ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଅମରେଶ ବିଶ୍ବାଳ
ଅନନ୍ତ ପଟ୍ଟନାୟକ
ଡକ୍ଟର ମାୟାଧର ମାନସିଂହ
କେ.ଶ୍ୟାମବାବୁ ଦୋରା
ଭଗବତୀ ଚରଣ ପାଣିଗ୍ରାହୀ
ଫନି ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ପତ୍ରଲେଖକର ପ୍ରେମିକା
 |- ଗୌତମବୁଦ୍ଧ ଦାଶ
 
 
ତା: ଜୁଲାଇ ୫, ୨୦୧୨  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ସେଦିନ ଚନ୍ଦନ ଦା’ ତା’ର ୩ ନମ୍ବର ପ୍ରେମିକା ଦେବୀ ସହ ଦେଖା କରିବା ପାଇଁ ମୋତେ ସାଙ୍ଗରେ ନେଇଗଲା୤ ଲେଡ଼ିଜ୍‌ ହଷ୍ଟେଲ ଦରୱାନଟା ବୋଧହୁଏ ଚନ୍ଦନ ଦା’ର ଖାସ୍‌ ଲୋକ ଥିଲା କି କ’ଣ ଗୋଟିଏ ୱିଲ୍‌ସ ଫିଲ୍‌ଟର ପାଇ ଲୋକଟା ଭିତରକୁ ଚାଲିଗଲା ତରତରରେ୤ ଅନ୍ୟ ଗୋଟିଏ ସିଗାରେଟ୍‌ରେ ନିଆଁ ଲଗାଇ ଚନ୍ଦନ ଦା’ ମୋ କାନ ପାଖରେ ଚୁପ୍‌ ଚୁପ୍‌ କରି କହିଲା… ‘ତୋତେ କାହିଁକି ଡାକିଛି, ଜାଣିଛୁ ?’
-କାହିଁକି ?
-‘ମୁଁ ଆଜି ଦେବୀକୁ କହିଦେବି… ଯେ, ଆଜିଯାଏ ମୁଁ ତାକୁ ଯେତେ ଚିଠି ଲେଖିଛି, ସେ ସବୁ ଚିଠିର ଲେଖକ ହେଲୁ ତୁ୤’
-ଅଜଣା ଆଶଙ୍କାରେ ମୋ ଛାତି ଧଡ଼ପଡ଼ ହୋଇ ଉଠିଲା ବେଳକୁ ଛାଇ ଅନ୍ଧାର ଭିତରେ ଦେଖିଲି… ଉପର ତାଲାରୁ ଝିଅଟିଏ ତରତର ହୋଇ ତଳକୁ ଓହ୍ଲାଇ ଆସୁଛି୤ ମୁଁ କିଛି କହିବା ପୂର୍ବରୁ… ଚନ୍ଦନ ଦା’ ଚଟ୍‌କିନା ସିଗାରେଟ୍‌ ଫିଙ୍ଗିଦେଇ ମୋତେ ସତର୍କ କରିଦେଲା… ଦେବୀ ଆସୁଛି୤ ଦେବୀ ମୋ ଆଡ଼କୁ ଦୃଷ୍ଟି ନ ଦେଇ ସିଧାସଳଖ ଆସି ଠିଆ ହେଲା ଚନ୍ଦନ ଦା’ ସାମ୍ନାରେ୤ ଦିନର ଶେଷ କିରଣର ରକ୍ତିମ ଛଟାରେ ଦେବୀର ଉଜ୍ଜ୍ବଳ ମୁହଁକୁ ଦେଖି ମୁଁ ଚମକି ପଡ଼ିଲି୤ ଦେବୀ ଆଉ କେହି ନୁହେଁ – ସେଦିନ ଗୁପ୍‌ଚୁପ୍‌ ଦୋକାନ ଆଗରେ ଠିଆ ହୋଇ ନାକ କୁଞ୍ଚଉଥିବା ଲମ୍ବା ବେଣୀବାଲା – ତନୁପାତଳୀ ଝିଅଟା ହିଁ ଦେବୀ- ଯାହାକୁ ମୁଁ ପ୍ରଥମ ଦେଖାରେ ନାଆଁ ଦେଇଥିଲି ସ୍ମୃତି୤ ମୁଁ ଦେବୀ ମୁହଁକୁ ଆଉ ଅନାଇ ପାରିଲି ନାହିଁ୤ ସେ ଦୁହେଁ ମୋ ଠାରୁ କେଇ ଫୁଟ ଦୂରରେ ଠିଆ ହୋଇ ଅଧଘଣ୍ଟାଏ କାଳ କ’ଣ ସବୁ କଥା ହେଲେ – ତାହା ଶୁଣି ପାରୁଥିଲେ ବି ବୁଝିପାରିଲି ନାହିଁ ଜମା୤ କାରଣ ଆଖି ସାମ୍ନାରେ ସ୍ମୃତିକୁ ଦେଖି ମୋତେ ବେଶ୍‌ କିଛି ସମୟ ଲାଗିଲା ପ୍ରକୃତିସ୍ଥ ହେବାକୁ୤ ମୋ ସ୍ବପ୍ନର ପ୍ରେମିକା ସ୍ମୃତିକୁ ନେଇ ଏଇ କେତେଦିନ ହେବ ହୃଦୟରେ ପ୍ରେମର ଯେଉଁ ମୀନାର ଗଢ଼ିଥିଲି, ସେଇ ମୁହୂର୍ତ୍ତରେ ଖଣ୍ଡ ଖଣ୍ଡ ହୋଇ ସେସବୁ ଭାଙ୍ଗିବାକୁ ଆରମ୍ଭ କରିଥିଲା୤ ମୁଁ କ’ଣ କରିବି ଭାବିବା ପୂର୍ବରୁ ଚନ୍ଦନ ଦା’ ଆଡ଼କୁ ଅନାଇ କହିଲି- ‘ମୁଁ ଏଥର ଯାଉଛି୤’ ହେଲେ ଚନ୍ଦନ ଦା’ ମୋତେ ଅଟକାଇ କହିଲା- ‘ରହ କଥାଟା ସାରିଦିଏ’ କିନ୍ତୁ ସେ ଯେଉଁ କଥାଟି ସାରି ଦେବାକୁ ଚାହୁଁଥିଲା… ତାହା ଜାଣି ପାରିଥିଲେ, ମୁଁ ହୁଏତ ସେତିକିବେଳେ ସେଠାରୁ ଦୌଡ଼ି ପଳାଇ ଆସିଥାନ୍ତି୤ ମାତ୍ର ସେ ସୁଯୋଗ ସେ ମୋତେ ଦେଲା ନାହିଁ୤ ମୁଁ ଆଉ ପଦେ ହେଲେ କିଛି କହିବା ପୂର୍ବରୁ ଚନ୍ଦନ ଦା’ ଦେବୀ ଆଡ଼କୁ ଚାହିଁ ଚିରାଚରିତ ବେପରୱା ଢଙ୍ଗରେ କହିଲା… ‘ଦେବୀ… ୟାକୁ ଜାଣିଛ ? ଇଏ ହେଉଛି ପୁପୁନ୍‌… ମୋ ସାନଭାଇ ପରି୤ ତମ ପାଖକୁ ମୁଁ ଲେଖିଥିବା ସବୁ ଚିଠିର ଲେଖକ ଏଇ୤’ ଚନ୍ଦନ ଦା’ ତା’ କଥା ଶେଷ କରିବା ବେଳକୁ ବିସ୍ମୟ ଓ ଲଜ୍ଜାରେ ମୁଁ ସ୍ତବ୍ଧ ହୋଇଯାଇଥିଲି୤ ମନେ ହେଲା… ମୋ ପାଦ ତଳରୁ ଯେମିତି ସବୁଯାକ ମାଟି ଏକାବେଳକେ ଖସିଯାଉଛି… ଏବଂ ମୁଁ ଖସି ଚାଲିଛି ତଳକୁ ତଳକୁ୤

