ନବ ପ୍ରତିଭା

କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ
କଣ୍ଟା
|- ଶୈଳେନ୍ଦ୍ର କୁମାର ଜେନା

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସଦାନନ୍ଦ ତ୍ରିପାଠୀ
ଦେବେନ୍ଦ୍ର ମହାନ୍ତି
ସନ୍ଥକବି ଭୀମ ଭୋଇ
ଦିଲ୍ଲୀପ ଦାସ
ଅମିୟବାଳା ପଟ୍ଟନାୟକ
ଦୀପକ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ପତ୍ରଲେଖକର ପ୍ରେମିକା
 |- ଗୌତମବୁଦ୍ଧ ଦାଶ
 
 
ତା: ଜୁଲାଇ ୫, ୨୦୧୨  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ସ୍ମୃତିକୁ ନ ଦେଖିଲା ଯାଏ ମୋର ଗୋଟିଏ ଧାରଣା ଥିଲା ଯେ, ରାସ୍ତାଘାଟରେ ଆଖିକୁ ସୁନ୍ଦର ଦିଶୁଥିବା ତଥାକଥିତ ସୁନ୍ଦରୀ ଝିଅମାନଙ୍କ ଭିତରୁ, କାହା ପାଖରେ ବି ମୋ ପ୍ରେମିକା ହେବାର ଯୋଗ୍ୟତା ନାହିଁ୤ ସେମାନଙ୍କ ଠକ୍‌ ଠକ୍‌ ଚାଲି, ଟାଏଁ ଟାଏଁ କଥା, ମୁହଁମୋଡ଼ା ଢଙ୍ଗ ଓ ବେପରୱା ବ୍ୟବହାର ଦେଖିଲେ ମନେ ହେଉଥିଲା ଏମାନେ ଗୋଟାପଣ ନଖରୀ ଆଉ ହଣ୍ଡ୍ରେଡ଼ ପର୍ସେଣ୍ଟ ସ୍ବାର୍ଥପର୤ ଏଇ ଯେମିତି ସେମାନେ ନୂଆ ନୂଆ କଲେଜ ଆସିଲେ ଗୋଟିଏ ଖିଆଲରେ ପଡ଼ି ପ୍ରେମ କରିପକାନ୍ତି କ୍ଲାସ୍‌ର ସବୁଠୁ ହ୍ୟାଣ୍ଡସମ୍‌ ନଚେତ୍‌ ବ୍ରିଲିଆଣ୍ଟ ଟୋକାକୁ୤ ଲାଇବ୍ରେରୀ, ରେଷ୍ଟୁରାଣ୍ଟ ନ ହେଲେ ବଢ଼ି ବଢ଼ି କାଠଯୋଡ଼ି କୂଳ ପର୍ଯ୍ୟନ୍ତ ଏମାନଙ୍କ ଖୁଲମ୍‌ଖୁଲା ପ୍ରେମ ଚାଲେ, ବେଳେବେଳେ ସମ୍ରାଟ ସିନେମା କି ନନ୍ଦନକାନନ ପର୍ଯ୍ୟନ୍ତ ବି ଆଗେଇଯାଏ୤ କିନ୍ତୁ କ୍ୟାମ୍ପସ୍‌ରୁ ବିଦାୟ ନେବା ସମୟ ଆସିଲେ ହଜାରେ ପ୍ରତିଶ୍ରୁତିରେ ଓଦା ଓଦା ହୋଇଯାଏ, ଲେଡ଼ିଜ୍‌ ହଷ୍ଟେଲ୍‌ ଆଗର ଧୁ ଧୁ ପଡ଼ିଆ୤ ମାସ କେତେଟା ପରେ ହୁଏତ ଝିଅଟିର ବାହାଘର ଠିକ୍‌ ହୋଇଯାଏ, ନଚେତ୍‌ ଏତେ ବଡ଼ ରିସ୍କ ନେବା ସମ୍ଭବ ନୁହେଁ ଭାବି ଭାବି ଯାହା ହେଲା ଢେର ନ୍ୟାୟରେ ଝିଅଟି ଏ ଖେଳରୁ ଅବସର ନେଇଯିବା ଉଚିତ୍‌ ମନେ କରେ୤

