ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସ୍ବଭାବ କବି ଗଙ୍ଗାଧର ମେହେର
ଅମରେନ୍ଦ୍ର ଖଟୁଆ
କୁନ୍ତଳା କୁମାରୀ ସାବତ
ରବି ଶତପଥୀ
ଅକ୍ଷୟ ମହାନ୍ତି
ବିପ୍ର ଆଚାର୍ଯ୍ୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମୃତ୍ୟୁଲଗ୍ନ
 |- କାଶୀନାଥ ନନ୍ଦୀ
 
 
ତା: ମେ ୨୫, ୨୦୧୨  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ଶ୍ୟାମଳୀର ଦୁଃଖସୁଖର ଜୀବନ ଲାଗିଥାଏ୤ ଯେତିକି ବର୍ଷା ବତୁରାଇ ଦେଉଥାଏ, ସେତିକିକୁ ଖରା ଶୁଖାଇ ଦେଉଥାଏ୤ ଭଲ ଲାଗୁଥାଏ ଜୀବନ୤ ସବୁବେଳେ ତା’ସହ ଜଡ଼ିତ ଥାଏ ଶ୍ବେତାମ୍ବର୤ ଜୀବନରେ ଏତେ ଖୁସି ଥାଏ ଯାହାର ମାପି ହେଉ ନଥାଏ ଦୂରତା, ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତା ଓ ଓଜନ୤ ସୁଖଭରା ଜୀବନରେ ଫୁଲ୍ଫୁଲିଆ ଦୁଃଖ ବି ରହୁଥାଏ୤ ଏମିତି ଜୀବନର ପରମାୟୁ ଥାଏ ମାତ୍ର ଦି’ ବର୍ଷ୤ ବିବାହର ଦି’ଟା ବର୍ଷ ପରେ ଜୀବନକୁ ଆସ୍ତେଆସ୍ତେ ଘେରିଆସେ ଅସନ୍ତୋଷ, ଦୁଃଖ, ସନ୍ତାପ, ଜ୍ବାଳା, ଅପମାନ ଓ ଲାଞ୍ଛନା୤ ଶ୍ୟାମଳୀ ସହୁଥାଏ୤ ସହିପାରୁଥାଏ ବୋଲି ତା’ ମୁହଁ ଉପରେ ହିଁ ଶ୍ବେତାମ୍ବର ବହୁତ କିଛି କରିଚାଲିଥାଏ୤ ଦେଖେଇ ଦେଖେଇ କରୁଥାଏ ପାପ୤ ଯେତେ ଯେତେ କୁକର୍ମ କରିଚାଲିଥାଏ, ଶ୍ୟାମଳୀ ପ୍ରତିବାଦ କରୁ ନଥାଏ୤ ଶ୍ବେତାମ୍ବରର ସବୁ କୁକର୍ମ ତା’ ମନ-ବନରେ ବୁଲୁଥାଏ୤ ସେ କାନ୍ଦୁଥାଏ୤ ଆଖି ଲୁହ ଆଖିରେ ମାରୁଥାଏ୤

ଶେଷକୁ ଆଉ ସହି ହେଲାନାହିଁ ଜୀବନ୤ ସବୁ ସହିବା ଦିନଠୁ ସରିଗଲା ଯେଉଁଦିନ ଶ୍ବେତାମ୍ବର ଚରିତ୍ରହୀନାର ଦୋଷ ଲେଖିଲା ଶ୍ୟାମଳୀର କପାଳରେ୤ ନାରୀ ପେଟକଷ୍ଟ ସହିଯାଏ, ଦେହକଷ୍ଟ ସହିଯାଏ, ମନର କଷ୍ଟକୁ ବି ସହିଯାଏ; ତେବେ ତା’ ଚରିତ୍ରକୁ ଛିଡ଼େଇଦେଲେ ଫୁଲ ପରି ସେ ଶୁଖିଯାଏ ଓ ମରିଯାଏ୤ ସେ ଆଉ କେତେ ସହନ୍ତା ? ଆଉ ହେଲାନାହିଁ୤ ତା’ ଜୀବନ ତାକୁ ଧିକ୍ ଲାଗିଲା୤ ଜୀବନ ହାରିଦେବାକୁ ସ୍ଥିର ନିଶ୍ଚିତ କଲା୤ ସେ ଭାବିନେଲା ତା’ ମୃତ୍ୟୁ ହିଁ ସବୁର ସମାଧନ୤ ତେବେ ତା’ ମୃତ୍ୟୁଲଗ୍ନ ଫିଟୁ ନଥିଲା୤

