ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ସୌଭାଗ୍ୟ ମିଶ୍ର
ଶୈଳେନ୍ଦ୍ର କୁମାର ଜେନା
କାହ୍ନୁଚରଣ ମହାନ୍ତି
ଦିଲ୍ଲୀପ ଦାସ
ଭଗବତୀ ଚରଣ ପାଣିଗ୍ରାହୀ
ରମେଶ ଚନ୍ଦ୍ର ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମୃତ୍ୟୁଲଗ୍ନ
 |- କାଶୀନାଥ ନନ୍ଦୀ
 
 
ତା: ମେ ୨୫, ୨୦୧୨  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ସେମାନେ ବ୍ରେକ୍ କରି ଗାଡ଼ି, ଠିଆକଲେ୤ ଏଣେ ତେଣେ ଅନେଇଲେ୤ କୁହାକୁହି ହେଲେ-ଏଇଟା ଠିକ୍ ଜାଗା୤ ଏଇଠି ଠିକ୍ ହେବ୤ ସ୍ଥାନଟା ନିର୍ଜନ ଥିଲା୤ ଯେଉଁଠି ପତିତ ମନ୍ଦିରଟିଏ ନିକାଞ୍ଚନରେ ଆଶ୍ରୟ ପରି ଠିଆ ହୋଇଥିଲା୤ ଯାହାକୁ ଆଶ୍ରୟ କରି କିଏ କିଏ ରହୁଥିବାର ଜଣାଯାଉଥିଲା୤ କାରଣ ମନ୍ଦିର ବେଢ଼ା କିଛିଟା ପରିଚ୍ଛନ୍ନ ଥିଲା୤ ସେମାନେ ଓହ୍ଲାଇଗଲେ୤ ଶ୍ୟାମଳୀକୁ ଓହ୍ଲାଇଲେ୤ ଗାଡ଼ିରେ ବାନ୍ଧିଥିବା ତା’ ଆଖି ଓ ପାଟିର ପଟି ସେମିତି ବନ୍ଧା ଥିଲା୤ ଟିକିଏ ସମୟ ସମସ୍ତେ ଠିଆ ହୋଇଗଲେ୤ ଏଣେତେଣେ ଆଉଥରେ ଅନେଇଲେ୤ ଜଣେ ଦେଖିଦେଲା୤ କହିଲା-ଶଳା ଏଠି ଗୋଟେ ବାବା ବେ୤ ଏ ଜାଗା ଠିକ୍ ନୁହେଁ୤ ଅନ୍ୟ ଆଡ଼େ ଚାଲ୤ ଆଉ ଜଣେ ପ୍ରତିବାଦ କଲା-ଶଳାଟା ଆମର ତାଡ଼ିବ ? ହୁଟ୍୤ କଥା ଖେଳିଗଲା୤ ବାବା ଜଣକ ମୁହଁ ବୁଲାଇଲେ ଓ ଅନ୍ୟଜଣେ ମନ୍ଦିରରୁ ବାହାରି ପଡ଼ିଲେ୤

ଜଣେ କହିଲା-ଏ ଶଳାଗୁଡ଼ା ଦି’ଟା ବେ୤ ଏ ଶଳା ଦି’ଟାକୁ ହାଣିଦିଅ୤ କାମ ତମାମ କର୤ ପ୍ରତିବାଦ କଲା ଜଣେ-ଶଳା ଫାଲତୁ ବକ୍ ନା୤ ଦେଖ୍ ଶଳାର ବୁଦ୍ଧି୤ ମାଲ୍‌ରେ ଲାଲ୍‌ରଙ୍ଗ କ’ଣ ଚଳେ କି ବେ ?

ଟିକିଏ ବୟସ୍କ ହଡ଼ାବଳଦ ଭଳି ଦିଶୁଥିବା ବୁଢ଼ାଳିଆ ଟୋକାଟେ କହିଲା- ଶଳାଗୁଡ଼ାଙ୍କୁ ଯାଇ ଭୁଜାଲି ଦେଖା୤ ସେମିତି ହେଲା୤ ଏଠୁ ଝପଟିଗଲେ ଦି’ଜଣ୤ କାବୁ କରିଦେଲେ ବାବା ଦି’ଜଣଙ୍କୁ୤ କଥା ଛିଡ଼ିଲା-ପାଳିକରି ଜଗ, ପାଳିକରି ଆସ୤

