ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ଅଚ୍ୟୁତାନନ୍ଦ କର
ରବି ଶତପଥୀ
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ଜଗଦୀଶ ମହାନ୍ତି
କାମାକ୍ଷୀ ପ୍ରସାଦ ଦାଶ
ବିପ୍ର ଆଚାର୍ଯ୍ୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଫୁଲମଣି କୁଜୁର ଓ ଗପ
  ପ୍ରଦୀପ ନାୟକ
 
 
ତା: ସେପ୍ଟେମ୍ବର୍ ୨୯, ୨୦୧୧  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ନିରୁଦ୍‌ବିଗ୍ନା ଫୁଲମଣି ଥରେ ପାଖରେ ବସିଥିବା ଗଳ୍ପର ପ୍ରଶ୍ନିଳ ମୁହଁକୁ ଚାହିଁଲା, ଥରେ ରାତିର ନୀରବତା ଆଡକୁ୤ ଗଳ୍ପର ମଥାକୁ ନିଜର ଛାତି ଭିତରକୁ ଟାଣି ଆଣିଲା ଦି ‌ହାତରେ୤

ଧକ୍- ଧକ୍- ଧକ୍

ନିର୍ଦ୍ଦିଷ୍ଟ ଅଥଚ ସୁସ୍ଥ ବ୍ୟବଧାନର ଛନ୍ଦ ସେ ଛାତି ଭିତରେ୤ ଗଳ୍ପର ମଥା ଚାପି ହୋଇ ରହିଚି ଛାତିର ଦୁଇ ବିଭଂଗ ପାହାଡର ଖୋଲରେ୤ ମଥା ଉପରେ ଫୁଲମଣିର ଦୁଇ କୋମଳ ହାତର ପାପୁଲି୤ ଆକାଶରେ ମ୍ଲାନ ଜ୍ୟୋତ୍ସ୍ନା୤ ପବନରେ ଲଘୁ ସଙ୍ଗୀତ୤ କାମନା ରହିତ ଗୋଟେ ନାରୀର ଉପତ୍ୟକା ପରି ଲମ୍ବିଥିବା ଇତିହାସ୤ ଏ ଅନୁଭବ ପ୍ରଥମ କରି ଗଳ୍ପକୁ ଲାଗୁଥିଲା ଅନନ୍ୟ, ଅବର୍ଣ୍ଣନୀୟ୤

ଦୂର ଆକାଶର କେଉଁଗୋଟେ ନକ୍ଷତ୍ର ଭିତରେ ହଜିଯାଇଥିଲା ଫୁଲମଣିର ଦୃଷ୍ଟି, କେତେ ସମୟ ସେ ଭୁଲିସାରିଥିଲା କେହି ଜଣେ ତା ଛାତିର ଗଭୀରତାରେ ବୁଡ଼ି ବୁଡ଼ି ଯାଉଚି୤ କେଉଁ ଅଶରୀରୀ ସ୍ବରରେ ସେ ଉର୍ଦ୍ଧ୍ବମୁଖୀ ହେଇ କହୁଥିଲା- ତୁ ଗଳ୍ପ, ତୁ ମୋତେ ବାହାରୁ ଦେଖିସାରିଚୁ୤ ଶୁଣି ବି ସାରିଚୁ୤ ତୋତେ ମୋ ଛାତି ଭିତରେ ବି ପଢ଼େଇ ଦଉଚି୤ ଅନ୍ତତଃ ଏଇ କଥା ଭାବି ଯେ କାହାଣୀଟିକୁ ପ୍ରାଣମୟ କରିବା ପାଇଁ ଚରିତ୍ର ଭିତରେ ତୋର ଆତ୍ମୀୟ ପ୍ରବେଶ ନିହାତି ଜରୁରୀ୤

ଗଳ୍ପ ନିଜକୁ ମୁକ୍ତ କରି ପଚାରିଲା- ତାହେଲେ ତମେ ଝିଅର ଦାବି ପାଇଁ କାହିଁକି ସତ କଥା ଖୋଲି ଦଉନ୤
-କହିଲି ନା- ସତ ପରି ଦିଶୁ ଥିବା ସବୁ ସତ ସତ ନୁହଁ୤ ହେଇ ନପାରେ୤ ସେମିତିକା ଗୋଟେ ସତ, ମିଛର ପ୍ରତିଶବ୍ଦ କି ପ୍ରତିରୂପ ନ ହେଇପାରେ୤
-ମୁଁ କିଛି ବୁଝିପାରୁନି ଫୁଲମଣି !!
-ଶୁଣ, ସମିରା ଏବେ ପିତୃତ୍ବ ଦାବି କରି ନ୍ୟାୟାଳୟର ଆଶ୍ରୟ ନେଇଚି୤ ବଡ ଜିଦିଆ ଝିଅ ସେ୤ ଥକି ପଡ଼ିବା ଯାଏ ଦଉଡ଼ୁ ଥିବ୤ ଅଥଚ ମୋତେ ସେ ଆଜି ଯାଏ ବୁଝିପାରିଲାନି୤
-ବୁଝିପାରିଲାନି, କାହିଁକି ?
-ତୁ ଗଳ୍ପ, କେବେ କଉ ଝିଅକୁ ଶିଖେଇଚୁ ଯେ ଦୁନିଆରେ କେବଳ ମା ରପରିଚୟ ନେଇ ବଞ୍ଚାଯାଇ ପାରେ ବୋଲି? କେବେ ଆତ୍ମପ୍ରତ୍ୟୟ ସୃଷ୍ଟି କରି ପାରିଚୁ, ଗୋଟିଏ ପିତୃତ୍ବ ସନ୍ତାନର ଶେଷ ପରିଚୟ ମୁହଁ ବୋଲି ?

