣାଳ
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ଉତ୍କଳମଣି ଗୋପବନ୍ଧୁ ଦାସ
ଦିଲ୍ଲୀପ ଦାସ
ମନୋରଞ୍ଜନ ପାଣିଗ୍ରାହୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଫୁଲମଣି କୁଜୁର ଓ ଗପ
  ପ୍ରଦୀପ ନାୟକ
 
 
ତା: ସେପ୍ଟେମ୍ବର୍ ୨୯, ୨୦୧୧  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ହ୍ୟାଲୋ-ଓ-ଓ ମୀନୁ୤ ମୁଁ ଆଜି ଏପିସୋଡ଼୍ଟା ମିସ୍ କରିଗଲିରେ୤

ହଁ ଶୁଣ, ଆଜି ମାନସୀର କଣ ହେଲା ?

କଣ କହିଲ ପ୍ରେଗ୍‌ନାଣ୍ଟ!! ହାଓ କ୍ୟାନ୍ ଇଟ୍ ବି ପସିବଲ୍!

ତାହେଲେ ବିଚାରୀ ପ୍ରିୟା ର କଣ ହବ?

ଟାଉନବସ୍‌ର ଭିଡ଼ ଭିତରୁ ଲୋକଟା ବଡ଼ ପାଟିରେ ଟେଲିଫୋନ୍ କରୁଚି୤ ସେ ଶଦ୍ଦରେ ଭିଡ଼ଟା ଫାଟି ଫାଟି ଯିବ କି! ସବୁ ଯାତ୍ରୀ ଘୁରି ଘୁରି ସେଇ ଅଧାବୟସର ଲୋକଟାକୁ ଦେଖୁଛନ୍ତି, ଯିଏ ଇଟିଭିର ଗୋଟେ ଲୋକପ୍ରିୟ ସିରିଏଲ୍ ବିଷୟରେ କଥା ହଉଚି୤ ପୋଷାକପତ୍ରରେ ଲୋକଟା ଯେତିକି ସମ୍ଭ୍ରାନ୍ତ ଦିଶୁଚି, କଥାବାର୍ତ୍ତାରେ ସେତିକି ଉଦ୍‌ଭ୍ରାନ୍ତ୤

କଉ ଗୋଟେ ଭାବବିନ୍ଦୁ ଏ ଭିତରେ ଅନେକଥର ମନକୁ ଆସିଚି, ପୁଣି ଗାଏବ୍୤ କେଜାଣି କାହିଁକି ଏଇ ଲୋକଟାର କଥାରେ ପୁଣି ବିନା ତିଥି, ନିମନ୍ତ୍ରଣରେ ଆସି ହାଜର୤
ଟିହାଉଚି- କଣ ଏବେ ଲେଖା ହବ ତ?
ଗଳ୍ପ କହିଲା- କଣଟେ ଲେଖା? କଣ ଏମିତି ହେଲା କି?
କଣ ନ ହେଇଚି କହ୤ ମାନସୀ ଏବେ ପ୍ରେଗ୍‌ନାଣ୍ଟ୤ ନାୟକ ପାଖରୁ ନାୟିକା, ମାନେ ପ୍ରିୟ ପାଖରୁ ପ୍ରିୟା ନିଶ୍ଚୟ ଅଲଗା ହେବ୤ ନାୟକର ପୁରୁଷପଣିଆର ସାର୍ଟିଫିକେଟ ଏବେ ମାନସୀ, ମାନେ ପାର୍ଶ୍ବନାୟିକା ପେଟରେ୤ ଏହା ଠୁଁ ଆଉ ଅଧିକ କ’ଣଟେ ଗପ ପାଇଁ ଲୋଡା ଯେ ! ସବୁବେଳେ ତ କୁହ କାହାଣୀ ନାହିଁ୤ ୟା‌ଠୁ ଭଲ ଥିମ୍‌ଟେ ମିଳିବ କି?
ହେଲା ଯେ, ଅବଶ୍ୟ ଥିମ୍‌ଟା ମନ୍ଦ ନୁହଁ୤ ଲେଖାକୁ ଗତିଶୀଳ କରାଇ ପାରେ୤ ତେବେ…..ସବୁର ଗୋଟେ ଆରମ୍ଭ ଦର୍କାର…ଶେଷ ବି ଦର୍କାର ନା୤

