ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୩୦

ଲେଖକ ଓ ଲେଖିକା

ଗୋଦାବରୀଶ ମହାପାତ୍ର
କିଶୋରୀକିଙ୍କର ଦାସ
ଦେବେନ୍ଦ୍ର ମହାନ୍ତି
କାହ୍ନୁଚରଣ ମହାନ୍ତି
ଗଣେଶ୍ୱର ମିଶ୍ର
ଡକ୍ଟର ମାୟାଧର ମାନସିଂହ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଜୁଲାଇ ୫, ୨୦୧୨  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ଅବିନାଶ ଯେ ତା ମାଙ୍କୁ ଭଲ ପାଏନା, ସେମିତି ନୁହେଁ, ମାଙ୍କୁ ସେ ଖୁବ୍‌ ଭଲ ପାଏ, ଶ୍ରଦ୍ଧା ଓ ଭକ୍ତି ବି କରେ୤ ତେବେ ବେଳେବେଳେ ତାକୁ ଏକଦମ୍‌ ନିରୋଳା ମାଧୁରୀମୟ ସମୟ ଦରକାର, ଏକାନ୍ତ ଭାବରେ୤

ଦିନ ବାରଟା ଉପରେ ହେଲାଣି୤ ଅବିନାଶ ଉଠିଲା ଟେବୁଲ ଉପରୁ ଜଗ୍‌ରୁ ପାଣି ଟେକି ଢକ୍‌ ଢକ୍‌ କରି ପିଇଗଲା୤ ହଠାତ୍‌ ତାର ଆଖି ପଡ଼ିଲା ସେଇ ଲଫାପା ଉପରେ, ଠିକଣାଟି ପଢିବା ପରେ ତାର ଦେହ ଝିମ୍‌ ଝିମ୍‌ ହେବାକୁ ଲାଗିଲା୤ ଏଇ କେତେଦିନ ତଳେ ସିଏ ସେଲ୍‌ ମ୍ୟାନେଜ୍‌ମେଣ୍ଟ ଟ୍ରେନିଂ ପାଇଁ ଲିଖିତ ପରୀକ୍ଷା ଦେଇଥିଲା୤ ପରେ ଇଣ୍ଟର୍‌ଭ୍ୟୁ ମଧ୍ୟ ଦେଇ ଆସିଥିଲା୤ ଏଇଟା ଆଉ ଆପଏଣ୍ଟ୍‌ମେଣ୍ଟ୍‌ ଲେଟର୍‌ ନୁହେଁ ତ?

ସେ ଚଟ୍‌ କରି ଲଫାପାଟି ଚିରି ଦେଇ ପଢ଼ିଲା୤ ତାର ଆପଏଣ୍ଟ୍‌ମେଣ୍ଟ୍‌ ଲେଟର୍‌୤ ଏକ ପ୍ରକାର ଉତ୍‌କ୍ଷିପ୍ତ ହୋଇ ସେ ଓଠ କାମୁଡ଼ି, ଆଖିବୁଜି, ଆଣ୍ଠୁମାଡ଼ି ବିଛଣାରେ ବସି ପଡ଼ିଲା୤ ହେ ଇଶ୍ବର ତୁମେ ଅଛ… ତୁମେ ଅଛ… ତୁମେ ନିଶ୍ଚୟ ଅଛ୤ ସେ ଆପଏଣ୍ଟ୍‌ମେଣ୍ଟ୍‌ ଲେଟର୍‌ଟାକୁ ଦୁଇଥର-ଚାରିଥର, ଆଠଥର ପଢ଼ିଲା୤ମନ ତାର ପୁଲକରେ ଭରିଗଲା୤ ଚିଠିଟାକୁ ଛାତିରେ ଚାପିଧରିଲା୤ ଗାଲରେ ଘଷି ଦେଲା ସତେ ଯେମିତି ଏଇ ଚିଠି ନୁହେଁ୤ ମାଧୁରୀ ଦିକ୍ଷିତର ଗାଲରେ ଗାଲ ଘଷୁଛି ସେ୤

