ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଗଣେଶ୍ୱର ମିଶ୍ର
ଅମରେନ୍ଦ୍ର ଖଟୁଆ
ଦୟାନିଧି ମିଶ୍ର
ସୀତାକାନ୍ତ ମହାପାତ୍ର
ବିଜୟ ମିଶ୍ର
ମନମୋହନ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମୁଁ ତୁମକୁ ଭଲପାଏ
 |- ଆଶିଷ କୁମାର କର
 
 
ତା: ଅକ୍ଟୋବର୍ ୨୯, ୨୦୧୨  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ପ୍ରଶାନ୍ତର ଏହି ଲକ୍ଷକୁ ହିଁ ଭୟଥାଏ୤ ସେ କହିଲା, ‘ନେହା ଆସ ଆମେ ବାହା ହୋଇ ପଡ଼ିବା୤ ତାହା ହେଲେ ଆମର ସମସ୍ତ ସମସ୍ୟାର ସମାଧାନ ହୋଇଯିବ୤’

‘ବାହା ହେବା ପାଇଁ ଏତେ ବ୍ୟସ୍ତ କାହିଁକି ? ଆମେ ତ ପରସ୍ପରକୁ ଭଲ ଭାବରେ ଜାଣି ମଧ୍ୟ ନାହୁଁ୤’
ପ୍ରଶାନ୍ତ କ’ଣ କରିବ ତାହା ଭାବି ପାରୁ ନଥାଏ୤ ସୁନ୍ଦରୀ ନେହାକୁ ଛାଡ଼ି ବଞ୍ଚିବା ତା’ ପକ୍ଷରେ ସମ୍ଭବ ନୁହେଁ୤ ନାଲି ଟପ୍‌ ଏବଂ ଟାଇଟ୍‌ ଜିନ୍‌ ପିନ୍ଧି ନେହା ଆଜି ଆହୁରି ଆକର୍ଷଣୀୟ ଦିଶୁଥାଏ୤ ବୋଧହୁଏ ସେ ଆଜି ଏଇ ପ୍ରସ୍ତାବ ପକାଇବା ପାଇଁ ସଜ ହୋଇ ଆସିଥାଏ୤ କିନ୍ତୁ ଏକ ଅବିବାହିତ ଯୁବତୀ ସହ ଗୋଟିଏ ଘରେ ରହିବା ପ୍ରଶାନ୍ତର ସମସ୍ତ ସଂସ୍କାର ବିରୋଧୀ୤

‘ନେହା ମୁଁ ସୁଦୂର ଓଡ଼ିଶାର ଏକ ନିପଟ ମଫସଲରେ ବଢ଼ିଥିବା ଗୋଟିଏ ଯୁବକ୤ ଲିଭ୍‌-ଇନ୍‌ ଭଳି ବୈପ୍ଳବିକ ଚିନ୍ତାଧାରାକୁ ମୋର ବାପା ମା’ କେବେ ବି ଗ୍ରହଣ କରିବେ ନାହିଁ୤

ନେହା ଭାବିଲା ପ୍ରଶାନ୍ତ ବୋଧହୁଏ ଲିଭ୍‌-ଇନ୍‌ ବିଷୟରେ ଭଲଭାବରେ ଜାଣି ନାହିଁ ଏବଂ କେତେକ ଭୁଲ୍‌ ଧାରଣାର ବଶବର୍ତ୍ତୀ ହୋଇଛି୤ ସେ ତାକୁ ବୁଝାଇ କହିଲା ଯେ, ସମାଜର ଅଗ୍ରଗତି ସହିତ ତାଳ ଦେଇ ଚାଲିବାକୁ ପଡ଼ିବ୤ ଉନ୍ନତ ଜୀବନଯାପନ କରିବା ପାଇଁ ପୁରାତନ ପ୍ରଥା ସବୁ ଛାଡ଼ିବା ଜରୁରି୤ ଏ ଯୁଗରେ ବିବାହ ଆଉ ଅନ୍ଧାରରେ ବାଡ଼ିବୁଲା ନୁହଁ୤ ବିବାହ ପୂର୍ବରୁ ସ୍ବାମୀ-ସ୍ତ୍ରୀ ପରସ୍ପରକୁ ଭଲଭାବରେ ଜାଣିବା ନିହାତି ଦରକାର୤ ଏକ ସଙ୍ଗରେ ନ ରହିଲେ ଜୀବନସଙ୍ଗୀକୁ ଜାଣିବା କେମିତି ? ବିବାହ ପରେ ଏଇ ପରୀକ୍ଷାନିରୀକ୍ଷା ଆରମ୍ଭ କରିବାର କୌଣସି ମାନେ ନ ଥାଏ୤