ତେବେ ସ୍ମୃତି କଥାଟା ଥିଲା ଏ ସବୁଥିରୁ ଏକେବାରେ ଭିନ୍ନ ପ୍ରକାରର୤ ଯେଉଁଦିନ ସ୍ମୃତିକୁ କଲେଜ ସାମ୍ନାରେ ପ୍ରଥମେ ଆବିଷ୍କାର କଲି, ମୋର କାହିଁକି ମନେ ହୋଇଥିଲା ଯେ, ଏଇ ଲମ୍ବାବେଣୀବାଲା ତନୁପାତଳୀ ଝିଅଟା ଅନ୍ୟମାନଙ୍କଠାରୁ ଡିଫେରେଣ୍ଟ ବା ଅଲଗା୤ କଲେଜ୍‌ ସାମ୍ନାର ଗୁପ୍‌ଚୁପ୍‌ ଦୋକାନ ଆଗରେ ହୋଇଥିବା ଅସମ୍ଭବ ଭିଡ଼ ଭିତରୁ ବାହାରି ଆସି ଏକାକୀ ଛିଡ଼ା ହୋଇଥିଲା ଝିଅଟି… କାହିଁକି କେଜାଣି ସେଇ ମୁହୂର୍ତ୍ତରେ ମୁଁ ଝିଅଟିର ନାମକରଣ କରିଦେଲି… ସ୍ମୃତି୤ ସ୍ମୃତିର ସାଙ୍ଗମାନେ ଗୁପ୍‌ଚୁପ୍‌ ଦୋକାନୀର ହାତଚକଟା ଆଳୁ ଆଉ ନଖବୁଡ଼ା ତେନ୍ତୁଳି ପାଣିର ସ୍ବାଦରେ ମସ୍‌ଗୁଲ୍‌ ଥିଲାବେଳେ ସ୍ମୃତି ପରି ମୁଁ ବି ‘ଗୁପ୍‌ଚୁପ୍‌’ ପଦାର୍ଥଟିକୁ ପ୍ରଚଣ୍ଡ ଘୃଣା କରୁଥିଲି ଓ ଗୁପ୍‌ଚୁପ୍‌ ପାଇଁ ପାଗଳ ହୋଇଯାଉଥିବା ଝିଅମାନଙ୍କ ପ୍ରତି ମୋର ଦୟା ଆସୁଥିଲା୤ ପ୍ରବଳ ଉଚ୍ଛ୍ବାସ ମଧ୍ୟରେ ସେହି ଝିଅମାନଙ୍କ ଗୁପ୍‌ଚୁପ୍‌ ଖିଆ ଶେଷ ହେଲାପରେ ସ୍ମୃତି ଚୁପ୍‌ଚାପ୍‌ ମନିପର୍ସରୁ ପଇସା କାଢ଼ି ଦୋକାନୀ ହାତକୁ ବଢ଼ାଇଦେଲା ଏବଂ ଗୋଟିଏ ନର୍ସରୀ ସ୍କୁଲ୍‌ର ‘ମାଡ଼ାମ୍‌’ ପରି ଅନ୍ୟମାନେ ତାକୁ ଅନୁସରଣ କଲେ ନୀରବରେ୤

