ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ନିତ୍ୟାନନ୍ଦ ମହାପାତ୍ର
ଉତ୍କଳମଣି ଗୋପବନ୍ଧୁ ଦାସ
ସୁଶାନ୍ତ ଦାଶ
ମନୋରଞ୍ଜନ ପାଣିଗ୍ରାହୀ
ରଜତ କୁମାର ମିଶ୍ର
ଫନି ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମୁଁ ତୁମକୁ ଭଲପାଏ
 |- ଆଶିଷ କୁମାର କର
 
 
ତା: ଅକ୍ଟୋବର୍ ୨୯, ୨୦୧୨  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ମୁମ୍ବାଇ ନଗରୀ୤ ଭାରତବର୍ଷର ସବୁଠୁ ବଡ଼ ସହର୤ ହୋଇପାରେ ଦିଲ୍ଲୀ ଭାରତର ରାଜଧାନୀ, କିନ୍ତୁ ମୁମ୍ବାଇ ଭାରତର ବାଣିଜ୍ୟିକ ରାଜଧାନୀ୤ ଦିଲ୍ଲୀରେ ରାଜନେତା ଓ ହାକିମଙ୍କ ପ୍ରତିପତ୍ତି, ମୁମ୍ବାଇରେ ପଇସା କଥା କହେ୤ ଏଠାରେ କାହାର ଫୁରୁସତ୍‌ ନାହିଁ୤ ସମସ୍ତେ ସବୁବେଳେ ବ୍ୟସ୍ତ, ବିବ୍ରତ୤ କାହିଁ ସୁଦୂର ଓଡ଼ିଶାର କେଉଁ ନିପଟ ମଫସଲରେ ତା’ର ଘର୤ ସେ କ’ଣ କେବେ ଭାବିଥିଲା ମୁମ୍ବାଇକୁ ଆସି ତାକୁ ମଧ୍ୟ ମୁମ୍ବାଇକର ହେବାକୁ ପଡ଼ିବ୤ ପ୍ରାଇମେରୀ ସ୍କୁଲ ଶିକ୍ଷକ ପିତା ତାକୁ କେତେ କଷ୍ଟରେ ଏନ୍‌.ଆଇ.ଟି ରେ ଇଞ୍ଜିନିୟରିଂ ପାଠ ପଢ଼େଇଥିଲେ୤ ଚାରୋଟି ଭାଇଭଉଣୀ ମଧ୍ୟରେ ସେ ସବୁଠୁ ବଡ଼୤ ସାନବେଳୁ ସେ ଭଲ ପାଠ ପଢ଼ୁଥିଲା- ଶ୍ରେଣୀରେ ସବୁବେଳେ ପ୍ରଥମ ତିନିଜଣଙ୍କ ଭିତରେ ରହୁଥିଲା୤ ବାପା କହୁଥିଲେ, ‘ବଡ଼ ହେଲେ, କୁନା (ତା’ ଡାକ ନାଁ) ମୋ ନାଁ ରଖିବ୤ ସାନ ଭାଇ ଭଉଣୀମାନଙ୍କ କଥା ସେ ବୁଝିବ୤’ ବୋଉର ଦେବାଦେବୀଙ୍କ ଉପରେ ଅଗାଧ ବିଶ୍ବାସ୤ ପିଲାଙ୍କ ପାଇଁ କେତେ ବ୍ରତ ଉପବାସ୤ ପ୍ରଶାନ୍ତ ଥିଲା ଭାରି ସୁଧାର, ଶାନ୍ତଶିଷ୍ଟ୤ କେବେହେଲେ ଅଝଟ ହେଉ ନଥିଲା, ଜିଦ୍‌ କରୁ ନଥିଲା୤ କୃତିତ୍ବର ସହିତ ଇଞ୍ଜିନିୟରିଂ ପାସ୍‌ କରି କ୍ୟାମ୍ପସ୍‌ରେ ତାକୁ ଗୋଟିଏ ବଡ଼ ଆଇ.ଟି. କମ୍ପାନୀରେ ଚାକିରିଟେ ମିଳିଗଲା- ପ୍ରଥମ ପୋଷ୍ଟିଙ୍ଗ୍‌ ମୁମ୍ବାଇରେ୤