ଯଦି ଜଣେ କାର୍‌ଟିଏ କିଣିବା ପୂର୍ବରୁ ଟେଷ୍ଟ-ଡ୍ରାଇଭରେ ଯାଇଥାଏ, ତେବେ ବିବାହ ଭଳି ଅତି ଗୁରୁତ୍ବପୂର୍ଣ୍ଣ ବିଷୟରେ କ’ଣ ଏହା ଆହୁରି ଅଧିକ ଆବଶ୍ୟକ ନୁହଁ ? ବିବାହ-ବିଚ୍ଛେଦଠାରୁ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ କ’ଣ ଭଲ ନୁହେଁ୤ ଏବେ ଅଭିନେତ୍ରୀ ଖୁସ୍‌ବୁ ମାମଲାରେ ସୁପ୍ରିମକୋର୍ଟ ମଧ୍ୟ ମତ ଦେଇଛି ଯେ, ଯଦି ଜଣେ ପୁରୁଷ ଏବଂ ସ୍ତ୍ରୀ ଏକତ୍ର ବାସ କରନ୍ତି ତାକୁ ଅପରାଧ ବୋଲି ଧରାଯିବ ନାହିଁ୤

ଏତେଗୁଡ଼ିଏ କଥା କହିବା ପରେ ନେହା ଟିକିଏ ଦମ୍‌ ନେଲା୤
ପ୍ରଶାନ୍ତ କହିଲା, ‘ନେହା ତୁମେ ଯାହା କୁହ ପଛେ ବିବାହ ଏକ ପବିତ୍ର ସମ୍ପର୍କ୤ ଜଣେ ଅବିବାହିତ ଝିଅ, ଆଉ ଜଣେ ପୁରୁଷ ସହିତ ଶାରୀରିକ ସମ୍ପର୍କ ରଖିବା ପାପ୤’

ଏହାର ଉତ୍ତର ଯେପରି ନେହା ଭାବି ରଖିଥିଲା୤ ‘ସ୍ତ୍ରୀ ଲୋକର ଶରୀର କ’ଣ ଏତେ ଭଙ୍ଗୁର ଯେ, ଥରେ ଜଣେ ପୁରୁଷ ଛୁଇଁ ଦେଲେ ଅଇଁଠା (ଅପବିତ୍ର) ହୋଇଯିବ ? ସେମିତି ହେଲେ ବାହା ହୋଇଥିବା ବର କୁ ବି ଛୁଇଁ ଦେଲେ ଅପବିତ୍ର ହେବା କଥା୤ ସେ ମଧ୍ୟ ଗୋଟିଏ ପୁରୁଷ ଲୋକ୤ ଏଇ ସବୁ ନିୟମ-କାନୁନ୍‌ ସମାଜର ବଡ଼ପଣ୍ଡାଙ୍କ ଦ୍ବାରା ତିଆରି୤ ଅର୍ଦ୍ଧେକ ମାନବ ସମାଜକୁ ପଦାନତ କରି ରଖିବା ତାହାର ଉଦ୍ଦେଶ୍ୟ୤ ସେଥିରେ ପାପ-ପୂଣ୍ୟ, ନ୍ୟାୟ-ଅନ୍ୟାୟ ସମ୍ପର୍କ କାହିଁ ? ଏକ ନୂତନ, ମୁକ୍ତ, ସୁଖୀ ଓ ସତେଜ ସମାଜ ସୃଷ୍ଟି କରିବା ପାଇଁ ସମସ୍ତ ଶୃଙ୍ଖଳାକୁ ଭାଙ୍ଗିବାକୁ ପଡ଼ିବ, ଅନ୍ୟ ରାସ୍ତା ନାହିଁ୤ ପ୍ରଶାନ୍ତ, ତୁମେ ଏସବୁ କଥା ଭଲ ଭାବରେ ଚିନ୍ତା କରି ମୋତେ ତୁମର ଉତ୍ତର ଦେବ୤’

