ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସହଦେବ ସାହୁ
ଉତ୍କଳମଣି ଗୋପବନ୍ଧୁ ଦାସ
ଲକ୍ଷ୍ମୀଧର ନାୟକ
ରାଜକିଶୋର ରାୟ
ବିଷ୍ଣୁପ୍ରିୟା ମହାପାତ୍ର
ଅମିୟବାଳା ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ପତ୍ରଲେଖକର ପ୍ରେମିକା
 |- ଗୌତମବୁଦ୍ଧ ଦାଶ
 
 
ତା: ଜୁଲାଇ ୫, ୨୦୧୨  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ଚନ୍ଦନ ଦା’କୁ ମୋର ଅଉ କିଛି କହିବାର ନଥିଲା୤ ପ୍ରକୃତରେ ସେ ଯାହା କରିଥିଲା ଖୋଲା ହୃଦୟରେ ହିଁ କରିଥିଲା୤ କିନ୍ତୁ ଶତଚେଷ୍ଟା ସତ୍ତ୍ବେ ବି ମୁଁ ନିଜକୁ ଅପରାଧୀ ଆସନରୁ ହଟାଇ ପାରିଲି ନାହିଁ୤ ଠିକ୍‌ କଲି ଦେବୀକୁ ଯାଇ କ୍ଷମା ମାଗିନେବି୤ ହେଲେ ଦେବୀର ସେଇ କରୁଣ ଅଥଚ ଉଜ୍ଜ୍ବଳ ମୁହଁଟା ମନେ ପଡ଼ିଗଲେ ଭୟରେ ଜଡ଼ସଡ଼ ହୋଇ ଯାଉଥିଲି ମୁଁ୤ ମୋତେ ଲାଗୁଥିଲା ସତେ ଯେପରି… ନର୍ସରୀ ସ୍କୁଲ୍‌ର ଦିଦି ଜଣେ ମୋତେ କାନ ଧରି ଉଠ୍‌ବସ ହେବା ପାଇଁ କହୁଛନ୍ତି୤ ୪/୫ ଦିନ ବିତିଗଲା, ହେଲେ କଲେଜରେ ଖୋଜି ପାଇଲି ନାହିଁ ଦେବୀକୁ୤ ଶେଷରେ ଦିନେ ଉପରଓଳି କାହାକୁ କିଛି ନକହି ଜୀବନରେ ଦ୍ବିତୀୟ ଥର ପାଇଁ ଲେଡ଼ିଜ୍‌ ହଷ୍ଟେଲ୍‌ ଗେଟ୍‌ ନିକଟରେ ପହଞ୍ଚିଗଲି୤ ଦରୱାନ୍‌କୁ ସିଧା ସିଧା କହିଲି- ‘ପ୍ଲସ୍‌ ଥ୍ରୀ ସେକେଣ୍ଡ ଇଅରର ଦେବୀ ପଟ୍ଟନାୟକକୁ ଡାକିଲ୤’ ହଷ୍ଟେଲ୍‌ ଆଡ଼କୁ ପଛ କରି ଠିଆ ହୋଇ ଦେବୀକୁ କ’ଣ କହିବି… କେମିତି କହିବି ବୋଲି ଭାବୁଛି- ହଠାତ୍‌ ଗୋଟିଏ କଅଁଳ କଣ୍ଠର ‘ନମସ୍କାର’ ଶୁଣି ପଛକୁ ଅନାଇ ଦେଖିଲି ଦେବୀ ଠିଆ ହୋଇଛି୤ ସୂତା ଶାଢ଼ୀଟିଏ ପିନ୍ଧି ମୁକୁଳା କେଶରେ ଦେବୀ ଦେଖାଯାଉଛି ସାକ୍ଷାତ ଦେବୀଟିଏ ପରି୤ କ’ଣ କହି କଥା ଆରମ୍ଭ କରିବି ଠିକ୍‌ କରିପାରିଲି ନାହିଁ୤ ଦୀର୍ଘ ସମୟର ନିରବତା ପରେ ସାହସ ସଞ୍ଚୟ କରି କେବଳ ଏତିକି କହିଲି- ‘ଆଇ ଆମ୍‌ ସରି ଦେବୀ’ ମୋତେ କ୍ଷମା କରିଦିଅ୤ ଦେବଦାରୁ ଗଛ ସାମ୍ନାରେ ମୁହାଁମୁହିଁ ଠିଆ ହୋଇଥିଲେ ବି, ଦେବୀ ମୁହଁକୁ ଆଉଥରେ ଚାହିଁବା ମୋ ପକ୍ଷରେ ସମ୍ଭବ ନଥିଲା୤ ପୁଣି ବେଶ୍‌ କିଛି ସମୟ ନୀରବରେ କଟିଯିବା ପରେ ଦେବୀ ଆଡ଼ୁ କିଛି ଉତ୍ତର ନ ପାଇ ତା’ ମୁହଁକୁ ଅନାଇ ଦେଖିଲି- ଦେବୀ କାନ୍ଦୁଛି, ଠିକ୍‌ ଯେମିତି କାନ୍ଦିଥିଲା ଚାରିଦିନ ପୂର୍ବରୁ୤