ଶେଷପଦ କଥା ଗଳ୍ପ ପାଟିରେ ଖୁବ୍ ଅସ୍ପଷ୍ଟ ଶୁଭିଲା୤ ନିଜକୁ ନିଜେ ଶୁଣିଲା ପରି କହିଲା- ଛେନା ଗୁଡ଼ଟେ ହବ୤ ଏତିକିରେ ଭାବବିନ୍ଦୁ ତ ଶେଷ୍‌୤ ନା- ଆଗକୁ, ନା-ପଛକୁ, ହୁଁ୤ ଏମିତି କେତେ ପ୍ଲଟ ରାସ୍ତାଘାଟ, ଦୈନିକ ଖବରକାଗଜରେ ପଡ଼ିଚି୤ ଏଇ ତ, ଯେବେଠୁ ବାହାରୁଚି ତିୱାରୀ ସାହେବ କଥା, ଯେ ଏବେ କିଏ ଗୋଟେ ଦାବି କରୁଚି ତାଙ୍କ ଝିଅ ବୋଲି୤ ତିୱାରୀଙ୍କ ବୟସ ପ୍ରାୟ ସତୁରୀ ପାଖାପାଖି୤ ଘରେ ପୁଅ ଝିଅ ବାହା ହେଲେଣି୤ ଅଥଚ ଏଇ କଥାକୁ ନେଇ କେତେ ତର୍କ ଚାଲିଛି ସଂସଦରେ୤ ବିରୋଧୀ ହାଲ୍ଲା କରୁଛନ୍ତି୤ ତଦନ୍ତ ଚାଲିଛି୤ କେଶ୍ ସୁପ୍ରିମ କୋର୍ଟରେ୤ ମାମଲା ଡି.ଏନ୍.ଏ. ଟେଷ୍ଟ ଯାଏ ଗଲାଣି୤ ତଥାପି କଣ ହଉଚି? ଝିଅଟା ନିଜ ଦାବି ହାସଲ କରିବାକୁ କେତେ ଦଉଡ଼ିବ ଦଉଡ଼ୁ୤ ପୃଥୀବୀଟା ଛୋଟ ପଡ଼ିଯିବ ସିନା ଦଉଡ଼ିବା ଲାଗିଥିବ୤ ଫୁଲ ଫୁଟିବନି କି ଗଛ ମରିବନି୤

ଗଳ୍ପ ଝିଅଟାର ପିଛା କରିଚି୤ ତାକୁ ଭଉଣୀ ଭଉଣୀ କହି ଫୁସୁଲେଇଚି- ତୁ’ ତୋ’ ମାକୁ ନେଇ ଆ କୋର୍ଟକୁ୤ ସିଏ କହିବ ତୋ ମଂଜିଟା କେମିତି ପଡ଼ିଲା୤


ଝିଅଟା ମୁହଁ ଛିଞ୍ଚାଡି କହିଚି- ମା’, ସିଏ ତ’ ମୋ ସାଙ୍ଗରେ କଥା ହଉନି୤ ଏଇ କଥା ସିନା କୌଣସି ପ୍ରକାରେ ମୁଁ ଜାଣି ପାରିଲି, ଏବେ ସିଏ ଆଉ ହୁଙ୍କୁନି୤ ସେ ଯାହା ବି ହେଇଯାଉ, ମା କିଛି ବି ନ କହୁ୤ ମୁଁ ତ ସତ ନା, ମୋ ରକ୍ତ ବି ସତ, କେତେଦିନ କ୍ଷମତା ଓ ପ୍ରତିପତ୍ତି ବଳରେ ସତକୁ ଘୋଡ଼େଇବେ୤
ଗଳ୍ପ କହିଲା…. ସେ ସତ ଫତ ଆଉ ନାହିଁରେ! ଆଜି କାଲି ମତେ ଏ ଗୁଡ଼ା ଅସମ୍ଭବ ଲାଗୁଚି୤ ବରଂ….
ଝିଅଟା ମୁହଁ ଛିଞ୍ଚାଡି କହିଚି- ମା’, ସିଏ ତ’ ମୋ ସାଙ୍ଗରେ କଥା ହଉନି୤ ଏଇ କଥା ସିନା କୌଣସି ପ୍ରକାରେ ମୁଁ ଜାଣି ପାରିଲି, ଏବେ ସିଏ ଆଉ ହୁଙ୍କୁନି୤ ସେ ଯାହା ବି ହେଇଯାଉ, ମା କିଛି ବି ନ କହୁ୤ ମୁଁ ତ ସତ ନା, ମୋ ରକ୍ତ ବି ସତ, କେତେଦିନ କ୍ଷମତା ଓ ପ୍ରତିପତ୍ତି ବଳରେ ସତକୁ ଘୋଡ଼େଇବେ୤
ଗଳ୍ପ କହିଲା…. ସେ ସତ ଫତ ଆଉ ନାହିଁରେ! ଆଜି କାଲି ମତେ ଏ ଗୁଡ଼ା ଅସମ୍ଭବ ଲାଗୁଚି୤ ବରଂ….

