ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ପ୍ରଦୀପ ନାୟକ
ତରୁଣକାନ୍ତି ମିଶ୍ର
ବିରଜା ବଳ
ମନୋରଞ୍ଜନ ପାଣିଗ୍ରାହୀ
ମନମୋହନ ମିଶ୍ର
କାମାକ୍ଷୀ ପ୍ରସାଦ ଦାଶ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଏମ୍‌.କେ.ଗାନ୍ଧୀ
 |- ଭୂପେନ୍‌ ମହାପାତ୍ର
 
 
ତା: ମେ ୨୮, ୨୦୧୨  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ଶ୍ରୀକୃଷ୍ଣର ଗାନ୍ଧୀ ବିଷୟରେ ଜ୍ଞାନ ଦେଖି ମୋର କୌତୂହଳ ବଢ଼ିଲା୤ ମୁଁ କହିଲି, ‘ତୁମେ ତେବେ କଅଣ କହୁଛ, ଗାନ୍ଧୀ ମରି ନାହାନ୍ତି ?’
‘ମୁଁ କହୁନି ସାର୍‌, ସମସ୍ତେ କହୁଛନ୍ତି୤ କିନ୍ତୁ ମୁଁ କହୁଛି ଗାନ୍ଧୀ ହଜି ଯାଇଛନ୍ତି୤’
‘ହଜି ଯାଇଛନ୍ତି ? ମାନେ ମରି ନାହାନ୍ତି କି ବଞ୍ଚି ନାହାନ୍ତି ?’ ମୁଁ କହିଲି୤

ଶ୍ରୀକୃଷ୍ଣ ଚମକି ପଡ଼ି ତା’ ପାଟିରେ ଆଙ୍ଗୁଳି ରଖିଲା୤ ଗୋଟାଏ ଗୁରୁତ୍ତର ଭୁଲ୍‌ ହେଇ ଯାଇଛି ବୋଲି ସେ ଭାବିଲା୤ ପୁଣି ପର ମୁହୂର୍ତ୍ତରେ ସେ ଭାବିଲା ତେବେ ଠିକ୍‌ କଥାଟା ଆଉ କଅଣ ହୋଇପାରେ ? ଏପରି କଅଣ କହିଲେ, ପ୍ରଶ୍ନର ଉତ୍ତର ଠିକ୍‌ ହେବ ? ଅଧିକନ୍ତୁ ତାକୁ ତା’ ସାର୍‌ ବୋକା ବୋଲି ଭାବିବେ ନାହିଁ ? ସେ ମୁଣ୍ଡ କୁଣ୍ଡେଇଲା୤

ଏତେବେଳେ ମୋର ପ୍ରଶ୍ନ ଥିଲା, ‘ଏତେ ବଡ଼ ଲୋକଟା ହଜିଯିବ କେମିତି ?’

ଏଥର କି ଉତ୍ତର ଶ୍ରୀକୃଷ୍ଣ ଦେବ ତାକୁ ଶୁଣିବା ପାଇଁ ମୁଁ ଉଦ୍‌ଗ୍ରୀବ ହୋଇ ତା’ ମୁହଁକୁ ଚାହିଁ ବସିଲି୤ କିନ୍ତୁ ତା’ର ଉତ୍ତରଟା ଯେ ଏତେ ସହଜ ଓ ସୁନ୍ଦର ହେବ, ମୁଁ ତା ଭାବି ନଥିଲି୤ ସେ କହିଲା, ‘କାହିଁକି ସୁଭାଷ ବୋଷ କଅଣ ମରିଛନ୍ତି କି ? ସେ ଯଦି ମରି ଥାଆନ୍ତେ, ତେବେ ତାଙ୍କୁ ଏତେ ଲୋକ ଏତେବର୍ଷ ହେଲା ଖୋଜୁ ଥାଆନ୍ତେ ? କିଏ ଜଣେ ମୋତେ ସେଦିନ କହୁଥିଲା ଯେ, ଭାରତ ସରକାର ପୁଣି ଥରେ ତଦନ୍ତ କରୁଛନ୍ତି୤’