ମୋର ମନେ ହେଲା- ଚାରିଦିନ ତଳେ ଦେବୀ ଯେଉଁ କାନ୍ଦ ଆରମ୍ଭ କରିଥିଲା, ସେ କାନ୍ଦ ଯେମିତି ସରିନାହିଁ୤ ଦେବୀକୁ କେମିତି ବୁଝେଇବି ଭାବିଲା ବେଳକୁ… ମୋତେ ଲାଗିଲା… ମୁଁ ବି କାନ୍ଦି ପକାଇବି ସେଇଠି୤ ତଥାପି ନିଜକୁ ସଞ୍ଜତ କରିନେଇ ବହୁ କଷ୍ଟରେ ଏବଂ ଦୁଇ ଚାରିଟି ବାକ୍ୟରେ ଯାହା କହିଲି ତା’ର ସାର ମର୍ମ ହେଲା :
‘ଏପରି ହେବ ବୋଲି ମୁଁ ଜାଣି ନଥିଲି ଦେବୀ୤ ତୁମେ କ’ଣ ମୋତେ କ୍ଷମା କରିବ ନାହିଁ ? ମୋ କଣ୍ଠସ୍ବରଟା ମୋତେ କାନ୍ଦୁରା ଶୁଭିଲା ବୋଧହୁଏ୤ ଦେବୀ ଏଥର ପାଟି ଖୋଲିଲା :
‘ଆପଣଙ୍କର କିଛି ଦୋଷ ନାହିଁ୤’
ଆଶ୍ଚର୍ଯ୍ୟ ହୋଇ ପଚାରିଲି : କେମିତି ?
ଦେବୀ କାନ୍ଦୁ କାନ୍ଦୁ କହିଲା : ‘ମୋ ଭଳି ଝିଅମାନେ ହିଁ ତ ଜୀବନର ପ୍ରଥମରୁ ଏଇମିତି ଠକିବା ଆରମ୍ଭ କରନ୍ତି୤’

