ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଶ୍ୟାମଳୀର ଦୁଃଖସୁଖର ଜୀବନ ଲାଗିଥାଏ ଯେତିକି ବର୍ଷା ବତୁରାଇ ଦେଉଥାଏ, ସେତିକିକୁ ଖରା ଶୁଖାଇ ଦେଉଥାଏ ଭଲ ଲାଗୁଥାଏ ଜୀବନ ସବୁବେଳେ ତା’ସହ ଜଡ଼ିତ ଥାଏ ଶ୍ବେତାମ୍ବର ଜୀବନରେ ଏତେ ଖୁସି ଥାଏ ଯାହାର ମାପି ହେଉ ନଥାଏ ଦୂରତା, ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତା ଓ ଓଜନ ସୁଖଭରା ଜୀବନରେ ଫୁଲ୍ଫୁଲିଆ ଦୁଃଖ ବି ରହୁଥାଏ ଏମିତି ଜୀବନର ପରମାୟୁ ଥାଏ ମାତ୍ର ଦି’ ବର୍ଷ ବିବାହର ଦି’ଟା ବର୍ଷ ପରେ ଜୀବନକୁ ଆସ୍ତେଆସ୍ତେ ଘେରିଆସେ ଅସନ୍ତୋଷ, ଦୁଃଖ, ସନ୍ତାପ, ଜ୍ବାଳା, ଅପମାନ ଓ ଲାଞ୍ଛନା ଶ୍ୟାମଳୀ ସହୁଥାଏ ସହିପାରୁଥାଏ ବୋଲି ତା’ ମୁହଁ ଉପରେ ହିଁ ଶ୍ବେତାମ୍ବର ବହୁତ କିଛି କରିଚାଲିଥାଏ ଦେଖେଇ ଦେଖେଇ କରୁଥାଏ ପାପ ଯେତେ ଯେତେ କୁକର୍ମ କରିଚାଲିଥାଏ, ଶ୍ୟାମଳୀ ପ୍ରତିବାଦ କରୁ ନଥାଏ ଶ୍ବେତାମ୍ବରର ସବୁ କୁକର୍ମ ତା’ ମନ-ବନରେ ବୁଲୁଥାଏ ସେ କାନ୍ଦୁଥାଏ ଆଖି ଲୁହ ଆଖିରେ ମାରୁଥାଏ
ଶେଷକୁ ଆଉ ସହି ହେଲାନାହିଁ ଜୀବନ ସବୁ ସହିବା ଦିନଠୁ ସରିଗଲା ଯେଉଁଦିନ ଶ୍ବେତାମ୍ବର ଚରିତ୍ରହୀନାର ଦୋଷ ଲେଖିଲା ଶ୍ୟାମଳୀର କପାଳରେ ନାରୀ ପେଟକଷ୍ଟ ସହିଯାଏ, ଦେହକଷ୍ଟ ସହିଯାଏ, ମନର କଷ୍ଟକୁ ବି ସହିଯାଏ; ତେବେ ତା’ ଚରିତ୍ରକୁ ଛିଡ଼େଇଦେଲେ ଫୁଲ ପରି ସେ ଶୁଖିଯାଏ ଓ ମରିଯାଏ ସେ ଆଉ କେତେ ସହନ୍ତା ? ଆଉ ହେଲାନାହିଁ ତା’ ଜୀବନ ତାକୁ ଧିକ୍ ଲାଗିଲା ଜୀବନ ହାରିଦେବାକୁ ସ୍ଥିର ନିଶ୍ଚିତ କଲା ସେ ଭାବିନେଲା ତା’ ମୃତ୍ୟୁ ହିଁ ସବୁର ସମାଧନ ତେବେ ତା’ ମୃତ୍ୟୁଲଗ୍ନ ଫିଟୁ ନଥିଲା
ଶ୍ବେତାମ୍ବର ଆଜି ଗୋଇଠା ମାରିଲା ଶ୍ୟାମଳୀର ମରମକୁ ଯେଉଁଠୁ ଆରମ୍ଭ ଜୀବନ, ସେଇଠି ଥିଲା ସେ ପ୍ରହାର ସବୁ ଭାଙ୍ଗିଗଲା ଏଥର ଶ୍ୟାମଳୀ ନିର୍ଦ୍ଦିଷ୍ଟ ହେଇଗଲା ମୃତ୍ୟୁ ନିକଟରେ ମୃତ୍ୟୁଲଗ୍ନ ଫିଟିଗଲା ସେ ମରଣମୁଖୀ ହେଲା କୌଣସି ଏକ ନିକାଞ୍ଚନ ସ୍ଥାନ, ନୀରବ ମୁହୂର୍ତ୍ତ ଓ କିଛି ଅନ୍ଧାର ତା’ସନ୍ଧାନରେ ଥିଲା
