ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସୁବ୍ରତ ପ୍ରିୟବ୍ରତ ମହାନ୍ତି
ଭୂପେନ୍‌ ମହାପାତ୍ର
ସ୍ବଭାବ କବି ଗଙ୍ଗାଧର ମେହେର
ଅଚ୍ୟୁତାନନ୍ଦ କର
ରଜତ କୁମାର ମିଶ୍ର
କୃଷ୍ଣପ୍ରସାଦ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଫୁଲମଣି କୁଜୁର ଓ ଗପ
  ପ୍ରଦୀପ ନାୟକ
 
 
ତା: ସେପ୍ଟେମ୍ବର୍ ୨୯, ୨୦୧୧  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ଗଳ୍ପ ଚାଲିଚି୤ ବୁଦ୍‌ବୁଦିକିଆ କଣ୍ଟାଝଣ୍ଟାର ଗୁଳ୍ମକୁ ଆଡ଼େଇ ଆଡ଼େଇ୤ ରାସ୍ତା ମଝିରେ ମଝିରେ ବଡ଼ ବଡ଼ ପଥର ଖଣ୍ଡ ଏମିତି ମୁଣ୍ଡଟେକି ରହିଛନ୍ତି ଯେ ସତର୍କତାର ସହ ଆଗେଇବାକୁ ପଡ଼ୁଚି୤ ବାହୁଙ୍ଗୀ କାନ୍ଧରେ ଥୋଇ ଚାଲି ଯାଉଥିବା ଧାଙ୍ଗଡ଼ା, କିମ୍ବା ହସଖୁସିରେ ଗପଯୋଡ଼ି ଚାଲିଥିବା ଧାଙ୍ଗଡ଼ୀମାନଙ୍କୁ ଫୁଲମଣି କୁଜୁର୍‌ର ଘର ଠିକଣା ପଚାରୁଚି ଗଳ୍ପ୤ ସମସ୍ତେ ସେଇ ନାଆଁଟା ଶୁଣି ବୁଲି ବୁଲି ଚାହୁଁଛନ୍ତି୤ ସେମାନଙ୍କ ଚାହାଣିର ଭାଷା ପ୍ରାୟ ଏଇପରି ହେଇପାରେ-କେତେ ଲୋକ ଆସୁଛନ୍ତି ମ, କେତେ ଯାଉଛନ୍ତି, ଇଏ ପୁଣି କିଏ ଲୋ ! ୟାଙ୍କର ତ ଫଟଉଠା ଯନ୍ତ୍ର ନାହିଁ, କିଛି ନାହିଁ, ସେ ଛାର୍‌ରୀଟାଠେଇଁ ୟାଙ୍କର କି କାମ ! ହଉ ଯାଅ ଯାଅ୤

କେହି କେହି ଆଙ୍ଗୁଠି ଦେଖେଇ ଚିହ୍ନେଇ ଦଉଛନ୍ତି ଟଣିଅ ଝାଟିରେ ବାଡ଼ ଘେରା ଗୋଟେ ଛୋଟ ଘରକୁ୤ ଫୁଲମଣିର ଘର୤ ଛୋଟ ପାହାଡ ମୁଣ୍ଡିଆ ଉପରେ ଘରଟି ପ୍ରାୟ ଗାଁର ବାହାର, ଏକଲା୤ ନୁଆଣିଆ ଘରଟାରେ ଫୁଲମଣି ବି ଏକଲା୤

ଗଳ୍ପର ଉଦ୍ଦେଶ୍ୟ ସମ୍ପର୍କରେ ବୁଝିସାରିଲା ପରେ, କାଇଁଯେ ଫୁଲମଣିର ବିଶ୍ବାସ ଜନ୍ମିଚି କିଛି ସମୟ କଥାବାର୍ତ୍ତା କରିବ୤ ନାଇଁତ ତା କଥାରୁ ଜଣା ପଡ଼ୁଚି ସିଏ ଟିଭିବାଲା, ଖବରକାଗଜ ବାଲା, ନେତା ମନ୍ତ୍ରୀ ଲୋକଙ୍କ ଆଗରେ ବୟାନ ଦେଇ ଦେଇ ବିଜାର, ଖାସ୍ ଏଇ କାରଣରୁ ସିଏ ଦି, ଅକ୍ଷର ଭଲରେ ଇସ୍କୁଲରେ ପଢ଼େଇ ପାରୁନି୤