ବିରାଟ ହଲ୍‌ଘରେ ଶହ ଶହ କମ୍ପ୍ୟୁଟର୤ ପ୍ରତ୍ୟେକ କମ୍ପ୍ୟୁଟର ସାମ୍‌ନାରେ ଜଣେ ଯୁବକ ବା ଯୁବତୀ୤ ହଲ୍‌ଟି ଶୀତତାପ ନିୟନ୍ତ୍ରିତ, ଚବିଶ ଘଣ୍ଟା ଝରକା କବାଟ ବନ୍ଦ୤ ସମସ୍ତଙ୍କ ଆଖି କମ୍ପ୍ୟୁଟର ପରଦା ଉପରେ ନିବଦ୍ଧ୤ ସୁଉଚ୍ଚ ଅଟ୍ଟାଳିକାଟିରେ ଏହିପରି ଆହୁରି ଅନେକ ଅନେକ ହଲ୍‌୤ ସମଗ୍ର ଦେଶରେ କମ୍ପାନୀର ଏପକ୍ରାର ଅନେକ ଅଟ୍ଟାଳିକା୤ ପ୍ରଶାନ୍ତର ନିଶ୍ବାସ ବନ୍ଦ ହୋଇ ଆସେ୤ ସେ ଭାବି ବସେ କ’ଣ ଏଇଥିପାଇଁ ସେ ଇଞ୍ଜିନିୟରିଂ ପାଠ ପଢ଼ିଥିଲା ? କିନ୍ତୁ ସେ ଜାଣେ ତା’ର ସହକର୍ମୀମାନେ ଏପରି ଚିନ୍ତା ବା ଭାବନା କରନ୍ତି ନାହିଁ୤ ସେ ମଧ୍ୟ ସେମାନଙ୍କ ସହିତ ସମୟ ସ୍ରୋତରେ ଭାସିବାକୁ ଲାଗିଲା୤ କମ୍ପାନୀ ସେମାନଙ୍କୁ ଦାସତ୍ବ ବଦଳରେ ପକେଟ୍‌ରେ ଭରିଦିଏ ପ୍ରଚୁର ଟଙ୍କା୤ ଅଳ୍ପ ବୟସରେ ଏତେ ଟଙ୍କା ରୋଜଗାର କରିବା ସେମାନେ କଳ୍ପନା ବି କରି ପାରି ନଥିଲେ୤

ମନେ ପଡ଼େ ନିଯୁକ୍ତି ପତ୍ର ଚିଠିଟି ପାଇବାପରେ ଘରକୁ ଦଉଡ଼ି ଯାଇଥିଲା ପ୍ରଶାନ୍ତ୤ ବାପା ବୋଉ ଏବଂ ପରିବାରର ଅନ୍ୟ ସମସ୍ତେ ଖୁବ୍‌ ଖୁସି ହୋଇଥିଲେ୤ ଚୁଲି ମୁଣ୍ଡରେ ବସି ରୁଟି ସେକୁ ସେକୁ ବୋଉ ତାକୁ ପଚାରିଲା, ‘ଚାକିରିରେ ତୋତେ କେତେ ଦରମା ମିଳିବ ?’ ଟଙ୍କାର ଅଙ୍କ ଶୁଣି ସେ ଆଶ୍ଚର୍ଯ୍ୟ ହୋଇ କହିଲା, ‘ତୋ ବାପା ଏତେ ଦିନ ଚାକିରି କରି ଯେତେ ଦରମା ପାଉଛନ୍ତି ତୁ’ତ ଆରମ୍ଭରେ ତା’ଠାରୁ ଅଧିକ ପାଇବୁ୤’ ବୋଉର କଣ୍ଠସ୍ବରରେ କ’ଣ ଏକ ପ୍ରଚ୍ଛନ୍ନ ଈର୍ଷାର ଗନ୍ଧ ଥିଲା ? ହୁଏତ ନୁହେଁ୤

