ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ରାଧାନାଥ ରାୟ
ଶକ୍ତି ମହାନ୍ତି
ନୀଳମଣି ବିଦ୍ୟାରତ୍ନ
ଭୁବନେଶ୍ବର ବେହେରା
କେ.ଶ୍ୟାମବାବୁ ଦୋରା
କିଶୋରୀକିଙ୍କର ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନାମ ଫଳକ
 |- କମଳା ଶତପଥି
 
 
ତା: ଅଗଷ୍ଟ୍ ୨୮, ୨୦୧୨  
 

ଦୀର୍ଘବର୍ଷର ଲୀଳାଖେଳା ସାରି ଆଜି ହଠାତ୍‌ ସକାଳୁ ସକାଳୁ ଏ ଇହଧାମ ତ୍ୟାଗ କଲି ମୁଁ୤ ରାତିରେ ସବୁକିଛି ଠିକ୍‌ଠାକ୍‌ ଥିଲା, ଖିଆପିଆ ବି ବେଶ୍‌ କରିଥିଲି୤ ଔଷଧପତ୍ର ଯାହା ଖାଇବା କଥା, ସେସବୁ ବି ଖାଇଥିଲି, ପତ୍ନୀ ସୁରମାଙ୍କ ଶତ ବାରଣ ସତ୍ତ୍ବେ ରାତି ଅଧ ଯାଏଁ ବହି ପଢ଼ିଥିଲି୤ ତାଙ୍କ ସହିତ ସାମାନ୍ୟ ଯୁକ୍ତିତର୍କ (ଯାହାକୁ ସେ ଝଗଡ଼ା ବୋଲି କୁହନ୍ତି) ବି କରିଥିଲି୤ ସବୁକିଛି ନିତିଦିନର କଥା ପରି ନିହାତି ସ୍ବାଭାବିକ ଥିଲା, କିନ୍ତୁ ଆଜି ସକାଳୁ ଉଠୁଉଠୁ ଲାଗିଲା ସତେ ଯେମିତି ମୋ ଭିତରୁ କିଛି ଗୋଟାଏ ବାହାରି ଯାଉଛି୤ ଛାତି ଭିତରଟାକୁ କିଏ ଯେମିତି ଶକ୍ତ ହାତରେ ଦଳିଚକଟି ପକାଉଛି୤ ସୁରମାଙ୍କୁ ଅତର୍ଚ୍ଛା ଡାକ ଛାଡ଼ିଲି, ମାତ୍ର ଡାକଟା ପାଟି ବାଟ ଦେଇ ବାହାକୁ ବାହାରି ପାରିଲା ନାହିଁ୤ ଆଉ ସେଇ ଶୋଇବା ଅବସ୍ଥାରେ ହିଁ ମୁଁ ଟଳିପଡ଼ିଲି୤

ଏକପ୍ରକାର କହିବାକୁ ଗଲେ ଭଲ ହିଁ ହେଲା୤ କାହାକୁ ହଇରାଣ କରିନି, କାହାରି ବିରକ୍ତି ସହିଲିନି, ରୋଗରେ ପଡ଼ି ଘୁଅମୁତରେ ଘାଣ୍ଟି ବି ହେଲିନି, ଶୁଖିଲାଟାରେ ହାତଗୋଡ଼ ଚାଲୁ ଚାଲୁ ଚାଲିଗଲି୤

ଦୀର୍ଘଶ୍ବାସଟିଏ ବାହାରି ଆସିଲା୤ ଆଶ୍ବସ୍ତିର କି ଅବସୋସର କହିପାରିବିନି, ତେବେ ବୋଝ ଉତୁରିଯିବାର ଅନୁଭବଟା କାହିଁକି କେଜାଣି ତୀବ୍ର ଭାବରେ ଅନୁଭୂତ ହେଉଥିଲା୤