ସେ ଟିକିଏ ରହିଗଲା ଏବଂ ପୁଣି କହିଲା, ‘ସାର୍ ଗୋଟିଏ କଥା୤’ ସେ କାନମୂଳରେ ହାତ ଦେଇ ମୋତେ କହିଲା୤
‘କଅଣ କୁହ୤’ ମୁଁ କହିଲି୤ ସେ ଯେ ଗୋଟାଏ ଅଜବ କଥା କହିବ, ଏକଥା ମୁଁ ଜାଣିଥିଲି୤
ସେ କହିଲା, ‘ଆମ ଗାଁ ଗୋପାଳପୁର ଥାନାବାବୁ ବହୁତ ଭଲ ଲୋକ୤’
‘ଆଚ୍ଛା ? ଭଲ ହେଲା୤ କିନ୍ତୁ ତୁମେ କଅଣ କହିବାକୁ ଚାହୁଁଛ ?’ ମୁଁ କହିଲି୤
‘ସୁଭାଷଙ୍କୁ ଖୋଜିବାକୁ ଏତେ ବଡ଼ ବଡ଼ ଲୋକ ନ ପଠେଇ, ତାଙ୍କୁ କହିଲେ ଦି’ଦିନରେ ସେ ପାତାଳରୁ ଆଣି ଠିଆ କରେଇ ଦିଅନ୍ତେ୤ କେତେ ବଡ଼ ବଡ଼ ଚୋରଙ୍କୁ….’

ମୁଁ ହସି ପକେଇଲି୤ ମୁଁ ହସିବା ଦେଖି ସେ ଭାବିଲା କଥାଟା ବୋଧେ ଭଲ ହେଲା ନାହିଁ୤ ଏମିତି କଥାଟା କହିବା ତା’ର ଉଚିତ ହେଲା ନାହିଁ୤

ମୁଁ ପଚାରିଲି, ‘ଆଚ୍ଛା ମହାତ୍ମାଗାନ୍ଧୀଙ୍କୁ ତେବେ କିଏ ଖୋଜି ଆଣିପାରିବ ?’

‘ଆମେ ସମସ୍ତେ୤ ଗୋଟିଏ ହୁଲିଆ ଜାରି ହେଲେ ସମସ୍ତେ ଏଥିରେ ଲାଗିପଡ଼ିବେ୤ ସମସ୍ତେ ନ ହେଲେ ହଜିବା ଲୋକଙ୍କୁ ଖୋଜି ହେବ ନାହିଁ୤’

ମୋ ପି.ଏ. ପଶିଆସି କହିଲେ, ‘ସାର୍‌ ଆଉ ଜଣେ ମାତ୍ର ଅଛି ଗୁହାରି କରିବାକୁ୤ ମୁଁ ତାକୁ ଆଉ ଦିନେ ଆସିବାକୁ କହନ୍ତି, କିନ୍ତୁ ସେ ତ ମୋଟେ ଚଙ୍କୁ ନାହିଁ୤ ପଥରଟେ ପରି ବସିଚି ଯେ ବସିଚି୤ ଟିକେ ବି ହଲୁ ନାହିଁ୤ ତପସ୍ୟା କଲା ପରି ବସିଛି୤’

ମୁଁ ଏଥର ଶ୍ରୀକୃଷ୍ଣକୁ କହିଲି, ‘ଯାଅ, ପଠେଇ ଦିଅ୤’

ସେ ଆସିଲେ୤ ମୁଁ ତାଙ୍କୁ ଦେଖି ଚମକି ପଡ଼ିଲି୤ ଇଏ ତ ସେଇ ଏମ୍‌.କେ.ଗାନ୍ଧୀ୤ ହଁ ତ, ଠିକ୍‌ ସେଇ ଚେହେରା୤ ଶୀର୍ଣ୍ଣ ଶରୀର୤ ଏକଦମ୍‌ ଚନ୍ଦାମୁଣ୍ଡ୤ ଖାଲି ଦେହ୤ ଆଣ୍ଠୁ ଉପରକୁ ଲୁଗା୤ ସିଧା ଠିଆ ହୋଇ ପାରୁନାହାନ୍ତି୤ କିନ୍ତୁ ହାତରେ ବାଡ଼ି ନାହିଁ୤ ମୁଁ ଚେଆର ଛାଡ଼ି ଠିଆ ହେଲି୤ ହାତଯୋଡ଼ି କାକୁସ୍ଥ ହୋଇ କହିଲି, ‘ବାପୁ ଆପଣ୤’

