ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସୁରେନ୍ଦ୍ର ମହାନ୍ତି
ଶୈଳେନ୍ଦ୍ର କୁମାର ଜେନା
ବିଷ୍ଣୁପ୍ରିୟା ମହାପାତ୍ର
ଅଖିଳମୋହନ ପଟ୍ଟନାୟକ
ବାମାଚରଣ ମିତ୍ର
ଅନନ୍ତ ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମୁଁ ତୁମକୁ ଭଲପାଏ
 |- ଆଶିଷ କୁମାର କର
 
 
ତା: ଅକ୍ଟୋବର୍ ୨୯, ୨୦୧୨  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

କଲେଜ୍‌ରେ ତା’ଠାରୁ କିଛି ବର୍ଷ ଉପରେ ପଢ଼ୁଥିବା ଅମିତ୍‌ ଇଞ୍ଜିନିୟରିଂ ପାସ୍‌ କଲାପରେ ଆହମଦାବାଦ ଆଇ.ଆଇ.ଏମ୍‌.ରୁ ଏମ୍‌.ବି.ଏ. କଲା୤ କ୍ୟାମ୍ପସ୍‌ରେ ବଡ଼ ଚାକିରିଟିଏ ପାଇଲା୤ ବିଦେଶରେ ପୋଷ୍ଟିଂ-ଦରମା ଡଲାରରେ୤ କିନ୍ତୁ ଏପରି ଲୋଭନୀୟ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ସେ ଦରିଦ୍ର ଓଡ଼ିଶାର ଅତି ଦରିଦ୍ର କଳାହାଣ୍ଡି ଜିଲ୍ଲାରେ କାମ କରୁଥିବା ଏକ ସ୍ବେଚ୍ଛାସେବୀ ସଂସ୍ଥାରେ ଯୋଗ ଦେଇଛି୤

ପ୍ରଶାନ୍ତର କଲେଜ୍‌ ବନ୍ଧୁମାନେ ଅମିତ୍‌ର ଏଇ ଅଦ୍‌ଭୂତ ଆଚରଣକୁ ବିଦ୍ରୁପ କରିଥିଲେ୤ କିନ୍ତୁ ଆଜି ପ୍ରଶାନ୍ତର ମନରେ ଅମିତ୍‌ ପାଇଁ ବହୁତ ଆଦର ଓ ସମ୍ମାନ୤ ଚିରାଚରିତ ବାଟକୁ ଛାଡ଼ି ଏକ ସମ୍ପୂର୍ଣ୍ଣ ନୂଆ ବାଟରେ ଯିବାପାଇଁ ସାହସ ଖୁବ୍‌ କମ୍‌ ଲୋକଙ୍କର ଥାଏ୤ କେବଳ ସେଇ ଲୋକମାନେ ହିଁ ସମାଜରେ ନୂତନ ଆଲୋକର ସଞ୍ଚାର କରିଥାନ୍ତି୤

ପ୍ରଶାନ୍ତର ମଧ୍ୟ ମନେ ପଡ଼ିଲା ସେମାନଙ୍କ ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ଦେଇଥିବା ଚିର ଯୁବକ ଭାରତର ପୂର୍ବତନ ରାଷ୍ଟ୍ରପତି, ମହାନ ଦେଶପ୍ରେମୀ ଅବ୍‌ଦୁଲ କାଲାମଙ୍କ ଛାତ୍ରମାନଙ୍କୁ ଦେଶ ଗଠନ କାର୍ଯ୍ୟରେ ଯୋଗଦେବା ପାଇଁ ଆହ୍ବାନ୤ ନିଜର କ୍ଷୁଦ୍ର ସ୍ବାର୍ଥକୁ ତ୍ୟାଗ କରି ଅମିତ୍‌ ଆଗେଇ ଆସିଛି୤ ଅମିତ୍‌ ଯାହା କରି ପାରିଛି ସେ କ’ଣ ତାହା କରିପାରିବ ନାହିଁ ? ପ୍ରଶାନ୍ତର ଜନ୍ମ କଳାହାଣ୍ଡି ଜିଲ୍ଲାରେ, ଅମିତ ବାହାର ରାଜ୍ୟର ପିଲା୤ ସେ ଅମିତ୍‌କୁ ଗୋଟାଏ ଇ-ମେଲ୍‌ ପଠାଇଲା୤