ବେଶ୍‌ ସମୟ ପର୍ଯ୍ୟନ୍ତ ମୋ ଅସାଡ଼ ଶରୀରଟା ସେମିତି ଖଟ ଉପରେ ଏକୁଟିଆ ହୋଇ ପଡ଼ି ରହିଲା୤ ସବୁଦିନ ଏ ସମୟଟାରେ ମତେ କେହି ବିବ୍ରତ କରିବାର ସାହସ କରନ୍ତିନି କେବେ୤ ଡ଼େରିରେ ଉଠିବା ମୋର ସବୁଦିନର ଅଭ୍ୟାସ୤ ତା’ଛଡ଼ା ସୁରମାର ଏଇଲେ ପୂଜାପାଠ ଚାଲିଥିବ୤ ଆଉ ଘଣ୍ଟାଏ ଲାଗିବ ତାକୁ ମୋ ପାଖକୁ ଚା’ ନେଇ ଆସିବାକୁ୤

ବାହାହେବା ଦିନରୁ ହିଁ ସକାଳର ଚା’ ମୁଁ ସୁରମାଙ୍କ ହାତରୁ ପିଏ୤ ତାଙ୍କ ପରି ଚା’ ଆଉ କେହି ବନାନ୍ତିନି୤ ଦିନର ଶୁଭାରମ୍ଭ ତାଙ୍କ ହାତ ତିଆରି ଚା’ରୁ କରିସାରିଲା ପରେ ଯାଇ ଅନ୍ୟ କିଛି ମୁଁ କରେ୤ ନଚେତ୍‌ ପୁରା ଦିନଟା ମୋର ଖରାପ ଯାଏ୤ (ଏଇଟା ମୋର ନିହାତି ବ୍ୟକ୍ତିଗତ ଅନୁଭୂତି, ଏ ବିଷୟରେ ସୁରମାଙ୍କୁ କିଛି ବି ଜଣାନାହିଁ୤ ତାହା ହିଁ ଠିକ୍‌, ନହେଲେ ସ୍ତ୍ରୀ ଲୋକମାନେ ଏସବୁ ବିଷୟରେ ଜାଣିଯିବା ପରେ ବେଶ ଗୋଡ଼ ଲମ୍ବେଇ ଥାଆନ୍ତି୤)

ଅଜି ସୁରମା ଚା’କରି ଆଣିବେ, ମାତ୍ର ତାକୁ ଉପଭୋଗ କରିବାକୁ ମୁଁ ଆଉ ନାହିଁ୤ ମନ ବିଚଳିତ ହୋଇଉଠିଲା୤ ଲାଗିଲା ଏମିତି ସକାଳୁ ସକାଳୁ ନ ମରି ଆଉ କିଛି ସମୟ ପରେ ମରିଥିଲେ, ଭଲ ହୋଇଥାଆନ୍ତା୤ କମ୍‌ ସେ କମ୍‌ ସୁରମାଙ୍କ ପରିଶ୍ରମ ବ୍ୟର୍ଥ ଯାଇ ନଥାନ୍ତା୤ ପାଖଆଖରେ କେହି ଜଣେ ବି ନାହାନ୍ତି ଦେଖିବାକୁ୤ ମୋର କିଛି ହେଲା ନହେଲାର ଧ୍ୟାନ ଦେବାର ଆବଶ୍ୟକତା କେହି ଜଣେ ବି ମଣୁ ନାହାନ୍ତି୤ ବଡ଼ ବିରକ୍ତି ଲାଗିଲା, କେତେ ଦାୟିତ୍ବହୀନ ପରିବାର ମୋର ସତରେ ! ବୟସ୍କ ଲୋକଙ୍କୁ କ’ଣ ଏମିତି ଏକୁଟିଆ ଏତେ ସମୟ ପାଇଁ କେହି ଛାଡ଼େ ! ମଝିରେ ମଝିରେ ଆସି କ’ଣ ଦେଖାପରଖା କରିବା କଥା ନୁହେଁ !