ପୁଣି ଚିଠିଟାକୁ ଦୁଇ ହାତରେ ଧରି ବାପା-ମାଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଇଲା୤ ସେ ଆଜି ନିଜ ଭିତରେ ଏକ ଅଭୁତ ପୌରୁଷର ସତ୍ତାକୁ ଅନୁଭବ କରୁଥିଲା୤ ସେ ଚାକିରୀ ପାଇଛି୤ ନିଜ ଚେଷ୍ଟାରେ ପାଇଛି୤ ନିଜ ପରିଶ୍ରମରେ ପାଇଛି୤

ଏବେ ସେ ଖାଲି ଶୋଇ ସ୍ବପ୍ନ ଦେଖିବନି୤ ସ୍ବପ୍ନ ସବୁକୁ ସାକାର କରିବାର ସାମର୍ଥ୍ୟ ବି ତାର ହୋଇଯାଇଛି୤ ଏକ, ଅତୁଳନୀୟ ହର୍ଷୋତ୍ତଫୁଲ୍ଲତା ଓ ଅଦମନୀୟ ଉନ୍ମାଦନା ତାର ସମଗ୍ର ସତ୍ତାକୁ ଭିଜେଇ ଦେଉଥିଲା, କୁଢ଼ କୁଢ଼ ଗଙ୍ଗଶିଉଳିର ବାସ୍ନା ପରି୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଲଳିତା ଖଣ୍ଡା, ସୁନ୍ଦରଗଡ଼
ଜଣେ ଶିକ୍ଷୟିତ୍ରୀଭାବେ କର୍ମମୟ ଜୀବନର ଜଞ୍ଜାଳ ମଧ୍ୟରେ ସୁନ୍ଦରଗଡ଼ ପରି ଉପାନ୍ତ ସହରରେ ନିଜର ସାହିତ୍ୟ ସାଧନା ଅବ୍ୟାହତ ରଖିଛନ୍ତି ଶ୍ରୀମତୀ ଲଳିତା ଖଣ୍ଡା୤ ଏକାଧିକ ସମ୍ମାନ ଓ ପୁରସ୍କାର ପାଇଥିବା ଶ୍ରୀମତୀ ଖଣ୍ଡା ନିଜସ୍ବ ଉଦ୍ୟମରେ ଲାବଣ୍ୟ ନାମକ ଏକ ସାହିତ୍ୟ ପତ୍ରିକା ଆରମ୍ଭ କରିଥିଲେ୤ ବିଶେଷ କରି ନାରୀମାନଙ୍କର ବିଭିନ୍ନ ସମସ୍ୟା ଓ ବିଷୟ ଉପରେ ଗଳ୍ପ ଲେଖି ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ସେ୤
 

ମତାମତ ସଂଖ୍ୟା - ୧୨ ଆପଣଙ୍କ ମତାମତ ?

  • ୧. kamakshya jena |  ଜୁଲାଇ ୬, ୨୦୧୨ - ୮:୧୧ ଅପରାହ୍ନ

    Khyudra galpa kintu ati sundar manachhuan.Lekhaka mahasay nku anek subhechha

  • ୨. Biswaranjan mishra |  ଜୁଲାଇ ୭, ୨୦୧୨ - ୬:୪୩ ପୂର୍ବାହ୍ନ

    Inspiring..

  • ୩. ରଶ୍ମିରଞ୍ଜନ ପତି |  ଜୁଲାଇ ୭, ୨୦୧୨ - ୮:୧୨ ପୂର୍ବାହ୍ନ

    ବହୁତ ଭଲ ଲେଖା,ଧନ୍ୟବାଦ ଆପଣଙ୍କୁ

  • ୪. ଦେବେନ୍ଦ୍ର ବେହେରା, ସବଡେଗା (ସୁନ୍ଦରଗଡ) |  ଜୁଲାଇ ୧୭, ୨୦୧୨ - ୭:୪୦ ପୂର୍ବାହ୍ନ

    ଲାବଣ୍ୟ ପତ୍ରିକା ରେ ଶ୍ରୀମତୀ ଲଳିତା ଖଣ୍ଡା ଙ୍କ ସମ୍ପାଦନା ର ତୁଳନା ନାହିଁ୤ ଶିକ୍ଷୟିତ୍ରୀଭାବେ କର୍ମମୟ ଜୀବନର ଜଞ୍ଜାଳ ଭିତରେ ତାଙ୍କ ଲେଖନୀ ଏମିତି ଆଗେଇ ଥାଉ୤