ସେଦିନ ମୁଁ ସ୍ମୃତିକୁ ଚିହ୍ନି ନଥିଲି କି ଜାଣି ନଥିଲି, କିନ୍ତୁ ସେଇ କେଇ ମିନିଟ୍‌ ଭିତରେ ମୋତେ ଭଲ ଲାଗିଥିଲା ଝିଅଟିର ମାର୍ଜିତ ରୁଚି, ନାକ କୁଞ୍ଚାଇବା ଢଙ୍ଗ ଏବଂ ଦୁଇଟି ସ୍ବପ୍ନିଳ ଆଖିର ଭସା ଭସା କାହାଣୀ୤ ହଷ୍ଟେଲ୍‌ ଫେରିଗଲା ପରେ ସେଦିନ ସନ୍ଧ୍ୟାଟି ଖୁବ୍‌ ହାଲୁକା ଲାଗିଥିଲା୤ ପ୍ରଥମ ଥର ପାଇଁ ମଧ୍ୟରାତ୍ରିରେ ମୁଁ ଅନୁଭବ କଲି ଟିକିଏ ଦୂରରେ ଥିବା ଲେଡ଼ିଜ୍‌ ହଷ୍ଟେଲ୍‌ର ଗୋଟିଏ ଅଜଣା ଝରକା ଭିତର ପଟୁ ସ୍ମୃତିକୁ ଆଉଥରେ ଦେଖିନେବାର ଅଦମନୀୟ ଇଚ୍ଛା୤ ତେବେ ଇତିମଧ୍ୟରେ ବେଶ୍‌ କିଛିଦିନ ବିତିଯାଇଥିଲା୤ ଗୁପ୍‌ଚୁପ୍‌ ଦୋକାନ ଓ ଲେଡ଼ିଜ୍‌ ହଷ୍ଟେଲ୍‌ ଆଗରେ ଦୁଇଚାରିଥର ପଇଁତରା ମାରି ମଧ୍ୟ ମୁଁ ସ୍ମୃତିର ପତ୍ତା ଲଗାଇ ପାରି ନଥିଲି ଏବଂ ସ୍ମୃତିର ସ୍ମୃତି ମୋ ଭିତରେ କ୍ରମଶଃ ଦୁର୍ବଳ ହୋଇଆସୁଥିଲା୤

ମୁଁ ସ୍ମୃତିକୁ ଏକପ୍ରକାର ଭୁଲି ଆସୁଥିଲି କହିଲେ ଚଳେ୤ ହେଲେ ତା’ ସହ ଏମିତି ଅକସ୍ମାତ୍‌ ଦେଖା ହୋଇଯିବ ବୋଲି ସ୍ବପ୍ନରେ ବି କଳ୍ପନା କରି ନଥିଲି୤ ସେଦିନ ଚନ୍ଦନ ଦା’ ମୋତେ ତା’ର ତୃତୀୟ ପ୍ରେମିକାକୁ ଦେଖାଇବାକୁ ନେଇଯାଇଥିଲେ୤ ଚନ୍ଦନ ଦା’ ଥିଲା ଆମ ଗାଁ ପାଖର ପିଲା, ଯିଏକି ହାଇସ୍କୁଲରେ ମୋର ଦୁଇଟି ଉପର ଶ୍ରେଣୀରେ ପଢ଼ୁଥିଲେ ବି ପି.ଜି. କଲାବେଳକୁ ମୋର ସାଙ୍ଗ ପାଲଟି ଯାଇଥିଲେ୤ ତେଣୁ ମୋ ଭଳି ହଷ୍ଟେଲରେ ଅନ୍ୟମାନେ ତାକୁ ଚନ୍ଦନ ଦା’ ହିଁ ସମ୍ବୋଧନ କରୁଥିଲେ୤ ତା’ ପାଖରେ ଏମିତି କ’ଣ କଳା ଥିଲା କେଜାଣି; ସେ ଯେଉଁ ଯେଉଁ କଲେଜରେ ପାଦ ଦେଉଥିଲା, ସେ କଲେଜର ସବୁଠାରୁ ସୁନ୍ଦରୀ ଝିଅମାନେ କିଛିଦିନ ପରେ ତା’ ପାଇଁ ଦିୱାନି ପାଲଟି ଯାଉଥିଲେ୤ ଚନ୍ଦନ ଦା’ ଅବଶ୍ୟ ଥିଲା ଓଡ଼ିଆ ସିନେମାର ହିରୋ ପରି ହ୍ୟାଣ୍ଡସମ୍‌, କଥାବାର୍ତ୍ତାରେ ଅସାଧାରଣ ସ୍ମାର୍ଟ ଏବଂ ପ୍ରେମ ବ୍ୟାପାରରେ ଅସମ୍ଭବ ଭାବେ ଅଭିଜ୍ଞ୤ ମାଟ୍ରିକ୍‌ ବେଳେ ସେ ଆମ ସ୍କୁଲ୍‌ର ସଂସ୍କୃତ ପଣ୍ଡିତଙ୍କ ଅଲିଅଳି ଝିଅ ବନ୍ଦନାକୁ କେବଳ ଫସାଇ ଦେଇ ନଥିଲା, ଗୋଟିଏ ଛୁଟିରେ ତା’କୁ ସମୁଦ୍ର କୂଳକୁ ବୁଲାଇ ନେବାଭଳି ଦୁଃସାହସ ମଧ୍ୟ ପ୍ରଦର୍ଶନ କରିପାରିଥିଲା୤ ଆଉ କଲେଜରେ ତ ଝିଅ ଫସାଇବା ଥିଲା ତା’ ପାଇଁ ‘ବାୟେଁ ହାତ କା ଖେଲ୍‌’୤ କାଳକ୍ରମେ କିଛି ଝିଅ ସ୍ଥାୟୀ ଭାବେ ତା’ ପ୍ରେମରେ ପଡ଼ି ଯାଉଥିଲେ ଏବଂ ତା’ ପ୍ରେମର ଗଭୀରତା ନ ପରଖିଲା ଯାଏ ତା’କୁ ଛାଡ଼ି ଯାଉ ନଥିଲେ୤

