ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ଅନନ୍ତ ପଟ୍ଟନାୟକ
ଶାରଦା ପ୍ରସାଦ ମିଶ୍ର
ବିଜୟ ମିଶ୍ର
ମୃଣାଳ
ଶକ୍ତି ମହାନ୍ତି
ଅମିୟବାଳା ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନାମ ଫଳକ
 |- କମଳା ଶତପଥି
 
 
ତା: ଅଗଷ୍ଟ୍ ୨୮, ୨୦୧୨  
 

ଚାହୁଁ ଚାହୁଁ କିଛି ସମୟ ଆମ ଘରର ଶାନ୍ତ ପରିବେଶ ପୁଅବୋହୂ, ଝିଅଜୋଇଁ, ଶଳାଶାଳୀ, ବନ୍ଧୁବାନ୍ଧବଙ୍କ କଳରବରେ ଗହଳଚହଳ ହେଇଉଠିଲା୤ ରବିବାରର ସକାଳ, ତେଣୁ ପହଞ୍ଚିବାରେ କାହାର ବିଳମ୍ବ ହେଲାନାହିଁ୤ ଅବଶ୍ୟ କେହି କେହି ନିଶ୍ଚୟ ମନେ ମନେ ଭାବୁଥିବ, ଗଲା, ଆଜି ଏ ବୁଢ଼ା ପାଇଁ ପୂରା ରବିବାରଟା ଖରାପ ହୋଇଗଲା୤ କେତେ ନିଶ୍ଚିତରେ ବସିବସି ଦିନଯାକର କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା, ସବୁ ମାଟିରେ ମିଶିଗଲା୤ ୟାକୁ କଣ ଆଉ କେଉଁଦିନ ମରିବାକୁ ହେଲାନାହିଁ୤ ମଲା ତ ମଲା, ରବିବାର, ପୁଣି ସକାଳୁ ସକାଳୁ୤

ନା, ନା, ସେମିତି କେହି ଭାବୁ ନଥାଇ ପାରନ୍ତି ଏଇଲେ, ସମସ୍ତଙ୍କ ମନ ଦୁଃଖରେ ଭାରି ଭାରି ହୋଇଗଲା ପରି ଲାଗୁଛି୤ ଅବଶ୍ୟ ମୁଁ ସେମାନଙ୍କ ପାଇଁ ଅଲୋଡ଼ା ଅଖୋଜା ଥିଲି, ତଥାପି ଥିଲି ତ୤ ପ୍ରଥମରୁ ମୁଁ ଏତେଟା ସାମାଜିକ ପ୍ରାଣୀ ନୁହେଁ୤ ଯାହା ସାମାନ୍ୟ ବା ଥିଲି, ଏଇ କିଛି ବର୍ଷ ହେଲାଣି ସମସ୍ତଙ୍କଠାରୁ ଏକଦମ୍‌ କଟିଯାଇ ସବୁଥିରେ ପୂର୍ଣ୍ଣଚ୍ଛେଦ ମାରି ଦେଇଛି୤ ନା କୁଆଡ଼େ ଯାଉଥିଲି, ନା କେହି ଆସିଲେ ମତେ ଖୋଜୁଥିଲେ୤ ଯେ କେହି ବି ଆସୁଥିଲେ ସେମାନେ ସେପଟୁ ସେପଟୁ ବିଦା ହେଉ ଯାଉଥିଲେ୤ ଘରର ଏପଟକୁ, ମାନେ ମୋ ପାଖକୁ ସୁରମାଙ୍କ ବ୍ୟତୀତ ଆଉ କେହି କେବେ ଆସିବାର ମୋର କାହିଁ ମନେ ପଡ଼ୁନି୤ ସତ କହିବାକୁ ଗଲେ କାହାର ନଆସିବାଟା ହିଁ ମତେ ଭଲ ଲାଗୁଥିଲା୤