ପ୍ରଥମେ ପ୍ରଥମେ ମୁମ୍ବାଇ ସହର ତାକୁ ବହୁତ ଭଲ ଲାଗୁଥିଲା୤ ଅଫିସ୍‌ରେ ଦଶ-ବାର ଘଣ୍ଟାର କଠିନ ପରିଶ୍ରମ୤ ରାତିରେ ଟ୍ରେନ୍‌ ଧରି ୩୦/୪୦ କି.ମି. ଯାତ୍ରାପରେ ଗୋଟିଏ ଅନ୍ଧାରୁଆ ପବନ ପଶିପାରୁ ନଥିବା ରୁମ୍‌ରେ ଆଉ ଜଣେ ସହକର୍ମୀ ସହ ମିଶି ରହିବା୤ ଖାଇବା ପିଇବାରେ ଅସୁବିଧା୤ କିନ୍ତୁ ଗୋଟିଏ ନୂତନ ଆଶା ଓ ଉତ୍ସାହରେ ମନ ସର୍ବଦା ଭରି ରହିଥିଲା୤ ଅନ୍ୟମାନଙ୍କ ପରି ସେ ମଧ୍ୟ ବାରମ୍ବାର ଟଙ୍କା ପଇସାର ହିସାବ କରି ସନ୍ତୋଷ ଲାଭ କରିବାକୁ ଆରମ୍ଭ କଲା୤ ଆଖ ପାଖ ଦଶଖଣ୍ଡ ଗାଁର କେହି ହେଲେ ଏତେ ରୋଜଗାର କରୁ ନଥିଲେ୤ ତା’ର ପାରିଶ୍ରମିକ (କଷ୍ଟ୍‌-ଟୁ-କମ୍ପାନୀ) ସହପାଠୀମାନଙ୍କଠାରୁ ଅଧିକ ଥିଲା୤

ମାତ୍ର ଧିରେ ଧିରେ ସେ ନିଜ ଭିତରେ ଗୋଟାଏ ଶୂନ୍ୟତାକୁ ଆବିଷ୍କାର କଲା୤ ତା’ ସହିତ ପେୟିଂଗେଷ୍ଟ୍‌ ରହୁଥିବା ସହକର୍ମୀ ବର୍ମା ମଧ୍ୟ ସେଇ ସମାନ ପରିସ୍ଥିତି ଦେଇ ଗତି କରୁଥିଲା୤ ତେବେ ସେ ଲକ୍ଷ୍ୟ କଲା ବର୍ମା କ୍ରମଶଃ ତା’ଠାରୁ ଦୂରକୁ ଚାଲି ଯାଉଛି୤ ପ୍ରଥମେ ଅଫିସ ବାହାରେ ସେମାନେ ସବୁକାମ ଏକାଠି କରୁଥିଲେ୤ ଶନିବାର, ରବିବାର ଅଫିସ୍‌ ଛୁଟି୤ ବୁଲି ବୁଲି ସେମାନେ ରେଷ୍ଟୁରେଣ୍ଟ୍‌ରେ ଖାଉଥିଲେ, ସିନେମା ଦେଖୁଥିଲେ ଏବଂ ସମୁଦ୍ର କୂଳରେ ସମୟ ବିତାଉଥିଲେ୤ ଏବେ କିନ୍ତୁ ବର୍ମା ଜଣେ ବାନ୍ଧବୀ ଜୁଟାଇ ସାରିଲାଣି୤ ଝିଅଟି ସେମାନଙ୍କ ଅଫିସ୍‌ର ଜଣେ ସହକର୍ମୀ୤ ସେ ବି ଦେଶର ଅନ୍ୟ ଗୋଟିଏ ପ୍ରଦେଶରୁ ମୁମ୍ବାଇକୁ ଚାକିରି କରିବା ପାଇଁ ଆସିଥିଲା୤ ହୁଏତ ସେମାନଙ୍କ ପରି ହିଁ ନିଃସଙ୍ଗତାର ଶିକାର ହୋଇଥିଲା୤ ବର୍ମା ଏବଂ ତା’ର ବାନ୍ଧବୀ କବିତା ଏକାସାଙ୍ଗେ ରହିବା ପାଇଁ ସ୍ଥିର କଲେ୤

ବର୍ମା ତାକୁ କହିଲା, ‘ଏତେ ବଡ଼ ସହରରେ ଏକୁଟିଆ ରହିବା ବଡ଼ କଷ୍ଟକର୤ ତୁ ବି ଭଲ ଝିଅଟିଏ ଖୋଜିନେ୤ ତୁ କହିଲେ ମୁଁ କବିତାକୁ ଏ ବିଷୟରେ କହିବି୤’ ଏକଥା ଶୁଣି ପ୍ରଶାନ୍ତ ଆଶ୍ଚର୍ଯ୍ୟ ହୋଇଗଲା୤