ହେଲେ ଚନ୍ଦନ ଦା’ର ସବୁ ପ୍ରେମପତ୍ରର ଡ୍ରାଫଟ୍‌ କରୁଥିଲି ମୁଁ୤ ସେକ୍ସପିୟର୍‌ଠୁ ଆରମ୍ଭ କରି ଉପେନ୍ଦ୍ର ଭଞ୍ଜଙ୍କ କୋଟେସନ୍‌ରେ ଭର୍‌ପୁର ଗୋଟିଏ ଚିଠି ଲେଖା ହେଲା ପରେ, ଚନ୍ଦନ ଦା’ ବସି ବସି ତା’ର ଦୁଇ ତିନିଟି କପି କରୁଥିଲା ଏବଂ ଉପରେ ସମ୍ବୋଧନ ସ୍ଥାନରେ କେବଳ ମାମା, ଦେବୀ, ମିତା କି ଅଳକା… ଏମିତି ଲେଖାଯାଉଥିଲା୤ ପରଦିନ ସବୁଗୁଡ଼ିକ ଚିଠି ଏକା ସାଙ୍ଗରେ ପୋଷ୍ଟ ହେଉଥିଲା ଏବଂ ମାମା, ଦେବୀ, ମିତା ଓ ଅଳକାମାନେ ସେ ଚିଠି ପାଇ ସରାଗରେ ସେମାନଙ୍କ ଭେନିଟି ବ୍ୟାଗ୍‌ମାନଙ୍କରେ ଲୁଚାଇ ରଖୁଥିଲେ୤ ଅବିଳମ୍ବେ ଚିଠିଗୁଡ଼ିକର ଉତ୍ତର ଆସୁଥିଲା, ଯେଉଁଥିରେ ମୋ ଚିଠି ଲେଖିବାର ଶୈଳୀ ଓ ଭାଷାକୁ ଭୂରି ଭୂରି ପ୍ରଶଂସା କରାଯାଇଥିଲା୤ ବେଳେବେଳେ ମୋ ଚିଠିର ଅଭିନବ ବିଶ୍ଳେଷଣରେ ମୁଁ ନିଜେ ବି ହତଚକିତ ହୋଇଉଠୁଥିଲି ଏବଂ ଗୋଟିଏ ଅଲଗା ଅଲଗା ପ୍ରକାରର ଶିହରଣ ଅନୁଭବ କରୁଥିଲି ଭିତରେ ଭିତରେ୤ ସେ ଯାହା ହେଉନା କାହିଁକି ଚନ୍ଦନ ଦା’ର ପତ୍ରଲେଖକ ଭାବରେ ‘ଦେବୀ’ ନାମକ ଯେଉଁ ଝିଅଟିକୁ ମୁଁ ଚିଠି ଲେଖୁଥିଲି… ସେ ଝିଅଟି ଥିଲା… ଅନ୍ୟମାନଙ୍କଠୁ ସ୍ବତନ୍ତ୍ର୤ ସେ ଯେ ଚନ୍ଦନ ଦା’କୁ ଏକାନ୍ତ ଆନ୍ତରିକ ଭାବରେ ଭଲ ପାଉଥିଲା, ତାହା ତା ଚିଠିର ପ୍ରତିଟି ଭାଷାରୁ ବୁଝା ପଡ଼ୁଥିଲା୤ ତା’ର ଆବୁଡ଼ା ଖାବୁଡ଼ା ଅକ୍ଷର ଭିତରେ ଏତେ ଟିକିଏ ବି ଲୋକ ଦେଖାଣିଆ ଭାବ ନ ଥିଲା କି କେଉଁଠୁ ଉଧାର କରା କୋଟେସନ୍‌ ନଥିଲା, ବରଂ ଚିଠିଗୁଡ଼ିକ ରୋମାଣ୍ଟିକ ନ ହୋଇ ଅଧିକାଂଶ କ୍ଷେତ୍ରରେ ହୋଇ ଉଠୁଥିଲା କରୁଣ୤ ତେଣୁ ଚନ୍ଦନ ଦା’ ଦେବୀ ପାଇଁ ଚିଠି ଲେଖିବାକୁ ଅନୁରୋଧ କରିବା ପୂର୍ବରୁ ମୁଁ ଚିଠି ଲେଖି ପକାଉଥିଲି୤ ଆଉ ତା’କୁ ଚିଠି ଲେଖିଲା ବେଳେ ମୋର ମନେ ହେଉଥିଲା ମୁଁ ଯେମିତି ମୋ ନିଜର ପ୍ରେମିକାକୁ ହିଁ ଚିଠି ଲେଖୁଛି୤ ହାୟ, ସେତେବେଳେ ପର୍ଯ୍ୟନ୍ତ ମୁଁ କାହାରି ପ୍ରେମରେ ପଡ଼ି ନଥିଲି କି ମୋର କେହି ପ୍ରେମିକା ନଥିଲେ୤ ମୁଁ ଏକଥା କେବେକେବେ ଚନ୍ଦନ ଦା’ ଆଗରେ ପ୍ରକାଶ ମଧ୍ୟ କରି ଦେଉଥିଲି୤ ମାତ୍ର ଏକା ସାଙ୍ଗରେ ୩/୪ ଟି ଝିଅକୁ ପ୍ରେମ କରୁଥିବା ଚନ୍ଦନ ଦା’ ବେପରୱା ହସ ହସ, ମୋ ପିଠିରେ ବଡ଼ ଭାଇ ସୁଲଭ ହାତ ପିଟି କହୁଥିଲା ‘ହଉ ହେଲା… ମୋ ଦେବୀକୁ ତୋତେ ଦେଇଦେଲି…. ଯାଃ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଗୌତମବୁଦ୍ଧ ଦାଶ, ବାଲେଶ୍ବର
ଛାତ୍ର ଜୀବନରୁ କବିତା ଲେଖା ଆରମ୍ଭ କରିଥିବା ଗୌତମବୁଦ୍ଧ ଦାଶ ବୃତ୍ତିରେ ଜଣେ ସାମ୍ବାଦିକ ହୋଇଥିଲେ ସୁଦ୍ଧା କ୍ଷୁଦ୍ରଗଳ୍ପ ଲେଖାରେ ତାଙ୍କର ପରାକାଷ୍ଠା ଦେଖାଇଛନ୍ତି୤ କଥା ପତ୍ରିକା ପକ୍ଷରୁ ଆୟୋଜିତ ନବପ୍ରତିଭା ପୁରସ୍କାର ସହିତ ତାଙ୍କର ପ୍ରଥମ ଗଳ୍ପ ସଙ୍କଳନ ‘କେବଳ ପ୍ରାପ୍ତ ବୟସ୍କଙ୍କ ପାଇଁ’ ସଙ୍କଳନ ପାଇଁ ସେ ରାଜ୍ୟ ଯୁବ ଲେଖକ ପୁରସ୍କାର ପାଇଥିଲେ୤ ସମ୍ପ୍ରତି ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟଭାବେ ଶ୍ରୀ ଦାଶ କାର୍ଯ୍ୟରତ୤ ଗଳ୍ପ ବ୍ୟତୀତ ଏକ ଉପନ୍ୟାସ ମଧ୍ୟ ଲେଖିଛନ୍ତି ସେ୤... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୨୫ ଆପଣଙ୍କ ମତାମତ ?