ହଇଓ, ତମେ କିଏ ? ତୁମକୁ ମୁଁ ଚିହ୍ନିନି କି ଜାଣିନି, ଉପରେ ପଡ଼ି ଏମିତି ପରାମର୍ଶ ଦେଇ ମୋତେ ଦୁର୍ବଳ କରିବାକୁ ଚାହୁଁନ ତ? ତମେ ମୋ ବାପାଙ୍କର କେହି ସେଟ୍ଅପ୍ ଲୋକ ନୁହଁ ତ?
: ନା-ନା ଭଉଣୀ ସେମିତି କିଛି ନୁହଁ୤ ମତେ ଦେଖୁନୁ ମୁଁ ସେମିତି ଦିଶୁଚି କି?
ତାହାଲେ ତମେ କିଏ? ଝିଅଟାର ତୀବ୍ର ଦୃଷ୍ଟି ଗଳ୍ପ ଉପରେ୤
ଓଃ, ଏଇଠି ଗଳ୍ପର ଅବସ୍ଥା ବା’ର୤ ଭାବିଲା ଆଜି କାଲିକା ପାଠ ପଢୁଆ ପିଲା ଏମାନେ, ସାହିତ୍ୟ ଫାହିତ୍ୟ କେତେ ବୁଝନ୍ତି୤ ଏମାନଙ୍କୁ ମୋ ପରିଚୟ ଦେଇ କାହିଁକି ଉପହସିତ ହେବି୤ ଏମିତିରେ ଝିଅଟା ସତକୁ ସତ ସନ୍ଦେହ କରିବା ଆରମ୍ଭ କରିଚି୤ ତେବେ କାହାଣୀ କେବଳ ସତରେତ ଚାଲିବନି, କିଛି ଖାଦ୍ ମାନେ କଳ୍ପନାକୁ ମିଶେଇବାକୁ ପଡିବ୤ ମନ କଥା ମନରେ ରଖି ଗଳ୍ପ କହିଲା୤ ହେଁ- ହେଁ – ହେଁ, ଭଉଣୀ ତୋର ଏଇ ମାମଲା ଚାଲିବା ଦିନରୁ ମୁଁ ତୋ ପାଖେ ପାଖେ ଅଛି୤ ସବୁ ଦେଖୁଚି, ଶୁଣିଚି୤ ଏ ବୟସରେ ଏତେ ଧନ୍ଦି ହବା ଅପେକ୍ଷା ଏମିତି କିଛି କର ଯେମିତି ତିୱାରୀ ବୁଢା ଫଁ ଗାଳି ପଡିବ୤

:ଆଃ, କଣ ସବୁ ଏମିତି କହୁଚ! ଆଜି ନ ହେଲେ ବି କାଲିକି ସିଏ ମୋ ବାପା, ଝିଅ ଆଗରେ କଣ ମୁଣ୍ଡନୁଆଇଁବେ? ମୁଁ ଚାହୁଁଚି ଥରଟେ ସେ ମୋତେ ଝିଅ ବୋଲି ସ୍ବୀକାର କରନ୍ତୁ୤ ଝିଅଟା କହିଲା୤
:ଇସ୍ ଝିଅଟା ନିଜକୁ କେତେ ଚାଲାଖ ଭାବୁଚି ମ! କେତେ ସିରିଏସ୍‌ରେ ବାପ୍‌ପା !
ଯମଠୁ ଶହେ ପୁଅ ନବ ହେଲେ ସ୍ବାମୀ ସାଙ୍ଗରେ ରହିବନି୤ ଗଳ୍ପ ସ୍ଥିରକଲା ଏଠୁ ଆଉ ଆଗକୁ ଯିବା ସମ୍ଭବ ନୁହଁ୤ ବାଇମନ, ଉଠା କମ୍ବଳ, ଧ’ ନୋଟା !