ଚାକିରିରୁ ଇସ୍ତଫା ଦେଇ ମୁମ୍ବାଇରେ ପ୍ରଶାନ୍ତ ତା’ର ଶେଷ କାମଟିରେ ହାତଦେଲା- ତାହା ଥିଲା ନେହାକୁ ଏକ ଚିଠି୤ ନେହାକୁ ସେଲ୍‌ଫୋନରେ ବା ସାକ୍ଷାତ୍‌କରି ସେ ବିଦାୟ ମାଗି ପାରିଥାନ୍ତା୤ କିନ୍ତୁ ତାହା କରିବା ପାଇଁ ସେ ସାହସ ସଞ୍ଚୟ କରିପାରିଲା ନାହିଁ୤ ତା’ର ମନେହେଲା ନେହାର ମୁହାଁମୁହିଁ ହେଲେ ସେ ଆଉ ମୁମ୍ବାଇ ଛାଡ଼ି ପାରିବ ନାହିଁ୤ ସେ ଭାରାକ୍ରାନ୍ତ ହୃଦୟରେ ନେହାକୁ ଚିଠିଟି ଲେଖିବାକୁ ଆରମ୍ଭ କଲା୤

ପ୍ରିୟ ନେହା,
ସେଲ୍‌ଫୋନ୍‌ ଯୁଗରେ ତୁମେ ମୋଠାରୁ ଚିଠିଟିଏ ପାଇ ନିଶ୍ଚୟ ଆଶ୍ଚର୍ଯ୍ୟାନ୍ବିତ ହେଉଥିବ୤ କିନ୍ତୁ ମୋ ପାଖରେ ଅନ୍ୟ ଉପାୟ ନଥିଲା୤ ତୁମର ସୁନ୍ଦର ମୁଖମଣ୍ଡଳ ଓ ଓଠର ହସରେ ଅଛି ଏକ ସମ୍ମୋହନ ଶକ୍ତି ଯାହା ମୋର କଣ୍ଠର ଭାଷାକୁ ରୁଦ୍ଧ କରିଦିଏ୤ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ ସପକ୍ଷରେ ତୁମର ସୁଚିନ୍ତିତ ମତକୁ ମୁଁ ଶ୍ରଦ୍ଧା ଓ ଗୁରୁତ୍ବର ସହିତ ଶୁଣିଛି ଏବଂ ବହୁତ ସମୟ ଧରି ଚିନ୍ତା ମଧ୍ୟ କରିଛି୤ କିନ୍ତୁ ବିବାହ ଅନୁଷ୍ଠାନ, ବିଶେଷତଃ ହିନ୍ଦୁ ବିବାହର ସ୍ଥାନ, ତୁମର ସବୁ ଯୁକ୍ତି ଊର୍ଦ୍ଧ୍ବରେ ବୋଲି ମୋର ବିଶ୍ବାସ୤ ବିବାହ କେବଳ ଦୁଇଟି ସ୍ଥୂଳ ଶରୀରର ସଂଯୋଗ ନୁହେଁ, ଏହା ଦୁଇ ଆତ୍ମାର ମିଳନ୤ ଏଇ ସମ୍ପର୍କ ଗୋଟାଏ ଜନ୍ମର ନୁହେଁ, ପରନ୍ତୁ ଜନ୍ମ-ଜନ୍ମାନ୍ତରର୤ କୌଣସି ହିନ୍ଦୁ ଧାର୍ମିକ ଅନୁଷ୍ଠାନ ସ୍ତ୍ରୀ ବ୍ୟତିରକେ ପାଳିତ ହୋଇପାରେ ନାହିଁ୤ ସ୍ତ୍ରୀ-ପୁରୁଷର ବିବାହ ଏକ ଆଧ୍ୟାତ୍ମିକ ଯାତ୍ରା ଏବଂ ଏହାର ଗନ୍ତବ୍ୟସ୍ଥଳ ଈଶ୍ବର ସହିତ ମିଳନ୤ ହିନ୍ଦୁ ଆଧ୍ୟାତ୍ମିକ ଶାସ୍ତ୍ର ସ୍ତ୍ରୀ ଓ ପୁରୁଷକୁ ସମାନ ଚକ୍ଷୁରେ ଦେଖେ (ଆଜିର କ୍ଷୟିଷ୍ଣୁ ସମାଜର କଥା ଯଦିଓ ଅଲଗା)୤ ସେଇଥିପାଇଁ ଶିବ ପାର୍ବତୀଙ୍କୁ କହିଛନ୍ତି- ‘ମୋର ଅର୍ଦ୍ଧେକ ଶରୀର ସୃଷ୍ଟି ତୁମର ଅର୍ଦ୍ଧେକ ଶରୀରରୁ ହୋଇଛି୤’ ଏଇ କାରଣରୁ ସ୍ତ୍ରୀ ପୁରୁଷର ଅର୍ଦ୍ଧାଙ୍ଗୀନୀ୤ ଉଭୟ ମିଳିତ ଭାବରେ ଧର୍ମ, ଅର୍ଥ, କାମ ଓ ମୋକ୍ଷର ଅନ୍ବେଷଣ କରିବେ୤