ପଶ୍ଚିମ ଦୁନିଆରୁ ନୂଆ ହୋଇ ଆମଦାନୀ ହୋଇଥିବା ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ କଥା ସେ ଯେ ଶୁଣିବାକୁ ପାଇ ନଥିଲା, ସେ କଥା ନୁହେଁ୤ କିନ୍ତୁ ତାହା ଯେ ତା’ର ନିଜ ଜୀବନ ଭିତରକୁ ଅଚାନକ ଏପରି ପଶିଆସିବ ସେ ସ୍ବପ୍ନରେ ବି ଭାବି ପାରି ନଥିଲା୤ ତା’ର ରକ୍ଷଣଶୀଳ ମନ ଏହାକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନଥିଲା୤ ସେ ଶୁଣିଥିଲା ଯେ ବିଟ୍‌ ଜେନେରେସନ, ହିପ୍ପି ଆନ୍ଦୋଳନ ଏବଂ ଭିଏତ୍‌ନାମ ଯୁଦ୍ଧ ଯାବତୀୟ ବାଧା ଓ ନିଷେଧର ପାଚେରୀ ଭାଙ୍ଗି ପାଶ୍ଚାତ୍ୟ ସମାଜର ମୂଳଦୁଆକୁ ଦୋହଲାଇ ଦେଇଥିଲା୤ ଫଳରେ ହଜାର ହଜାର ବର୍ଷ ଧରି ଚାଲି ଆସୁଥିବା ବିବାହ ଅନୁଷ୍ଠାନଟି ତା’ର ପ୍ରତିଷ୍ଠା ଅନେକାଂଶରେ ହରେଇ ସାରିଥିଲା୤ ଲିଭ୍‌-ଇନ୍‌ ଏବଂ ସମଲିଙ୍ଗୀ ବିବାହ ସମାଜର ମୁଖ୍ୟଧାରାକୁ ପ୍ରବେଶ କଲା୤

କିଛି ଦିନ ପରେ କବିତା ତା’ର ବନ୍ଧୁ ନେହା ସହିତ ପ୍ରଶାନ୍ତର ପରିଚୟ କରାଇଦେଲା୤ ନେହା ସୁନ୍ଦରୀ, ଗୋରୀ, ଡେଙ୍ଗୀ ଝିଅଟିଏ୤ ଚେହେରା ବେଶ୍‌ ଲୋଭନୀୟ୤ ବୟସ ତା’ରି ପାଖାପାଖି୤ ସେ ଅନ୍ୟ ଏକ ବହୁରାଷ୍ଟ୍ରୀୟ ଅଫିସ୍‌ରେ କାମ କରେ୤ ତା’ରି ଭଳି ଇଞ୍ଜିନିୟର୤

ପ୍ରଶାନ୍ତର ମନ ଚଞ୍ଚଳ ହୋଇ ଉଠିଲା୤ କେବଳ ମା’ ଓ ନିଜ ନିକଟ ସମ୍ପର୍କୀୟାଙ୍କୁ ଛାଡ଼ିଦେଲେ ସେ ଏ ପର୍ଯ୍ୟନ୍ତ କୌଣସି ସ୍ତ୍ରୀ ଲୋକର ଅନ୍ତରଙ୍ଗ ସମ୍ପର୍କରେ ଆସି ନଥିଲା୤ ଏ ଏକ ନୂତନ ଅଭିଜ୍ଞତା-ବେଶ୍‌ ଚମକପ୍ରଦ ଓ ଆନନ୍ଦଦାୟକ୤ ସଂସାର ଜାଲରେ ଗୋଡ଼ ନ ପକେଇ ବଞ୍ଚିଯିବାର ବିଦ୍ୟାଟି ଏ ନବ ଯୁବକକୁ ଜଣା ନଥିଲା୤