ସେପଟ ଘର ଏଇଲେ ହୋ ହୋ ଶବ୍ଦ ଜୋରରେ ଶୁଭୁଛି୤ ସମସ୍ତେ ସୁରମାକୁ ବୋଧ ଦେଉଛନ୍ତି…ବୋଧ ଦେଉଛନ୍ତି କି ମୋ ମୃତ୍ୟୁ ପାଇଁ ବଧେଇ ଜଣାଉଛନ୍ତି କେଜାଣି ! ନିଶ୍ଚୟ ସୁରମାଙ୍କ ଉପରେ ମୁଁ ବୋଝ ଥିଲି୤ ମୋ ଲାଗି ସେ କୁଆଡ଼େ ଯାଇ ଆସି ପାରୁ ନଥିଲେ୤ ସେଇଥିପାଇଁ ତ ସେଦିନ ବିରକ୍ତ ହେଇ କହିଥିଲେ, ‘ଆଚ୍ଛା ଲୋକ ହେଇଛି, ଟିକିଏ କାହା ସଙ୍ଗେ ଯାଇ ମିଳାମିଶା କଲେ କଣ ହୁଅନ୍ତାନି୤ ବାହାର ଦୁନିଆରେ କଣ ଚାଲିଛି, କେମିତି ଚାଲିଛି, ଯଦି ଏଠୁ ନବାହାରିବ, ତେବେ ଜାଣିବ କେମିତି ? ସମସ୍ତେ ତମ କଥା ପଚାରି ପଚାରି ମତେ ହାଲିଆ କରୁଛନ୍ତି, କାହିଁକି ଯାଉନ ବୋଲି ଫୋନ୍‌ କରୁଛନ୍ତି, ଏମିତି ହେଲେ କେମିତି ଚଳିବ ?

ଏଇଟା ତାଙ୍କର ମୋ ପ୍ରତି ପ୍ରଶ୍ନ ନା ଅଭିଯୋଗ, ମୁଁ ବୁଝିପାରି ନଥିଲି ପ୍ରଥମେ୤ ଏତେ ବର୍ଷ ହେଲାଣି ଘରସଂସାର କରିବା ମୋ ସହିତ୤ ସେ କ’ଣ ଆଜିଯାଏ ଜାଣିନାହାନ୍ତି ମତେ ଲୋକବାକଙ୍କ ସହିତ ଅଯଥାରେ ମିଳାମିଶା କରିବା ପସନ୍ଦ ନୁହେଁ ବୋଲି୤ ତେବେ ଆଜି ହଠାତ୍‌ କାହିଁ ଏ ପ୍ରଶ୍ନ ! ନିଶ୍ଚୟ ବିରକ୍ତ ହେଇଯିବେଣି୤ ମୁହଁରେ ନ କହିଲେ ବି ମନେ ମନେ ଭାବୁଥିବେ କେବେ ମୁଁ ଏ ସଂସାର ତ୍ୟାଗ କରିବି, ଆଉ ସେ ଶାନ୍ତିରେ ନିଶ୍ବାସ ମାରିବେ୤ ଅବଶ୍ୟ ମୁଁ ତାଙ୍କୁ କେବେ ବାନ୍ଧି ରଖିନାହିଁ କି କୁଆଡ଼େ ଯିବାକୁ ବାରଣ କରିନାହିଁ୤ ସେ ନିଜେ ନିଜେ ହିଁ ମୋ ପଛରେ ବାନ୍ଧି ହୋଇଯାଇଛନ୍ତି୤ ମୁଁ ଜାଣିଛି, ବାହାରେ ବୁଲାବୁଲି କରିବାଟା ତାଙ୍କୁ ଭାରି ପସନ୍ଦ୤ କିନ୍ତୁ ମୋରି ପାଇଁ କେବେ କୁଆଡ଼େ ଯାଇ ପାରୁନାହାଁନ୍ତି ବୋଲି ପ୍ରକାରାନ୍ତରେ ଅନେକ ଥର ଏଇ ଭିତରେ ଜଣେଇ ଦେଇ ସାରିଲେଣି୤ ପ୍ରତ୍ୟକ୍ଷରେ ବି ଥରେ ଦି’ଥର କହିଦେବା କଥା ମୋର ମନେ ପଡ଼ିଯାଉଛି୤