ସେ ହସିଲେ୤ ସେଇ ହସ୤ ନିର୍ମଳ ଓ ପ୍ରାଣଖୋଲା ହସ୤ ମୋର ମନେ ହେଲା ଦାନ୍ତ ନଥିବା ପାଟିର ହସ ମୁଁ ଯେତେ ଯୋଉଠି ଦେଖିଛି, ବାପୁଙ୍କ ହସ ତା’ ଭିତରେ ସର୍ବଶ୍ରେଷ୍ଠ୤ କେବଳ ମାଆ କସ୍ତୁରବା ସେ ହସଟିକୁ ଭଲ ପାଆନ୍ତି ନାହିଁ୤ ତା’ନହେଲେ ପୃଥିବୀରେ ଆଉ କେହି କେବେ ସେ ହସକୁ ବାଛିଦେଇ ନାହିଁ୤ କେବଳ ମାଆ କସ୍ତୁରବା କହନ୍ତି, ‘ତୁମେ ସବୁକଥାରେ ଗୋଟାଏ କ’ଣ ହସୁଛ ? ଜଣେ ଭଲ କହିଲେ ହସିବ, ଖରାପ କହିଲେ ହସିବ ? ଜଣେ ତୁମକୁ ଗାଳି ଦେଲେ ହସିବ, ଜଣେ ତୁମକୁ ଶ୍ରଦ୍ଧା କଲେ ହସିବ ? ଈଶ୍ବର ତୁମକୁ ହସ ଏଥିପାଇଁ ଦେଇଛନ୍ତି ?’ ମାଆ ଏଥିପାଇଁ ବାପୁଙ୍କୁ ତାଗିଦ୍‌ କରୁଥିଲେ୤

ସେମିତି ହସୁ ହସୁ ସେ କହିଲେ, ‘ଆପଣ ଭୁଲ୍‌ କରନ୍ତୁ ନାହିଁ୤ ମୁଁ ସିଏ ନୁହେଁ, ଯାହାଙ୍କ କଥା ଆପଣ ଭାବୁଛନ୍ତି୤ ମୁଁ ଆଉ ଜଣେ୤ ସେ ଏମ୍‌.କେ.ଗାନ୍ଧୀର ତ କେବେଠୁ ମୃତ୍ୟୁ ହୋଇଯାଇଛି୤ ଆପଣ ତ ଜାଣିଥିବେ-ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନଂ କୁତଃ ? ସିଏ ମରି ସାରିଛନ୍ତି, ଆଉ କେଉଁଠୁ ଆସିବେ ?’