ନେହା ସହିତ ତା’ର ସମ୍ପର୍କ ଦ୍ରୁତଗତିରେ ନିକଟତର ହେବାକୁ ଲାଗିଲା୤ ଅଫିସ୍‌ରେ ସେ ଘଣ୍ଟା କଣ୍ଟାକୁ ଚାହିଁ ବସିଥାଏ- କେତେବେଳେ କାମ ସରିବ ଏବଂ ନେହା ସହିତ ତା’ର ସାକ୍ଷାତ୍‌ ହେବ୤ କିନ୍ତୁ ମନ ଭିତରେ ଥିବା ଦ୍ବନ୍ଦଟିର ଶେଷ ହୋଇ ନଥାଏ୤ ଏ ଦିଗରେ ନେହା ବେଶ୍‌ ଖୋଲାମେଲା ସ୍ବଭାବର୤ ଏକ ଶିକ୍ଷିତ, ଆଭିଜାତ୍ୟ, ଉଦାର ଏବଂ ମୁକ୍ତ ପଞ୍ଜାବୀ ପରିବାରରେ ତା’ର ଜନ୍ମ୤ ଆଧୁନିକ ରୀତିନୀତିକୁ ସେ ସହଜ ମନରେ ଗ୍ରହଣ କରିନେଇ ପାରେ୤ ଦିନେ ଜୁହୁ ବିଚ୍‌ରେ ବୁଲୁ ବୁଲୁ ନେହା ତାକୁ ଏକତ୍ର ରହିବାର ପ୍ରସ୍ତାବ ଦେଲା୤ ‘ଆମେ ଦୁଇ ବନ୍ଧୁ ସାଙ୍ଗ ରହିଲେ ଖର୍ଚ୍ଚ କମିଯିବ, ପରସ୍ପରର ନିକଟତର ହୋଇପାରିବା ଏବଂ ପ୍ରତ୍ୟେକ ଦିନର ଟ୍ୟାକ୍ସି-ଅଟୋ ଖର୍ଚ୍ଚରୁ ମଧ୍ୟ ରକ୍ଷା ମିଳିଯିବ୤’

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆଶିଷ କୁମାର କର, ଭୁବନେଶ୍ବର
ଆଶିଷ କୁମାର କର
ଷ୍ଟେଟ୍‌ ବ୍ୟାଙ୍କ୍‌ର ଜଣେ ପଦସ୍ଥ ଅଧିକାରୀ ଭାବେ ଅବସର ଗ୍ରହଣ କରିଥିବା ଆଶିଷ କୁମାର କର ମୁଖ୍ୟତଃ ଜଣେ କ୍ଷୁଦ୍ରଗଳ୍ପ ଲେଖକ୤ ବିଶିଷ୍ଟ ଗାନ୍ଧୀବାଦୀ ସମାଜସେବୀ ଆନ୍ନା ହଜାରେଙ୍କ ଉପରେ ଶ୍ରୀ କରଙ୍କ ‘ବିଳ୍ପବୀ ଫକୀର’ ନାମକ ଏକ ପୁସ୍ତକ ପ୍ରକାଶିତ ହୋଇଛି୤ ସମ୍ପ୍ରତି ସେ ‘ସାସ୍ବତ ଭାରତ’ ନାମକ ଏକ ଦ୍ବିଭାଷିକ ପତ୍ରିକାର ସମ୍ପାଦକ ଭାବେ କାର୍ଯ୍ୟରତ୤
 

ମତାମତ ସଂଖ୍ୟା - ୨୨ ଆପଣଙ୍କ ମତାମତ ?

  • ୧. ବିଜନ ରାୟ୍ |  ଅକ୍ଟୋବର୍ ୩୦, ୨୦୧୨ - ୧୨:୫୬ ପୂର୍ବାହ୍ନ

    ସୁନ୍ଦର ଗପ ଟିଏ.

  • ୨. Ajaya Bhuyan, Kolkata,west bengal |  ନଭେମ୍ବର୍ ୩, ୨୦୧୨ - ୪:୧୦ ପୂର୍ବାହ୍ନ

    Really its a very good and useful story.

  • ୩. DEVI PRASANNA MOHAPATRA, BHUBANESWAR |  ନଭେମ୍ବର୍ ୧୩, ୨୦୧୨ - ୭:୩୬ ପୂର୍ବାହ୍ନ

    So short,so sweeet,so simple

  • ୪. Sambeet, UK |  ଡିସେମ୍ବର୍ ୧୭, ୨୦୧୨ - ୧୧:୫୪ ପୂର୍ବାହ୍ନ

    Bhala gapa ti….Kintu kete jana amiti stronge decision
    nabaku sahas kari paranti…peta patana re e jibana sari jae..