ଛେପଢ଼ୋକି ଆଉ ଥରେ ଦେହରାଇଲି- ‘ମୋର ଭୁଲ୍‌ ହୋଇଯାଇଛି ଦେବୀ !’
ଦେବୀ ଆଖିରୁ ଲୁହ ପୋଛି କହିଲା- ‘ଗୋଟିଏ କଥା କହିବି, ଖରାପ ଭାବିବେ ନାହିଁ ତ ?’
-କୁହ
-ପ୍ରତିଜ୍ଞା କରନ୍ତୁ- ଜୀବନରେ ଆଉ କୌଣସି ଝିଅକୁ କାହାର ହୋଇ ଚିଠି ଲେଖିବେ ନାହିଁ କି ଏମିତି ଠକିବେ ନାହିଁ୤
ଦେବୀର କଥା ପଦକରେ ମୋ ଛାତି କୋରି ହୋଇଗଲା ଯେମିତି୤ ଜୀବନରେ କାହାକୁ ପ୍ରେମ କରି ନଥିଲେ ବି- ପ୍ରେମଚିଠି ଲେଖିବାରେ ସାଙ୍ଗମାନେ ମୋତେ ଓସ୍ତାଦ ବୋଲି ମାନୁଥିଲେ୤ ଭାବିଲି- ସେଇ ପ୍ରଶଂସା, ସେଇ ମୁହୂର୍ତ୍ତକର ମଜା, ଦେବୀର କଥା ପଦକ ଆଗରେ ଆଜି କେଡ଼େ ମୂଲ୍ୟହୀନ୤ ଦେବୀକୁ ଅନାଇ ପାରିଲି ନାହିଁ ଲାଜରେ୤ ଖାଲି ଏତିକି କହିଲି : ପ୍ରତିଜ୍ଞା କରୁଛି୤

-ମୋ ରାଣ ଖାଇ କହୁଛନ୍ତି ?
-ହଁ, ତମ ରାଣ ଖାଇ କହୁଛି ! କହିଲି ଆହୁରି ଦୃଢ଼ତାର ସହିତ୤
କିନ୍ତୁ ଦେବୀର ମନ ମାନିଲା ନାହିଁ ବୋଧହୁଏ୤ ଚଟ୍‌କିନା ମୋ ହାତଟା ଟାଣିନେଇ ତା’ ମୁଣ୍ଡ ଉପରେ ରଖି କହିଲା- ଆଉ ଥରେ କୁହନ୍ତୁ୤
ମୋ ମନରେ କୌଣସି ଆବିଳତା ନ ଥିଲା୤ ମୁଁ ଅନୁତାପ କରିସାରିଥିଲି ଇତିମଧ୍ୟରେ୤ ତେଣୁ ବାଧ୍ୟ ଶିଶୁଟିଏ ପରି ଦେବୀ ମୁଣ୍ଡରେ ହାତ ରଖି ଶପଥ କରିବା ପାଇଁ ସଙ୍କୋଚ କଲି ନାହିଁ ଜମାରୁ୤ ଶପଥ କଲାପରେ-ମୋ ମୁଣ୍ଡରୁ ବି ଅପରାଧ ବୋଧର ବୋଝ ଓହ୍ଲାଇଗଲା ଗୋଟାପଣ୤ ବେଶ୍‌ ହାଲୁକା ଲାଗିଲା ମୋତେ୤ ଆଉ ଅଧିକ ସମୟ ଦେବୀ ସହିତ କଥା ହେବା ଉଚିତ୍‌ ମନେ ନକରି ବିଦାୟ ନେବା ପାଇଁ କହିଲି: ‘ମୁଁ: ତା’ ହେଲେ ଆସୁଛି ଏଥର୤’
ଦେବୀର ଅସ୍ପଷ୍ଟ ଉତ୍ତର ଶୁଭିଲା : ଆସନ୍ତୁ୤

ତଳକୁ ଅନାଇ ବେଶ୍‌ କେଇପାଦ ଆଗେଇ ଗଲାପରେ ଆଉ ଥରେ ପଛକୁ ଫେରି ଦେଖିବାକୁ ମନ ହେଲା ଦେବୀକୁ, ଅନାଇଲି ମଧ୍ୟ୤ ଦେଖିଲି… ଦେବୀ ସେମିତି ମୋର ଯିବା ପଥକୁ ଚାହିଁ ପଥର ମୂର୍ତ୍ତିଟିଏ ପରି ଛିଡ଼ା ହୋଇଛି୤ ତା’ ଦୁଇ ଆଖିରେ ପୁଣିଥରେ ଲୁହର ବନ୍ୟା୤ ନା, ଆଉ ପଛକୁ ଫେରି ଚାହିଁବା ମୋ ପକ୍ଷରେ ସମ୍ଭବ ନଥିଲା୤ ବୁଲିପଡ଼ି ପାଦ ପକାଇବାକୁ ଆରମ୍ଭ କରୁଛି- ଦେବୀ କରୁଣ କଣ୍ଠରରେ ଡାକିଲା :