ଭଲହେଲା ମୁଁ ଆଜି ମରିଗଲି୤ ସ୍ବାଧୀନ ହେଇଗଲେ ସେ୤ ଯୁଆଡ଼େ ଇଚ୍ଛା ସିଆଡ଼େ ଯାଇ ବୁଲିବେ, ମଉଜ କରିବେ, ସାଙ୍ଗଦୋସ୍ତି ବଢ଼େଇ ସିନେମା ଥିଏଟର ଯିବେ, ପାର୍ଟି ପିକ୍‌ନିକ୍‌ କରିବେ୤

ସେପଟ ବାରଣ୍ଡା ଉପରେ ଠିଆହୋଇ ଲୋକମାନଙ୍କୁ ସ୍ବାଗତ କରିବା ସାଥେ ସାଥେ ବଡ଼ ବିକଳ ସ୍ବରରେ କାନ୍ଦି ଚାଲିଛନ୍ତି ପୁଅ ଦୁଇଜଣ୤ ଦୁଃଖରେ କାନ୍ଦୁଛନ୍ତି କି ସୁଖରେ, କିଏ କହିପାରିବ ! ରାଇଜଯାକର ଲୋକଙ୍କୁ ଯୋଉ ଏକାଠି କରିଛନ୍ତି, ସମସ୍ତେ ତ ସେଇମାନଙ୍କ ଚିହ୍ନା ପରିଚିତ, ଆଉ ତାଙ୍କ ଆଗରେ ଲୁହ ଗଡ଼େଇ ନ କାନ୍ଦିଲେ କେମିତି ଚଳିବ ! ନିଜ ସମ୍ମାନ ବଞ୍ଚେଇବାକୁ ହେଲେ ଖୁସି ହେବାର ପ୍ରଦର୍ଶନ କେମିତି କରିପାରିବେ ! ହେଲେ ମୁଁ କ’ଣ ଜାଣିନି… ଏ ବୁଢ଼ାବାପା ତାଙ୍କ ପାଇଁ କେତେ ବୋଝ ଥିଲା୤ ହେଇ ସେଦିନ ପରା ଶୁଣେଇ ଶୁଣେଇ ନିଜ ମାଇପକୁ କହୁଥିଲା, ‘ଡାକ୍ତର କହିବା ଅନୁସାରେ ବାପାଙ୍କ ଦେହ ସେମିତି କିଛି ତ ହୋଇନି… କିନ୍ତୁ କ’ଣ କରାଯିବ, ସେ ମାନିଲେ ତ ! ଅଯଥାରେ ଗୁଡ଼ାଏ ପଇସା ଖର୍ଚ୍ଚ ହେଉଛି…’

ହଁ, ବାପାଙ୍କ ଚିକିତ୍ସା ଖର୍ଚ୍ଚ ତ ପୁଅ ପାଇଁ ସବୁବେଳେ ଅଯଥା ହିଁ ହୋଇଥାଏ… ଦୁନିଆରେ ନିୟମ ଏଇଟା୤ ଆଉ ସେ କାହିଁ ସେ ନିୟମ ଭଙ୍ଗ କରିବ୤ ଯଦି ସବୁ ଖର୍ଚ୍ଚରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା, ତାହାହେଲେ କାହିଁ ଆଉ ଏ ଲୁହଝରାର ନାଟକ୤ ଏବେଠୁ ତ ପ୍ରତି ମାସରେ ସଞ୍ଚୟ ବଢ଼ିବଢ଼ି ଯିବ୤ ହଁ, ମୁଁ ଦେଖିବିନି କି…କେତେ ପଇସା ରଖି କୋଠାବାଡ଼ି ବାଡ଼େଇ ପକାଉଛି !