ଫୁଲମଣି ଗାଁ ସ୍କୁଲରେ ଠିକା ଶିକ୍ଷୟିତ୍ରୀ୤ ଦେଖିବାକୁ ସାରା ଗାଁର ଲୋକମାନଙ୍କ ଠୁଁ ଭିନ୍ନ୤ ଶ୍ୟାମଳ ରଙ୍ଗ, ବୟସ ଚାଳିଶ୍ ପାଖାପାଖି୤ ଗୋଲ ମୁହଁ, କୁଞ୍ଚୁ କୁଞ୍ଚିଆ ଲମ୍ବା ବେଣୀ୤ ମଝି ସୁନ୍ଥାନି କାଟି ବାଳ ଚାପି, କୁଣ୍ଡେଇ ବେଣୀ ପାରିଛି, ଫୁଲ ଖୋସିଛି,କାନରେ ଟାମାଟୁଲ୍‌, ନାକରେ ଲବଙ୍ଗ କଡ଼ି,ପାଦରେ ପାଞ୍ଜୁରୁ ଆଉ ବେକରେ ଲମ୍ବିଛି ଚିପ୍‌ ମାଳି୤ ଚଳଣି ଦୃଷ୍ଟିରୁ ଟିକେ ସ୍ବଚ୍ଛଳ୤ ବଣ ସଙ୍ଗର କାମ ଛାଡ଼ି ଶିକ୍ଷକତା କରୁଥିବାରୁ ଅନ୍ୟମାନଙ୍କ ଭିତରେ ଟିକେ ସମ୍ଭ୍ରାନ୍ତ ଚେହେରା ରଖି ପାରିଚି୤ ବଣ ମୂଲକରେ ତାକୁ ସୁନ୍ଦରୀ କହିବାରେ କେହି ବି କଞ୍ଜୁସୀ କରି ପାରିବ ନାହିଁ୤

ଧୂ-ଧୂ ପାହାଡ଼୤ ଶିକ୍ଷା ସଭ୍ୟତାର ହର ଏଇ ଅଗମ୍ୟ ରାଇଜରେ ଫୁଲମଣି ପାଠୋଇ୤ ସେଇ ନୁଆଣିଆ ଘରଭିତରେ ବସି ବସି ଗଳ୍ପ ଅନୁମାନ କରୁଚି ଏଇଠି ମିଳିଯାଇ ପାରେ ତା’ପାଇଁ ଖୋରାକ୤

ଅପରାହ୍ନ ସମୟରେ ଫୁଲମଣି ଥକ୍କା ଥକ୍କା ଲାଗୁଥିବା, ସମତାଳରେ ସୂର୍ଯ୍ୟ ପାହାଡ଼ ସେ ପାଖେ ଲୁଚି ଯିବା ପୂର୍ବରୁ ମେଲାଣିର ମୁରୁଜ ବୁଣୁଚି୤

ଫୁଲମଣି ଭାରି ସତେଜ ଦିସୁଚି୤ ସ୍କୁଲ ପିନ୍ଧା ଲୁଗା ନାହିଁ୤ ହାଲ୍‌କା ସବୁଜ ରଙ୍ଗରେ ବୁଟି ପକା ଶାଢୀ, ସମାନ ରଙ୍ଗର ବ୍ଲାଉଜ୍, ହାଲ୍‌କା ମେକ୍‌ଅପ୍୤

ପ୍ରତିପଦ ପରର ଜହ୍ନ କେତେ ଘଡ଼ିର ସଂଜ ଅନ୍ଧାରକୁ ଆଡ଼େଇ ଆଡ଼େଇ ପୂର୍ବଦିଗ ପାହାଡ଼ କନ୍ଦିରୁ ଉଠିଆସୁଚି୤ ମାଈକାକର ଭିଜା ସଲପ ଗଛ ପତ୍ର ଜହ୍ନ ଆଲୁଅରେ ବରଫାବୃତ୍ତ କାଶ୍ମୀର ପରି ଦିଶୁଚି୤