ପୁଣି ମନେ ପଡ଼ିଲା, କେମିତି କିଏ ବା ଆସିବ ଏପଟକୁ୤ ମୋ ନିଦ ଖୁବ୍‌ ପତଳା୤ ସାମାନ୍ୟ ଖଡ଼୍‌ଖାଡ଼୍‌ ହେଲେ ନିଦ ଭାଙ୍ଗିଯାଏ ବୋଲି ସମସ୍ତଙ୍କୁ ବାରଣ କରି ରଖିଥାନ୍ତି ସୁରମା୤ ତା’ ଛଡ଼ା ଘରର ଏପଟ କଣରେ ଥିବା ଏହି ଘର ଭିତରକୁ ବିନା କାରଣରେ କିଏ ବା କାହିଁକି ଏ ଅସମୟଟାରେ ଆସିବାକୁ ଯିବ୤ ଏମିତି ବି ମୋ ମଲାଗଲାକୁ କିଏ ବା ଚାହିଁ ବସିଛି ଯେ !

ସୁରମା ଆସିବା ସମୟ ହେଇଗଲା୤ ମୁଁ ପ୍ରସ୍ତୁତ ହେଇଗଲି ତାଙ୍କ ବ୍ୟାକୁଳତା ଦେଖିବାକୁ (ଖୁସି ବି ଦେଖିପାରେ)୤ ଖୁବ୍‌ ଦୟା ଆସୁଥିଲା ମୋରି, ତାଙ୍କ ଉପରେ କି ନିଜ ଉପରେ କହିପାରିବିନି୤ ଜୀବନସାରା ମୋର ଉପରେ ନିର୍ଭର କରି ଆସିଛନ୍ତି ସେ୤ ମୋରି ଭଲମନ୍ଦ ଦେଖିବାରେ ସାରା ଜୀବନ ତାଙ୍କ ବ୍ୟତୀତ ହୋଇଛି କହିଲେ ଅତ୍ୟୁକ୍ତି ହେବନି୤ କେତେ ଶରଧାରେ ଚା’ କରି ଆଣିଛନ୍ତି, ଆଉ ଏଇଲେ ଦେଖିବେ…

ଖଡ଼୍‌ କରି କିଛି ଗୋଟାଏ ପଡ଼ିଗଲା ବୋଧେ, ଚମକିଉଠିଲି ମୁଁ୤ ଦରଜା ଆଡ଼କୁ ନଜର ଚାଲିଗଲା୤ ଧଳାରେ ନାଲିଧଡ଼ି ବାଲା ଶାଢ଼ୀ ପିନ୍ଧି ସୁରମା ଘର ଭିତରକୁ ଧୀରେ ପଶି ଆସୁଆସୁ କିଛି ଗୋଟାଏ ଝୁଣ୍ଟିପଡ଼ିଲେ ବୋଧେ୤ କ୍ଷଣିକ ପାଇଁ ଅଟକି ଯାଇ ଏକଡ଼ ସେକଡ଼ ଚାହିଁ ପୁଣି ଭିତରକୁ ଆସିଲେ୤ ଅପୂର୍ବ ସୁନ୍ଦର ଦିଶୁଛନ୍ତି ସେ୤ ଓଦାବାଳରୁ ଟୋପେ ଟୋପେ ଜଳକଣା ଝରିପଡ଼ୁଛି୤ ମଥାର ସିନ୍ଦୂରଟୋପା ଦାଉ ଦାଉ ଦିଶୁଛି୤ ପାଟିରେ ଏପର୍ଯ୍ୟନ୍ତ ବି ଗୁଣୁଗୁଣୁ କରି ମନ୍ତ୍ର ଗାଇ ଚାଲିଛନ୍ତି, ହାତରେ ଅଛି ବାମ୍ଫଉଠା ଚା’ କପ୍‌୤ ମୋ ପାଖକୁ ଆଗେଇ ଆସୁଛନ୍ତି ସେ୤ ଚାଦର ଖୋଲି ମତେ ଡାକିଲେ୤ … ଥରେ ଦି’ଥର… ମୋ ନିଶ୍ଚଳ ଶରୀର ଗୋଟେ ପଟକୁ ଗଡ଼ିପଡ଼ିଲା୤