ଫୁଲମଣିର ଏଇ କେତେ ପଦ କଥାର ତୀବ୍ରତା ଗଳ୍ପକୁ ମୁଣ୍ଡିଆ ତଳକୁ ଠେଲି ଦେବାରେ ଯଥେଷ୍ଟ ଥିଲା୤ ଫୁଲମଣିର ପ୍ରତିଟି ଶବ୍ଦର ଶକ୍ତିରେ ସିଏ ଦିଶୁଥିଲା ଆହୁରି ଉଜ୍ବଳ, ପ୍ରତିଭାତ୤ ନାରୀତ୍ବର ଦାମ୍ଭିକତାରୁ ଲାଗୁଥିଲା ସିଏ ପାହାଡ ଠୁଁ ବି ଉଚ୍ଚ୤

ଜଣେ ବଦୂଷୀ ନାରୀ ପରି କହିଲା-ନାରୀ ପ୍ରେମର ପରିତୃପ୍ତି ପାଇଁ ଖୁବ୍‌ କମ୍‌ଥର ପୁରୁଷ ପାଖରେ କାୟ, ମନରେ ସମର୍ପିତ ହୋଇଥାଏ, ବାକି ଧର୍ଷିତା ହେଉଥାଏ, ସାରାଟା ଜୀବନ୤
ମୁଁ ଯେ ସେମିତିକା ଜୀବନଟେ ଚାହିଁନି, ଏକଥା ସମିରା ଆଜି ବି ବୁଝିପାରିନି୤ ଅବଶୋଷ୍୤
ଗଳ୍ପ ପଚାରିଲା- ତେବେ ସତଟା ତ ସତ ନା?

ବାରମ୍ବାର ସତ ଶବ୍ଦଟା ଶୁଣି ଶୁଣି ବୋଧହୁଏ ବ୍ୟତିବ୍ୟସ୍ତ ହେଇପଡ଼ିଲା ଫୁଲମଣି, ବିରକ୍ତିପୂର୍ଣ୍ଣ ସ୍ବରରେ କହିଲା- ସତ, ସତ, ସତ, ନର୍କକୁ ଯାଉ ତୋର ସେଇ ସତ୤ ତମେ ସତ ମିଛର ସେଇ ସ୍ଥିତିରେ ବନ୍ଧା ପଡ଼ିଚ, ସମିରା ବି, ଦୁନିଆ ବି, ସତର ଟିକିଏ ପଛକୁ, ମିଛର ଟିକିଏ ଆଗକୁ ପଢ଼ିବାକୁ ଯେମିତି କାହାରି ସାମର୍ଥ୍ୟ ନାଇଁ୤ ଆରେ ପ୍ରତିଟି ମଣିଷ ପାଇଁ ତାର ନିଜସ୍ବ ସତଟି ସ୍ବତନ୍ତ୍ର୤ ସେଇ ସତ ପାଖରେ ସ୍ବାମୀ, ସନ୍ତାନ, ସଂସାର କେହି ବି ନୁହଁ, କିଛି ବି ଦୁହେଁ୤

ବସିବା ସ୍ଥାନରୁ ଏଥର ଉଠିପଡିଲା ଫୁଲମଣି, ଗଳ୍ପ ବିସ୍ମୟ, ନିର୍ବାକ୍‌୤ ଯିବାପୂର୍ବରୁ ଗଳ୍ପର ଶବ୍ଦହୀନ ମୁହଁକୁ ଚାହିଁ ଏତିକି ମାତ୍ର କହିଲା ସିଏ- ତିୱାରୀ ସାହେବଙ୍କ ସହ ମୋର ଏକତରଫା ସେଇ ସମ୍ପର୍କଟା ଗୋଟେ ଇମୋସନାଲ୍ ଆଟାଚ୍‌ମେଣ୍ଟ୤ କେବଳ ଇମୋସନାଲ୍୤ ସେଥିରେ କାହାରି ଭାଗ ନାଇଁ , ତାକୁ ନେଇ କେବେ ବି କାହାରି ଅଣ୍ଟିରେ ମୁଁ ଅଜାଡି ଦେଇ ପାରିବି ନାହିଁ୤ ସିଏ ମୋ ଝିଅ ହଉ କି ତୁ୤