ନାନା କଥା ଚିନ୍ତା କରୁ କରୁ ପ୍ରଶାନ୍ତ ସେ ଦିନ ରାତିରେ ଶୋଇ ପାରିଲା ନାହିଁ୤ ନେହାର ସୁନ୍ଦର ମୁଖମଣ୍ଡଳ ଏବଂ ପରେ ପରେ ବାପା, ମା’, ଭାଇ, ଭଉଣୀର ନିରୀହ, ଅସହାୟ ମୁହଁଗୁଡ଼ିକ ତା’ର ଆଖି ଆଗରେ ଘୁରିବାକୁ ଲାଗିଲା୤ କାହାକୁ ଛାଡ଼ି କାହାକୁ ଧରିବ ?
ତା’ପର ଦିନ ଦୁଇଟି ଘଟଣା ଘଟିଲା୤ କବିତା ଏବଂ ବର୍ମାର ସମ୍ପର୍କ ହଠାତ୍‌ ଭାଙ୍ଗିଗଲା୤ ପ୍ରଶାନ୍ତ ପରି ବର୍ମାର ଅନ୍ୟ ଘନିଷ୍ଠ ବନ୍ଧୁମାନେ ବି ଏ ବିଷୟରେ କିଛି ମାତ୍ର ଆଭାସ ପାଇ ନଥିଲେ୤ ବାହାରକୁ ବର୍ମା ଓ କବିତାର ସମ୍ପର୍କ ଅତି ଗଭୀର ଓ ସ୍ଥାୟୀ ଜଣା ପଡ଼ୁଥିଲେ ବି ମୂଳଦୁଆ ଦୁର୍ବଳ ଥିଲା୤

ହୋଇପାରେ ଭଙ୍ଗୁରତା ଲିଭ-ଇନ୍‌-ରିଲେସନ୍‌ସିପ୍‌ର ଏକ ଅନ୍ତର୍ନିହିତ ଦୁର୍ବଳତା୤ ଗୋଟିଏ ପାର୍ଟନର୍‌କୁ ଛାଡ଼ି ଅନ୍ୟ ଜଣେ ପାର୍ଟନର୍‌କୁ ବାଛିବାର ସ୍ବାଧୀନତା ଦୀର୍ଘସ୍ଥାୟୀ ସମ୍ପର୍କରେ ବାଧକ ହୋଇ ଛିଡ଼ା ହୁଏ୤ ଶୁଣାଗଲା କବିତା ତା’ର ବସ୍‌ ସହିତ ଆମେରିକା ଯାଉଛି, ଛଅ ମାସ ପାଇଁ୤ ଏଇ ଘଟଣାଟି ଉଭୟ ପ୍ରଶାନ୍ତ ଏବଂ ନେହାର ମନରେ ଗଭୀର ରେଖାପାତ କଲା୤

ଦ୍ବିତୀୟ ଘଟଣା ବିଷୟରେ ପ୍ରଶାନ୍ତ ଅବଗତ ହେଲା ତା’ ଘରୁ ଆସିଥିବା ଚିଠିଟିରୁ୤ ବାପା ଲେଖିଥିବା ଚିଠିରେ ପ୍ରଶାନ୍ତର ଗାଁରେ ରହୁଥିବା ପିଲାବେଳ ସାଙ୍ଗ ମନୁର ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ଖବରଟି ଥିଲା୤ ଗାଁ ପାଖ ଛୋଟ ସହରର ସରକାରୀ ଡାକ୍ତରଖାନାରେ ସାପକାମୁଡ଼ା ଇଞ୍ଜେକ୍ସନ୍‌ ମିଳେ ନାହିଁ୤ ବାଧ୍ୟ ହୋଇ ସାପକାମୁଡ଼ା ରୋଗୀମାନେ ଯାଆନ୍ତି ଗୁଣିଆ ପାଖକୁ୤ ପ୍ରତି ବର୍ଷ ସେହି ଅଞ୍ଚଳର ତିନି/ଚାରି ଜଣ ଲୋକଙ୍କ ମୃତ୍ୟୁ ହୁଏ ସାପ କାମୁଡ଼ାରେ୤