ସାନଟା ବି କୋଉ କମ୍‌ ! ସୁରମାଙ୍କ ସହିତ ସେଦିନ ପରା ଘାମାଘୋଟ ଯୁକ୍ତିତର୍କ କରୁଥିଲା…କ’ଣ ନା ଏଥର ଘରଦ୍ବାର ବାଣ୍ଟ କରିଦେବା ଠିକ୍‌ ରହିବ୤ ଭାଇ ତା’ ସଂସାର ଚଳଉ, ମୁଁ ଚଳେଇବି ମୋର୤ ରାଗ ମାଡ଼ିଥିଲା ମତେ୤ ବାପା ମାଆ ଦିଇଟା ବଞ୍ଚି ଥାଉ ଥାଉ କେମିତି ଭାବି ପାରୁଛି ସେ ସମ୍ପତ୍ତିର ଭାଗବଣ୍ଟୁରା କଥା! ଏ ସମ୍ପତ୍ତି କ’ଣ ସରଗରୁ ଓହ୍ଲାଇଥିଲା, ସବୁ ମୋରି ରକ୍ତ ଆଉ ଝାଳରେ ଗଢ଼ା୤ କୋଉ ହିସାବରେ କହି ଦଉଛି ଭାଗବଣ୍ଟରା କରିଦିଅ ବୋଲି !

ଚଢ଼ା ଗଳାରେ ପଚାରି ଦେଇଥିଲି, ‘ସବୁକିଛି ତୁମ ଦୁଇଜଣଙ୍କ ଭିତରେ ବାଣ୍ଟ କରିଦବୁ ଯଦି ଆମେ ଚଳିବୁ କେମିତି ! ରହିବୁ କୋଉଁଠି ? ମୋର ଗମ୍ଭୀର ସ୍ବର ସମସ୍ତଙ୍କୁ ଚମକେଇ ଦେଇଥିଲା୤ ଥ ଥ ମ ମ ହୋଇ ଉଠିଥିଲେ ଦୁହେଁ୤ ସାଧାରଣତଃ ମୋ ପରିକା ସଂସାର ବିରାଗୀ ଲୋକ ପାଖରୁ ଏହି ଏକ ପ୍ରଶ୍ନର ଆଶା ସେମାନେ କରି ନଥିଲେ୤

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କମଳା ଶତପଥି, ନବି ମୁମ୍ବାଇ
କମଳା ଶତପଥି
ଓଡ଼ିଶା ବାହାରେ ରହୁଥିବା ଲେଖିକା ଏବଂ ସୁଗୃହିଣୀ କମଳା ଶତପଥି ଏକାଧାରରେ ଜଣେ ଗାଳ୍ପିକା, ଔପନ୍ୟାସିକା, ଅନୁବାଦିକା, ଶିଶୁ ସାହିତ୍ୟିକ ଓ କବି୤ ତାଙ୍କର ପ୍ରକାଶିତ ଗଳ୍ପ ସଙ୍କଳନ ମଧ୍ୟରେ ‘ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ’, ‘ପୂର୍ଣ୍ଣଛେଦ ପରର କାହାଣୀ’ ଇତ୍ୟାଦି, କବିତା ସଙ୍କଳନ ମଧ୍ୟରେ ରହିଛି ‘ଶେଷ ଫଗୁଣ’, ‘ଫଗୁଣ ହଜିଗଲା ପରେ’ ଉପନ୍ୟାସ ସହିତ ଅନେକ ପୁସ୍ତକ୤ ଶ୍ରୀମତୀ ଶତପଥି ଓଡ଼ିଶା ଲେଖିକା ସଂସଦ ପୁରସ୍କାର ସହିତ ଓଡ଼ିଶା ଓ ମହାରାଷ୍ଟ୍ରରେ ମଧ୍ୟ ଏକାଧିକ ପୁରସ୍କାର ଓ ସମ୍ମାନରେ ସମ୍ମାନୀତ ହୋଇଛନ୍ତି୤... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧୪ ଆପଣଙ୍କ ମତାମତ ?

  • ୧. ପ୍ରିୟରଞ୍ଜନ୍ ମହାପାତ୍ର |  ଅଗଷ୍ଟ୍ ୨୯, ୨୦୧୨ - ୯:୨୯ ପୂର୍ବାହ୍ନ

    ପାଠକ କୁ ବାନ୍ଧି ରଖିବାରେ ସଫଳ୤ ମର୍ମସ୍ପର୍ଶୀ୤

  • ୨. ପ୍ରିୟରଞ୍ଜନ |  ଅଗଷ୍ଟ୍ ୨୯, ୨୦୧୨ - ୧୦:୦୦ ପୂର୍ବାହ୍ନ

    ଅତି ସୁନ୍ଦର ଭାବରେ ଚରିତ୍ର ଚିତ୍ରଣ କରିଛନ୍ତି୤ ସମସ୍ତଙ୍କୁ ଏକ ସୁସନ୍ତାନ ହେବାପାଇଁ ରାସ୍ତା ଦେଖେଇଛନ୍ତି ୤