ଦେବୀ ବା ଚନ୍ଦନ ଦା’ କାହା ମୁହଁକୁ ଅନାଇବା ପାଇଁ ମୋର ସାହସ ନଥିଲା୤ ଏହାଛଡ଼ା କୌଣସି ଝିଅ ସାମ୍ନାରେ ଏପରି ଅଭାବନୀୟ ପରିସ୍ଥିତିରେ ପଡ଼ିବା ଥିଲା ମୋ ପାଇଁ ପ୍ରଥମ୤ ଦେବୀର ପ୍ରତିକ୍ରିୟା ଦେଖିବା ପାଇଁ ମୁଁ ଯେତେବେଳେ ତା’ ଆଡ଼କୁ ଅନାଇଲି ମୋତେ ସ୍ପଷ୍ଟ ଦେଖାଗଲା ଦେବୀ କାନ୍ଦୁଛି…୤

ତା’ର ଭସା ଭସା ଆଖି ଦ୍ବୟରୁ ଲୁହର ଧାର ଛୁଟି ଆସୁଛି ଅବିରତ ଭାବରେ୤ ଯେମିତି କି ଏ ଲୁହର ଉତ୍ସ ଅନନ୍ତ, କେଇ ମୁହୂର୍ତ୍ତର ପ୍ଳାବନରେ ଏଠି ନଈଟିଏ ନ ହେଲେ ଝରଣାଟିଏ ସୃଷ୍ଟି ହୋଇଯାଇପାରେ୤ ଟିକିଏ ଆଗରୁ ହସି ହସି କଥାଟା ପ୍ରକାଶ କରିଦେଇଥିବା ଚନ୍ଦନ ଦା’ ମଧ୍ୟ ନିର୍ବାକ୍‌ ପାଲଟି ଯାଇଛି ଦେବୀକୁ ଦେଖି୤ ଯେପରି ଆସନ୍ନ ମୃତ୍ୟୁ ଆଶଙ୍କାରେ ଫାଶୀ ଆସାମୀଟିଏ ଛିଡ଼ା ହୋଇଛି କାଠଗଡ଼ା ଭିତରେ୤ ମୋ ଭିତରର ଭୂମିକମ୍ପକୁ ବି ଆଉ ଅଟକାଇବା ସମ୍ଭବ ହେଲା ନାହିଁ୤ ଗୋଟିଏ ଝଟକାରେ ବୁଲିପଡ଼ି କିଛିବାଟ ଏକମୁହାଁ ଚାଲିଲା ପରେ ମୁଁ ଦେଖିଲି କେତେବେଳେ ଆସି ପହଞ୍ଚି ଯାଇଛି ମହାନଦୀ ବାଲିରେ୤ ଆକାଶରେ ଜହ୍ନ ନଥିଲା୤ ନଈକୂଳର ପବନଟା ବି କେମିତି କଣ୍ଟା ଭଳି ଲାଗୁଥିଲା ଦେହକୁ୤ ତଥାପି ସେଦିନ ଅନେକ ସମୟ ଧରି ବସି ରହିଲି ନଈବାଲିରେ ଏକାକୀ୤ ମନ ଭିତରେ ଝଡ଼ ଆରମ୍ଭ ହୋଇଯାଇଥିଲା ମୋର, କ’ଣ ଭାବିଥିବ ଦେବୀ ? ଚନ୍ଦନ ଦା’କୁ ଯାହା ଭାବୁନା କାହିଁକି ମୋତେ ମନେ କରିଥିବ ‘ଇଏ ଗୋଟିଏ ଦଲାଲ… ଭଡ଼ାଟିଆ ପତ୍ର ଲେଖକ’ ଆଉ କାନ୍ଦି କାନ୍ଦି ହୁଏତ ଅଭିଶାପ ବି ଦଉଥିବ ମୋତେ୤ ଗୋଟିଏ ଝିଅର ହୃଦୟ ସହିତ ଏମିତି ଖେଳ ଖେଳିଥିବା ଅପରାଧ ମୋତେ ଖାଇ ଗୋଡ଼ାଇବାକୁ ଆରମ୍ଭ କରିଥିଲା୤ ଏମିତି ଅନୁତାପାନଳରେ ଦଗ୍ଧ ହେଉଥିବା ବେଳେ, କେତେ ରାତିରେ କେଜାଣି ହଠାତ୍‌ ମୋ କାନ୍ଧରେ ଅନୁଭବ କଲି… ଏକ ପରିଚିତ ହାତର ସ୍ପର୍ଶ୤ ପଛକୁ ଅନାଇ ଦେଖିଲି… ୱିଲ୍‌ସ ଫିଲ୍‌ଟର୍‌ରୁ ଧୂଆଁ ଛାଡ଼ି ମୁରୁକି ମୁରୁକି ହସୁଚି ଚନ୍ଦନ ଦା’୤ ଅନ୍ୟ ଦିନ ପରି ବେପରୱା ହସ ନୁହେଁ… ବେଶ୍‌ ଓଜନିଆ… ବଡ଼ଭାଇ ସୁଲଭ ଗମ୍ଭୀର ହସ୤