-‘ଟିକିଏ ଶୁଣିବେ ନାହିଁ ?’
‘ସଙ୍ଗେ ସଙ୍ଗେ ଯିବାଟା କ’ଣ ଏମିତି ଜରୁରୀ ?’
ତା’ ଠିଆ ହେବା ଜାଗାରୁ ପାଦେ ହେଲେ ଘୁଞ୍ଚି ନ ଥିଲା ଦେବୀ୤
ଫେରି ଆସି କହିଲି- ‘କୁହ’୤
ସେମିତି କାନ୍ଦୁ କାନ୍ଦୁ ଦେବୀ ରୋକ୍‌ ଠୋକ୍‌ କହିଲା- ‘ଏତେ ସୁନ୍ଦର ଚିଠି ଲେଖୁଥିବା ଲୋକଟା ଏତେ ହୃଦୟହୀନ ହୋଇପାରେ ବୋଲି ଭାବି ନଥିଲି୤’
ଦେବୀର ଏପରି ଭର୍ତ୍ସନାରେ ସାମନ୍ୟ ଅପ୍ରସ୍ତୁତ ହୋଇ ପଡ଼ିଲି ବୋଧହୁଏ୤ ତେଣୁ ନ ବୁଝିପାରିଲା ଭଳି ପଚାରି ଦେଲି- ‘ମାନେ ?’ ଦେବୀ ଏଥର ଏକରକମ ଚିତ୍କାର କରି କହିଲା- ଆପଣଙ୍କୁ କ’ଣ ଆହୁରି ଖୋଲି କହିବାକୁ ହବ ଯେ – ଦେବୀ ପଟ୍ଟନାୟକ ପତ୍ର ବାହକ ନୁହେଁ, ପତ୍ର ଲେଖକକୁ ପ୍ରେମ କରୁଥିଲା୤

ଦେବୀର ଚିତ୍କାର ଶୁଣି କେଇ ଫର୍ଲଙ୍ଗ ଦୂରରେ ଗେଟ୍‌କୁ ଆଉଜି ଢୁଳାଉଥିବା ଦରୱାନ୍‌ଟା ଧଡ଼ପଡ଼ ହୋଇଉଠି ବସିଲା୤ ବାଟକାଟି ଚାଲିଯାଉଥିବା ବଦମାସ୍‌ ଗୁପ୍‌ଚୁପ୍‌ ବାଲାଟା ପଛକୁ ଫେରି ଆସି କହିଲା- କ’ଣ ସାର୍‌ ଗୁପ୍‌ଚୁପ୍‌ ଦେବି ? ରାଗ ଥଣ୍ଡା ହୋଇଯିବ ମାଡ଼ାମ୍‌ଙ୍କର୤

ମୋ ପାଦତଳୁ ପୁଣିଥରେ ଖସିଯାଉଥିଲା ପୃଥିବୀ, ଭିତରେ ଆରମ୍ଭ ହୋଇଯାଇଥିଲା ଆଉ ଏକ ଭୂମିକମ୍ପ, କିନ୍ତୁ ବେଶ୍‌ ଛଳ ଛଳ ମଧୁର ଭୂମିକମ୍ପଟାଏ୤ ଦେବୀ ତଳକୁ ମୁହଁ ପୋତି ତଥାପି କାନ୍ଦୁଥିଲା୤ ଦେବୀର ତୁଳାପରି ନରମ ଦୁଇହାତକୁ ହାତ ମୁଠାରେ ରଖି ମୁଁ ଡାକିଲି ; ସ୍ମୃତି, ଗୁପ୍‌ଚୁପ୍‌ ଖାଇବ ?
ଦେବୀ ଚମକି ପଡ଼ି ଚଟ୍‌କିନା ହାତ ଖସାଇ ନେଲା ମୋ ହାତରୁ ଏବଂ ସନ୍ଦେହଭରା ଆଖିରେ ପ୍ରଶ୍ନ କଲା : ସ୍ମୃତି ପୁଣି କିଏ ?