  • ୫. ୟୋଗେଶ୍ବର ପ୍ରଧାନ |  ଜୁଲାଇ ୨୨, ୨୦୧୨ - ୬:୨୭ ପୂର୍ବାହ୍ନ

    ଖୁବ୍ ଭଲହୋଇଛି ।

  • ୬. ବିଜନ ରାୟ୍ |  ଅଗଷ୍ଟ୍ ୩, ୨୦୧୨ - ୫:୪୮ ପୂର୍ବାହ୍ନ

    ଏହିପରି ସୁନ୍ଦର ଗପ ଲେଖନ୍ତୁ. ଧନ୍ୟବାଦ୍.

  • ୭. ପ୍ରିୟରଞ୍ଜନ |  ଅଗଷ୍ଟ୍ ୨୯, ୨୦୧୨ - ୯:୫୨ ପୂର୍ବାହ୍ନ

    ମୁଖ୍ୟ ଚରିତ୍ର ର ଜୀବନରେ ଦୁଃଖ ର ମାତ୍ରା ଟିକେ କମ୍ ଲାଗିଲା୤
    ବୋଧ୍ ହୁଏ ସେଥିପାଇଁ ଶେଷରେ ଖୁସି ଟା କଳ୍ପନା ଅନୁସାରେ ହେଲାନି୤ ତଥାପି ଭଲ ଲାଗିଲା୤

  • ୮. Trilochan Das, cuttack |  ଡିସେମ୍ବର୍ ୧୫, ୨୦୧୨ - ୨:୧୦ ପୂର୍ବାହ୍ନ

    This is Best Inspiration Of a Middle Class Family Boy.
    Thanks a Lot.

  • ୯. କନ୍ଦର୍ପଜିତ କଲ୍ଲୋଲ, ଅସମ |  ଡିସେମ୍ବର୍ ୨୬, ୨୦୧୨ - ୩:୪୦ ପୂର୍ବାହ୍ନ

    ଭଲ ଲାଗିଲା । ଗଳ୍ପରୁ ବର୍ଣନାଟି ଭଲ ହେଉଁଛି । ଗୋଟଟ ଓଡ଼ିଆ ଗଳ୍ପ କାମତାପୁରୀ (ରାଜବଂଶୀ) ଭାଷାରେ ଅନୁବାଦ କରିବା ପାଇଁ ମୋ ପାଖକୁ ପ୍ରସ୍ତାବ ଆସୁଛି । ମୁଁ ‘ହାଉସ’ ପତ୍ରିକା ପାଇଁ ଏଇ ଗଳ୍ପଟାକୁ ଅନୁବାଦ କରିବି ।

  • ୧୦. କନ୍ଦର୍ପଜିତ କଲ୍ଲୋଲ, ହରଲଟାରୀ, ସାପଟଗ୍ରାମ, ଧୁବୁରୀ, ଅସମ |  ଡିସେମ୍ବର୍ ୨୬, ୨୦୧୨ - ୩:୪୭ ପୂର୍ବାହ୍ନ

    [ଗୋଟଟ ନୂଁହେ ଗୋଟେ] ଆମ ଭାଷାରେ ଗଳ୍ପଟାର ନାଁ ହେବ “মাধুৰী ঈশ্বৰ আৰ চাকিৰী” (ମାଧୁରୀ, ଈଶ୍ବର ଆର ଚାକିରୀ)

  • ୧୧. debendra lenka, cuttack,odisha |  ମେ ୧୦, ୨୦୧୩ - ୧୧:୫୧ ପୂର୍ବାହ୍ନ

    nice story.it tells if u have the passion god always there with u

  • ୧୨. ମାନଶ ରଞ୍ଜନ ବାରିକ, ବଳସାଦ ଗୁଜୁରାଟ |  ଅଗଷ୍ଟ୍ ୫, ୨୦୧୪ - ୧୧:୦୧ ପୂର୍ବାହ୍ନ

    ଗରିବ ଆଉ ବେକାରି ପୁଣି ଚାକିରି ,ଏକ ନିଛକ ସତ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