ସବୁଦିନ ପରି ବିଳମ୍ବିତ ରାତିରେ କଳ୍ପନାର ଗଳ୍ପନାୟିକା ଫୁଲମଣି ଫେରିଯାଉଥିଲା ତା ଖପରିଲ୍ ଘରର ଅନ୍ଧାର ଭିତରକୁ୤

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପ୍ରଦୀପ ନାୟକ
author photo
 

ମତାମତ ସଂଖ୍ୟା - ୧୦ ଆପଣଙ୍କ ମତାମତ ?

  • ୧. ବନେନ୍ଦୁ |  ନଭେମ୍ବର୍ ୧୪, ୨୦୧୧ - ୩:୦୨ ପୂର୍ବାହ୍ନ

    ବହୁତ୍ ଭଲ ଗପ ….

  • ୨. ସୁବ୍ରତ କୁମାର ପୁରୋହିତ |  ଡିସେମ୍ବର୍ ୧୨, ୨୦୧୧ - ୧୦:୪୧ ଅପରାହ୍ନ

    ବହୁତ ଭଲ ହେଇଛି ୤ ଗଳ୍ପ ଚରିତ୍ରଟି ବହୁତ ଆକର୍ଷଣୀୟ ହେଇଛି ୤ ପ୍ରଦିପ ସାର୍ ଙ୍କୁ ଏଇ ଭଳି ଏକ ଗପ ର ସୃଷ୍ଟି ଲଗି ଅନେକ୍ ଅନେକ୍ ଧନ୍ୟବାଦ୍ ୤

  • ୩. pappu |  ଜାନୁଆରୀ ୨୦, ୨୦୧୨ - ୪:୩୦ ପୂର୍ବାହ୍ନ

    niceeeee

  • ୪. ବିମଳ ଚନ୍ଦ୍ର ନାୟ୍କ |  ଜାନୁଆରୀ ୨୯, ୨୦୧୨ - ୨:୩୮ ପୂର୍ବାହ୍ନ

    ଗଳ୍ପଟି ବହୁତ ବଢିଆ ହୋଇଛି ! ଧନ୍ୟବାଦ…

  • ୫. ଧର୍ମପଦ ଜେନା |  ଫେବୃଆରୀ ୧୩, ୨୦୧୨ - ୧୨:୪୩ ପୂର୍ବାହ୍ନ

    ଅତି ନିପୁଣ ବର୍ଣ୍ଣନା୤ଖୁବ୍ ସୁନ୍ଦର ଗଳ୍ପ୤

  • ୬. ଚନ୍ଦନ କୁମାର ସାହୁ |  ଫେବୃଆରୀ ୧୫, ୨୦୧୨ - ୧:୪୬ ପୂର୍ବାହ୍ନ

    ବହୁତ ସୁନ୍ଦର ଗପ

  • ୭. ଶାଶ୍ବତ ମିଶ୍ର |  ଫେବୃଆରୀ ୨୨, ୨୦୧୨ - ୬:୧୪ ପୂର୍ବାହ୍ନ

    ବହୁତ ସୁନ୍ଦର ବର୍ଣ୍ଣନା

  • ୮. ତପୁ ନାୟକ୍ ( ଦାଣ୍ଦୀ ) |  ମାର୍ଚ୍ଚ୍ ୨୧, ୨୦୧୨ - ୮:୨୦ ପୂର୍ବାହ୍ନ

    ବହୁତ ଭଲ ହେଇଛି

  • ୯. ବାଦଲ ମହାନ୍ତି, ଭୁବେନଶ୍ବର, ଭୁବେନଶ୍ବର |  ଡିସେମ୍ବର୍ ୬, ୨୦୧୨ - ୧୧:୩୬ ଅପରାହ୍ନ

    ପ୍ରଦୀପବାବୁ ଗପଟି ଚମତ୍କାର ହୋଇଛି ଉଦ୍ୟମକୁ ସାଧୁବାଦ

  • ୧୦. ପ୍ରଣବ ନାୟକ, Bangalore |  ମେ ୩, ୨୦୧୩ - ୭:୨୯ ପୂର୍ବାହ୍ନ

    ବହୁତ ଭଲଗପ ଟିଏ ,ପଢି ଖୁସି ଲାଗିଲା…ଧନ୍ୟବାଦ୍

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