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଗୌତମବୁଦ୍ଧ ଦାଶ, ବାଲେଶ୍ବର
ଛାତ୍ର ଜୀବନରୁ କବିତା ଲେଖା ଆରମ୍ଭ କରିଥିବା ଗୌତମବୁଦ୍ଧ ଦାଶ ବୃତ୍ତିରେ ଜଣେ ସାମ୍ବାଦିକ ହୋଇଥିଲେ ସୁଦ୍ଧା କ୍ଷୁଦ୍ରଗଳ୍ପ ଲେଖାରେ ତାଙ୍କର ପରାକାଷ୍ଠା ଦେଖାଇଛନ୍ତି୤ କଥା ପତ୍ରିକା ପକ୍ଷରୁ ଆୟୋଜିତ ନବପ୍ରତିଭା ପୁରସ୍କାର ସହିତ ତାଙ୍କର ପ୍ରଥମ ଗଳ୍ପ ସଙ୍କଳନ ‘କେବଳ ପ୍ରାପ୍ତ ବୟସ୍କଙ୍କ ପାଇଁ’ ସଙ୍କଳନ ପାଇଁ ସେ ରାଜ୍ୟ ଯୁବ ଲେଖକ ପୁରସ୍କାର ପାଇଥିଲେ୤ ସମ୍ପ୍ରତି ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟଭାବେ ଶ୍ରୀ ଦାଶ କାର୍ଯ୍ୟରତ୤ ଗଳ୍ପ ବ୍ୟତୀତ ଏକ ଉପନ୍ୟାସ ମଧ୍ୟ ଲେଖିଛନ୍ତି ସେ୤... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୨୭ ଆପଣଙ୍କ ମତାମତ ?

  • ୧. Biswaranjan mishra |  ଜୁଲାଇ ୭, ୨୦୧୨ - ୭:୦୪ ପୂର୍ବାହ୍ନ

    Mind blowing..pls send me the names of the novel of this awesome writer…

  • ୨. ହିମାଂଶୁ ରଞ୍ଜନ ଦାଶ୍ |  ଜୁଲାଇ ୯, ୨୦୧୨ - ୧:୧୪ ପୂର୍ବାହ୍ନ

    ଚମତ୍କାର ଗଳ୍ପ ୤

  • ୩. ମନୋଜ୍ |  ଜୁଲାଇ ୧୨, ୨୦୧୨ - ୨:୧୫ ଅପରାହ୍ନ

    ବହୁତ୍ ବଢିଆ ହେଈଛୀ

  • ୪. ଜିତୁ ପାତ୍ର |  ଜୁଲାଇ ୧୩, ୨୦୧୨ - ୧୨:୧୦ ପୂର୍ବାହ୍ନ

    ସତରେ ବହୁତ୍ ବଢିଆ ହେଇଛି……

  • ୫. ଦେବେନ୍ଦ୍ର ବେହେରା |  ଜୁଲାଇ ୧୪, ୨୦୧୨ - ୭:୪୧ ପୂର୍ବାହ୍ନ

    ଗଳ୍ପଟି ବହୁତ ସୁନ୍ଦର ହେଇଛି୤ ଆଶା କରୁଛି ଲେଖକଙ୍କ ଅନ୍ୟାନ୍ୟ ଲେଖା ପୁଣି ମିଳିବ୤

  • ୬. S k mishra |  ଜୁଲାଇ ୧୪, ୨୦୧୨ - ୮:୧୦ ପୂର୍ବାହ୍ନ

    Dashbabu,
    I do hereby tender my heartfelt admiration to you for this story. I am not sure whether I had ever read your earlier creations. But, one thing, after a long, I could smell a pleasant ending in any Odia short story. I do not contradict Sheely for “Sweetest songs are….”. but life itself has become so burdensome, we need some pleasure from the creations/ art. Hence, once again I express my sincere thanks.