ତୁମେ ହୁଏତ ଜାଣିଥିବ ଆମ ଧର୍ମରେ ବିବାହ ଅନୁଷ୍ଠାନ ପଦ୍ଧତି ହଜାର ହଜାର ବର୍ଷ ଧରି ବୈଦିକ ଯୁଗରୁ ଚଳି ଆସୁଛି୤ ଅଗ୍ନିକୁ ସାକ୍ଷୀ ରଖି ହିନ୍ଦୁ ପତି-ପତ୍ନୀ ଏକତ୍ର ଜୀବନର ଅଙ୍ଗୀକାରବଦ୍ଧ ହୁଅନ୍ତି୤ ଏ ଯୁଗର ଅବତାର ଶ୍ରୀ ରାମକୃଷ୍ଣ ପରମହଂସ ହିନ୍ଦୁ ବିବାହର ଏଇ ଉଚ୍ଚ ଭାବଧାରାକୁ ତାଙ୍କ ଜୀବନରେ ପାଳନ କରି ସମାଜକୁ ଶିକ୍ଷା ଦେଇ ଯାଇଛନ୍ତି୤ ଅସଂସାରୀ ଶ୍ରୀରାମକୃଷ୍ଣ ମା’ ସାରଦା ଦେବୀଙ୍କୁ ଯେତେ ଭଲ ପାଉଥିଲେ, ସେତିକି ଭଲ ପାଇବା କେତେ ଜଣ ସଂସାରୀ ଜୀବନରେ ଆମେ ଦେଖି ପାରିବା ? ଥରେ ପରୀକ୍ଷା କରିବା ପାଇଁ ଶ୍ରୀରାମକୃଷ୍ଣ ମା’ଙ୍କୁ ପଚାରିଲେ- ‘କ’ଣ ତୁମେ ମୋତେ ସଂସାର ପଥରେ ଟାଣିନେବା ପାଇଁ ଆସିଛ ?’ କିଛି ମାତ୍ର ଚିନ୍ତା ନକରି ମା’ ଉତ୍ତର ଦେଲେ, ‘ନା, ମୁଁ ତୁମକୁ ସଂସାର ପଥରେ କାହିଁକି ଟାଣିବି ? ତୁମର ଇଷ୍ଟ ପଥରେ ହିଁ ସାହାଯ୍ୟ କରିବା ପାଇଁ ଆସିଛି୤’ ସେମାନଙ୍କ ଏଇ ଐଶ୍ବୀ ସମ୍ପର୍କର ଚୂଡ଼ାନ୍ତ ପ୍ରକାଶ ଘଟିଥିଲା ଷୋଡ଼ଶୀ ପୂଜାରେ୤ ସ୍ତ୍ରୀ ସାରଦାମଣିଙ୍କୁ ମା’ ଜଗଦମ୍ବା ଆସନରେ ବସେଇ ଶ୍ରୀ ରାମକୃଷ୍ଣ ତାଙ୍କୁ ପୂଜା କରିଥିଲେ୤ ଉଭୟେ ବାହ୍ୟଜ୍ଞାନ ହରେଇ ସମାଧିସ୍ଥ ହୋଇ ଯାଇଥିଲେ୤

ଆମ ସଭ୍ୟତାର ପବିତ୍ର ବିବାହ ଅନୁଷ୍ଠାନକୁ ଆମେ ପରିତ୍ୟାଗ କରିବୁ କାହିଁକି ? ବର୍ମା ଏବଂ କବିତାର ବିଚ୍ଛେଦ ଆମ ଆଖି ସାମ୍‌ନାରେ ହିଁ ଘଟିଛି୤

ମୋର ଚାକିରିଟି ଯେ ମୋତେ ଆନନ୍ଦ ବା ସନ୍ତୋଷ ଦିଏ ନାହିଁ ତାହା ତୁମେ ଜାଣିଛ୤ ଅବଶ୍ୟ ମୋ ପରି ଅନେକେ ଆମ ବନ୍ଧୁମାନଙ୍କ ଭିତରେ ଅଛନ୍ତି୤ ଚିକିତ୍ସା ଅଭାବରୁ ମୋର ବାଲ୍ୟବନ୍ଧୁର ମୃତ୍ୟୁ, ମୋ ଗାଁ ଏବଂ ପରିବାରର ଆର୍ଥିକ ଅବସ୍ଥା କଥା ତୁମକୁ କହିଛି୤ ଗତକାଲି ଅମିତ୍‌ର ଚିଠି ପାଇଲି- ତା’ ଏନ୍‌ଜିଓ’ ରେ ଯୋଗଦେବା ପାଇଁ ସେ ମୋତେ ନିମନ୍ତ୍ରଣ (ଆହ୍ବାନ) କରିଛି୤ ସେଠାରେ ବହୁତ କାମ କରିବାର ଅଛି୤ ମୋର ଇସ୍ତଫା ପତ୍ର ମୁଁ ଆଜି ପଠାଇ ଦେଇଚି୤ ଆଶାକରେ ତୁମେ ମୋତେ କ୍ଷମା କରିଦେବ୤

ନେହା, ମୁଁ ଅତ୍ୟନ୍ତ ଦୁଃଖିତ ଯେ, ପରିସ୍ଥିତି ଆମକୁ ପରସ୍ପରଠାରୁ ବିଦାୟ ନେବାକୁ ବାଧ୍ୟ କରିଛି୤ କିନ୍ତୁ ତୁମର ପ୍ରେମ ଏବଂ ଛନ୍ଦକପଟ ହୀନ ଚାଲି-ଚଳନ ମୁଁ ସବୁଦିନ ପାଇଁ ମୋର ହୃଦୟରେ ସାଇତି ରଖିଚି୤ ତୁମର ଜୀବନ ସୁଖ ସମୃଦ୍ଧିରେ ଭରିଯାଉ୤

୤ ଇତି ୤
ପ୍ରଶାନ୍ତ

ସମସ୍ତଙ୍କଠାରୁ ବିଦାୟ ନେଇ ସେ ରେଳଷ୍ଟେସନରେ ଆସି ପହଞ୍ଚିଲା- ମୁମ୍ବାଇକୁ ବିଦାୟ ଦେଇ, ନିଜ ଜିଲ୍ଲାର ନୂତନ କର୍ମ କ୍ଷେତ୍ରରେ ଯୋଗଦେବା ପାଇଁ୤ ଏଇ କେତୋଟି ମାସର ମୁମ୍ବାଇ ସହରର ରହଣି ଏବଂ ବିଭିନ୍ନ ଘଟଣା ତା’ ମନକୁ ଆନ୍ଦୋଳିତ କରୁଥାଏ୤ ପୂର୍ବ ଆକାଶ ଲାଲ ହୋଇ ଆସୁଥାଏ୤