ମୁଁ ଚନ୍ଦନ ଦା’କୁ କିଛି କହିବା ପୂର୍ବରୁ… ସେ ମୋ ଦୁଇ ହାତକୁ ଧରି ନେଇ କହିଲା- ‘ସରି ପୁପୁନ୍‌୤ ତୁ ଯାହା ଭାବନା କାହିଁକି, ମୁଁ ଦେବୀ ଆଗରେ ମୋ ମନକଥା ହିଁ କହିଛି୤ ତୁ ତ ଜାଣୁ… କୌଣସି ଝିଅକୁ ହୃଦୟ ଦେଇ ଭଲ ପାଇବା ମୋ ଜାତକରେ ନାହିଁ୤ ସେଇଥିପାଇଁ ତ ଦେବୀ ଭଳି ସରଳ ଝିଅଟାକୁ ବେଶୀଦିନ ଏମିତି ଠକାଇବାକୁ ଇଚ୍ଛା ହେଲା ନାହିଁ୤ ତା’ଛଡ଼ା ମୁଁ ବି ଜାଣେ- ଝିଅଟା ମୋ ଅପେକ୍ଷା ମୋ ଚିଠିକୁ ହିଁ ଭଲ ପାଉଥିଲା ବେଶୀ୤ ତେଣୁ ଦେଲି- ଏକାଥରେ ଛିଣ୍ଡେଇ ଦେଲି ସବୁ୤ ହେଲେ ଝିଅଟା ଯେ ଏମିତି ରିଆକ୍ଟ କରିବ- କିଏ ଜାଣିଥିଲା ?’

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଗୌତମବୁଦ୍ଧ ଦାଶ, ବାଲେଶ୍ବର
ଛାତ୍ର ଜୀବନରୁ କବିତା ଲେଖା ଆରମ୍ଭ କରିଥିବା ଗୌତମବୁଦ୍ଧ ଦାଶ ବୃତ୍ତିରେ ଜଣେ ସାମ୍ବାଦିକ ହୋଇଥିଲେ ସୁଦ୍ଧା କ୍ଷୁଦ୍ରଗଳ୍ପ ଲେଖାରେ ତାଙ୍କର ପରାକାଷ୍ଠା ଦେଖାଇଛନ୍ତି୤ କଥା ପତ୍ରିକା ପକ୍ଷରୁ ଆୟୋଜିତ ନବପ୍ରତିଭା ପୁରସ୍କାର ସହିତ ତାଙ୍କର ପ୍ରଥମ ଗଳ୍ପ ସଙ୍କଳନ ‘କେବଳ ପ୍ରାପ୍ତ ବୟସ୍କଙ୍କ ପାଇଁ’ ସଙ୍କଳନ ପାଇଁ ସେ ରାଜ୍ୟ ଯୁବ ଲେଖକ ପୁରସ୍କାର ପାଇଥିଲେ୤ ସମ୍ପ୍ରତି ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟଭାବେ ଶ୍ରୀ ଦାଶ କାର୍ଯ୍ୟରତ୤ ଗଳ୍ପ ବ୍ୟତୀତ ଏକ ଉପନ୍ୟାସ ମଧ୍ୟ ଲେଖିଛନ୍ତି ସେ୤... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୨୭ ଆପଣଙ୍କ ମତାମତ ?