    Thanks and regds,

  • ୭. muralidhar kabi |  ଜୁଲାଇ ୨୫, ୨୦୧୨ - ୧୦:୪୨ ପୂର୍ବାହ୍ନ

    khub sundara parikalpana

  • ୮. Santosh |  ଜୁଲାଇ ୨୬, ୨୦୧୨ - ୧୨:୪୮ ପୂର୍ବାହ୍ନ

    Excellent piece of work. Kudos to the writer.

  • ୯. Hari Krishna Sahu |  ଜୁଲାଇ ୨୬, ୨୦୧୨ - ୧:୩୧ ପୂର୍ବାହ୍ନ

    Its awesome imagination….very nice

  • ୧୦. ବିଜନ ରାୟ୍ |  ଜୁଲାଇ ୨୬, ୨୦୧୨ - ୬:୦୮ ପୂର୍ବାହ୍ନ

    ଖୁବ୍ ସୁନ୍ଦର ଗଲ୍ପ . ବହୁତ ଭଲ ଲାଗିଲା. ଗାଲ୍ପିକ ଙ୍କୁ ଧନ୍ୟବାଦ.

  • ୧୧. KK-(Kshirod Kumar) |  ଜୁଲାଇ ୨୮, ୨୦୧୨ - ୮:୦୧ ପୂର୍ବାହ୍ନ

    Really very nice story…………….Heart touching…….

    Many many thanks to Mr. Goutambudha Dash. Thanks in advance……

  • ୧୨. Dr.Leenasri |  ଅଗଷ୍ଟ୍ ୨, ୨୦୧୨ - ୧:୨୧ ପୂର୍ବାହ୍ନ

    Bahut bhala lagila apananka galpa padhiba pare.It reminds me of R K Narayanan.
    .

  • ୧୩. candravanu jyotish |  ଅଗଷ୍ଟ୍ ୬, ୨୦୧୨ - ୮:୪୧ ପୂର୍ବାହ୍ନ

    sundara hoichi

  • ୧୪. uttam, chikiti |  ଅକ୍ଟୋବର୍ ୧୪, ୨୦୧୨ - ୯:୪୧ ଅପରାହ୍ନ

    hrudaya ku chhuin gala.

  • ୧୫. basudev barik, jatani |  ଅକ୍ଟୋବର୍ ୨୩, ୨୦୧୨ - ୪:୧୮ ପୂର୍ବାହ୍ନ

    Gapa mora manaku chhuinla.bahut vala gapatia.

  • ୧୬. Goutam Das, Rourkela |  ଡିସେମ୍ବର୍ ୩୧, ୨୦୧୨ - ୯:୧୬ ପୂର୍ବାହ୍ନ

    ଗଳ୍ପଟି ସୁନ୍ଦର ହେଇଛି୤ ଗାଲ୍ପିକ ଙ୍କୁ ବଧେଇ

  • ୧୭. debendra lenka, cuttack,odisha |  ମେ ୧୦, ୨୦୧୩ - ୧୨:୦୫ ଅପରାହ୍ନ

    heart touching story

  • ୧୮. ହେମନ୍ତ କୁମାର 264742, ନନ୍ଦାହାନ୍ଡି,ନବରଂଗପୁର |  ଜାନୁଆରୀ ୨୬, ୨୦୧୪ - ୬:୧୮ ପୂର୍ବାହ୍ନ

    ଏମିତି ଏକ ସୁନ୍ଦର ଲେଖା ପାଇଁ ଲେଖକ କୁ ଅଶେଷ ଅଶେଷ ଅଶେଷ ଧନ୍ୟବାଦ । ଆଶାକରେ ଆଗକୁ ଆଉ ଭଲ ଗପ ମିଳିବ…। ପୁଣିଥରେ ଧନ୍ୟବାଦ୍….