ହଠାତ୍‌ ଗୋଟିଏ ଅତି ପରିଚିତ ନାରୀ ମୂର୍ତ୍ତି ଆସି ତା’ ନିକଟରେ ଛିଡ଼ା ହେଲା୤
ନେହା କହିଲା, ‘ମୁଁ ମଧ୍ୟ ଆସିଗଲି ପ୍ରଶାନ୍ତ୤ ଏତେ ବଡ଼ ସହରରେ ମୋତେ ଏକୁଟିଆ ଛାଡ଼ି ତୁମେ ଯାଇ ପାରିବ ନାହିଁ୤’

ଦିବାକରଙ୍କ ଉଦୟ ସହିତ ଚତୁର୍ଦ୍ଦିଗ ଆଲୋକିତ ହୋଇଗଲା୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆଶିଷ କୁମାର କର, ଭୁବନେଶ୍ବର
ଆଶିଷ କୁମାର କର
ଷ୍ଟେଟ୍‌ ବ୍ୟାଙ୍କ୍‌ର ଜଣେ ପଦସ୍ଥ ଅଧିକାରୀ ଭାବେ ଅବସର ଗ୍ରହଣ କରିଥିବା ଆଶିଷ କୁମାର କର ମୁଖ୍ୟତଃ ଜଣେ କ୍ଷୁଦ୍ରଗଳ୍ପ ଲେଖକ୤ ବିଶିଷ୍ଟ ଗାନ୍ଧୀବାଦୀ ସମାଜସେବୀ ଆନ୍ନା ହଜାରେଙ୍କ ଉପରେ ଶ୍ରୀ କରଙ୍କ ‘ବିଳ୍ପବୀ ଫକୀର’ ନାମକ ଏକ ପୁସ୍ତକ ପ୍ରକାଶିତ ହୋଇଛି୤ ସମ୍ପ୍ରତି ସେ ‘ସାସ୍ବତ ଭାରତ’ ନାମକ ଏକ ଦ୍ବିଭାଷିକ ପତ୍ରିକାର ସମ୍ପାଦକ ଭାବେ କାର୍ଯ୍ୟରତ୤
 

ମତାମତ ସଂଖ୍ୟା - ୨୨ ଆପଣଙ୍କ ମତାମତ ?

  • ୧. ବିଜନ ରାୟ୍ |  ଅକ୍ଟୋବର୍ ୩୦, ୨୦୧୨ - ୧୨:୫୬ ପୂର୍ବାହ୍ନ

    ସୁନ୍ଦର ଗପ ଟିଏ.

  • ୨. Ajaya Bhuyan, Kolkata,west bengal |  ନଭେମ୍ବର୍ ୩, ୨୦୧୨ - ୪:୧୦ ପୂର୍ବାହ୍ନ

    Really its a very good and useful story.

  • ୩. DEVI PRASANNA MOHAPATRA, BHUBANESWAR |  ନଭେମ୍ବର୍ ୧୩, ୨୦୧୨ - ୭:୩୬ ପୂର୍ବାହ୍ନ

    So short,so sweeet,so simple

  • ୪. Sambeet, UK |  ଡିସେମ୍ବର୍ ୧୭, ୨୦୧୨ - ୧୧:୫୪ ପୂର୍ବାହ୍ନ

    Bhala gapa ti….Kintu kete jana amiti stronge decision
    nabaku sahas kari paranti…peta patana re e jibana sari jae..