ଶ୍ବେତାମ୍ବର ଆଜି ଗୋଇଠା ମାରିଲା ଶ୍ୟାମଳୀର ମରମକୁ୤ ଯେଉଁଠୁ ଆରମ୍ଭ ଜୀବନ, ସେଇଠି ଥିଲା ସେ ପ୍ରହାର୤ ସବୁ ଭାଙ୍ଗିଗଲା୤ ଏଥର ଶ୍ୟାମଳୀ ନିର୍ଦ୍ଦିଷ୍ଟ ହେଇଗଲା ମୃତ୍ୟୁ ନିକଟରେ୤ ମୃତ୍ୟୁଲଗ୍ନ ଫିଟିଗଲା୤ ସେ ମରଣମୁଖୀ ହେଲା୤ କୌଣସି ଏକ ନିକାଞ୍ଚନ ସ୍ଥାନ, ନୀରବ ମୁହୂର୍ତ୍ତ ଓ କିଛି ଅନ୍ଧାର ତା’ସନ୍ଧାନରେ ଥିଲା୤

ଶ୍ୟାମଳୀ ଚାଲିଥିଲା୤ ବାଟ ଲମ୍ବଥିଲା୤ ଅନ୍ଧାର ତଥାପି ଆସିବାକୁ ବାକି ଥିଲା୤ କନ୍ଦରକେଲାରୁ ବାଟଟା ବୁଦୁବୁଦିଆ ଜଙ୍ଗଲ ଦେଇ ଲମ୍ବି ଯାଇଥିଲା୤ ସେ ଚାଲିଚାଲି ଯାଉଛି, ମନର ସବୁ ଅବସୋସ୍ ତାକୁ ଖାଇ ଖାଇ ଯାଉଛି୤ ସେ ମନରେ ମରିମରି ଯାଉଛି୤ ଏତିକିବେଳେ ଟାଟା ସୁମୋଟେ ତା’ ପାଖରେ ବ୍ରେକ୍ ଦେଲା୤ ଛ’ଜଣ ଓହ୍ଲେଇପଡ଼ିଲେ ଧଡ଼ଧାଡ଼୤ ତାକୁ ଘେରିଗଲେ୤ ସେମାନଙ୍କୁ ଦେଖି ଶ୍ୟାମଳୀର ମୃତ୍ୟୁମନସ୍ଥ ମନରେ ହଠାତ୍ କିଛି ପଶୁ ନଥିଲା୤ ସେ ସେମାନଙ୍କୁ କେବଳ ଚାହିଁଥିଲା, ଟିକିଏ ମାତ୍ର ସମୟ୤ ତା’ପରେ ସ୍ପଷ୍ଟ ହେଇଗଲା୤ ସେ ସେମାନଙ୍କ ମୁହଁରେ ଦେଖିଲା ଦୁଷ୍ଟ ଲୋଭ୤ ଯାହା ଟହଟହ ଦିଶୁଥିଲା୤ ତା’ ମନ ଭାଙ୍ଗିଯିବାକୁ ବେଳ ନେଇ ନଥିଲା୤ ତା’ ବିଭକ୍ତ ମନ ଏଥର ବୁଝିବାକୁ ଲାଗିଲା ଲୋକଗୁଡ଼ାଙ୍କ ଉଦ୍ଦେଶ୍ୟ୤ ଆଖିଗୁଡ଼ା ଯେମିତି ତାକୁ ଖାଇ ଯାଉଥିଲା୤ ସେମାନେ ଶ୍ୟାମଳୀକୁ ଧରିପକାଇଲେ୤ ପଣ୍ୟ ପରି ଗାଡ଼ିକୁ ଉଠାଇନେଲେ୤ ମୃତ୍ୟୁର ବସାଘର ଭାଙ୍ଗିଯାଇଥିଲା୤ ଶ୍ୟାମଳୀର ମନ ଓହ୍ଲାଇ ଯାଇଥିଲା ନର୍ଦ୍ଦମାକୁ୤ ଯେଉଁଠି ପୋକ ପରି ତା’ ଜୀବନ ଲହଲହ ହେଉଥିଲା୤ ଢେର ଦୂରଯାଏ ସେ ଯାତ୍ରା ଥିଲା୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କାଶୀନାଥ ନନ୍ଦୀ, ରାଉରକେଲା
ରାଉରକେଲା: ପେଶାରେ ଶିକ୍ଷକତା କରୁଥିବା କାଶୀନାଥ ନନ୍ଦୀଙ୍କ ନିଶା ହେଉଛି ଗଳ୍ପ ଲେଖିବା୤ ଏହା ବ୍ୟତୀତ ସେ କେତୋଟି ପ୍ରବନ୍ଧ ମଧ୍ୟ ରଚନା କରିଛନ୍ତି୤ ତାଙ୍କର ପ୍ରକାଶିତ ଗଳ୍ପ ସଙ୍କଳନ ମଧ୍ୟରେ ତିନିକାଳ ଓ ଭଲ ମଣିଷ ଆଦି ଅନ୍ୟତମ୤ ଇସ୍ପାତ ସହରର ଜଣେ ଜଣାଶୁଣା ଗାଳ୍ପିକ ଭାବେ ପରିଚିତ ଶ୍ରୀ ନନ୍ଦୀଙ୍କର ଅନେକ ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ସ୍ବୀକୃତି ହାସଲ କରିଛି୤ ଅଦ୍ୟାବଧି ସେ ବେଦବ୍ୟାସ ସାହିତ୍ୟ ସମ୍ମାନ, ପଞ୍ଚମସ୍ତମ୍ଭ ସାହିତ୍ୟ ସମ୍ମାନ, କାରୁବାକୀ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?

  • ୧. Hitesh Mohapatra |  ମେ ୨୬, ୨୦୧୨ - ୨:୧୧ ପୂର୍ବାହ୍ନ

    Khub chamatakr heichhi.

  • ୨. ରବିନ୍ଦ୍ର ନାଥ ବାରିକ୍ |  ଜୁନ୍ ୨୪, ୨୦୧୨ - ୫:୫୧ ପୂର୍ବାହ୍ନ

    ଭଲ ଲାଗିଲା

  • ୩. ଦେବେନ୍ଦ୍ର ବେହେରା |  ଜୁନ୍ ୨୬, ୨୦୧୨ - ୧୦:୧୭ ଅପରାହ୍ନ

    ଲେଖା ଟି ବହୁତ ସୁନ୍ଦର ହେଇଛି୤ କାଶି ବାବୁ ଆହୁରି ଲେଖିବାକୁ ଅନୁରୋଧ ୤

  • ୪. ଅସୁତୋଶ୍ ବିସ୍ବଲ୍ |  ଜୁନ୍ ୨୭, ୨୦୧୨ - ୯:୫୫ ପୂର୍ବାହ୍ନ

    ଖୁବ୍ ଭଲ ଭଲ ଲାଗିଲା

  • ୫. ଦେବଯାନୀ ସାହୁ |  ଜୁଲାଇ ୨୭, ୨୦୧୨ - ୨:୩୯ ପୂର୍ବାହ୍ନ

    ଲେଖାଟି ଅତି ଚମତ୍କାର ହୋଇଛି ୤

  • ୬. pinaki nandi, rourkela |  ଅକ୍ଟୋବର୍ ୨୭, ୨୦୧୨ - ୮:୫୯ ପୂର୍ବାହ୍ନ

    nce story

  • ୭. BINITA NANDI, rourkela |  ଡିସେମ୍ବର୍ ୭, ୨୦୧୩ - ୨:୦୦ ଅପରାହ୍ନ

    satare khub sundar heichi… bapa

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