  • ୧. Biswaranjan mishra |  ଜୁଲାଇ ୭, ୨୦୧୨ - ୭:୦୪ ପୂର୍ବାହ୍ନ

    Mind blowing..pls send me the names of the novel of this awesome writer…

  • ୨. ହିମାଂଶୁ ରଞ୍ଜନ ଦାଶ୍ |  ଜୁଲାଇ ୯, ୨୦୧୨ - ୧:୧୪ ପୂର୍ବାହ୍ନ

    ଚମତ୍କାର ଗଳ୍ପ ୤

  • ୩. ମନୋଜ୍ |  ଜୁଲାଇ ୧୨, ୨୦୧୨ - ୨:୧୫ ଅପରାହ୍ନ

    ବହୁତ୍ ବଢିଆ ହେଈଛୀ

  • ୪. ଜିତୁ ପାତ୍ର |  ଜୁଲାଇ ୧୩, ୨୦୧୨ - ୧୨:୧୦ ପୂର୍ବାହ୍ନ

    ସତରେ ବହୁତ୍ ବଢିଆ ହେଇଛି……

  • ୫. ଦେବେନ୍ଦ୍ର ବେହେରା |  ଜୁଲାଇ ୧୪, ୨୦୧୨ - ୭:୪୧ ପୂର୍ବାହ୍ନ

    ଗଳ୍ପଟି ବହୁତ ସୁନ୍ଦର ହେଇଛି୤ ଆଶା କରୁଛି ଲେଖକଙ୍କ ଅନ୍ୟାନ୍ୟ ଲେଖା ପୁଣି ମିଳିବ୤

  • ୬. S k mishra |  ଜୁଲାଇ ୧୪, ୨୦୧୨ - ୮:୧୦ ପୂର୍ବାହ୍ନ

    Dashbabu,
    I do hereby tender my heartfelt admiration to you for this story. I am not sure whether I had ever read your earlier creations. But, one thing, after a long, I could smell a pleasant ending in any Odia short story. I do not contradict Sheely for “Sweetest songs are….”. but life itself has become so burdensome, we need some pleasure from the creations/ art. Hence, once again I express my sincere thanks.

    Thanks and regds,

  • ୭. muralidhar kabi |  ଜୁଲାଇ ୨୫, ୨୦୧୨ - ୧୦:୪୨ ପୂର୍ବାହ୍ନ

    khub sundara parikalpana

  • ୮. Santosh |  ଜୁଲାଇ ୨୬, ୨୦୧୨ - ୧୨:୪୮ ପୂର୍ବାହ୍ନ

    Excellent piece of work. Kudos to the writer.

  • ୯. Hari Krishna Sahu |  ଜୁଲାଇ ୨୬, ୨୦୧୨ - ୧:୩୧ ପୂର୍ବାହ୍ନ

    Its awesome imagination….very nice

  • ୧୦. ବିଜନ ରାୟ୍ |  ଜୁଲାଇ ୨୬, ୨୦୧୨ - ୬:୦୮ ପୂର୍ବାହ୍ନ

    ଖୁବ୍ ସୁନ୍ଦର ଗଲ୍ପ . ବହୁତ ଭଲ ଲାଗିଲା. ଗାଲ୍ପିକ ଙ୍କୁ ଧନ୍ୟବାଦ.

  • ୧୧. KK-(Kshirod Kumar) |  ଜୁଲାଇ ୨୮, ୨୦୧୨ - ୮:୦୧ ପୂର୍ବାହ୍ନ

    Really very nice story…………….Heart touching…….

    Many many thanks to Mr. Goutambudha Dash. Thanks in advance……

  • ୧୨. Dr.Leenasri |  ଅଗଷ୍ଟ୍ ୨, ୨୦୧୨ - ୧:୨୧ ପୂର୍ବାହ୍ନ

    Bahut bhala lagila apananka galpa padhiba pare.It reminds me of R K Narayanan.
    .

  • ୧୩. candravanu jyotish |  ଅଗଷ୍ଟ୍ ୬, ୨୦୧୨ - ୮:୪୧ ପୂର୍ବାହ୍ନ

    sundara hoichi

  • ୧୪. uttam, chikiti |  ଅକ୍ଟୋବର୍ ୧୪, ୨୦୧୨ - ୯:୪୧ ଅପରାହ୍ନ

    hrudaya ku chhuin gala.

  • ୧୫. basudev barik, jatani |  ଅକ୍ଟୋବର୍ ୨୩, ୨୦୧୨ - ୪:୧୮ ପୂର୍ବାହ୍ନ

    Gapa mora manaku chhuinla.bahut vala gapatia.