ଖବରଟି ପଢ଼ି ପ୍ରଶାନ୍ତକୁ ଯେତିକି ଦୁଃଖ ଲାଗିଲା ତାଠୁ ବେଶି ମନରେ କ୍ରୋଧ ଜାତ ହେଲା୤ ସ୍ବାଧୀନତାର ଷାଠିଏ ବର୍ଷ ପରେ ମଧ୍ୟ ଗାଁ ଗହଳିରେ ନା ଅଛି ଭଲ ରାସ୍ତା, ସ୍କୁଲ୍‌ ବା ଡାକ୍ତରଖାନା୤ ତାରି ଭଳି ଯୁବକମାନେ ନିଜର ସଂକୀର୍ଣ୍ଣ ସ୍ବାର୍ଥପାଇଁ ସହର ଅଭିମୁଖୀ୤ ଗ୍ରାମାଞ୍ଚଳର ଦୁର୍ଗତି ପାଇଁ ରାଜନେତା ଓ ସରକାରୀ କଳ ଯେତିକି ଦାୟୀ, ସେ ଏବଂ ତା’ ଭଳି ଯୁବକମାନେ ତା’ଠାରୁ ଅଧିକ ଦାୟୀ୤

ବାପାଙ୍କ ଚିଠି ସହିତ ଆସିଥିବା ମା’ର ଛୋଟ ଚିଠିଟିରେ ଘରର ବିଭିନ୍ନ କଥା ସହିତ-କାଳି ଗାଈର ସୁନ୍ଦର ବାଛୁରୀଟିଏ ହୋଇଛି-କିପରି ତା’ର ସାନ ଭାଇ ଭଉଣୀମାନଙ୍କର ପଢ଼ା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବଢ଼ି ଯାଇଛି ଏବଂ ବାପାଙ୍କ ସ୍ବଳ୍ପ ବେତନକୁ ତାକୁ ମେଣ୍ଟେଇବା ସମ୍ଭବ ହେଉ ନାହିଁ ଲେଖାଥିଲା, ଆବଡ଼ା-ଖାବଡ଼ା ଅକ୍ଷରରେ୤

ନେହା ସହିତ ବନ୍ଧୁତା ହେବାପରେ ତା’ର ଖର୍ଚ୍ଚ ବେଶ୍‌ ବଢ଼ି ଯାଇଥିଲା ଏବଂ ଗତ ଦୁଇମାସ ସେ ଘରକୁ ଟଙ୍କା ପଠେଇ ପାରି ନଥିଲା୤ ସହରରେ ପଇସା ଖର୍ଚ୍ଚ କରିବା ଅତି ସହଜ ଏବଂ କଷ୍ଟ୍‌-ଟୁ-କମ୍ପାନି ଓ ହାତକୁ ଆସୁଥିବା ଦରମା ଭିତରେ ବହୁତ ପାର୍ଥକ୍ୟ୤ ସେ ମନେ ମନେ ଲଜ୍ଜିତ ହୋଇ ପଡ଼ିଲା୤ ମଣିଷ ଅବସ୍ଥାଚକ୍ରର ଦାସ୤ ଗତକାଲିର ପ୍ରତିଶ୍ରୁତି ମଣିଷ ଆଜି ଭୁଲିଯାଏ୤