  • ୫. କ୍ଷିରୋଦ କୁମାର ବିଶ୍ବାଳ, ହାଇଦରାବାଦ୍ |  ଡିସେମ୍ବର୍ ୨୨, ୨୦୧୨ - ୧୨:୧୫ ପୂର୍ବାହ୍ନ

    ଗଳ୍ପଟି ବହୁତ ସୁନ୍ଦର ହୋଇଛି୤ ଲେଖକଙ୍କୁ ଅଶେଷ ଧନ୍ୟବାଦ୍୤

  • ୬. Dipankar Sahu, Cuttack |  ଡିସେମ୍ବର୍ ୨୮, ୨୦୧୨ - ୪:୫୮ ପୂର୍ବାହ୍ନ

    Wonderful. Women are really capable of driving men to do the impossible. Kudos to Neha.

  • ୭. pradip, New Delhi |  ଜାନୁଆରୀ ୧୯, ୨୦୧୩ - ୪:୫୨ ପୂର୍ବାହ୍ନ

    good Story……

  • ୮. ସତ୍ୟନାରାୟଣ ପଟେଲ, କୁଚିଣ୍ଡା, ସମ୍ୱଲପୁର, ଓଡିଶା |  ଜାନୁଆରୀ ୨୬, ୨୦୧୩ - ୧୦:୩୮ ପୂର୍ବାହ୍ନ

    ୱେବ୍ ସାଇଟ୍ ରେ ପ୍ରଥମ ଗପ ପଢିଲି୤ ବହୁତ ଭଲ ଲାଗିଲା୤ ଏହା ଗପ ତ ନୁହେଁ, ବାସ୍ତବତା୤ ଆହୁରି ଲେଖନ୍ତୁ୤

  • ୯. ବାଇଧର ଜେନା, ମୁମ୍ବାଇ |  ଫେବୃଆରୀ ୨୨, ୨୦୧୩ - ୭:୦୨ ପୂର୍ବାହ୍ନ

    ପୁରୁଣା ହୃଦୟକୁ ଭାଙ୍ଗି ପୁଣି ସଜାଡ଼େ ନୂତନ ହୃଦୟଟିଏ । ବଢ଼ିଆ ଗପ୤

  • ୧୦. Rasmi Ranjan Swain,Kendrapara, Kendrapara |  ମାର୍ଚ୍ଚ୍ ୭, ୨୦୧୩ - ୬:୨୮ ପୂର୍ବାହ୍ନ

    Really it is good story.It will give good path to other.

  • ୧୧. asutosh, Baripada |  ଏପ୍ରିଲ୍ ୯, ୨୦୧୩ - ୯:୩୭ ପୂର୍ବାହ୍ନ

    ତୁମେ ହାସ୍ୟମୟୀ ତୁମେ ଲାସ୍ୟମୟୀ
    ତୁମେ ମୋର ପ୍ରୀତି ସାଥି
    ତୁମକୁ ମୁରୁଛି କିପରି ରହିବି ସ୍ଥିର ହୁଏ ନାହିଁ ମତି

    କେତେ ଦୂରେ ଚାନ୍ଦ କେତେ ଦୂରେ କଇଁ
    ଅଭେଦ ପ୍ରୀତି ତାଙ୍କର
    କେହି କ’ଣ କେବେ ଭୁଲି ଯେ ପାରଇ
    ପ୍ରେମିକା ପ୍ରେମିକ ତା’ର

  • ୧୨. ମିଲନ୍, bhubaneswar |  ଏପ୍ରିଲ୍ ୧୨, ୨୦୧୩ - ୧୦:୩୪ ପୂର୍ବାହ୍ନ

    ଗଳ୍ପ ଟି ବହୁତ ଭଲ ହୋଇଛି

  • ୧୩. debendra lenka, cuttack,odisha |  ମେ ୯, ୨୦୧୩ - ୧୨:୪୨ ପୂର୍ବାହ୍ନ

    wonderful story.really tell about the engineers within the walls of a room and sell themselves for money.