ଝିଅଟା ପାଖରୁ ଫେରିଲା ପରେ ମନେପଡ଼ିଲା ଭାବବିନ୍ଦୁ କଥା୤ ସବୁବେଳେ କହେ କାହାଣୀ, କାହାଣୀ, ଇଏ ବି ତ ଗୋଟେ କାହାଣୀ, ଆରେ ଖାସ୍ ସେଇଥି ପାଇଁ ମୁଁ ଝିଅଟା ପଛରେ ଦଉଡ଼ି ଦଉଡ଼ି ନୟାନ୍ତ୤ ଫଳ କଣ ହେଲା??
ହ୍ୟାଲୋ-ଓ-ଓ, କିଏ ଭାବବିନ୍ଦୁ, ମୁଁ ଗଳ୍ପ କହୁଚି୤
ହୈତ୍, ନୂଆ କିଛି ଅଛି ତ କହ୤

ଓ ପୁଣି ସେଇ ସିରିଏଲ୍‌ର କଥା୤ ମାନ୍ସୀ ପେଟର ଛୁଆ….

କଣ କହିଲୁ ଟେଷ୍ଟ୍ୟୁବ୍ ବେ ବି!! କଣ କହୁଚୁ ମ! ନାୟକକୁ ପାଇବା ପାଇଁ ମାନସୀ ଏମିତି ଚାଲ୍ ଖେଳିଚି!! ହାଓ ଡେୟାର….!
ଗଳ୍ପ ମନରେ ବିଜୁଳି ବେଗରେ ଗୋଟାଏ ମେକ୍ ଲାଗିଚି୤ ଆରେ ହୈ… ତିୱାରୀ ବୁଢା ପାଖରୁ ପିତୃତ୍ବ ଦାବି କରୁଥିବା ଝିଅ… ଆଉ ଟେଷ୍ଟ୍ୟୁବ୍ ବେବି…..!
ଫୋନ୍ ରଖି ଗଳ୍ପ କେମିତି ଗୋଟେ ଉଚ୍ଚାଟ ଅନୁଭବ କଲା ନିଜ ଭିତରେ ଏବଂ ମନକୁ ମନ କହିଲା, ମତେ ତ ଯେମିତି ହେଲେ ଝିଅଟାର ମା ପାଖକୁ ଯିବାକୁ ପଡିବ! ଫୁଲବାଣୀ, କଉ ଗୋଟେ କନ୍ଧମାଳିଆ ଗାଁରେ ତା ମା ରହେ୤

ଫୁଲବାଣୀ ସଦର ମହକୁମାରୁ କେନ୍ଦୁପଦର, ସେଇଠୁ ପାଦଚଲା ରାସ୍ତାରେ ଗୋଟିଏ କିଲୋମିଟର ପାହାଡ଼ ତଳି ଗାଁ ଗଳ୍ପର ଇପ୍‌ସିତ ସ୍ଥାନ, ଗାଁଟିରେ ତିରିଶ ପଇଁତିରିଶ୍ ପରିବାର, ସମସ୍ତେ ଜନଜାତିର୤ ପାହାଡ଼ ଗଡ଼ାଣି ଦେଇ କେନ୍ଦୁପଦର ଯାଏ ଛୋଟ ମୋଟ ଗାଡ଼ିଚାଲେ୤ କୌଣସି ପ୍ରକାରେ ଗଳ୍ପ ସେଇଠି ଓହ୍ଲାଏ୤ ପାଦଚଲା ରାସ୍ତାରେ ଆଗେଇବା ପୂର୍ବରୁ ଥରେ ଆଖି ବୁଲେଇ ଆଣେ ଚାରିଆଡ଼କୁ୤

ଏଇତ, ଗାଁଟା ଦିଶୁଚି ଗୋଟେ ଚିତ୍ରକରର ଚିତ୍ରପଟ ପରି୤ ଘରଗୁଡ଼ିକ ଛଡ଼ା ଛଡ଼ା ଗୋଟେ ଗୋଟେ ବିନ୍ଦୁ୤ ମଣିଷ, ଗାଇ ଗୋରୁ ଦିଶୁଛନ୍ତି ଛୋଟ ଛୋଟ ଖେଳଣା ପରି୤ ଚାରିଆଡ଼େ ସବୁଜିମା ଘେରା ପାହାଡ଼ ଓ ପାହାଡ଼୤ ଡେଙ୍ଗା ଡେଙ୍ଗା ଶାଳ, ପିଆଶାଳ, ଶାଗୁଆନ, କେନ୍ଦୁ ଓ ମହୁଲ ଗଛ୤ ଗଛ ତଳେ ଠିଆ ହେଇ ଆଗକୁ ଅନେଇଲେ ଲାଗୁଚି ଗଛଗୁଡ଼ିକର ମଥା ଆକାଶକୁ ଛୁଇଁଚି୤ ଧୂଆଁଳିଆ ବାଦଲ ନେସି ହେଇ ଯାଉଛନ୍ତି ପାହାଡ଼ ଛାତିରେ୤ ପାହାଡ ଅଣ୍ଟିରୁ ହୀରାଗୁଣ୍ଡ ଚୋରେଇ ତରତରରେ ଚୋରଣୀ ପରି ବହିଯାଉଚି ଝରଣା୤ କାଚକେନ୍ଦୁ ପାଣି୤ ଖୁବ୍ ତଳ ସେଇ ଗାଁ ଚାରିକଡରେ ସୋରିଷ, ଅଳସି କ୍ଷେତ୤