ପ୍ରଶାନ୍ତ ଅଫିସ୍‌ ନ ଯାଇ ଘରେ ବସି ଚିନ୍ତା କରିବାକୁ ଲାଗିଲା୤ ତା’ର ମନେ ହେଲା ତା’ ଜୀବନର କିଛି ମାନେ ନାହିଁ୤ କେତୋଟି ମୁଦ୍ରା ବଦଳରେ ସେ ତା’ର ଆତ୍ମାକୁ ସୈତାନ ପାଖରେ ବିକି ଦେଇଛି୤ ସେ ଗୋଟିଏ ମେସିନ୍‌ ହୋଇ ଯାଇଛି୤ ତା’ ଚାରିପଟରେ ଅନ୍ୟମାନେ-ସ୍ତ୍ରୀ-ପୁରୁଷ ନିର୍ବିଶେଷରେ-ଗୋଟିଏ ଗୋଟିଏ ମେସିନ୍‌୤ ସେମାନଙ୍କ ଓ ତା’ ଭିତରେ ସେପରି କିଛି ପାର୍ଥକ୍ୟ ନାହିଁ୤ ଏ ପ୍ରକାର ଜୀବନ ସେ ଚାହେଁ ନାହିଁ୤ ଏଥିରୁ କ’ଣ ତା’ର ମୁକ୍ତି ନାହିଁ ?

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆଶିଷ କୁମାର କର, ଭୁବନେଶ୍ବର
ଆଶିଷ କୁମାର କର
ଷ୍ଟେଟ୍‌ ବ୍ୟାଙ୍କ୍‌ର ଜଣେ ପଦସ୍ଥ ଅଧିକାରୀ ଭାବେ ଅବସର ଗ୍ରହଣ କରିଥିବା ଆଶିଷ କୁମାର କର ମୁଖ୍ୟତଃ ଜଣେ କ୍ଷୁଦ୍ରଗଳ୍ପ ଲେଖକ୤ ବିଶିଷ୍ଟ ଗାନ୍ଧୀବାଦୀ ସମାଜସେବୀ ଆନ୍ନା ହଜାରେଙ୍କ ଉପରେ ଶ୍ରୀ କରଙ୍କ ‘ବିଳ୍ପବୀ ଫକୀର’ ନାମକ ଏକ ପୁସ୍ତକ ପ୍ରକାଶିତ ହୋଇଛି୤ ସମ୍ପ୍ରତି ସେ ‘ସାସ୍ବତ ଭାରତ’ ନାମକ ଏକ ଦ୍ବିଭାଷିକ ପତ୍ରିକାର ସମ୍ପାଦକ ଭାବେ କାର୍ଯ୍ୟରତ୤
 

ମତାମତ ସଂଖ୍ୟା - ୨୨ ଆପଣଙ୍କ ମତାମତ ?

  • ୧. ବିଜନ ରାୟ୍ |  ଅକ୍ଟୋବର୍ ୩୦, ୨୦୧୨ - ୧୨:୫୬ ପୂର୍ବାହ୍ନ

    ସୁନ୍ଦର ଗପ ଟିଏ.

  • ୨. Ajaya Bhuyan, Kolkata,west bengal |  ନଭେମ୍ବର୍ ୩, ୨୦୧୨ - ୪:୧୦ ପୂର୍ବାହ୍ନ

    Really its a very good and useful story.

  • ୩. DEVI PRASANNA MOHAPATRA, BHUBANESWAR |  ନଭେମ୍ବର୍ ୧୩, ୨୦୧୨ - ୭:୩୬ ପୂର୍ବାହ୍ନ

    So short,so sweeet,so simple

  • ୪. Sambeet, UK |  ଡିସେମ୍ବର୍ ୧୭, ୨୦୧୨ - ୧୧:୫୪ ପୂର୍ବାହ୍ନ

    Bhala gapa ti….Kintu kete jana amiti stronge decision
    nabaku sahas kari paranti…peta patana re e jibana sari jae..