ଫୁଲମଣି କଥା ହେବାକୁ ଗଳ୍ପକୁ ଡାକି ଆଣିଚି ତା ଘରକୁ ଟିକିଏ ଦୂର ଗୋଟେ ଅନୁଚ୍ଚ ପାହାଡ ମୁଣ୍ଡିଆ ଉପରକୁ୤ ଦିହେଁ ଖୁବ୍ ପାଖା ପାଖି୤ ମୁଣ୍ଡିଆ ତଳି ଗାଁରୁ ଶୁଭୁଚି ଧାଙ୍ଗଡା ଧାଙ୍ଗଡୀଙ୍କ ସମ୍ମିଳିତ ଗୀତ୤ ରାତି ବଢ଼ିବା ସାଙ୍ଗକୁ କ୍ରମଶଃ ଗୀତର ଲୟ ହେଉଚି ମନ୍ଦ, ମାଦକ ଭରା, ଅଳସ ଅଳସ୤

ନିଜ ଅନ୍ୟମନସ୍କତାରୁ ଫେରି ନୀରବତା ଭଙ୍ଗ କଲା ଫୁଲମଣି-ହଇରେ କଣ କଥା ହବୁ ପରା? ଫୁଲମଣି ଏମିତି ସମ୍ବୋଧନରେ ମାଦକତା ତ ନିଶ୍ଚୟ ଅଛି୤ ତଥାପି ଗଳ୍ପ ଅବାକ୍‌୤ ନିମିଷକ ପାଇଁ ସିଏ ଭୁଲି ଯାଉଚି ତା ପଚାରିବା କଥା?

-ଭାବୁଚୁ ନା- ତତେ କାହିଁକି ଏମିତି ସମ୍ବୋଧନ କରୁଚି ?

ଗଳ୍ପ ମୁହଁରେ ଭାଷା ନାହିଁ୤ ଏ ଯାଏ ଭାବଗମ୍ଭୀର ଦିଶୁଥିବା ଇଏ କଣ ସେଇ ମହିଳା ! ଯିଏ ଏଇ ଦୁର୍ଗମ ଇଲାକାର ଜନଜାତିର ମହିଳାମାନଙ୍କ ଭିତରୁ ଜଣେ !

ଗୋଟିଏ ଗୁରୁଜନ ସୁଲଭ ହସ ଖେଳିଗଲା ଫୁଲମଣି ଓଠରେ୤ କହିଲା-ମଣିଷର ଜୀବନ ଯେତିକି ରହସ୍ୟମୟ ତା ତୁଳନାରେ ତୋ ସ୍ଥିତି କ‘ଣ ହେବ ଭାବୁଚୁ୤ ମୁଁ ଚରିତ୍ର, ତୁ ଗଳ୍ପ ? ବେଶି କିଛି ଭାବନା- କଣ ପଚାରିବୁ ପଚାର !

ଏଇ କେଇ ପଦ କଥାରେ ଗଳ୍ପର ସବୁ ଆକଳନ ବଦଳି ସାରିଚି୤ ଅନୁଭବ କରୁଚି ଫୁଲମଣି କେବେଳ ଶିକ୍ଷାଦୀକ୍ଷାରେ ଏ ମୂଲକରେ ଅଲଗା ନୁହଁ, ଚିନ୍ତାରେ ଚେତନାରେ ବି୤ କୌଣସି ଔପଚାରିକତା ନରଖି ଗଳ୍ପ ପଚାରିଲା- ଏବେ ଆମ ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀ, ବରିଷ୍ଟ ନେତାଙ୍କ ଝିଅ ବୋଲି ନିଜକୁ ଯିଏ ଦାବି କରୁଚି….?
-ସମିରା, ମୋ ଝିଅ, କଣ ହେଲା?
-ସିଏ ତମ…ଝିଅ !!
-କାଇଁ ବିଶ୍ବାସ ହେଉନି ବୋଧେ୤
-ନାଇଁ…ହଁ-ହଁ
– ଏଇଥି ପାଇଁ ଯେ ସମିରା ଗୋଟେ ଆଦିବାସୀ ଝିଅ , ପୁଣି କାଶ୍ମୀର ସେଓଟେ ପରି ଦିଶୁଚି,
ଏଇଆ ନା? କହିଲା ଫୁଲମଣି୤

ଗଳ୍ପ ନିଜ ପ୍ରଶ୍ନରେ ନିଜେ ଛନ୍ଦି ହେଇ ପଡ଼ି ନୀରବ ରହିଲା୤
-ସମିରା ମୋ ଝିଅ୤
-ଆଚ୍ଛା ଏବେ ସେ ଯେଉଁ ଦାବି କରୁଚି ତା କଣ ସତ?
-କଥାଟା…ସତ ନୁହଁ , ମିଛ ବି ନୁହଁ୤
ବୁଝି ପାରିଲିନି୤
-ବୁଝିବାକୁ ଚେଷ୍ଟା କଲେ ସିନା ବୁଝିବୁ୤ ଆରେ ଯଉ କଥାଟା ସତ ନୁହେଁ ତାହା ମିଛ ହେଇ ପାରେ୤ ଆଉ ଯାହା ମିଛ ନୁହେଁ….ତାହା….୤

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପ୍ରଦୀପ ନାୟକ
author photo
 

ମତାମତ ସଂଖ୍ୟା - ୧୦ ଆପଣଙ୍କ ମତାମତ ?