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପ୍ରଦୀପ ନାୟକ
author photo
 

ମତାମତ ସଂଖ୍ୟା - ୧୦ ଆପଣଙ୍କ ମତାମତ ?

  • ୧. ବନେନ୍ଦୁ |  ନଭେମ୍ବର୍ ୧୪, ୨୦୧୧ - ୩:୦୨ ପୂର୍ବାହ୍ନ

    ବହୁତ୍ ଭଲ ଗପ ….

  • ୨. ସୁବ୍ରତ କୁମାର ପୁରୋହିତ |  ଡିସେମ୍ବର୍ ୧୨, ୨୦୧୧ - ୧୦:୪୧ ଅପରାହ୍ନ

    ବହୁତ ଭଲ ହେଇଛି ୤ ଗଳ୍ପ ଚରିତ୍ରଟି ବହୁତ ଆକର୍ଷଣୀୟ ହେଇଛି ୤ ପ୍ରଦିପ ସାର୍ ଙ୍କୁ ଏଇ ଭଳି ଏକ ଗପ ର ସୃଷ୍ଟି ଲଗି ଅନେକ୍ ଅନେକ୍ ଧନ୍ୟବାଦ୍ ୤

  • ୩. pappu |  ଜାନୁଆରୀ ୨୦, ୨୦୧୨ - ୪:୩୦ ପୂର୍ବାହ୍ନ

    niceeeee

  • ୪. ବିମଳ ଚନ୍ଦ୍ର ନାୟ୍କ |  ଜାନୁଆରୀ ୨୯, ୨୦୧୨ - ୨:୩୮ ପୂର୍ବାହ୍ନ

    ଗଳ୍ପଟି ବହୁତ ବଢିଆ ହୋଇଛି ! ଧନ୍ୟବାଦ…

  • ୫. ଧର୍ମପଦ ଜେନା |  ଫେବୃଆରୀ ୧୩, ୨୦୧୨ - ୧୨:୪୩ ପୂର୍ବାହ୍ନ

    ଅତି ନିପୁଣ ବର୍ଣ୍ଣନା୤ଖୁବ୍ ସୁନ୍ଦର ଗଳ୍ପ୤

  • ୬. ଚନ୍ଦନ କୁମାର ସାହୁ |  ଫେବୃଆରୀ ୧୫, ୨୦୧୨ - ୧:୪୬ ପୂର୍ବାହ୍ନ

    ବହୁତ ସୁନ୍ଦର ଗପ

  • ୭. ଶାଶ୍ବତ ମିଶ୍ର |  ଫେବୃଆରୀ ୨୨, ୨୦୧୨ - ୬:୧୪ ପୂର୍ବାହ୍ନ

    ବହୁତ ସୁନ୍ଦର ବର୍ଣ୍ଣନା

  • ୮. ତପୁ ନାୟକ୍ ( ଦାଣ୍ଦୀ ) |  ମାର୍ଚ୍ଚ୍ ୨୧, ୨୦୧୨ - ୮:୨୦ ପୂର୍ବାହ୍ନ

    ବହୁତ ଭଲ ହେଇଛି

  • ୯. ବାଦଲ ମହାନ୍ତି, ଭୁବେନଶ୍ବର, ଭୁବେନଶ୍ବର |  ଡିସେମ୍ବର୍ ୬, ୨୦୧୨ - ୧୧:୩୬ ଅପରାହ୍ନ

    ପ୍ରଦୀପବାବୁ ଗପଟି ଚମତ୍କାର ହୋଇଛି ଉଦ୍ୟମକୁ ସାଧୁବାଦ

  • ୧୦. ପ୍ରଣବ ନାୟକ, Bangalore |  ମେ ୩, ୨୦୧୩ - ୭:୨୯ ପୂର୍ବାହ୍ନ

    ବହୁତ ଭଲଗପ ଟିଏ ,ପଢି ଖୁସି ଲାଗିଲା…ଧନ୍ୟବାଦ୍

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