ସେମିତି ହେଲା୤ ନୀରବ ମାଂସ କଣ୍ଢେଇ ହେଇ ହାତରେ ଝୁଲୁଥିବା ଶ୍ୟାମଳୀକୁ ତଳେ ଥୁଆହେଲା୤ ତା’ ନୀରବତା ଉପରେ କୁକଥା କୁହାଗଲା୤ ବେଶ୍ୟାର ଆରୋପ ଦିଆଗଲା ଓ ବିବସନା କରାଗଲା୤ ଟିକିଏ ବି ପ୍ରତିରୋଧ କରୁ ନଥିଲା ଶ୍ୟାମଳୀ୤ ତା’ପରେ ପୁରୁଷ ପରେ ପୁରୁଷ୤ ଗୋଟିଏ ପୁରୁଷର ପୁରୁଷାକାର ଗୁଡ଼ାଏ ଆବର୍ଜନାରେ ପରିଣତ ହେଇଯିବାକୁ ଯେତିକି ସମୟ ଗଲା, ସେତିକି ବା ତା’ଠୁ କମ୍ ସମୟ ବ୍ୟବଧାନରେ ଜଣେ ପରେ ଜଣେ ପୁରୁଷ ଆବର୍ଜନା ପାଲଟୁଥିଲେ୤ ଶ୍ୟାମଳୀ ପ୍ରତିଥର ଛେପ ଫିଙ୍ଗୁଥିଲା ମାଟିକୁ୤ ଏମିତି ଫିଙ୍ଗୁଥିଲା ଯେମିତି ସେ ଛେପ ଫିଙ୍ଗୁଥିଲା ସେମାନଙ୍କ ମୁହଁକୁ୤ କିଛି ସମୟ ଏକୁଟିଆ ରହିଲା ଶ୍ୟାମଳୀ୤ ଭାବିଲା ସବୁଗୁଡ଼ା ମରିଗଲେ ବୋଧହୁଏ୤ ଶ୍ୟାମଳୀ ଉପରେ ଗଡ଼ି ଗଡ଼ି ଚାଲିଯାଇଥିଲା ସମୟ୤ ଗୋଟାଏ ପୁରୁଷଠାରୁ ବଞ୍ଚିବା ପାଇଁ ସେ ଚାହିଁଥିଲା ମୃତ୍ୟୁ୤ ଏବେ ତା’ ସାମ୍ନାରେ ଅନେକ ପୁରୁଷ୤ ପୁରୁଷର ହାଇ ତା’ଉପରେ ମାଡ଼ିଗଲା୤ ସେ ଘୃଣାରେ ଅପମାନରେ ଛିଞ୍ଚାଡ଼ି ଦେଲା ତା’ ମନକୁ୤ ସେ ଧଡ୍କି ଉଠିଲା୤ ବିହ୍ବଳ ପୁରୁଷଗୁଡ଼ା ପ୍ରସ୍ତୁତ ହେଇଥିଲେ ଚାଲିଯିବାକୁ୤ ଶ୍ୟାମଳୀ ସେମାନଙ୍କୁ ଚାହିଁଲା୤ ସବୁରି ମୁହଁରେ ବିଜୟ ଭେରୀ୤ ଆଖିରେ ପୁରୁଷର ମିଛ ଗୌରବ୤ ସେ ସହିପାରିଲା ନାହିଁ୤ ତା’ ଆଖି ମାଡ଼ିଧରିଲା ପୁରୁଷଗୁଡ଼ାଙ୍କୁ୤ ଯେପରି ପୁରୁଷର ବଳ ମାଡ଼ିବସେ ନିରୀହଙ୍କୁ୤

ଏଥର ଠିଆହେଲା ଶ୍ୟାମଳୀ୤ ତା’ ଉଲଗ୍ନ ଦେହକୁ ଆଖି କଲେ ବିଜୟୀ ପୁରୁଷଗଣ୤ ସେ ମୁକ୍ତହେଇ ସାରିଥିଲା ନିଜ ଭିତରେ୤ ପଡ଼ିଥିବା ଭୁଜାଲିଟାକୁ ସେ ଉଠେଇ ଧରିଲା୤ ସେମାନେ ଦେଖୁଥିଲେ ଏ ଦୃଶ୍ୟ୤ ହସି ଉଡ଼େଇଦେଲେ ଏ ଦୃଶ୍ୟକୁ୤ ନିସ୍ତେଜ ପରି ପଡ଼ିରହିଥିବା ଦେହକୁ ବିଦାରିଥିବା ପୁରୁଷଗୁଡ଼ା କାହିଁକି ବା ଭୟ କରନ୍ତେ ତା’ର ଏ ରୂପକୁ ? ସମସ୍ତେ ଭୋଗ କରୁଥିଲେ ଦୃଶ୍ୟ୤ ଶ୍ୟାମଳୀ ଏଥର ଆଗେଇଗଲା ତିନି ପାଦ୤ ପିନ୍ଧିବାକୁ ଆରମ୍ଭ କରିଥିବା ଜଣେ ପୁରୁଷର ଚୁଟି ଧରିନେଲା୤ ହାଣିଲା ଚୋଟେ୤ ଦି’ଗଡ଼ ହେଇଗଲା ଗୋଟେ ଲଙ୍ଗଳା ଦେହ୤ ରକ୍ତ ପିଚିକି ପଡ଼ିଲା୤ ଯେଉଁ ରଙ୍ଗ ରଙ୍ଗେଇଦେଲା ଶ୍ୟାମଳୀର ମୁହଁ ଓ ଦେହ୤ ତା’ ରକ୍ତମୁହାଁ ଆଖି, ତା’ ରକ୍ତଓଦା ମୁହଁ ଖୁବ୍ ଭୟଙ୍କର ଦିଶୁଥିଲା୤ ଭୟରେ କାତର ଅନ୍ୟ ପୁରୁଷମାନେ ଦୌଡ଼ିବାକୁ ଲାଗିଲେ୤