ତା’ ପରେ ପରେ ତାଙ୍କ ଆକୁଳ ଚିତ୍କାରରେ ଘରର କଡ଼ିବରଗା ଦୋହଲିଗଲା୤

କାନ୍ଦବୋବା, ଛାତିଫଟା, ମୁଣ୍ଡବାଡ଼ା…ସବୁକିଛି ଗୋଟିକ ପରେ ଗୋଟିଏ ଚାଲିଲା ପ୍ରାୟୋଜିତ କାର୍ଯ୍ୟକ୍ରମ ପରି୤ ସନ୍ତୋଷରେ ମନ ଭାରି ଭାରି ଲାଗୁଥିଲା୤ ଯାହାହେଉ ମୋର ଅବର୍ତ୍ତମାନ ଘର ଉପରେ, ପରିବାର ଉପରେ, ଖାସ୍‌ କରି ସୁରମାଙ୍କ ପରେ ଗଭୀର ପ୍ରଭାବ ପକେଇଛି୤ ଖୁବ୍‌ ବିଚଳିତ ଲାଗୁଛନ୍ତି ସମସ୍ତେ୤ ହଁ, ଏତିକିର ଆଶା ତ ମୋର ବି ଥିଲା୤

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କମଳା ଶତପଥି, ନବି ମୁମ୍ବାଇ
କମଳା ଶତପଥି
ଓଡ଼ିଶା ବାହାରେ ରହୁଥିବା ଲେଖିକା ଏବଂ ସୁଗୃହିଣୀ କମଳା ଶତପଥି ଏକାଧାରରେ ଜଣେ ଗାଳ୍ପିକା, ଔପନ୍ୟାସିକା, ଅନୁବାଦିକା, ଶିଶୁ ସାହିତ୍ୟିକ ଓ କବି୤ ତାଙ୍କର ପ୍ରକାଶିତ ଗଳ୍ପ ସଙ୍କଳନ ମଧ୍ୟରେ ‘ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ’, ‘ପୂର୍ଣ୍ଣଛେଦ ପରର କାହାଣୀ’ ଇତ୍ୟାଦି, କବିତା ସଙ୍କଳନ ମଧ୍ୟରେ ରହିଛି ‘ଶେଷ ଫଗୁଣ’, ‘ଫଗୁଣ ହଜିଗଲା ପରେ’ ଉପନ୍ୟାସ ସହିତ ଅନେକ ପୁସ୍ତକ୤ ଶ୍ରୀମତୀ ଶତପଥି ଓଡ଼ିଶା ଲେଖିକା ସଂସଦ ପୁରସ୍କାର ସହିତ ଓଡ଼ିଶା ଓ ମହାରାଷ୍ଟ୍ରରେ ମଧ୍ୟ ଏକାଧିକ ପୁରସ୍କାର ଓ ସମ୍ମାନରେ ସମ୍ମାନୀତ ହୋଇଛନ୍ତି୤... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧୪ ଆପଣଙ୍କ ମତାମତ ?

  • ୧. ପ୍ରିୟରଞ୍ଜନ୍ ମହାପାତ୍ର |  ଅଗଷ୍ଟ୍ ୨୯, ୨୦୧୨ - ୯:୨୯ ପୂର୍ବାହ୍ନ

    ପାଠକ କୁ ବାନ୍ଧି ରଖିବାରେ ସଫଳ୤ ମର୍ମସ୍ପର୍ଶୀ୤

  • ୨. ପ୍ରିୟରଞ୍ଜନ |  ଅଗଷ୍ଟ୍ ୨୯, ୨୦୧୨ - ୧୦:୦୦ ପୂର୍ବାହ୍ନ

    ଅତି ସୁନ୍ଦର ଭାବରେ ଚରିତ୍ର ଚିତ୍ରଣ କରିଛନ୍ତି୤ ସମସ୍ତଙ୍କୁ ଏକ ସୁସନ୍ତାନ ହେବାପାଇଁ ରାସ୍ତା ଦେଖେଇଛନ୍ତି ୤

  • ୩. Dr.Leenasri |  ଅଗଷ୍ଟ୍ ୨୯, ୨୦୧୨ - ୧:୧୪ ଅପରାହ୍ନ

    ବହୁତ ଭଲ .ମର୍ମସ୍ପର୍ଶି.