  • ୫. କ୍ଷିରୋଦ କୁମାର ବିଶ୍ବାଳ, ହାଇଦରାବାଦ୍ |  ଡିସେମ୍ବର୍ ୨୨, ୨୦୧୨ - ୧୨:୧୫ ପୂର୍ବାହ୍ନ

    ଗଳ୍ପଟି ବହୁତ ସୁନ୍ଦର ହୋଇଛି୤ ଲେଖକଙ୍କୁ ଅଶେଷ ଧନ୍ୟବାଦ୍୤

  • ୬. Dipankar Sahu, Cuttack |  ଡିସେମ୍ବର୍ ୨୮, ୨୦୧୨ - ୪:୫୮ ପୂର୍ବାହ୍ନ

    Wonderful. Women are really capable of driving men to do the impossible. Kudos to Neha.

  • ୭. pradip, New Delhi |  ଜାନୁଆରୀ ୧୯, ୨୦୧୩ - ୪:୫୨ ପୂର୍ବାହ୍ନ

    good Story……

  • ୮. ସତ୍ୟନାରାୟଣ ପଟେଲ, କୁଚିଣ୍ଡା, ସମ୍ୱଲପୁର, ଓଡିଶା |  ଜାନୁଆରୀ ୨୬, ୨୦୧୩ - ୧୦:୩୮ ପୂର୍ବାହ୍ନ

    ୱେବ୍ ସାଇଟ୍ ରେ ପ୍ରଥମ ଗପ ପଢିଲି୤ ବହୁତ ଭଲ ଲାଗିଲା୤ ଏହା ଗପ ତ ନୁହେଁ, ବାସ୍ତବତା୤ ଆହୁରି ଲେଖନ୍ତୁ୤

  • ୯. ବାଇଧର ଜେନା, ମୁମ୍ବାଇ |  ଫେବୃଆରୀ ୨୨, ୨୦୧୩ - ୭:୦୨ ପୂର୍ବାହ୍ନ

    ପୁରୁଣା ହୃଦୟକୁ ଭାଙ୍ଗି ପୁଣି ସଜାଡ଼େ ନୂତନ ହୃଦୟଟିଏ । ବଢ଼ିଆ ଗପ୤

  • ୧୦. Rasmi Ranjan Swain,Kendrapara, Kendrapara |  ମାର୍ଚ୍ଚ୍ ୭, ୨୦୧୩ - ୬:୨୮ ପୂର୍ବାହ୍ନ

    Really it is good story.It will give good path to other.

  • ୧୧. asutosh, Baripada |  ଏପ୍ରିଲ୍ ୯, ୨୦୧୩ - ୯:୩୭ ପୂର୍ବାହ୍ନ

    ତୁମେ ହାସ୍ୟମୟୀ ତୁମେ ଲାସ୍ୟମୟୀ
    ତୁମେ ମୋର ପ୍ରୀତି ସାଥି
    ତୁମକୁ ମୁରୁଛି କିପରି ରହିବି ସ୍ଥିର ହୁଏ ନାହିଁ ମତି

    କେତେ ଦୂରେ ଚାନ୍ଦ କେତେ ଦୂରେ କଇଁ
    ଅଭେଦ ପ୍ରୀତି ତାଙ୍କର
    କେହି କ’ଣ କେବେ ଭୁଲି ଯେ ପାରଇ
    ପ୍ରେମିକା ପ୍ରେମିକ ତା’ର

  • ୧୨. ମିଲନ୍, bhubaneswar |  ଏପ୍ରିଲ୍ ୧୨, ୨୦୧୩ - ୧୦:୩୪ ପୂର୍ବାହ୍ନ

    ଗଳ୍ପ ଟି ବହୁତ ଭଲ ହୋଇଛି

  • ୧୩. debendra lenka, cuttack,odisha |  ମେ ୯, ୨୦୧୩ - ୧୨:୪୨ ପୂର୍ବାହ୍ନ

    wonderful story.really tell about the engineers within the walls of a room and sell themselves for money.