  • ୧. Biswaranjan mishra |  ଜୁଲାଇ ୭, ୨୦୧୨ - ୭:୦୪ ପୂର୍ବାହ୍ନ

    Mind blowing..pls send me the names of the novel of this awesome writer…

  • ୨. ହିମାଂଶୁ ରଞ୍ଜନ ଦାଶ୍ |  ଜୁଲାଇ ୯, ୨୦୧୨ - ୧:୧୪ ପୂର୍ବାହ୍ନ

    ଚମତ୍କାର ଗଳ୍ପ ୤

  • ୩. ମନୋଜ୍ |  ଜୁଲାଇ ୧୨, ୨୦୧୨ - ୨:୧୫ ଅପରାହ୍ନ

    ବହୁତ୍ ବଢିଆ ହେଈଛୀ

  • ୪. ଜିତୁ ପାତ୍ର |  ଜୁଲାଇ ୧୩, ୨୦୧୨ - ୧୨:୧୦ ପୂର୍ବାହ୍ନ

    ସତରେ ବହୁତ୍ ବଢିଆ ହେଇଛି……

  • ୫. ଦେବେନ୍ଦ୍ର ବେହେରା |  ଜୁଲାଇ ୧୪, ୨୦୧୨ - ୭:୪୧ ପୂର୍ବାହ୍ନ

    ଗଳ୍ପଟି ବହୁତ ସୁନ୍ଦର ହେଇଛି୤ ଆଶା କରୁଛି ଲେଖକଙ୍କ ଅନ୍ୟାନ୍ୟ ଲେଖା ପୁଣି ମିଳିବ୤

  • ୬. S k mishra |  ଜୁଲାଇ ୧୪, ୨୦୧୨ - ୮:୧୦ ପୂର୍ବାହ୍ନ

    Dashbabu,
    I do hereby tender my heartfelt admiration to you for this story. I am not sure whether I had ever read your earlier creations. But, one thing, after a long, I could smell a pleasant ending in any Odia short story. I do not contradict Sheely for “Sweetest songs are….”. but life itself has become so burdensome, we need some pleasure from the creations/ art. Hence, once again I express my sincere thanks.

    Thanks and regds,

  • ୭. muralidhar kabi |  ଜୁଲାଇ ୨୫, ୨୦୧୨ - ୧୦:୪୨ ପୂର୍ବାହ୍ନ

    khub sundara parikalpana

  • ୮. Santosh |  ଜୁଲାଇ ୨୬, ୨୦୧୨ - ୧୨:୪୮ ପୂର୍ବାହ୍ନ

    Excellent piece of work. Kudos to the writer.

  • ୯. Hari Krishna Sahu |  ଜୁଲାଇ ୨୬, ୨୦୧୨ - ୧:୩୧ ପୂର୍ବାହ୍ନ

    Its awesome imagination….very nice

  • ୧୦. ବିଜନ ରାୟ୍ |  ଜୁଲାଇ ୨୬, ୨୦୧୨ - ୬:୦୮ ପୂର୍ବାହ୍ନ

    ଖୁବ୍ ସୁନ୍ଦର ଗଲ୍ପ . ବହୁତ ଭଲ ଲାଗିଲା. ଗାଲ୍ପିକ ଙ୍କୁ ଧନ୍ୟବାଦ.

  • ୧୧. KK-(Kshirod Kumar) |  ଜୁଲାଇ ୨୮, ୨୦୧୨ - ୮:୦୧ ପୂର୍ବାହ୍ନ

    Really very nice story…………….Heart touching…….

    Many many thanks to Mr. Goutambudha Dash. Thanks in advance……

  • ୧୨. Dr.Leenasri |  ଅଗଷ୍ଟ୍ ୨, ୨୦୧୨ - ୧:୨୧ ପୂର୍ବାହ୍ନ

    Bahut bhala lagila apananka galpa padhiba pare.It reminds me of R K Narayanan.
    .

  • ୧୩. candravanu jyotish |  ଅଗଷ୍ଟ୍ ୬, ୨୦୧୨ - ୮:୪୧ ପୂର୍ବାହ୍ନ

    sundara hoichi

  • ୧୪. uttam, chikiti |  ଅକ୍ଟୋବର୍ ୧୪, ୨୦୧୨ - ୯:୪୧ ଅପରାହ୍ନ

    hrudaya ku chhuin gala.