  • ୧୪. Uttam, Baripada |  ଜୁଲାଇ ୫, ୨୦୧୩ - ୬:୦୮ ପୂର୍ବାହ୍ନ

    ଗଳ୍ପ ଟି ବହୁତ ଭଲ ହୋଇଛି

  • ୧୫. ଆଦିତ୍ୟ କୁମାର ପଣ୍ଡା, ମହୀଶୂର |  ଜୁଲାଇ ୯, ୨୦୧୩ - ୧:୫୪ ପୂର୍ବାହ୍ନ

    ଆଜିକାଲିର ଯାନ୍ତ୍ରିକ ଜୀବନର ଏକ ବାସ୍ତବ ଛବି, ପରିବର୍ତ୍ତନାଭିମୁଖୀ ଯୁବସମାଜର ଏକ ବାସ୍ତବ ବିଶ୍ଲେଷଣ ବଢ଼ିଆ ହୋଇଛି |

  • ୧୬. markanda kumar padhi, Koraput |  ଜୁଲାଇ ୨୪, ୨୦୧୩ - ୮:୦୯ ପୂର୍ବାହ୍ନ

    ଗଳ୍ପଟି ଚମତ୍କାର ହୋଇଛି , ବସ୍ତୁବାଦୀ ଦୁନିଆ ର ନିଛକ ପ୍ରତିଫଳନ,ଶେଷରେ ଅନ୍ୟ ମାନଙ୍କ ପାଇଁ ନିଜ କର୍ତବ୍ୟ ଓ ଦାଇତ୍ଵ ସମନ୍ଧରେ ପ୍ରେରଣା,ଦୁନିଆ କୁ ଦିଗଦର୍ଶନ ଦେବ- ଲେଖକଙ୍କୁ ଧନ୍ୟବାଦ-

  • ୧୭. ଦାମୋଦର ବେହେରା, ସୁରତ |  ଅକ୍ଟୋବର୍ ୧୨, ୨୦୧୩ - ୨:୦୨ ଅପରାହ୍ନ

    ଗପ ଟି ଭଲଲାଗିଲା

  • ୧୮. ବିମଳ ପ୍ରସାଦ ମହାପାତ୍ର, କଲିକତା |  ଜୁଲାଇ ୧୬, ୨୦୧୪ - ୭:୫୯ ପୂର୍ବାହ୍ନ

    ଖୁବ ସୁନ୍ଦର ଲେଖା…. ଖୁବ ଭଲ ଲାଗିଲା…. ଗଳ୍ପଟି କାଳ୍ପନିକ , ତଥାପି ପଢିଲାବେଳେ ଖୁବ ବାସ୍ତବ ମନେହେଲା୤

  • ୧୯. anil boity, ROURKELA . CHHEND COLONY |  ସେପ୍ଟେମ୍ବର୍ ୧୧, ୨୦୧୪ - ୭:୨୮ ପୂର୍ବାହ୍ନ

    SIR STORY TI BAHUTA BHALA HAICHI.

  • ୨୦. ପ୍ରଦୀପ କୁମାର ପଟ୍ଟନାୟକ, ରାଉରକେଲା |  ନଭେମ୍ବର୍ ୧୧, ୨୦୧୪ - ୨:୦୦ ପୂର୍ବାହ୍ନ

    ବହୁତ୍ ବଢିଆ ଗପ ଟିଏ..

  • ୨୧. ଶୁଭେନ୍ଦୁ ସାହୁ, ଢେ଼ଙ୍କାନାଳ, ଓଡ଼ିଶା |  ଜୁଲାଇ ୩, ୨୦୧୭ - ୨:୦୬ ପୂର୍ବାହ୍ନ

    ଗପଟି ବହୁତ ଭଲ ଲାଗିଲା, ସତ ଭଲ ପାଇବାର କେବେ ସମାପ୍ତ ହୁଏ ନାହିଁ

  • ୨୨. PRABHAT KUMAR PRADHAN, BERHAMPUR |  ଜୁଲାଇ ୭, ୨୦୧୭ - ୧:୫୭ ପୂର୍ବାହ୍ନ

    Dear Sir,
    Really its amazing. You have explained that, How love happens in every one’s life in a new place with a new face, Still It creates the Moral & Celestial Experiences for the person in their life though we are abide by the Western Culture.. Really i enjoyed a lot & recalled my past…

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