ଶ୍ୟାମଳୀ ଚାଲିଥିଲା ବାଟ ଲମ୍ବଥିଲା ଅନ୍ଧାର ତଥାପି ଆସିବାକୁ ବାକି ଥିଲା କନ୍ଦରକେଲାରୁ ବାଟଟା ବୁଦୁବୁଦିଆ ଜଙ୍ଗଲ ଦେଇ ଲମ୍ବି ଯାଇଥିଲା ସେ ଚାଲିଚାଲି ଯାଉଛି, ମନର ସବୁ ଅବସୋସ୍ ତାକୁ ଖାଇ ଖାଇ ଯାଉଛି ସେ ମନରେ ମରିମରି ଯାଉଛି ଏତିକିବେଳେ ଟାଟା ସୁମୋଟେ ତା’ ପାଖରେ ବ୍ରେକ୍ ଦେଲା ଛ’ଜଣ ଓହ୍ଲେଇପଡ଼ିଲେ ଧଡ଼ଧାଡ଼ ତାକୁ ଘେରିଗଲେ ସେମାନଙ୍କୁ ଦେଖି ଶ୍ୟାମଳୀର ମୃତ୍ୟୁମନସ୍ଥ ମନରେ ହଠାତ୍ କିଛି ପଶୁ ନଥିଲା ସେ ସେମାନଙ୍କୁ କେବଳ ଚାହିଁଥିଲା, ଟିକିଏ ମାତ୍ର ସମୟ ତା’ପରେ ସ୍ପଷ୍ଟ ହେଇଗଲା ସେ ସେମାନଙ୍କ ମୁହଁରେ ଦେଖିଲା ଦୁଷ୍ଟ ଲୋଭ ଯାହା ଟହଟହ ଦିଶୁଥିଲା ତା’ ମନ ଭାଙ୍ଗିଯିବାକୁ ବେଳ ନେଇ ନଥିଲା ତା’ ବିଭକ୍ତ ମନ ଏଥର ବୁଝିବାକୁ ଲାଗିଲା ଲୋକଗୁଡ଼ାଙ୍କ ଉଦ୍ଦେଶ୍ୟ ଆଖିଗୁଡ଼ା ଯେମିତି ତାକୁ ଖାଇ ଯାଉଥିଲା ସେମାନେ ଶ୍ୟାମଳୀକୁ ଧରିପକାଇଲେ ପଣ୍ୟ ପରି ଗାଡ଼ିକୁ ଉଠାଇନେଲେ ମୃତ୍ୟୁର ବସାଘର ଭାଙ୍ଗିଯାଇଥିଲା ଶ୍ୟାମଳୀର ମନ ଓହ୍ଲାଇ ଯାଇଥିଲା ନର୍ଦ୍ଦମାକୁ ଯେଉଁଠି ପୋକ ପରି ତା’ ଜୀବନ ଲହଲହ ହେଉଥିଲା ଢେର ଦୂରଯାଏ ସେ ଯାତ୍ରା ଥିଲା
ପୃଷ୍ଠା ସଂଖ୍ୟା : 1 2
ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?
୧. Hitesh Mohapatra | ମେ ୨୬, ୨୦୧୨ - ୨:୧୧ ପୂର୍ବାହ୍ନ
Khub chamatakr heichhi.
୨. ରବିନ୍ଦ୍ର ନାଥ ବାରିକ୍ | ଜୁନ୍ ୨୪, ୨୦୧୨ - ୫:୫୧ ପୂର୍ବାହ୍ନ
ଭଲ ଲାଗିଲା
୩. ଦେବେନ୍ଦ୍ର ବେହେରା | ଜୁନ୍ ୨୬, ୨୦୧୨ - ୧୦:୧୭ ଅପରାହ୍ନ
ଲେଖା ଟି ବହୁତ ସୁନ୍ଦର ହେଇଛି କାଶି ବାବୁ ଆହୁରି ଲେଖିବାକୁ ଅନୁରୋଧ
୪. ଅସୁତୋଶ୍ ବିସ୍ବଲ୍ | ଜୁନ୍ ୨୭, ୨୦୧୨ - ୯:୫୫ ପୂର୍ବାହ୍ନ
ଖୁବ୍ ଭଲ ଭଲ ଲାଗିଲା
୫. ଦେବଯାନୀ ସାହୁ | ଜୁଲାଇ ୨୭, ୨୦୧୨ - ୨:୩୯ ପୂର୍ବାହ୍ନ
ଲେଖାଟି ଅତି ଚମତ୍କାର ହୋଇଛି
୬. pinaki nandi, rourkela | ଅକ୍ଟୋବର୍ ୨୭, ୨୦୧୨ - ୮:୫୯ ପୂର୍ବାହ୍ନ
nce story
୭. BINITA NANDI, rourkela | ଡିସେମ୍ବର୍ ୭, ୨୦୧୩ - ୨:୦୦ ଅପରାହ୍ନ
satare khub sundar heichi… bapa