  • ୫. କ୍ଷିରୋଦ କୁମାର ବିଶ୍ବାଳ, ହାଇଦରାବାଦ୍ |  ଡିସେମ୍ବର୍ ୨୨, ୨୦୧୨ - ୧୨:୧୫ ପୂର୍ବାହ୍ନ

    ଗଳ୍ପଟି ବହୁତ ସୁନ୍ଦର ହୋଇଛି୤ ଲେଖକଙ୍କୁ ଅଶେଷ ଧନ୍ୟବାଦ୍୤

  • ୬. Dipankar Sahu, Cuttack |  ଡିସେମ୍ବର୍ ୨୮, ୨୦୧୨ - ୪:୫୮ ପୂର୍ବାହ୍ନ

    Wonderful. Women are really capable of driving men to do the impossible. Kudos to Neha.

  • ୭. pradip, New Delhi |  ଜାନୁଆରୀ ୧୯, ୨୦୧୩ - ୪:୫୨ ପୂର୍ବାହ୍ନ

    good Story……

  • ୮. ସତ୍ୟନାରାୟଣ ପଟେଲ, କୁଚିଣ୍ଡା, ସମ୍ୱଲପୁର, ଓଡିଶା |  ଜାନୁଆରୀ ୨୬, ୨୦୧୩ - ୧୦:୩୮ ପୂର୍ବାହ୍ନ

    ୱେବ୍ ସାଇଟ୍ ରେ ପ୍ରଥମ ଗପ ପଢିଲି୤ ବହୁତ ଭଲ ଲାଗିଲା୤ ଏହା ଗପ ତ ନୁହେଁ, ବାସ୍ତବତା୤ ଆହୁରି ଲେଖନ୍ତୁ୤

  • ୯. ବାଇଧର ଜେନା, ମୁମ୍ବାଇ |  ଫେବୃଆରୀ ୨୨, ୨୦୧୩ - ୭:୦୨ ପୂର୍ବାହ୍ନ

    ପୁରୁଣା ହୃଦୟକୁ ଭାଙ୍ଗି ପୁଣି ସଜାଡ଼େ ନୂତନ ହୃଦୟଟିଏ । ବଢ଼ିଆ ଗପ୤

  • ୧୦. Rasmi Ranjan Swain,Kendrapara, Kendrapara |  ମାର୍ଚ୍ଚ୍ ୭, ୨୦୧୩ - ୬:୨୮ ପୂର୍ବାହ୍ନ

    Really it is good story.It will give good path to other.

  • ୧୧. asutosh, Baripada |  ଏପ୍ରିଲ୍ ୯, ୨୦୧୩ - ୯:୩୭ ପୂର୍ବାହ୍ନ

    ତୁମେ ହାସ୍ୟମୟୀ ତୁମେ ଲାସ୍ୟମୟୀ
    ତୁମେ ମୋର ପ୍ରୀତି ସାଥି
    ତୁମକୁ ମୁରୁଛି କିପରି ରହିବି ସ୍ଥିର ହୁଏ ନାହିଁ ମତି

    କେତେ ଦୂରେ ଚାନ୍ଦ କେତେ ଦୂରେ କଇଁ
    ଅଭେଦ ପ୍ରୀତି ତାଙ୍କର
    କେହି କ’ଣ କେବେ ଭୁଲି ଯେ ପାରଇ
    ପ୍ରେମିକା ପ୍ରେମିକ ତା’ର

  • ୧୨. ମିଲନ୍, bhubaneswar |  ଏପ୍ରିଲ୍ ୧୨, ୨୦୧୩ - ୧୦:୩୪ ପୂର୍ବାହ୍ନ

    ଗଳ୍ପ ଟି ବହୁତ ଭଲ ହୋଇଛି

  • ୧୩. debendra lenka, cuttack,odisha |  ମେ ୯, ୨୦୧୩ - ୧୨:୪୨ ପୂର୍ବାହ୍ନ

    wonderful story.really tell about the engineers within the walls of a room and sell themselves for money.