  • ୧୫. basudev barik, jatani |  ଅକ୍ଟୋବର୍ ୨୩, ୨୦୧୨ - ୪:୧୮ ପୂର୍ବାହ୍ନ

    Gapa mora manaku chhuinla.bahut vala gapatia.

  • ୧୬. Goutam Das, Rourkela |  ଡିସେମ୍ବର୍ ୩୧, ୨୦୧୨ - ୯:୧୬ ପୂର୍ବାହ୍ନ

    ଗଳ୍ପଟି ସୁନ୍ଦର ହେଇଛି୤ ଗାଲ୍ପିକ ଙ୍କୁ ବଧେଇ

  • ୧୭. debendra lenka, cuttack,odisha |  ମେ ୧୦, ୨୦୧୩ - ୧୨:୦୫ ଅପରାହ୍ନ

    heart touching story

  • ୧୮. ହେମନ୍ତ କୁମାର 264742, ନନ୍ଦାହାନ୍ଡି,ନବରଂଗପୁର |  ଜାନୁଆରୀ ୨୬, ୨୦୧୪ - ୬:୧୮ ପୂର୍ବାହ୍ନ

    ଏମିତି ଏକ ସୁନ୍ଦର ଲେଖା ପାଇଁ ଲେଖକ କୁ ଅଶେଷ ଅଶେଷ ଅଶେଷ ଧନ୍ୟବାଦ । ଆଶାକରେ ଆଗକୁ ଆଉ ଭଲ ଗପ ମିଳିବ…। ପୁଣିଥରେ ଧନ୍ୟବାଦ୍….

  • ୧୯. Damodar behera, gohiribadi ,ganjam |  ଜାନୁଆରୀ ୩୧, ୨୦୧୪ - ୯:୦୮ ଅପରାହ୍ନ

    ସୁନ୍ଦର ଲେଖା…
    ଧନ୍ୟବାଦ

  • ୨୦. sagar dehuri, cuttack, odisha |  ଫେବୃଆରୀ ୪, ୨୦୧୪ - ୧୧:୦୧ ପୂର୍ବାହ୍ନ

    premika ra chithi iz very excilent

  • ୨୧. RASMITA BADAJENA, ପୁରୀ |  ଜୁନ୍ ୨୦, ୨୦୧୫ - ୨:୧୯ ପୂର୍ବାହ୍ନ

    ବହୁତ ଭଲ ଲାଗିଲା.

  • ୨୨. chaturbhuja behera, dhenkanal |  ଜୁଲାଇ ୨୦, ୨୦୧୫ - ୨:୫୮ ପୂର୍ବାହ୍ନ

    hrudaya ku sparsa kala pari gapatia. puruna smruti sabu taja hoigala, lekhakanku dhanyabad.

  • ୨୩. ଶିଶିର୍ କୁମର୍ ପ୍ରଧନ୍, odisha |  ଅକ୍ଟୋବର୍ ୧୪, ୨୦୧୫ - ୧୨:୫୯ ପୂର୍ବାହ୍ନ

    ଆପଣଙ୍କ ଗଳ୍ପଟି ସୁନ୍ଦର ହେଇଛି୤ ବହୁତ ଭଲ ଲଗୁଛି ୤ ଅଶେଷ ଅଶେଷ ଅଶେଷ ଧନ୍ୟବାଦ । ଆଶା କରୁଛି ଆହୁରି ଅନ୍ୟାନ୍ୟ ଲେଖା ପୁଣି ମିଳିବ୤

  • ୨୪. Anuj kumar Guru, Jajpur,Odisha |  ଜୁନ୍ ୨, ୨୦୧୭ - ୪:୨୪ ପୂର୍ବାହ୍ନ

    REALLY INNER HEART TOCHING MAJEASTIC STORY.I WANT TO THANKS THE WRITER FOR WRITING THIS STORY.SUPER …..EXCELLENT.

  • ୨୫. RANJAN NAYAK, BALASORE |  ଜୁନ୍ ୧୪, ୨୦୧୭ - ୬:୧୪ ପୂର୍ବାହ୍ନ

    REALLY HEART TOUCHING @@@

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