  • ୧୪. Uttam, Baripada |  ଜୁଲାଇ ୫, ୨୦୧୩ - ୬:୦୮ ପୂର୍ବାହ୍ନ

    ଗଳ୍ପ ଟି ବହୁତ ଭଲ ହୋଇଛି

  • ୧୫. ଆଦିତ୍ୟ କୁମାର ପଣ୍ଡା, ମହୀଶୂର |  ଜୁଲାଇ ୯, ୨୦୧୩ - ୧:୫୪ ପୂର୍ବାହ୍ନ

    ଆଜିକାଲିର ଯାନ୍ତ୍ରିକ ଜୀବନର ଏକ ବାସ୍ତବ ଛବି, ପରିବର୍ତ୍ତନାଭିମୁଖୀ ଯୁବସମାଜର ଏକ ବାସ୍ତବ ବିଶ୍ଲେଷଣ ବଢ଼ିଆ ହୋଇଛି |

  • ୧୬. markanda kumar padhi, Koraput |  ଜୁଲାଇ ୨୪, ୨୦୧୩ - ୮:୦୯ ପୂର୍ବାହ୍ନ

    ଗଳ୍ପଟି ଚମତ୍କାର ହୋଇଛି , ବସ୍ତୁବାଦୀ ଦୁନିଆ ର ନିଛକ ପ୍ରତିଫଳନ,ଶେଷରେ ଅନ୍ୟ ମାନଙ୍କ ପାଇଁ ନିଜ କର୍ତବ୍ୟ ଓ ଦାଇତ୍ଵ ସମନ୍ଧରେ ପ୍ରେରଣା,ଦୁନିଆ କୁ ଦିଗଦର୍ଶନ ଦେବ- ଲେଖକଙ୍କୁ ଧନ୍ୟବାଦ-

  • ୧୭. ଦାମୋଦର ବେହେରା, ସୁରତ |  ଅକ୍ଟୋବର୍ ୧୨, ୨୦୧୩ - ୨:୦୨ ଅପରାହ୍ନ

    ଗପ ଟି ଭଲଲାଗିଲା

  • ୧୮. ବିମଳ ପ୍ରସାଦ ମହାପାତ୍ର, କଲିକତା |  ଜୁଲାଇ ୧୬, ୨୦୧୪ - ୭:୫୯ ପୂର୍ବାହ୍ନ

    ଖୁବ ସୁନ୍ଦର ଲେଖା…. ଖୁବ ଭଲ ଲାଗିଲା…. ଗଳ୍ପଟି କାଳ୍ପନିକ , ତଥାପି ପଢିଲାବେଳେ ଖୁବ ବାସ୍ତବ ମନେହେଲା୤

  • ୧୯. anil boity, ROURKELA . CHHEND COLONY |  ସେପ୍ଟେମ୍ବର୍ ୧୧, ୨୦୧୪ - ୭:୨୮ ପୂର୍ବାହ୍ନ

    SIR STORY TI BAHUTA BHALA HAICHI.

  • ୨୦. ପ୍ରଦୀପ କୁମାର ପଟ୍ଟନାୟକ, ରାଉରକେଲା |  ନଭେମ୍ବର୍ ୧୧, ୨୦୧୪ - ୨:୦୦ ପୂର୍ବାହ୍ନ

    ବହୁତ୍ ବଢିଆ ଗପ ଟିଏ..

  • ୨୧. ଶୁଭେନ୍ଦୁ ସାହୁ, ଢେ଼ଙ୍କାନାଳ, ଓଡ଼ିଶା |  ଜୁଲାଇ ୩, ୨୦୧୭ - ୨:୦୬ ପୂର୍ବାହ୍ନ

    ଗପଟି ବହୁତ ଭଲ ଲାଗିଲା, ସତ ଭଲ ପାଇବାର କେବେ ସମାପ୍ତ ହୁଏ ନାହିଁ

  • ୨୨. PRABHAT KUMAR PRADHAN, BERHAMPUR |  ଜୁଲାଇ ୭, ୨୦୧୭ - ୧:୫୭ ପୂର୍ବାହ୍ନ

    Dear Sir,
    Really its amazing. You have explained that, How love happens in every one’s life in a new place with a new face, Still It creates the Moral & Celestial Experiences for the person in their life though we are abide by the Western Culture.. Really i enjoyed a lot & recalled my past…

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