  • ୧୪. Uttam, Baripada |  ଜୁଲାଇ ୫, ୨୦୧୩ - ୬:୦୮ ପୂର୍ବାହ୍ନ

    ଗଳ୍ପ ଟି ବହୁତ ଭଲ ହୋଇଛି

  • ୧୫. ଆଦିତ୍ୟ କୁମାର ପଣ୍ଡା, ମହୀଶୂର |  ଜୁଲାଇ ୯, ୨୦୧୩ - ୧:୫୪ ପୂର୍ବାହ୍ନ

    ଆଜିକାଲିର ଯାନ୍ତ୍ରିକ ଜୀବନର ଏକ ବାସ୍ତବ ଛବି, ପରିବର୍ତ୍ତନାଭିମୁଖୀ ଯୁବସମାଜର ଏକ ବାସ୍ତବ ବିଶ୍ଲେଷଣ ବଢ଼ିଆ ହୋଇଛି |

  • ୧୬. markanda kumar padhi, Koraput |  ଜୁଲାଇ ୨୪, ୨୦୧୩ - ୮:୦୯ ପୂର୍ବାହ୍ନ

    ଗଳ୍ପଟି ଚମତ୍କାର ହୋଇଛି , ବସ୍ତୁବାଦୀ ଦୁନିଆ ର ନିଛକ ପ୍ରତିଫଳନ,ଶେଷରେ ଅନ୍ୟ ମାନଙ୍କ ପାଇଁ ନିଜ କର୍ତବ୍ୟ ଓ ଦାଇତ୍ଵ ସମନ୍ଧରେ ପ୍ରେରଣା,ଦୁନିଆ କୁ ଦିଗଦର୍ଶନ ଦେବ- ଲେଖକଙ୍କୁ ଧନ୍ୟବାଦ-

  • ୧୭. ଦାମୋଦର ବେହେରା, ସୁରତ |  ଅକ୍ଟୋବର୍ ୧୨, ୨୦୧୩ - ୨:୦୨ ଅପରାହ୍ନ

    ଗପ ଟି ଭଲଲାଗିଲା

  • ୧୮. ବିମଳ ପ୍ରସାଦ ମହାପାତ୍ର, କଲିକତା |  ଜୁଲାଇ ୧୬, ୨୦୧୪ - ୭:୫୯ ପୂର୍ବାହ୍ନ

    ଖୁବ ସୁନ୍ଦର ଲେଖା…. ଖୁବ ଭଲ ଲାଗିଲା…. ଗଳ୍ପଟି କାଳ୍ପନିକ , ତଥାପି ପଢିଲାବେଳେ ଖୁବ ବାସ୍ତବ ମନେହେଲା୤

  • ୧୯. anil boity, ROURKELA . CHHEND COLONY |  ସେପ୍ଟେମ୍ବର୍ ୧୧, ୨୦୧୪ - ୭:୨୮ ପୂର୍ବାହ୍ନ

    SIR STORY TI BAHUTA BHALA HAICHI.

  • ୨୦. ପ୍ରଦୀପ କୁମାର ପଟ୍ଟନାୟକ, ରାଉରକେଲା |  ନଭେମ୍ବର୍ ୧୧, ୨୦୧୪ - ୨:୦୦ ପୂର୍ବାହ୍ନ

    ବହୁତ୍ ବଢିଆ ଗପ ଟିଏ..

  • ୨୧. ଶୁଭେନ୍ଦୁ ସାହୁ, ଢେ଼ଙ୍କାନାଳ, ଓଡ଼ିଶା |  ଜୁଲାଇ ୩, ୨୦୧୭ - ୨:୦୬ ପୂର୍ବାହ୍ନ

    ଗପଟି ବହୁତ ଭଲ ଲାଗିଲା, ସତ ଭଲ ପାଇବାର କେବେ ସମାପ୍ତ ହୁଏ ନାହିଁ

  • ୨୨. PRABHAT KUMAR PRADHAN, BERHAMPUR |  ଜୁଲାଇ ୭, ୨୦୧୭ - ୧:୫୭ ପୂର୍ବାହ୍ନ

    Dear Sir,
    Really its amazing. You have explained that, How love happens in every one’s life in a new place with a new face, Still It creates the Moral & Celestial Experiences for the person in their life though we are abide by the Western Culture.. Really i enjoyed a lot & recalled my past…

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