  • ୧୯. Damodar behera, gohiribadi ,ganjam |  ଜାନୁଆରୀ ୩୧, ୨୦୧୪ - ୯:୦୮ ଅପରାହ୍ନ

    ସୁନ୍ଦର ଲେଖା…
    ଧନ୍ୟବାଦ

  • ୨୦. sagar dehuri, cuttack, odisha |  ଫେବୃଆରୀ ୪, ୨୦୧୪ - ୧୧:୦୧ ପୂର୍ବାହ୍ନ

    premika ra chithi iz very excilent

  • ୨୧. RASMITA BADAJENA, ପୁରୀ |  ଜୁନ୍ ୨୦, ୨୦୧୫ - ୨:୧୯ ପୂର୍ବାହ୍ନ

    ବହୁତ ଭଲ ଲାଗିଲା.

  • ୨୨. chaturbhuja behera, dhenkanal |  ଜୁଲାଇ ୨୦, ୨୦୧୫ - ୨:୫୮ ପୂର୍ବାହ୍ନ

    hrudaya ku sparsa kala pari gapatia. puruna smruti sabu taja hoigala, lekhakanku dhanyabad.

  • ୨୩. ଶିଶିର୍ କୁମର୍ ପ୍ରଧନ୍, odisha |  ଅକ୍ଟୋବର୍ ୧୪, ୨୦୧୫ - ୧୨:୫୯ ପୂର୍ବାହ୍ନ

    ଆପଣଙ୍କ ଗଳ୍ପଟି ସୁନ୍ଦର ହେଇଛି୤ ବହୁତ ଭଲ ଲଗୁଛି ୤ ଅଶେଷ ଅଶେଷ ଅଶେଷ ଧନ୍ୟବାଦ । ଆଶା କରୁଛି ଆହୁରି ଅନ୍ୟାନ୍ୟ ଲେଖା ପୁଣି ମିଳିବ୤

  • ୨୪. Anuj kumar Guru, Jajpur,Odisha |  ଜୁନ୍ ୨, ୨୦୧୭ - ୪:୨୪ ପୂର୍ବାହ୍ନ

    REALLY INNER HEART TOCHING MAJEASTIC STORY.I WANT TO THANKS THE WRITER FOR WRITING THIS STORY.SUPER …..EXCELLENT.

  • ୨୫. RANJAN NAYAK, BALASORE |  ଜୁନ୍ ୧୪, ୨୦୧୭ - ୬:୧୪ ପୂର୍ବାହ୍ନ

    REALLY HEART TOUCHING @@@

  • ୨୬. ଦୁଷ୍ମନ୍ତ ପରିଡା, Ma'am , Amman, Jordan |  ଅକ୍ଟୋବର୍ ୧୭, ୨୦୧୭ - ୬:୫୭ ପୂର୍ବାହ୍ନ

    ଗଳ୍ପଟି ଅତ୍ୟନ୍ତ ମନଛୁଆଁ ହୋଇଛି.

  • ୨୭. jagat pattnaik, ଭୁବନେସ୍ୱର୍ |  ଅକ୍ଟୋବର୍ ୩୧, ୨୦୧୭ - ୪:୧୩ ପୂର୍ବାହ୍ନ

    ବହୁତ୍ ଭଲ ହେଇଛି।ବହୁତ୍ ସୁନ୍ଦର ଧନ୍ୟବାଦ ଅହି ସୁନ୍ଦର ଗଲ୍ପ ର ପରିକଲ୍ପନ ପାଇ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