  • ୧. ବନେନ୍ଦୁ |  ନଭେମ୍ବର୍ ୧୪, ୨୦୧୧ - ୩:୦୨ ପୂର୍ବାହ୍ନ

    ବହୁତ୍ ଭଲ ଗପ ….

  • ୨. ସୁବ୍ରତ କୁମାର ପୁରୋହିତ |  ଡିସେମ୍ବର୍ ୧୨, ୨୦୧୧ - ୧୦:୪୧ ଅପରାହ୍ନ

    ବହୁତ ଭଲ ହେଇଛି ୤ ଗଳ୍ପ ଚରିତ୍ରଟି ବହୁତ ଆକର୍ଷଣୀୟ ହେଇଛି ୤ ପ୍ରଦିପ ସାର୍ ଙ୍କୁ ଏଇ ଭଳି ଏକ ଗପ ର ସୃଷ୍ଟି ଲଗି ଅନେକ୍ ଅନେକ୍ ଧନ୍ୟବାଦ୍ ୤

  • ୩. pappu |  ଜାନୁଆରୀ ୨୦, ୨୦୧୨ - ୪:୩୦ ପୂର୍ବାହ୍ନ

    niceeeee

  • ୪. ବିମଳ ଚନ୍ଦ୍ର ନାୟ୍କ |  ଜାନୁଆରୀ ୨୯, ୨୦୧୨ - ୨:୩୮ ପୂର୍ବାହ୍ନ

    ଗଳ୍ପଟି ବହୁତ ବଢିଆ ହୋଇଛି ! ଧନ୍ୟବାଦ…

  • ୫. ଧର୍ମପଦ ଜେନା |  ଫେବୃଆରୀ ୧୩, ୨୦୧୨ - ୧୨:୪୩ ପୂର୍ବାହ୍ନ

    ଅତି ନିପୁଣ ବର୍ଣ୍ଣନା୤ଖୁବ୍ ସୁନ୍ଦର ଗଳ୍ପ୤

  • ୬. ଚନ୍ଦନ କୁମାର ସାହୁ |  ଫେବୃଆରୀ ୧୫, ୨୦୧୨ - ୧:୪୬ ପୂର୍ବାହ୍ନ

    ବହୁତ ସୁନ୍ଦର ଗପ

  • ୭. ଶାଶ୍ବତ ମିଶ୍ର |  ଫେବୃଆରୀ ୨୨, ୨୦୧୨ - ୬:୧୪ ପୂର୍ବାହ୍ନ

    ବହୁତ ସୁନ୍ଦର ବର୍ଣ୍ଣନା

  • ୮. ତପୁ ନାୟକ୍ ( ଦାଣ୍ଦୀ ) |  ମାର୍ଚ୍ଚ୍ ୨୧, ୨୦୧୨ - ୮:୨୦ ପୂର୍ବାହ୍ନ

    ବହୁତ ଭଲ ହେଇଛି

  • ୯. ବାଦଲ ମହାନ୍ତି, ଭୁବେନଶ୍ବର, ଭୁବେନଶ୍ବର |  ଡିସେମ୍ବର୍ ୬, ୨୦୧୨ - ୧୧:୩୬ ଅପରାହ୍ନ

    ପ୍ରଦୀପବାବୁ ଗପଟି ଚମତ୍କାର ହୋଇଛି ଉଦ୍ୟମକୁ ସାଧୁବାଦ

  • ୧୦. ପ୍ରଣବ ନାୟକ, Bangalore |  ମେ ୩, ୨୦୧୩ - ୭:୨୯ ପୂର୍ବାହ୍ନ

    ବହୁତ ଭଲଗପ ଟିଏ ,ପଢି ଖୁସି ଲାଗିଲା…ଧନ୍ୟବାଦ୍

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