  • ୧୬. Goutam Das, Rourkela |  ଡିସେମ୍ବର୍ ୩୧, ୨୦୧୨ - ୯:୧୬ ପୂର୍ବାହ୍ନ

    ଗଳ୍ପଟି ସୁନ୍ଦର ହେଇଛି୤ ଗାଲ୍ପିକ ଙ୍କୁ ବଧେଇ

  • ୧୭. debendra lenka, cuttack,odisha |  ମେ ୧୦, ୨୦୧୩ - ୧୨:୦୫ ଅପରାହ୍ନ

    heart touching story

  • ୧୮. ହେମନ୍ତ କୁମାର 264742, ନନ୍ଦାହାନ୍ଡି,ନବରଂଗପୁର |  ଜାନୁଆରୀ ୨୬, ୨୦୧୪ - ୬:୧୮ ପୂର୍ବାହ୍ନ

    ଏମିତି ଏକ ସୁନ୍ଦର ଲେଖା ପାଇଁ ଲେଖକ କୁ ଅଶେଷ ଅଶେଷ ଅଶେଷ ଧନ୍ୟବାଦ । ଆଶାକରେ ଆଗକୁ ଆଉ ଭଲ ଗପ ମିଳିବ…। ପୁଣିଥରେ ଧନ୍ୟବାଦ୍….

  • ୧୯. Damodar behera, gohiribadi ,ganjam |  ଜାନୁଆରୀ ୩୧, ୨୦୧୪ - ୯:୦୮ ଅପରାହ୍ନ

    ସୁନ୍ଦର ଲେଖା…
    ଧନ୍ୟବାଦ

  • ୨୦. sagar dehuri, cuttack, odisha |  ଫେବୃଆରୀ ୪, ୨୦୧୪ - ୧୧:୦୧ ପୂର୍ବାହ୍ନ

    premika ra chithi iz very excilent

  • ୨୧. RASMITA BADAJENA, ପୁରୀ |  ଜୁନ୍ ୨୦, ୨୦୧୫ - ୨:୧୯ ପୂର୍ବାହ୍ନ

    ବହୁତ ଭଲ ଲାଗିଲା.

  • ୨୨. chaturbhuja behera, dhenkanal |  ଜୁଲାଇ ୨୦, ୨୦୧୫ - ୨:୫୮ ପୂର୍ବାହ୍ନ

    hrudaya ku sparsa kala pari gapatia. puruna smruti sabu taja hoigala, lekhakanku dhanyabad.

  • ୨୩. ଶିଶିର୍ କୁମର୍ ପ୍ରଧନ୍, odisha |  ଅକ୍ଟୋବର୍ ୧୪, ୨୦୧୫ - ୧୨:୫୯ ପୂର୍ବାହ୍ନ

    ଆପଣଙ୍କ ଗଳ୍ପଟି ସୁନ୍ଦର ହେଇଛି୤ ବହୁତ ଭଲ ଲଗୁଛି ୤ ଅଶେଷ ଅଶେଷ ଅଶେଷ ଧନ୍ୟବାଦ । ଆଶା କରୁଛି ଆହୁରି ଅନ୍ୟାନ୍ୟ ଲେଖା ପୁଣି ମିଳିବ୤

  • ୨୪. Anuj kumar Guru, Jajpur,Odisha |  ଜୁନ୍ ୨, ୨୦୧୭ - ୪:୨୪ ପୂର୍ବାହ୍ନ

    REALLY INNER HEART TOCHING MAJEASTIC STORY.I WANT TO THANKS THE WRITER FOR WRITING THIS STORY.SUPER …..EXCELLENT.

  • ୨୫. RANJAN NAYAK, BALASORE |  ଜୁନ୍ ୧୪, ୨୦୧୭ - ୬:୧୪ ପୂର୍ବାହ୍ନ

    REALLY HEART TOUCHING @@@

  • ୨୬. ଦୁଷ୍ମନ୍ତ ପରିଡା, Ma'am , Amman, Jordan |  ଅକ୍ଟୋବର୍ ୧୭, ୨୦୧୭ - ୬:୫୭ ପୂର୍ବାହ୍ନ

    ଗଳ୍ପଟି ଅତ୍ୟନ୍ତ ମନଛୁଆଁ ହୋଇଛି.

  • ୨୭. jagat pattnaik, ଭୁବନେସ୍ୱର୍ |  ଅକ୍ଟୋବର୍ ୩୧, ୨୦୧୭ - ୪:୧୩ ପୂର୍ବାହ୍ନ

    ବହୁତ୍ ଭଲ ହେଇଛି।ବହୁତ୍ ସୁନ୍ଦର ଧନ୍ୟବାଦ ଅହି ସୁନ୍ଦର ଗଲ୍ପ ର ପରିକଲ୍ପନ ପାଇ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