ଏଥର ଶ୍ୟାମଳୀ ଆଖି ବାବାଙ୍କ ଉପରେ୤ ଯେଉଁ ଆଖିରୁ ନିଆଁ ବର୍ଷୁଥିଲା, ସେଇ ଆଖିରେ ବାବାମାନେ ପଡ଼ିଗଲେ, ଜଳିଗଲେ, ଭସ୍ମିଭୂତ ହୋଇଗଲେ୤ ତଥାପି ଅନ୍ଧାର ଆସି ନଥିଲା୤ ଅନ୍ଧାର ଯାଏଁ ବ୍ୟାପିରହିଥିବା ସମୟ ଉପରେ ଧୀର ପବନ ବହୁଥିଲା୤ ଶ୍ୟାମଳୀର ମୃତ୍ୟୁଲଗ୍ନ ଫିଟି ନଥିଲା୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କାଶୀନାଥ ନନ୍ଦୀ, ରାଉରକେଲା
ରାଉରକେଲା: ପେଶାରେ ଶିକ୍ଷକତା କରୁଥିବା କାଶୀନାଥ ନନ୍ଦୀଙ୍କ ନିଶା ହେଉଛି ଗଳ୍ପ ଲେଖିବା୤ ଏହା ବ୍ୟତୀତ ସେ କେତୋଟି ପ୍ରବନ୍ଧ ମଧ୍ୟ ରଚନା କରିଛନ୍ତି୤ ତାଙ୍କର ପ୍ରକାଶିତ ଗଳ୍ପ ସଙ୍କଳନ ମଧ୍ୟରେ ତିନିକାଳ ଓ ଭଲ ମଣିଷ ଆଦି ଅନ୍ୟତମ୤ ଇସ୍ପାତ ସହରର ଜଣେ ଜଣାଶୁଣା ଗାଳ୍ପିକ ଭାବେ ପରିଚିତ ଶ୍ରୀ ନନ୍ଦୀଙ୍କର ଅନେକ ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ସ୍ବୀକୃତି ହାସଲ କରିଛି୤ ଅଦ୍ୟାବଧି ସେ ବେଦବ୍ୟାସ ସାହିତ୍ୟ ସମ୍ମାନ, ପଞ୍ଚମସ୍ତମ୍ଭ ସାହିତ୍ୟ ସମ୍ମାନ, କାରୁବାକୀ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?

  • ୧. Hitesh Mohapatra |  ମେ ୨୬, ୨୦୧୨ - ୨:୧୧ ପୂର୍ବାହ୍ନ

    Khub chamatakr heichhi.

  • ୨. ରବିନ୍ଦ୍ର ନାଥ ବାରିକ୍ |  ଜୁନ୍ ୨୪, ୨୦୧୨ - ୫:୫୧ ପୂର୍ବାହ୍ନ

    ଭଲ ଲାଗିଲା

  • ୩. ଦେବେନ୍ଦ୍ର ବେହେରା |  ଜୁନ୍ ୨୬, ୨୦୧୨ - ୧୦:୧୭ ଅପରାହ୍ନ

    ଲେଖା ଟି ବହୁତ ସୁନ୍ଦର ହେଇଛି୤ କାଶି ବାବୁ ଆହୁରି ଲେଖିବାକୁ ଅନୁରୋଧ ୤

  • ୪. ଅସୁତୋଶ୍ ବିସ୍ବଲ୍ |  ଜୁନ୍ ୨୭, ୨୦୧୨ - ୯:୫୫ ପୂର୍ବାହ୍ନ

    ଖୁବ୍ ଭଲ ଭଲ ଲାଗିଲା

  • ୫. ଦେବଯାନୀ ସାହୁ |  ଜୁଲାଇ ୨୭, ୨୦୧୨ - ୨:୩୯ ପୂର୍ବାହ୍ନ

    ଲେଖାଟି ଅତି ଚମତ୍କାର ହୋଇଛି ୤

  • ୬. pinaki nandi, rourkela |  ଅକ୍ଟୋବର୍ ୨୭, ୨୦୧୨ - ୮:୫୯ ପୂର୍ବାହ୍ନ

    nce story

  • ୭. BINITA NANDI, rourkela |  ଡିସେମ୍ବର୍ ୭, ୨୦୧୩ - ୨:୦୦ ଅପରାହ୍ନ

    satare khub sundar heichi… bapa

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