  • ୩. Dr.Leenasri |  ଅଗଷ୍ଟ୍ ୨୯, ୨୦୧୨ - ୧:୧୪ ଅପରାହ୍ନ

    ବହୁତ ଭଲ .ମର୍ମସ୍ପର୍ଶି.

  • ୪. ରବିନ୍ଦ୍ର କୁମ!ର ପାଣି |  ସେପ୍ଟେମ୍ବର୍ ୪, ୨୦୧୨ - ୭:୨୫ ପୂର୍ବାହ୍ନ

    The story is very heart touching

  • ୫. B.N.Das |  ସେପ୍ଟେମ୍ବର୍ ୪, ୨୦୧୨ - ୯:୦୧ ଅପରାହ୍ନ

    ଭଲ ଗଳ୍ପ |

  • ୬. ହରପ୍ରସାଦ ସାହୁ |  ସେପ୍ଟେମ୍ବର୍ ୧୩, ୨୦୧୨ - ୧୧:୧୩ ପୂର୍ବାହ୍ନ

    ସୁନ୍ଦର ଉପସ୍ଥାପନର ସଫଳ ପ୍ରୟାସ

  • ୭. ଜିତୁ ପାତ୍ର |  ସେପ୍ଟେମ୍ବର୍ ୧୪, ୨୦୧୨ - ୬:୩୯ ପୂର୍ବାହ୍ନ

    ସତରେ କେତେ ସୁନ୍ଦର ଭାବରେ ଚରିତ୍ର ଅଙ୍କନ କରିଛନ୍ତି……. ଉତ୍କୃଷ୍ଟ….

  • ୮. ଯୋଗେଶ୍ବର ପ୍ରଧାନ |  ସେପ୍ଟେମ୍ବର୍ ୨୩, ୨୦୧୨ - ୧୨:୧୨ ପୂର୍ବାହ୍ନ

    Very nice story. It cann’t express in language.Ending of the story is very wounderful.

  • ୯. satyaranjan sarangi, gorakhpur,UP |  ଅକ୍ଟୋବର୍ ୨୦, ୨୦୧୨ - ୭:୫୭ ପୂର୍ବାହ୍ନ

    Great,Mam.what a presentation makes every body cry,God bless you and you write more and more for us,Thanks

  • ୧୦. ଚିନ୍ମୟ୍ ମିଶ୍ର, bokaro steel city |  ନଭେମ୍ବର୍ ୧୫, ୨୦୧୨ - ୩:୦୮ ପୂର୍ବାହ୍ନ

    ସୁନ୍ଦର ହୋଇଛି

  • ୧୧. sikha biswal |  ଜାନୁଆରୀ ୧୯, ୨୦୧୩ - ୫:୩୮ ପୂର୍ବାହ୍ନ

    Very heart touching .

  • ୧୨. ହର ପ୍ରସଦ୍ ଦ୤ସ, ଗୋପ |  ଜୁଲାଇ ୧୪, ୨୦୧୩ - ୧୧:୫୨ ଅପରାହ୍ନ

    ଗପ ହେଲେବି ସତ

  • ୧୩. ଦିଲ୍ଲୀପ ଦାସ |  ଜୁନ୍ ୧୨, ୨୦୧୫ - ୯:୪୦ ପୂର୍ବାହ୍ନ

    ସୁନ୍ଦର ହୋଇଛି

  • ୧୪. ସମୀର କୁମର ସାହୁ, ଜୋଡାପଦର୍ , କରମଲା , ପୁରି , ଓଡିଶା |  ନଭେମ୍ବର୍ ୨୮, ୨୦୧୫ - ୭:୦୪ ପୂର୍ବାହ୍ନ

    ବହୁତ ଭଲ, ତେଣୁ ଆପଣକୁ ଧନ୍ୟବାଦ………….

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