  • ୪. ରବିନ୍ଦ୍ର କୁମ!ର ପାଣି |  ସେପ୍ଟେମ୍ବର୍ ୪, ୨୦୧୨ - ୭:୨୫ ପୂର୍ବାହ୍ନ

    The story is very heart touching

  • ୫. B.N.Das |  ସେପ୍ଟେମ୍ବର୍ ୪, ୨୦୧୨ - ୯:୦୧ ଅପରାହ୍ନ

    ଭଲ ଗଳ୍ପ |

  • ୬. ହରପ୍ରସାଦ ସାହୁ |  ସେପ୍ଟେମ୍ବର୍ ୧୩, ୨୦୧୨ - ୧୧:୧୩ ପୂର୍ବାହ୍ନ

    ସୁନ୍ଦର ଉପସ୍ଥାପନର ସଫଳ ପ୍ରୟାସ

  • ୭. ଜିତୁ ପାତ୍ର |  ସେପ୍ଟେମ୍ବର୍ ୧୪, ୨୦୧୨ - ୬:୩୯ ପୂର୍ବାହ୍ନ

    ସତରେ କେତେ ସୁନ୍ଦର ଭାବରେ ଚରିତ୍ର ଅଙ୍କନ କରିଛନ୍ତି……. ଉତ୍କୃଷ୍ଟ….

  • ୮. ଯୋଗେଶ୍ବର ପ୍ରଧାନ |  ସେପ୍ଟେମ୍ବର୍ ୨୩, ୨୦୧୨ - ୧୨:୧୨ ପୂର୍ବାହ୍ନ

    Very nice story. It cann’t express in language.Ending of the story is very wounderful.

  • ୯. satyaranjan sarangi, gorakhpur,UP |  ଅକ୍ଟୋବର୍ ୨୦, ୨୦୧୨ - ୭:୫୭ ପୂର୍ବାହ୍ନ

    Great,Mam.what a presentation makes every body cry,God bless you and you write more and more for us,Thanks

  • ୧୦. ଚିନ୍ମୟ୍ ମିଶ୍ର, bokaro steel city |  ନଭେମ୍ବର୍ ୧୫, ୨୦୧୨ - ୩:୦୮ ପୂର୍ବାହ୍ନ

    ସୁନ୍ଦର ହୋଇଛି

  • ୧୧. sikha biswal |  ଜାନୁଆରୀ ୧୯, ୨୦୧୩ - ୫:୩୮ ପୂର୍ବାହ୍ନ

    Very heart touching .

  • ୧୨. ହର ପ୍ରସଦ୍ ଦ୤ସ, ଗୋପ |  ଜୁଲାଇ ୧୪, ୨୦୧୩ - ୧୧:୫୨ ଅପରାହ୍ନ

    ଗପ ହେଲେବି ସତ

  • ୧୩. ଦିଲ୍ଲୀପ ଦାସ |  ଜୁନ୍ ୧୨, ୨୦୧୫ - ୯:୪୦ ପୂର୍ବାହ୍ନ

    ସୁନ୍ଦର ହୋଇଛି

  • ୧୪. ସମୀର କୁମର ସାହୁ, ଜୋଡାପଦର୍ , କରମଲା , ପୁରି , ଓଡିଶା |  ନଭେମ୍ବର୍ ୨୮, ୨୦୧୫ - ୭:୦୪ ପୂର୍ବାହ୍ନ

    ବହୁତ ଭଲ, ତେଣୁ ଆପଣକୁ ଧନ୍ୟବାଦ………….

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