ମୋର ସେତେବେଳେ ଶ୍ରୀକୃଷ୍ଣ କଥା ମନେ ପଡ଼ିଲା୤ ମୋର ତାକୁ ପାଟିକରି ଡାକିବାକୁ ଇଚ୍ଛା ହେଉଥିଲା୤ କିନ୍ତୁ ଦରଜା ଭିତରକୁ ଡାକିଲେ କିଏ ଶୁଣିବ ? ପାଟି କରି ଡାକିବାକୁ ହେଲେ କବାଟ ଖୋଲା ଦରକାର୤ ଡାକିବାକୁ ହେଲେ ଯେ ବେଲ୍‌ ଚିପିବାକୁ ହୁଏ ସେକଥା ଆଉ ମୋର ମନେ ପଡ଼ିଲା ନାହିଁ୤ ଗାନ୍ଧୀ ଯେ ମରି ନାହାନ୍ତି, ଏକଥା ଶ୍ରୀକୃଷ୍ଣ ହିଁ ଜୋର ଦେଇ କହୁଥିଲା ଏଇ ଟିକକ ଆଗରୁ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଭୂପେନ୍‌ ମହାପାତ୍ର, ରାଉରକେଲା
ଭୂପେନ୍‌ ମହାପାତ୍ର
ଜଣେ ଗାଳ୍ପିକ, ଔପନ୍ୟାସିକ ସହିତ ଅନୁବାଦକ ସହିତ ଜଣେ ମୁକ୍ତ ବୃତ୍ତି ସ୍ତମ୍ଭକାର ଭାବେ ଭୂପେନ ମହାପାତ୍ର ଓଡ଼ିଆ ସାହିତ୍ୟରେ ଏକ ପରିଚିତ ନାମ୤ ତାଙ୍କର ଏକାଧିକ ଗଳ୍ପପୁସ୍ତକ ସହିତ ଉପନ୍ୟାସ, ଭ୍ରମଣ କାହାଣୀ ଓ ଅନୁବାଦ ପ୍ରକାଶିତ ହୋଇ ପାଠକମାନଙ୍କ ଦ୍ବାରା ଆଦୃତ୤ ୭୭ ବର୍ଷ ବୟସରେ ପହଞ୍ଚିଥିଲେ ମଧ୍ୟ ଶ୍ରୀ ମହାପାତ୍ର ଆଜି ମଧ୍ୟ ସାହିତ୍ୟ ଚର୍ଚ୍ଚାରେ ବେଶ୍‌ ଚଳଚଞ୍ଚଳ୤ ତାଙ୍କର ଗଳ୍ପ ସଙ୍କଳନ ମଧ୍ୟରେ ଗୋଟିଏ ମେଣ୍ଢାପଲ, ଏବେ ବି ରେବତୀ ଓ ଅନ୍ୟାନ୍ୟ ଗଳ୍ପ, ହାତୀର... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୮ ଆପଣଙ୍କ ମତାମତ ?

  • ୧. ରବିନ୍ଦ୍ର କୁମ!ର ପାଣି |  ମେ ୩୧, ୨୦୧୨ - ୭:୩୩ ପୂର୍ବାହ୍ନ

    ବହୁତ ସୁନ୍ଦର ଗଳ୍ପ

  • ୨. ରଞ୍ଜନ କୁମାର ପଣ୍ଡା |  ଜୁନ୍ ୩, ୨୦୧୨ - ୧୧:୦୮ ଅପରାହ୍ନ

    ବହୁତ ସୁନ୍ଦର ହେଇଛି

  • ୩. alshaya kumar rout |  ଜୁନ୍ ୧୧, ୨୦୧୨ - ୪:୨୨ ପୂର୍ବାହ୍ନ

    khub sundara

  • ୪. Sandip K. Dasverma |  ଜୁନ୍ ୧୨, ୨୦୧୨ - ୧୨:୫୧ ଅପରାହ୍ନ

    ଖୁବ୍ ସୁନ୍ଦର ଗପଟି ୥

  • ୫. ଗିରିଜା |  ଜୁନ୍ ୧୫, ୨୦୧୨ - ୯:୧୩ ଅପରାହ୍ନ

    ଆଧୁନିକ ଭାରତର ଏକ ନିଛକ ପ୍ରତିଛବି୤ ହୃଦୟକୁ ଛୁଇଁ ପାରିଛି୤

  • ୬. mAnasa sAhu |  ଜୁନ୍ ୧୭, ୨୦୧୨ - ୯:୧୯ ପୂର୍ବାହ୍ନ

    bhala lAgilA

  • ୭. ପ୍ରତାପ ଚନ୍ଦ୍ର ମହାପାତ୍ର |  ଜୁନ୍ ୨୦, ୨୦୧୨ - ୬:୫୬ ପୂର୍ବାହ୍ନ

    ଖୁବ୍ ଚମତ୍କାର୤ ଆଜିର ସମୟ ଏବଂ ସମାଜରେ ଭୂପେନ୍‌ ମହାପାତ୍ରଙ୍କର ଗାନ୍ଧୀଗିରିର ଏମିତି ଏକ କଳ୍ପନା ସତରେ ଅଚିନ୍ତନୀୟ୍୤

  • ୮. kamakshya jena,KALAKAR,Angul |  ଜୁଲାଇ ୨୮, ୨୦୧୨ - ୧୧:୦୫ ଅପରାହ୍ନ

    Apananka galpa suchei deuchi je ebebi lokanka manare Gandhi nka prati sradha o samman rahichhi kintu Gandhi kahithiba kathaku kamare parinata karibaku tike bi ichha nahin.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